ପେପିତା ସେଠ୍

ଉଇକିପିଡ଼ିଆ‌ରୁ
Pepita Seth
Born
Occupation(s)Writer, photographer
AwardsPadma Shri

ପେପିତା ସେଠ ଜଣେ ବ୍ରିଟିଶ ଜନ୍ମିତ ଲେଖିକା ଓ ଫଟୋଗ୍ରାଫର । ଭାରତୀୟ ରାଜ୍ୟ କେରଳର କଳା ଓ ଭାସ୍କର୍ଯ୍ୟ ଉପରେ ତାଙ୍କ ଲେଖା, କେରଳର ପୋଷା ହାତୀ " ଗୁରୁବାୟୁର କେଶବନ" ଉପରେ ଫଟୋଗ୍ରାଫ ପାଇଁ ବହୁଳ ଭାବରେ ପରିଚିତ । ଭାରତ ସରକାର ତାଙ୍କ ଅବଦାନ ପାଇଁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରିଥିଲେ । .[୧][୨]

ଜୀବନୀ[ସମ୍ପାଦନା]

ଗୁରୁବାୟୁରଠାରେ ଥିବା ପ୍ରସିଦ୍ଧ ହାତୀ ଗୁରୁବାୟୁର କେଶଭନର ଫଟୋ ପେପିତା କେମେରାରୁ
ପେପିତା ଚିତ୍ର ଉତ୍ତୋଳନ କରୁଥିବାର ଚିତ୍ର

ପେପିତା ସେଠଙ୍କ ଜନ୍ମ ଇଂଲଣ୍ଡର ସଫ୍ଫୋଳ୍କଠାରେ ହେଇଥିଲା । ତାଙ୍କ ପିତାମହ ବ୍ରିଟିଶ ଭାରତ ସମୟରେ ସେନାବାହିନୀରେ ଭାରତରେ ସେବାରତା ଥିଲେ । ସେହି ସମୟର କୁପ୍ରଥା ଅନୁସାରେ ପେପିତା ଝିଅ ହେଇଥିବାରୁ ସ୍କୁଲ ଶିକ୍ଷା ପ୍ରାପ୍ତ ହୋଇନଥିଲେ । ତେବେ ସେ ପରେ ନିଜ ଉଦ୍ୟମରେ ଶିକ୍ଷା ପ୍ରାପ୍ତ ହେଇ ଫିଲ୍ମ ସମ୍ପାଦନା ଶିଖିଲେ ଓ ଟେଡ କୋଟଚେଫ ଓ ଷ୍ଟାନଲେ ଦୋନେନ୍ଙ୍କ ପରି ଫିଲ୍ମ ନିର୍ଦ୍ଦେଶକଙ୍କ ସହ କାର୍ଯ୍ୟ କରିଥିଲେ । ସେ ତାଙ୍କ ପିତାମହଙ୍କ ସମୟର ବିବରଣୀକୁ ଲିପିବଦ୍ଧ କରିବାକୁ ସେ କଲିକତା ଆସି ସେହି ସମୟର ବ୍ରିଟିଶ ରାଜର ବିବରଣୀ ସବୁକୁ ଲେଖା ଓ ଫଟୋରେ ପ୍ରଦର୍ଶନ ପାଇଁ ଗବେଷଣାତ୍ମକ ଉଦ୍ୟମ କରିଥିଲେ । ୧୦୭୦ ମସିହାରେ ସେ କରିଥିବା ଏହି କାର୍ଯ୍ୟ ତାଙ୍କୁ ପ୍ରସିଦ୍ଧି ପ୍ରଦାନ କରିଥିଲା [୩][୪][୫]


