ପୃଷ୍ଠବର୍ତ୍ତୀ ଭିଟ୍ରିଅସ ବିଚ୍ଛିନ୍ନତା

ଉଇକିପିଡ଼ିଆ‌ରୁ
Posterior vitreous detachment
Vitreous detachment
Schematic diagram of the human eye.
ବିଭାଗOpthalmology
ଲକ୍ଷଣFloaters, flashes of light[୧]
ଆକ୍ରାନ୍ତ ସମୟ>50 yr old[୧]
ବିପଦ କାରକNearsightedness[୧]
ରୋଗ ନିର୍ଣ୍ଣୟ ପଦ୍ଧତିDilated eye exam[୧]
ସଠିକ ରୋଗ ନିର୍ଣ୍ଣୟMigraine aura, uveitis, retinitis pigmentosa[୨]
ଚିକିତ୍ସାNone, surgery[୧]
PrognosisUsually good[୨]
ପୁନଃପୌନିକCommon[୧]

ପୃଷ୍ଠବର୍ତ୍ତୀ ପାର୍ଶ୍ୱ ଭିଟ୍ରିଅସ ବିଚ୍ଛିନ୍ନତା (ଇଂରାଜୀ ଭାଷାରେ Posterior vitreous detachment/ PVD) ହେଉଛି ଆଖିର ଏକ ଅବସ୍ଥା ଯେଉଁଥିରେ ରେଟିନାଠାରୁ ଭିଟ୍ରିଅସ ଅଲଗା ହୋଇଥାଏ ।[୩] [୪] ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ସୀମାବର୍ତ୍ତି ଦୃଷ୍ଟିରେ ଫ୍ଲୋଟର ଏବଂ ଆଲୋକ ଧପଧପ ହୋଇପାରେ ।[୧] ଏଥିରେ ଯନ୍ତ୍ରଣା ହୁଏ ନାହିଁ ।[୩] କିଛି ମାସ ମଧ୍ୟରେ ଏହା ଉପଶମ ହୋଇଯାଏ ।[୧] ରୋଗ ଜଟିଳ ହେଲେ ନେତ୍ରପଟଳ ସ୍ଖଳନ, ରେଟିନାଲ୍ ବିଚ୍ଛିନ୍ନତା, ମାକୁଲାର୍ ଛିଦ୍ର, ମାକୁଲାର୍ ପକ୍କର (Epiretinal membrane or macular pucker) ଏବଂ ଭିଟ୍ରିଅସ ରକ୍ତସ୍ରାବ ହୋଇପାରେ ।[୧] [୨]

ସମୀପଦୃଷ୍ଟିରେ ଏହି ବିପଦ ଅନ୍ତର୍ଭୁକ୍ତ ହୋଇଥାଏ ।[୧] ମୋତିଆବିନ୍ଦୁ ଅସ୍ତ୍ରୋପଚାର, ଆଘାତ, ୟୁଭିଆଇଟିସ ଏବଂ ଲେଜର କ୍ୟାପସୁଲୋଟୋମି ଅସ୍ତ୍ରୋପଚାର ପରେ ଏହାଆରମ୍ଭ ହୋଇପାରେ ।[୨] ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ବୟସ ସମ୍ବନ୍ଧୀୟ ଭିଟ୍ରାସ ନରମତାର ଭୂମିକା ଥାଇପାରେ ।[୩] ଚକ୍ଷୁ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୧] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକ ମଧ୍ୟରେ ଅଲଟ୍ରାସାଉଣ୍ଡ ଏବଂ ଅପ୍ଟିକାଲ୍ ସମନ୍ୱୟ ଟୋମୋଗ୍ରାଫି କରାଯାଇପାରେ ।[୨]

ଅଧିକାଂଶ କ୍ଷେତ୍ରରେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏ ନାହିଁ ।[୧] ଜଟିଳତାକୁ ଏଡ଼ାଇବା ପାଇଁ ୨ରୁ ୪ ସପ୍ତାହ ମଧ୍ୟରେ ରୋଗୀର ଅବସ୍ଥାକୁ ଅନୁସରଣ କରାଯାଇପାରେ।[୨] ଫଳାଫଳ ସାଧାରଣତ ଭଲ ଅଟେ ।[୨] ଯଦି ଏହି ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସୃଷ୍ଟି କରେ, ତେବେ ଭିଟ୍ରେକ୍ଟୋମି ଚେଷ୍ଟା କରାଯାଇପାରେ ।[୧]

ଲୋକଙ୍କ ବୟସ ବଢ଼ିବା ପରେ ପୃଷ୍ଠବର୍ତ୍ତୀ ଭିଟ୍ରିଅସ ବିଚ୍ଛିନ୍ନତା ସାଧାରଣ ହୋଇଥାଏ ।[୧] ୫୦ ବର୍ଷରୁ ଅଧିକ ସଂଖ୍ୟକ ଲୋକମାନଙ୍କ ମଧ୍ୟରୁ ପ୍ରାୟ ଅଧା ଲୋକ ଏହି ରୋଗରେ ପ୍ରଭାବିତ ହୁଅନ୍ତି ।[୨] ମହିଳାମାନେ ଅଳ୍ପ ବୟସରେ ଅଧିକ ପ୍ରଭାବିତ ହୁଅନ୍ତି ।[୨] ଏହାକୁ ପ୍ରଥମେ ୧୮୫୬ରେ ମଲେର ଏବଂ ୧୮୭୫ ମସିହାରେ ବ୍ରିଏରେ ବର୍ଣ୍ଣନା କରିଥିଲେ ।[୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Vitreous Detachment | National Eye Institute". www.nei.nih.gov. Archived from the original on 10 February 2022. Retrieved 11 February 2022.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Ahmed, Faryal; Tripathy, Koushik (2022). "Posterior Vitreous Detachment". StatPearls. StatPearls Publishing. Archived from the original on 22 January 2022. Retrieved 11 February 2022.
  3. ୩.୦ ୩.୧ ୩.୨ Gauger E; Chin EK; Sohn EH (17 November 2014). "Vitreous Syneresis: An Impending Posterior Vitreous Detachment (PVD)". University of Iowa Health Care: Ophthalmology and Visual Sciences. Archived from the original on 5 July 2020. Retrieved 7 June 2021; See "Discussion" following "Clinical Course".{{cite web}}: CS1 maint: postscript (link)
  4. "Posterior vitreous detachment". RNIB - See differently (in ଇଂରାଜୀ). 19 February 2014. Archived from the original on 29 June 2021. Retrieved 11 February 2022.