ରେଟିନାଇଟିସ ପିଗମେଣ୍ଟୋସା
ରେଟିନାଇଟିସ ପିଗମେଣ୍ଟୋସା (Retinitis pigmentosa) | |
---|---|
ବିଭାଗ | ଚକ୍ଷୁ ରୋଗ ବିଜ୍ଞାନ (Ophthalmology) |
ଲକ୍ଷଣ | ରାତିରେ ଦୃଷ୍ଟି ସମସ୍ୟା (Trouble seeing at night), କମ୍ ପାର୍ଶ୍ୱ ଦୃଷ୍ଟି (peripheral vision)[୧] |
ଆକ୍ରାନ୍ତ ସମୟ | ଶୈଶବ[୧] |
କାରଣ | ଜେନେଟିକ (Genetic)[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ଚକ୍ଷୁ ପରୀକ୍ଷା (Eye examination)[୧] |
ଔଷଧ | ଭିଟାମିନ ଏ ପାମିଟେଟ (Vitamin A palmitate)[୧] |
ଚିକିତ୍ସା | ନିମ୍ନ ଦୃଷ୍ଟି ସାହାଯ୍ୟ (Low vision aids), ବହନୀୟ ଆଲୋକ, ଗାଇଡ଼ କୁକୁର (guide dog)[୧] |
ପୁନଃପୌନିକ | ୪,୦୦୦ ଲୋକରେ ଜଣେ ।[୧] |
Patient UK | ରେଟିନାଇଟିସ ପିଗମେଣ୍ଟୋସା (Retinitis pigmentosa) |
ରେଟିନାଇଟିସ ପିଗମେଣ୍ଟୋସା (Retinitis pigmentosa/RP) ଏକ ଜେନେଟିକ (Genetic) ବେମାରୀ ଯାହାଦ୍ୱାରା ମାନବ ଚକ୍ଷୁର (eye) ଦୃଷ୍ଟିହାନୀ ହୁଏ ।[୧] ଏହି ରୋଗରେ ରାତିରେ ଦୃଷ୍ଟି ସମସ୍ୟା (Trouble seeing at night), କମ୍ ପାର୍ଶ୍ୱ ଦୃଷ୍ଟି (peripheral vision) ଇତ୍ୟାଦି ଲକ୍ଷଣ ଦେଖାଦିଏ ।[୧] ଲକ୍ଷଣ ଗୁଡ଼ିକ ଧୀରେ ଧୀରେ ଆସେ ।[୨] ପାର୍ଶ୍ୱ ଦୃଷ୍ଟି ଅଧିକ କମିଗଲେ ଟନେଲ ଦୃଷ୍ଟି (tunnel vision) ଅନୁଭବ ହୁଏ ।[୧] ସମ୍ପୁର୍ଣ୍ଣ ଅନ୍ଧତ୍ୱ ସାଧାରଣ ନୁହେଁ । [୨]
ରେଟିନାଇଟିସ ପିଗମେଣ୍ଟୋସା ସାଧାରଣତଃ ପିତାମାତାଙ୍କଠାରୁ ବଂଶାନୁକ୍ରମରେ inherited from a person's parents ଆସିଥାଏ ।[୧] ପ୍ରାୟ ୫୦ରୁ ଅଧିକ ଜିନରୁ (en:gene) ଗୋଟିଏ ମ୍ୟୁଟେସନ ହୋଇ ଏ ରୋଗ ହୁଏ ।[୧] ଏହି ରୋଗ ହେଲେ ରେଟିନାରେ (back of the eye) ଥିବା ରଡ଼ ଜୀବକୋଷଗୁଡ଼ିକ (rod photoreceptor cells) ପ୍ରଗତିଶୀଳ ଭାବରେ ନଷ୍ଟ ହୋଇଯାଏ ।[୧] ଏହା ପରେ ପରେ କୋନ ଜୀବକୋଷଗୁଡ଼ିକ (cone photoreceptor cells) ମଧ୍ୟ କ୍ଷୟ ପ୍ରାପ୍ତ ହୁଏ ।[୧] ଚକ୍ଷୁ ପରୀକ୍ଷାରେ ରେଟିନାରେ (examination of the retina) କଳା ପିଗମେଣ୍ଟ ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧] ଇଲେକ୍ଟ୍ରରେଟିନୋଗ୍ରାମ electroretinogram, ଭିଜୁଅଲ ଫିଲ୍ଡ ଟେଷ୍ଟିଙ୍ଗ visual field testing ବା ଜେନେଟିକ ଟେଷ୍ଟିଙ୍ଗ genetic testing ଭଳି ପରୀକ୍ଷା ଏହି ରୋଗ ନିର୍ଣ୍ଣୟରେ ସାହାଯ୍ୟ କରେ ।[୧]
ରେଟିନାଇଟିସ ପିଗମେଣ୍ଟୋସା ରୋଗ ଆରୋଗ୍ୟସାଧ୍ୟ ନୁହେଁ ।[୨] ନିମ୍ନ ଦୃଷ୍ଟି ସାହାଯ୍ୟ (Low vision aids) ଯଥା:- ବହନୀୟ ଆଲୋକ, ଗାଇଡ଼ କୁକୁର (guide dog) ସାହାଯ୍ୟ ନେଇ ରୋଗୀକୁ ସାହାଯ୍ୟ କରାଯାଏ ।[୧] ଭିଟାମିନ ଏ ପାମିଟେଟ (Vitamin A palmitate) ପରିପୂରକ ଦେଲେ ଖରାପ ଦିଗର ଗତି ଧୀରେ ହୋଇଯାଏ ।[୧] ଅବସ୍ଥା ସାଂଘାତିକ ହେଲେ ଭିଜୁଆଲ ପ୍ରୋସଥେସିସ (visual prosthesis ଦିଆଯାଇପାରେ । [୧] ପ୍ରାୟ ୪,୦୦୦ ଲୋକରେ ଜଣେ ଏହି ରୋଗାକ୍ରାନ୍ତ ହୁଏ ।[୧] ଏହା ଶୈଶବ ରୋଗ ହୋଇଥିଲେ ମଧ୍ୟ ଅନେକ ସମୟରେ ଯୁବାବସ୍ଥାରେ ହୋଇପାରେ। [୧][୨]
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]- Cone dystrophy
- List of eye diseases and disorders
- Progressive retinal atrophy for the condition in dogs
- Retinal degeneration
- Retinitis pigmentosa GTPase regulator
- Retinitis Pigmentosa International
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ "Facts About Retinitis Pigmentosa". National Eye Institute (in ଇଂରାଜୀ). May 2014. Archived from the original on 7 March 2019. Retrieved 2 December 2017.
- ↑ ୨.୦ ୨.୧ ୨.୨ ୨.୩ Openshaw, Amanda (Feb 2008). Understanding Retinitis Pigmentosa (PDF). University of Michigan Kellogg Eye Center. Archived from the original (PDF) on 2017-08-29. Retrieved 2018-08-10.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |