ପଞ୍ଚତୀର୍ଥ, ପୁରୀ

ଉଇକିପିଡ଼ିଆ ରୁ
(ପୁରୀର ପଞ୍ଚତୀର୍ଥ ରୁ ଲେଉଟି ଆସିଛି)
Jump to navigation Jump to search
ପୁରୀ ସ୍ୱର୍ଗଦ୍ୱାରଠାରୁ ସମୁଦ୍ରର ଦୃଶ୍ୟ 

ହିନ୍ଦୁଧର୍ମାବଲମ୍ବୀମାନେ ପୁରୀରେ ଥିବା ପବିତ୍ର ପଞ୍ଚ ତୀର୍ଥରେ ବୁଡ଼ ପକାଇଲେ  ପୁରୀକୁ କରିଥିବା ତୀର୍ଥଯାତ୍ରା ସଫଳ ହୁଏ ବୋଲି ବିଶ୍ୱାସ ରଖନ୍ତି । [୧][୨][୩] ସେହି ପାଞ୍ଚଟି ପବିତ୍ର ଜଳାଶ୍ରୟ ହେଉଛି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ,ରୋହିଣୀ କୁଣ୍ଡ,ମାର୍କଣ୍ଡେୟ ପୁଷ୍କରିଣୀ,ଶ୍ୱେତଗଙ୍ଗା ପୁଷ୍କରିଣୀ ଏବଂ ମହୋଦଧି ।

'ବ୍ରହ୍ମପୁରାଣ'ରେ ଏହି ପଞ୍ଚତୀର୍ଥ ହେଲା- ମାର୍କଣ୍ଡେୟ ପୁଷ୍କରିଣୀ, ବଟମନ୍ଦିର କୃଷ୍ଣ (ଅର୍ଥାତ୍ ଜଗନ୍ନାଥ), ରୋହିଣେୟ (ବଳଭଦ୍ର), ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ । ଏହି ରୋହିଣେୟ 'ରୋହିଣୀକୁଣ୍ଡ' ମଧ୍ୟ ହୋଇପାରେ । 'ସ୍କନ୍ଦ ପୁରାଣ'ରେ ଲେଖାଅଛି ମାର୍କଣ୍ଡେୟ, କଳ୍ପବୃକ୍ଷ, ଦାରୁବ୍ରହ୍ମ, ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ସରୋବର । 'ମୁକ୍ତି ଚିନ୍ତାମଣି' ଓ ହଳଧରକୃତ 'ସ୍ମ‌ରତି ଦର୍ପଣ' ଅନୁସାରେ ପଞ୍ଚତୀର୍ଥ ହେଲା- ମାର୍କଣ୍ଡେୟ ପୁଷ୍କରିଣୀ, ଶ୍ୱେତଗଙ୍ଗା, ରୋହିଣୀକୁଣ୍ଡ, ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ସରୋବର । ସାରଳା ଦାସଙ୍କ ମହାଭାରତ (ବନପର୍ବ)ରେ ଉଲ୍ଲେଖ ପ୍ରକାରେ ପଞ୍ଚତୀର୍ଥ ହେଉଛି- ମହୋଦଧି, ରୋହିଣୀକୁଣ୍ଡ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟମ୍ନ ଓ ମାର୍କଣ୍ଡେୟ ସରୋବର । ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ସମୁଦ୍ର ସ୍ୱର୍ଗଦ୍ୱାର, ଚକ୍ରତୀର୍ଥ ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀକୁ ପଞ୍ଚତୀର୍ଥ କୁହାଯାଇଛି ।[୪]

ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ[ସମ୍ପାଦନା]

