Jump to content

ପୁରୁଣି

ଉଇକିପିଡ଼ିଆ‌ରୁ

ପୁରୁଣି
ପୁରୁଣି
Scientific classification
Kingdom:
(unranked):
(unranked):
(unranked):
Order:
Family:
Genus:
Species:
B. diffusa
Binomial name
Boerhavia diffusa

ପୁରୁଣି, ପୁରୁଣୀ ବା ପୁନର୍ନବା ଏକ ଲତା ଜାତୀୟ ଉଦ୍ଭିଦ । ଧଳା, ନାଲି ଓ କଳା(କୃଷ୍ଣ) ଭେଦରେ ପତ୍ରର ରଙ୍ଗକୁ ନେଇ ଏହା ତିନିପ୍ରକାରର । ଔଷଧୀୟ ଗୁଣ ଦୃଷ୍ଟିରୁ ଧଳା ପୁରୁଣି ଶ୍ରେଷ୍ଠ । କ୍ଷୁଦ୍ର ଲତା ପରି ଏହା ମାଟିରେ ମାଡ଼ିଥାଏ ।

ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ

[ସମ୍ପାଦନା]
ପ୍ରାଦେଶିକ ଭାଷାନାମ
ଓଡ଼ିଆପୁରୁଣି
ସଂସ୍କୃତପୁନର୍ନବା, ଶୋଥଘ୍ନୀ, ଶ୍ୱେତମୁଜା ଓ ଦୀର୍ଘପତ୍ରିକା
ହିନ୍ଦୀବିଷଗପରା, ସାନତ୍,
ତେଲୁଗୁଅତ୍କମମୋଦି
ବଙ୍ଗଳାଗୁନନବା, ପୁଣ୍ୟା

ଶାସ୍ତ୍ରୋକ୍ତ ଗୁଣ

[ସମ୍ପାଦନା]

ଏହା ଅଳ୍ପକଷାୟ ମିଶ୍ରିତ କଟୁ ତିକ୍ତରସ, ଶୀତବୀର୍ଯ୍ୟ, ଚକ୍ଷୁର ହିତକର, ଅଗ୍ନୀବର୍ଧକ, ଆୟୁବର୍ଧକ, ଶୋଥ, ଉଦରୀ, ଶୂଳ, ଗୁଳ୍ମ, ରକ୍ତପ୍ରଦର, ବିଷଦୋଷ, ପିତ୍ତବିକୃତି, ବାୟୁ, କଫ, କାମଳ, ପାଣ୍ଡୁ, ଅର୍ଶ, ଯାବତୀୟ ପ୍ରକାର ବ୍ରଣ, କ୍ଷତ, ଦଦ୍ରୁ, କଣ୍ଡୁ ଓ ଚର୍ମରୋଗ ନାଶକ ଅଟେ ।

ବ୍ୟବହାର

[ସମ୍ପାଦନା]

ଏହାର ସର୍ବାଙ୍ଗ ଔଷଧି ରୂପେ ବ୍ୟବହାର କରାଯାଏ । ଶୋଥ, ଆଖିର ରୋଗ, ଯୌବନକାଳୀନ ମୁଖବ୍ରଣ, ଜଖମ ଓ ଦରଜ, ସର୍ପବିଷ, ସ୍ତ୍ରୀରୋଗ ଯଥା, ରକ୍ତପ୍ରଦର, ବନ୍ଧ୍ୟାତ୍ୱ, ପିତ୍ତବିକାର ଓ ପେଟରୋଗରେ କବିରାଜମାନେ ଏହାର ଉପଯୋଗ କରିଥାନ୍ତି । ବାର୍ଧକ୍ୟକୁ ଦୂର କରି ଏହା ଯୌବନ ଫେରାଇ ଆଣିବାରେ ସକ୍ଷମ ବୋଲି ଏହାର ନାମ ପୁନର୍ନବା ରଖା ଯାଇଛି। ଏହାର ପତ୍ରକୁ ଶାଗ କରାଯାଏ ।

    ବାହାର ଆଧାର

    [ସମ୍ପାଦନା]
    • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।