ସେ କଲିକତାରୁ କେରଳର ଗୁରୁବାୟୁର ପର୍ଯ୍ୟନ୍ତ ଏହି କାର୍ଯ୍ୟରେ ଆସି ଗୁରୁବାୟୁର ମନ୍ଦିରର କଳା ଓ ଭାସ୍କର୍ଜୀରେ ଅଭିଭୂତ ହେଇଥିଲେ । ସେ ୧୯୭୯ ମସିହା ଯାଏ ଅନେକ ଥର ଆସି ପରିଶେଷରେ ସେଠାରେ ସ୍ଥାୟୀ ଭାବରେ ରହିଯାଇଥିଲେ । ପ୍ରଥମେ ତାଙ୍କୁ ମନ୍ଦିର ଭିତରକୁ ଯିବାକୁ ଛଡା ଯାଉ ନଥିଲା । କିନ୍ତୁ ତାଙ୍କର ନିରନ୍ତର ପ୍ରଚେଷ୍ଟାଦ୍ୱାରା ତାଙ୍କୁ ଅନୁମତି ମିଳିଥିଲା ।

ପେପିତା ଭାରତରେ ଜନ୍ମିତ ବ୍ରିଟିଶ ଅଭିନେତା ରୋଶନ ଶେଠଙ୍କୁ ( ଗାନ୍ଧୀ ଫିଲ୍ମରେ ଅଭିନୟ କରିଥିବା ଅଭିନେତା) ବିବାହ କରିଥିଲେ । ପରେ ୨୦୦୪ ମସିହାରେ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା ।[୬] ଗୁରୁବାୟୁର ମନ୍ଦିରର ନୀତି ରୀତି ଉପରେ ବିଷାଦ ଭାବରେ ଫଟୋ ଉଠେଇଥିଲେ । ତାହା ନିଉ ୟର୍କ ଟାଇମସ ସହ ଗାର୍ଡିଆନ ସଂବାଦପତ୍ରରେ ପ୍ରକାଶିତ ହଉଥିଲା ।ଏହାଦ୍ୱାରା କେରଳ ରାଜ୍ୟର ପର୍ଯ୍ୟଟନ ପାଇଁ ବିଦେଶରେ ବିଶେଷ ପ୍ରଚାର ହେଇପାରିଥିଲା । [୫]

ପୁସ୍ତକ ଓ ଲେଖା[ସମ୍ପାଦନା]

କେରଳ ଉପରେ ଲେଖା ଓ ଫଟୋ ଥାଇ ସେ ଦୁଇଟି ପୁସ୍ତକ ଲେଖିଛନ୍ତି । ଏଥିରେ ଗୁରୁବାୟୁର ମନ୍ଦିର ଉପରେ ବିଷାଦ ଭାବରେ ଗବେଷଣାତ୍ମକ ବର୍ଣ୍ଣନା ରହିଛି ।[୭][୭][୮]

ପୁରସ୍କାର ଓ ସ୍ୱୀକୃତିପ୍ରାପ୍ତି[ସମ୍ପାଦନା]

କଳା ଓ ସଂସ୍କୃତି ପାଇଁ ତାଙ୍କର ଅବଦାନର ସ୍ୱୀକୃତି ଭାବରେ ଭାରତ ସରକାର ତାଙ୍କୁ ୨୦୧୨ ମସିହାରେ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରିଥିଲେ ।

ଆଧାର[ସମ୍ପାଦନା]

  1. "Padma". Government of India. 25 January 2011. Retrieved 22 August 2014.
  2. "President confers Padma Awards". The India Awaaz.com. 23 March 2012. Retrieved 22 August 2014.
  3. "Lila Interactions Article". Lila Interactions. 3 March 2014. Archived from the original on 26 August 2014. Retrieved 22 August 2014.
  4. Penguin Books (2006). The Penguin Book of New Writing from India, Volume 2. Delhi: Penguin India. pp. 134 of 308. ISBN 9780144001071.
  5. ୫.୦ ୫.୧ "Marunadan Malayalee". Marunadan Malayalee.com. 29 January 2012. Archived from the original on 6 August 2014. Retrieved 22 August 2014.
  6. "Roshan Seth". Veethi.com. 2014. Retrieved 22 August 2014.
  7. ୭.୦ ୭.୧ "Heaven on Earth". The Hindu. 2013. Retrieved 23 August 2014.
  8. "The Divine Frenzy". Westzone. 2001. Retrieved 23 August 2014.