ଏହା ଗୁଣ୍ଡିଚା ମନ୍ଦିର ପାଖରେ ଅବସ୍ଥିତ । ଇତିହାସରୁ ଜଣାଯାଏ ରାଜା ଇନ୍ଦ୍ରଦ୍ୟୁମ୍ନ ଅଶ୍ୱମେଧ ଯଜ୍ଞ ଏବଂ ଜଗନ୍ନାଥସଂସ୍କୃତିର ଜଗନ୍ନାଥଙ୍କ ସମେତ ଚାରି ବିଗ୍ରହ ସ୍ଥାପନ କରିଥିଲେ । [୫] ଏହି ପୁଷ୍କରିଣୀ କିପରି ପବିତ୍ର ତାହା ଏହାର ସ୍ଥାପନାରୁ ଜଣାଯାଏ । ରାଜା ଇନ୍ଦ୍ରଦ୍ୟୁମ୍ନ ହଜାରେ ଗାଈ ବ୍ରାହ୍ମଣଙ୍କୁ ଦାନ ଦେଇ ଏହି ଜମିକୁ କିଣିଥିଲେ । ସେହି ଦିନଠୁ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ତୀର୍ଥଯାତ୍ରୀଙ୍କ ପାଇଁ ଏକ ପବିତ୍ର ତୀର୍ଥ ନାମରେ ପରିଗଣିତ ହେଲା ।

ରୋହିଣୀ କୁଣ୍ଡ[ସମ୍ପାଦନା]

ଜଗନ୍ନାଥ ମନ୍ଦିର ପରିସର ବିମଳା ମନ୍ଦିର ନିକଟରେ ଥିବା ଏକ ପବିତ୍ର କୁଣ୍ଡ । [୨] ଏହା ନାରାୟଣଙ୍କର ନିବାସ ଭାବେ ବିଶ୍ୱାସ କରାଯାଏ । ଏଠାରେ ଥିବା  ପବିତ୍ର ଅଶ୍ୱତ୍ଥ ଗଛ ପୁରାଣ ଅନୁସାରେ ଅକ୍ଷୟ କଳ୍ପବଟ ଭାବରେ ପୂଜା କରାଯାଏ ।[୬] ଶିକାରୀ ଜରା ଶବର ଦୁର୍ଘଟନାବଶତଃ କୃଷ୍ଣଙ୍କୁ ତୀର ବିଦ୍ଧ କରିଥିଲା ଏବଂ ତାଙ୍କ ଶବ ସତ୍କାର କରିଥିଲା । କୃଷ୍ଣ ଏକ ଗଣ୍ଡିରୂପେ ପରିବର୍ତ୍ତିତ ହୋଇ ସାଗରରୁ ରୋହିଣୀ କୁଣ୍ଡ ପର୍ଯ୍ୟନ୍ତ ଭାସିବେ ବୋଲି ଜରା ଶବରକୁ ସ୍ୱପ୍ନ କଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ଜରା ଶବରଙ୍କ ସହାୟତାରେ ସେହି ଦାରୁର ସନ୍ଧାନ ପାଇଥିଲେ ଏବଂ ସେଥିରୁ ଜଗନ୍ନାଥଙ୍କର ବିଗ୍ରହ ଖୋଦିତ ହୋଇଥିଲେ ।

ମାର୍କଣ୍ଡେୟ ପୁଷ୍କରିଣୀ[ସମ୍ପାଦନା]

ମାର୍କଣ୍ଡେୟ ପୁଷ୍କରିଣୀ

ପୁରୀ ତୀର୍ଥ ଭ୍ରମଣର ଆଦ୍ୟ ସ୍ଥଳ ଭାବେ ଜଣା ।[୨]  ଚାରି ଏକର ବ୍ୟାପି ପୁଷ୍କରିଣୀ ସହ ମାର୍କଣ୍ଡେଶ୍ୱର ମନ୍ଦିର ଅବସ୍ଥିତ । ଏହା ଶିବଙ୍କର ଅତି ପୁରାତନ ମନ୍ଦିର ଭାବରେ ପ୍ରସିଦ୍ଧ ।

ଶ୍ୱେତଗଙ୍ଗା ପୁଷ୍କରିଣୀ

ଶ୍ୱେତଗଙ୍ଗା ପୁଷ୍କରିଣୀ[ସମ୍ପାଦନା]

