ପୁଷପୁନି

ଉଇକିପିଡ଼ିଆ‌ରୁ

ପୁଷପୁନି ଓଡ଼ିଶାର ପଶ୍ଚିମାଞ୍ଚଳରେ ପାଳିତ ଏକ କୃଷିଭିତ୍ତିକ ସାମାଜିକ ପର୍ବ । ପୌଷ ପୂର୍ଣ୍ଣମୀରେ ଧନୁଯାତ୍ରା ଶେଷ ହେବା ପରେ ପିଠାପଣା ଓ ଅାମିଷ ଭୋଜନ ମଧ୍ୟରେ ଏହା ପାଳିତ ହୁଏ । ଏହା ବରଗଡ଼ ସହରରେ ସବୁଠୁ ଅଧିକ ଜାକଜମକରେ ପାଳିତ ହୋଇଥାଏ । ଧନୁଯାତ୍ରା ସମୟରେ ଆମିଷ ଭୋଜନ ନିଷେଧ ହୋଇଥିବାରୁ ପୁଷପୁନି ଦିନ ଆମିଷ ଖାଇବା ଆରମ୍ଭ ହୁଏ । ଏହା ଏକ କୃଷି ବର୍ଷର ଶେଷ ଦିନ ।[୧]

ପାଳନ[ସମ୍ପାଦନା]

ଓଡ଼ିଶା ସମେତ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆଙ୍କଦ୍ୱାରା ନୂଆଁଖାଇ ଭେଟଘାଟ ସହ ହାଇଦ୍ରାବାଦ ଓ ବାକି ସ୍ଥାନରେ ପୁଷପୁନି ପାଳିତ ହୋଇଥାଏ ।[୨]

କିମ୍ବଦନ୍ତୀ[ସମ୍ପାଦନା]

ପୁରାଣ ମତେ ନିଜ ଶତ୍ରୁଙ୍କୁ ଧ୍ୱଂସ କରିବା ପାଇଁ କଂସ ଧନୁଯାତ୍ରାର ପ୍ରଚଳନ କରିଥିଲେ । ଶେଷରେ ଧନୁଯାତ୍ରାର ଶେଷ ଦିନରେ କୃଷ୍ଣ ହାତରେ ତାଙ୍କର ବଧ ହୁଏ । କଂସଙ୍କ ଅାୟୋଜିତ ଧନୁଯାତ୍ରା ଏଗାର ଦିନ ଧରି ପାଳିତ ହୁଏ । ପୌଷ ଶୁକ୍ଲ ଚତୁର୍ଥୀରୁ ଏହା ଅାରମ୍ଭ ହୋଇ ପୂର୍ଣ୍ଣିମା ଦିନ କଂସ-ବଧ ସହ ଶେଷ ହୁଏ । ଏହି ସମୟରେ ବରଗଡ଼ ସହର ମଥୁରାର ଭ୍ରମ ତିଆରେ । ଧନୁଯାତ୍ରା କାଳରେ ଅାମିଷ ଭୋଜନ ନିଷେଧ ହୋଇଥିବାରୁ ପୌଷ ପୂର୍ଣ୍ଣମୀରେ ଧନୁଯାତ୍ରା ଶେଷ ହେବା ପୁଷପୁନି ପାଳି ସ୍ଥାନୀୟ ଲୋକେ ଜାକଜମକ ସହ ପିଠାପଣା ଓ ଅାମିଷ ଭୋଜନ କରି ଏହି ପର୍ବ ପାଳନ କରିଥାନ୍ତି ।[୧]

ଜଣାଶୁଣା ଚଳଣିରେ ଉଲ୍ଲେଖ[ସମ୍ପାଦନା]

ବରଗଡ଼ ଅଞ୍ଚଳରେ ଲୋକ ଗୀତରେ ଉଲ୍ଲେଖ ରହିଛି,[୧]

"ଡାଲଖାଇରେ, ଚାଲ ଦେଖିଯିମା ଧନୁ ଯାତରା,
ବରଗଡ଼ର ବଜାରେ ଯୁଅାପହରା,
ଘିନିମା ଖଜାରେ ମାରିମା ମଜା,
ଜରିବାନା କର୍‍ବା ସେ କଂସରଜା...,
କେତେ ଗହଗହ ଡାଲ୍‍ଖାଇ ପୋଓ ପରଜା..
ସଜ ହେଇଯା..
ମାରିମା ମଜା କାଏଁ ଡାଲ୍‍ଖାଇରେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଧନୁଯାତ୍ରା ଓ ପୁଷ୍‍ପୁନି" (PDF). ସମ୍ବାଦ. ଜାନୁଆରୀ ୫, ୨୦୧୫. Retrieved ଜାନୁଆରୀ 24, 2016. {{cite news}}: Check date values in: |date= (help)[permanent dead link]
  2. "ହାଇଦ୍ରାବାଦରେ ଧୂମଧାମରେ ପାଳିତ ହେଲା ନୂଆଁଖାଇ ଭେଟଘାଟ". Odiapua.com. ଅକ୍ଟୋବର ୭, ୨୦୧୫. Retrieved ଜାନୁଆରୀ 24, 2016. {{cite web}}: Check date values in: |date= (help)