ପାଣ୍ଡୁ (ମହାଭାରତ)

ଉଇକିପିଡ଼ିଆ ରୁ
Jump to navigation Jump to search

ହିନ୍ଦୁ ମହାକାବ୍ୟ ମହାଭାରତରେ ପାଣ୍ଡୁ (ସଂସ୍କୃତ: पाण्डु) ଅମ୍ବାଳିକା ଏବଂ ବିଚିତ୍ରବୀର୍ଯ୍ୟଙ୍କ ପୁତ୍ର ତଥା ହାସ୍ତିନାପୁରର ରାଜା ଥିଲେ । ସେ ପାଣ୍ଡବଙ୍କ ପିତା ଭାବରେ ବେଶ୍ ଜଣାଶୁଣା । ପାଣ୍ଡୁ ଦାୟୀତ୍ୱସଂପନ୍ନ ରାଜା ଏବଂ ଜଣେ ମହାନ ଯୋଦ୍ଧା ଥିଲେ, ଯିଏ ତାଙ୍କ ଶାସନ କାଳରେ ତାଙ୍କ ରାଜ୍ୟ ବିସ୍ତାର କରିଥିଲେ ।

ମହାରାଜା ପାଣ୍ଡୁ ଏବଂ କୁନ୍ତୀଙ୍କର ଏକ ତୈଳଚିତ୍ର

ଜନ୍ମ[ସମ୍ପାଦନା]

ବିଚିତ୍ରବୀର୍ଯ୍ୟ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବାପରେ ତାଙ୍କର ଦୁଇରାଣୀ ଅମ୍ବିକା ଓ ଅମ୍ବାଳିକା ନିଃସନ୍ତାନ ରହିଗଲେ ।[୧] । ଭୀଷ୍ମ ପ୍ରଥମରୁ ବ୍ରହ୍ମଚର୍ଯ୍ୟ ବ୍ରତର ଶପଥ ନେଇଥିଲେ ଏବଂ ଏବେ ଦୁଇ ପୁତ୍ର, ଚିତ୍ରାଙ୍ଗଦ ତଥା ବିଚିତ୍ରବୀର୍ଯ୍ୟଙ୍କ ଅକାଳ ମୃତ୍ୟୁ କାରଣରୁ କୁରୁବଂଶର ଏକ ତ୍ତରାଧୀକାରିର ଆବଶ୍ୟକତା ଥିଲା । ବିଚିତ୍ରବୀର୍ଯ୍ୟଙ୍କ ମୃତ୍ୟୁପରେ, ମା ସତ୍ୟବତୀ ତାଙ୍କର ପ୍ରଥମ ପୁତ୍ର ବେଦବ୍ୟାସଙ୍କୁ ଡକାଇ ପଠାଇଲେ ତାଙ୍କ ଅନୁରୋଧ କ୍ରମେ ବେଦବ୍ୟାସ ନିୟୋଗ ପ୍ରକ୍ରିୟାରେ ଅମ୍ବିକା ଓ ଅମ୍ବାଳିକାଙ୍କର ଗର୍ଭାଧାନ କରାଇଥିଲେ । ଯେତେବେଳେ ବେଦବ୍ୟାସ ଅମ୍ବିକାଙ୍କ ସହ ପୁତ୍ରାର୍ଥେ ନିୟୋଗ ପ୍ରକ୍ରିୟାରେ ସମ୍ଭୋଗ କରୁଥିଲେ, ସେ ଲଜ୍ଜା ହେତୁ ଆଖି ବନ୍ଦ କରିଦେଲେ । ଏହି କାରଣରୁ ତାଙ୍କ ପୁଅ ଧୃତରାଷ୍ଟ୍ର ଅନ୍ଧ ହୋଇ ଜନ୍ମ ହୋଇଥିଲେ । ଯେତେବେଳେ ବେଦବ୍ୟାସ ଅମ୍ବାଳିକାଙ୍କ ସମ୍ମୁଖରେ ପ୍ରସ୍ତୁତ ହେଲେ ତ ଅମ୍ବାଳିକା ଲଜ୍ଜା କାରଣରୁ ହଳଦିଆ ପଡିଗଲେ ଏବଂ ଏହି କାରଣରୁ ତାଙ୍କ କୋଳରୁ ପାଣ୍ଡୁର ବର୍ଣ୍ଣଯୁକ୍ତ ଏକ ସନ୍ତାନ ଜାତ ହେଲା । ଏହି ସନ୍ତାନ ହିଁ ପରବର୍ତ୍ତୀ ସମୟରେ ପାଣ୍ଡୁ ନାମରେ ପରିଚିତ ହେଲା ।