ନୀଳାଚଳ ଧାମର ଦକ୍ଷିଣରେ ଅବସ୍ଥିତ । [୨] ବିଷ୍ଣୁଙ୍କର ମତ୍ସ୍ୟ ଅବତାର ଏବଂ ରାଜା ସ୍ୱେତଙ୍କର ମୂର୍ତ୍ତି ପୁଷ୍କରିଣୀର କୂଳରେ ଅବସ୍ଥିତ ।

ମହୋଦଧି[ସମ୍ପାଦନା]

ଶ୍ରୀକ୍ଷେତ୍ରର ସମୁଦ୍ରକୁ ମହୋଦଧି କୁହାଯାଏ । ବ୍ରହ୍ମପୁରାଣ, ସ୍କନ୍ଦପୁରାଣ, ବାମଦେବ ସଂହିତା, କପିଳ ସଂହିତା ଅାଦି ଗ୍ରନ୍ଥରେ ମହୋଦଧିର ମାହାତ୍ମ୍ୟ ଉଲ୍ଲେଖ ଅଛି । ଏହି ସାଗରରେ ବିଷ୍ଣୁଙ୍କର ପ୍ରଥମ ଅବତାର ଅର୍ଥାତ୍ ମତ୍ସ୍ୟ ଅବତାର ପ୍ରକଟ ହୋଇଥିଲା ବୋଲି କୁହାଯାଇଛି । ଏଠାରେ ପିଣ୍ଡଦାନ ଓ ବୁଡ଼ ପକାଇଲେ ମୁକ୍ତି ମିଳେ ବୋଲି କଥିତ । ଶ୍ରୀମନ୍ଦିରର କଳ୍ପବୃକ୍ଷଠାରୁ ମହୋଦଧି ପର୍ଯ୍ୟନ୍ତ ସ୍ଥାନ 'ଅନ୍ତର୍ବେଦୀ' ନାମରେ କଥିତ । ଏହି ସ୍ଥାନରେ ଦେହତ୍ୟାଗ କଲେ ମୋକ୍ଷ ଗତି ହୁଏ । ମହୋଦଧିର ଗୋଟିଏ ଘାଟ ବା ସ୍ଥାନ ସ୍ୱର୍ଗଦ୍ୱାର । ଏଠାରେ ଦାହସଂସ୍କାର କାର୍ଯ୍ୟକଲେ ସ୍ୱର୍ଗପ୍ରାପ୍ତି ହୁଏ ବୋଲି ବିଶ୍ୱାସ କରାଯାଏ । ଶ୍ରୀଜଗନ୍ନାଥଙ୍କର ସାଗରବିଜେ ବା ଅମାବାସ୍ୟା ନୀତି ଏହି ସ୍ୱର୍ଗଦ୍ୱାର ଅଞ୍ଚଳରେ ପାଳନ କରାଯାଏ । [୭]

ସ୍ୱର୍ଗ ଦ୍ୱାର ଅଞ୍ଚଳରେ ସମୁଦ୍ର ସ୍ନାନ ଅତ୍ୟନ୍ତ ପବିତ୍ର ବୋଲି ହିନ୍ଦୁଧର୍ମାବଲମ୍ବୀ ମାନେ ମନେକରନ୍ତି ।

ଆଧାର[ସମ୍ପାଦନା]

  1. "Panch Tirtha of Puri". Shreekhetra. Retrieved 5 December 2012.
  2. ୨.୦ ୨.୧ ୨.୨ ୨.୩ "Panch Tirtha of Puri". Shreekhetra. Retrieved 5 December 2012.
  3. "Panch Tirtha of Puri". Shreekhetra. Retrieved 5 December 2012.
  4. [[୧]]
  5. "Panch Tirtha of Puri". Shreekhetra. Retrieved 5 December 2012.
  6. "Panch Tirtha of Puri". Shreekhetra. Retrieved 5 December 2012.
  7. [[୨]]