Jump to content

ପୋଇ

ଉଇକିପିଡ଼ିଆ‌ରୁ

ପୋଇ
Scientific classification
Kingdom:
(unranked):
(unranked):
(unranked):
Order:
Family:
Genus:
Species:
ବା. ଆଲ୍ୱା
Binomial name
ବାସେଲା ଆଲ୍ବା

ପୋଇ ବା ବାସେଲା ଆଲ୍ବା ଏକ ଖାଦ୍ଯୋପଯୋଗୀ ଲତା ଜାତୀୟ ଉଦ୍ଭିଦ । ଏହାର ଉତ୍ପତ୍ତି ଭାରତୀୟ ଉପମହାଦେଶ, ଦକ୍ଷିଣ-ପୂର୍ବ ଏସିଆ ତଥା ନୂଆଗିନିରେ ବୋଲି ବିଶ୍ବାସ କରାଯାଏ। ଏହାର ପତ୍ର ମୋଟା । ଏହା ଏକ ଲୋକପ୍ରିୟ ତଥା ଉପକାରୀ ବନୌଷଧୀ ଏବଂ ଏହାର ପତ୍ରକୁ ଶାଗ ରୂପେ ମଧ୍ୟ ବ୍ୟବହାର କରାଯାଏ ।

ବିବିଧ ଭାରତୀୟ ପ୍ରାଦେଶିକ ନାମ

[ସମ୍ପାଦନା]
ପ୍ରାଦେଶିକ ଭାଷା ନାମ
ଓଡ଼ିଆ ପୋଇ
ସଂସ୍କୃତ ଉପୋଦିକା, ପୋତକୀ, ମାଲବା, ଅମୃତବଲ୍ଲରୀ
ହିନ୍ଦୀ पोई (ପୋଇ)
ତେଲୁଗୁ బచ్చలి (ବଚ୍ଚଲି)
ବଙ୍ଗଳା পুঁই শাক (ପୁଇ ଶାକ)

ଶାସ୍ତ୍ରୋକ୍ତ ଗୁଣ

[ସମ୍ପାଦନା]

ଶୀତଳ, ରୁଚିକର । ତରଳ ଝାଡା, ରକ୍ତହୀନତା ତଥା କର୍କଟ ରୋଗରେ ଏହାର ଔଷଧୀୟ ବ୍ୟବହାର ହୋଇଆସୁଛି ।[]

ବ୍ୟବହାର

[ସମ୍ପାଦନା]

ଏହାର ଶୀତଳ ଗୁଣ ଯୋଗୁଁ ପୋଡ଼ା ଘାରେ ପୋଇ ପତ୍ରର ରସ ଏବଂ ଘିଅ ମିଶାଇ ପ୍ରୟୋଗ କରାଯାଏ । ଗର୍ଭବତୀ ମହିଳାଙ୍କ କୋଷ୍ଠକାଠିନ୍ୟ ସମସ୍ୟାରେ ମଧ୍ୟ ପୋଇପତ୍ରର ରସ ବ୍ୟବହାର କରାଯାଏ ।ଏହାର ମୂଳର ରସକୁ ଆମବାତ ସମ୍ପର୍କୀୟ ବ୍ୟଥା ଲାଘବ ପାଇଁ ବ୍ୟବହାର କରାଯାଏ ।[][]

ଏହାର ପତ୍ରରୁ ପିଠା ମଧ୍ୟ ପ୍ରସ୍ତୁତ ହୋଇଥାଏ । ଏହା ଛଡା ପୋଇପତ୍ରରେ ଚୁନାମାଛ ପକାଇ ଛେଞ୍ଚଡା ପ୍ରସ୍ତୁତ କରାଯାଏ । ପତ୍ର ଓ କାଣ୍ଡକୁ ଛୋଟ ଛୋଟ କରି କାଟି ଘାଣ୍ଟ ତରକାରୀ କିମ୍ବା ଶୁଖୁଆ ସହିତ ରାଇ କରାଯାଏ । ଏହାର ଛୋଟ କଢ (ପୋଇକଢ)କୁ ମଧ୍ୟ ତରକାରୀ କରାଯାଇଥାଏ । ପୋଇଶାଗ ରାଈ ତଥା ପୋଇଶାଗ ଚିଙ୍ଗୁଡି ଘାଣ୍ଟ ପୋଇଶାଗରୁ ପ୍ରସ୍ତୁତ ଲୋକପ୍ରିୟ ବ୍ୟଞ୍ଜନ ।[][]

  1. Adhikari, Roshan. "A Review on Medicinal Importance of Basella alba L." (PDF). Retrieved 11 June 2016.
  2. "Medicinal Plant-Malabar Spinac". Archived from the original on 16 September 2016. Retrieved 11 June 2016.
  3. "Basella Alba herb-Uses, Benefits, Cure & Side effects". Retrieved 11 June 2016.
  4. "Poi saga rai". Retrieved 11 June 2016.
  5. "Poi Saaga Chinguddi Ghaantta". Archived from the original on 10 August 2016. Retrieved 11 June 2016.

ବାହାର ଆଧାର

[ସମ୍ପାଦନା]
  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ
  • http://japsonline.com/admin/php/uploads/1174_pdf.pdf A review of the taxonomy, ethnobotany, phytochemistry and

pharmacology of Basella alba (Basellaceae)