ରାଜ୍ୟ ଶାସନ[ସମ୍ପାଦନା]

ପାଣ୍ଡୁ ତାଙ୍କ ବଡଭାଇ ଧୃତରାଷ୍ଟ୍ରଙ୍କ ସହ ଭୀଷ୍ମ ଏବଂ କୃପାଚାର୍ଯ୍ୟଙ୍କଦ୍ୱାରା ଯୁଦ୍ଧ ବିଦ୍ୟାରେ ତାଲିମ ପ୍ରାପ୍ତ ହୋଇଥିଲେ । ହସ୍ତିନାପୁର ପାଇଁ ଯେତେବେଳେ ଜଣେ ଉତ୍ତରାଧିକାରୀ ମନୋନୀତ କରିବାର ସମୟ ଆସିଲା, ସେତେବେଳେ ବିଦୁର ପରାମର୍ଶ ଦେଇଥିଲେ ଯେ ଧୃତରାଷ୍ଟ୍ର ଅନ୍ଧ ହୋଇଥିବାରୁ ଅନ୍ୟ ଭାଇ ପାଣ୍ଡୁ ହିଁ ରାଜସିଂହାସନ ଅଳଂକୃତ କରିବା ପାଇଁ ଅଧିକ ଉପଯୁକ୍ତ । ଧୃତରାଷ୍ଟ୍ରଙ୍କ ପକ୍ଷେ ଏଭଳି କଟୁସତ୍ୟ ମାନିନେବା କଷ୍ଟକର ହେଲେ ହେଁ ସେ ପରିସ୍ଥିତିର ତାଡନାରେ ଭାବରେ ରାଜମୁକୁଟ ତ୍ୟାଗ କରିବାକୁ ସ୍ୱୀକାର କରିଥିଲେ । ଫଳରେ ପାଣ୍ଡୁ ହସ୍ତିନାପୁରର ରାଜା ଭାବେ ଅଭିଷିକ୍ତ ହେଲେ ।

ଋଷି କିନ୍ଦମଙ୍କ ଅଭିଶାପ[ସମ୍ପାଦନା]

ଥରେ ମହାରାଜ ପାଣ୍ଡୁ ତାଙ୍କ ଦୁଇ ରାଣୀ କୁନ୍ତୀ ଏବଂ ମାଦ୍ରୀଙ୍କ ସହ ବନ ବିହାର କରୁଥିଲେ । ସେହି ସମୟରେ ବନ ମଧ୍ୟରେ ଋଷି କିନ୍ଦମ ଏବଂ ତାଙ୍କ ପତ୍ନୀ ହରିଣ ଏବଂ ହରିଣୀ ରୂପରେ ଦୈହିକ ସମ୍ଭୋଗ କରୁଥିଲେ । ରାଜା କିନ୍ତୁ ଏକଥା ନ ଜାଣି ଦୂରରୁ ହରିଣର ଭ୍ରାନ୍ତିରେ ଏକ ତୀର ଚଳାଇଲେ, ଯାହା କିନ୍ଦମ ଋଷିଙ୍କ ଦେହରେ ବିଦ୍ଧ ହେବା ଫଲରେ ସେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ପୂର୍ବରୁ ଋଷି ଏକଥା ଜାଣି ପାଣ୍ଡୁଙ୍କୁ ଅଭିଶାପ ଦେଇଥିଲେ ଯେ ସେ ଯେପରି ମରୁଛନ୍ତି, ସେହିଭଳି ପାଣ୍ଡୁ ଯେତେବେଳେ ବି ତାଙ୍କ ପତ୍ନୀଙ୍କ ସହ ସମ୍ଭୋଗ କରିବେ, ସେ ମଧ୍ୟ ମରିବେ ।[୨] ସେହି ସମୟରେ ପାଣ୍ଡୁଙ୍କର କୌଣସି ସନ୍ତାନ ନଥିଲେ ଏବଂ ଏହି କାରଣରୁ ସେ ବିଚଳିତ ହୋଇଥିଲେ । ସେ ତାଙ୍କ ବଡ଼ ରାଣୀ କୁନ୍ତୀଙ୍କୁ ଏହା କହିଥିଲେ । ତା’ପରେ କୁନ୍ତୀ କହିଛନ୍ତି ଯେ ଦୁର୍ବାସା ଋଷିଙ୍କ ବର ଯୋଗୁଁ ସେ ଯେ କୌଣସି ଦେବତାଙ୍କୁ ଆବାହନ କଲେ ତାଙ୍କଠାରୁ ସନ୍ତାନ ପାଇପାରିବେ । ତା’ପରେ ପାଣ୍ଡୁଙ୍କ ଆଦେଶରେ କୁନ୍ତୀ ଗୋଟିଏ ପରେ ଗୋଟିଏ ଅନେକ ଦେବତାଙ୍କୁ ଡାକିଲେ । ଏହିପରି ମାଦ୍ରୀ ମଧ୍ୟ ଦେବତାମାନଙ୍କୁ ଡାକିଲେ । ତା’ପରେ କୁନ୍ତୀ ତିନି ଏବଂ ମାଦ୍ରି ଦୁଇ ପୁଅ ଲାଭ କଲେ, ଯେଉଁମାନଙ୍କ ମଧ୍ୟରୁ ଯୁଧିଷ୍ଠିର ଜ୍ୟେଷ୍ଠ ଥିଲେ । କୁନ୍ତୀଙ୍କ ଅନ୍ୟ ପୁଅମାନେ ହେଲେ ଭୀମ ଏବଂ ଅର୍ଜୁନ ଏବଂ ମାଦ୍ରିଙ୍କ ପୁଅମାନେ ହେଲେ ନକୁଳ ଏବଂ ସହଦେବ ।

ମୃତ୍ୟୁ[ସମ୍ପାଦନା]

ଦିନେ ବର୍ଷା ଋତୁ ଥିଲା ଏବଂ ପାଣ୍ଡୁ ଏବଂ ମାଦ୍ରି ଜଙ୍ଗଲରେ ଥିଲେ । ସେହି ସମୟରେ ପାଣ୍ଡୁ ତାଙ୍କର କାମନାର ଆବେଗକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ମାଦ୍ରିଙ୍କ ସହ ସମ୍ଭୋଗ କଲେ । ଫଳ ସ୍ୱରୂପ, ଋଷି କିନ୍ଦମଙ୍କ ଅଭିଶାପ ଯୋଗୁଁ ମହାରାଜ ପାଣ୍ଡୁଙ୍କ ମୃତ୍ୟୁ ଘଟିଥିଲା । ପତିଙ୍କ ଦୁଃଖରେ ମ୍ରିୟମାଣ ମାଦ୍ରି ନିଜର ସନ୍ତାନ ମାନଙ୍କ ଭାର କୁନ୍ତୀଙ୍କ ହାତରେ ସମର୍ପି ଦେଇ ଅଗ୍ନିରେ ଦେହତ୍ୟାଗ କରିଥିଲେ ।[୩]

ଆଧାର[ସମ୍ପାଦନା]

  1. "The Mahabharata, Book 1: Adi Parva: Sambhava Parva: Section CII". www.sacred-texts.com. Retrieved 31 December 2020.
  2. Ramankutty, P.V. (1999). Curse as a motif in the Mahābhārata (1. ed.). Delhi: Nag Publishers. ISBN 9788170814320.
  3. Fang, Liaw Yock (2013). A History of Classical Malay Literature (in ଇଂରାଜୀ). Institute of Southeast Asian. ISBN 978-981-4459-88-4.