ଧୃତରାଷ୍ଟ୍ର (ମହାଭାରତ)

ଉଇକିପିଡ଼ିଆ ରୁ
Jump to navigation Jump to search

ହିନ୍ଦୁ ମହାକାବ୍ୟ ମହାଭାରତରେ, ଧୃତରାଷ୍ଟ୍ର (ସଂସ୍କୃତ: धृतराष्ट्र) ହସ୍ତିନାପୁରର ମହାରାଜା ବିଚିତ୍ରବୀର୍ଯ୍ୟଙ୍କ ପ୍ରଥମ ପତ୍ନୀ ଅମ୍ବିକାଙ୍କ ପୁତ୍ର ଥିଲେ । ଜନ୍ମରୁ ଅନ୍ଧ ଥିବା ଧୃତରାଷ୍ଟ୍ର, ଋଷି ବେଦବ୍ୟାସଙ୍କ ଆଶୀର୍ବାଦରୁ ହିଁ ଅମ୍ବିକାଙ୍କ ସନ୍ତାନ ଭାବରେ ଜନ୍ମଗ୍ରହଣ କରିଥିଲେ ।

ଜନ୍ମ ଓ ପୌରାଣିକ କଥାବସ୍ତୁ[ସମ୍ପାଦନା]

ବିଚିତ୍ରବୀର୍ଯ୍ୟଙ୍କ ଅକାଳ ମୃତ୍ୟୁ କାରଣରୁ ଦୁଇରାଣୀ ଅମ୍ବିକାଅମ୍ବାଳିକା ନିଃସନ୍ତାନ ରହିଗଲେ । ଭୀଷ୍ମ ପ୍ରଥମରୁ ବ୍ରହ୍ମଚର୍ଯ୍ୟ ବ୍ରତର ଶପଥ ନେଇଥିଲେ ଏବଂ ଏବେ ଦୁଇ ପୁତ୍ର ଚିତ୍ରାଙ୍ଗଦ ତଥା ବିଚିତ୍ରବୀର୍ଯ୍ୟଙ୍କ ଅକାଳ ମୃତ୍ୟୁ କାରଣରୁ କୁରୁବଂଶର ଏକ ତ୍ତରାଧୀକାରିର ଆବଶ୍ୟକତା ଥିଲା । ବିଚିତ୍ରବୀର୍ଯ୍ୟଙ୍କ ମୃତ୍ୟୁପରେ, ମା ସତ୍ୟବତୀ ତାଙ୍କର ପ୍ରଥମ ପୁତ୍ର ବେଦବ୍ୟାସଙ୍କୁ ଡକାଇ ପଠାଇଲେ । ଏହି ସମୟରେ ସତ୍ୟବତୀ ନିଜର ସବୁଠାରୁ ବଡ଼ପୁଅ ବେଦବ୍ୟାସଙ୍କୁ ମନେ ପକେଇଲେ ଏବଂ ଅମ୍ବିକା ଓ ଅମ୍ବାଳିକାଙ୍କର ଗର୍ଭାଧାନ କରାଇଥିଲେ । ଯେତେବେଳେ ବେଦବ୍ୟାସ ଅମ୍ବିକାଙ୍କ ସହ ପୁତ୍ରାର୍ଥେ ନିୟୋଗ ପ୍ରକ୍ରିୟା ପାଳନ କରୁଥିଲେ, ସେ ଲଜ୍ଜା ହେତୁ ଆଖି ବନ୍ଦ କରିଦେଲେ । ଏହି କାରଣରୁ ତାଙ୍କ ପୁଅ ଅନ୍ଧ ହୋଇ ଜନ୍ମ ହୋଇଥିଲେ ।[୧] ସେହି ଅନ୍ଧ ପୁତ୍ର ହିଁ ପରବର୍ତ୍ତୀ ସମୟରେ ଧୃତରାଷ୍ଟ୍ର ନାମରେ ନାମିତ ହେଲେ । ତାଙ୍କ ପତ୍ନୀଙ୍କ ନାମ ଗାନ୍ଧାରୀ ଥିଲା । ଯେତେବେଳେ ଗାନ୍ଧାରୀ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ଅନ୍ଧ ହୋଇ ଜନ୍ମ ହୋଇଛନ୍ତି, ସେତେବେଳେ ସେ ନିଜ ସ୍ୱାମୀଙ୍କ ଦ୍ଃଖରେ ସମଦୁଃଖୀ ହୋଇ ନିଜ ଆଖିରେ ଅନ୍ଧ ପୁଟୁଳୀ ବାନ୍ଧିଦେବାକୁ ସ୍ଥିର କଲେ । ଗାନ୍ଧାରୀଙ୍କର ଏଭଳି କାର୍ଯ୍ୟକୁ ଏକ ଉତ୍ସର୍ଗୀକୃତ ସ୍ତ୍ରୀର ପ୍ରେମର ସଙ୍କେତ ଭାବେ ମଧ୍ୟ ଚିତ୍ରଣ କରାଯାଇଛି ।[୨] ହସ୍ତିନାପୁରର ଏହି ଅନ୍ଧ ମହାରାଜ ଶହେ ପୁଅ ଏବଂ ଗୋଟିଏ ଝିଅର ପିତା ଥିଲେ । ଏହି ଶହେ ପୁତ୍ର କୌରବ ଭାବରେ ପରିଚିତ । ଦୁର୍ଯ୍ୟୋଧନ ଏବଂ ଦୁଃଶାସନ ଯଥାକ୍ରମେ ପ୍ରଥମ ଦୁଇ ପୁଅ ଥିଲେ । ଧୃତରାଷ୍ଟ୍ରଙ୍କର ଏକ ଉପପତ୍ନୀ ଥିଲେ ଏବଂ ଏହି ଉପପତ୍ନୀଙ୍କଠାରୁ ଯୁଯୁତ୍ସୁ ନାମରେ ଏକ ଅବୈଧ ପୁତ୍ର ଥିଲା । ଧୃତରାଷ୍ଟ୍ର ଜଣେ ଉଚ୍ଚାଭିଳାଷୀ ରାଜା ଯିଏ ସବୁବେଳେ ତାଙ୍କ ପୁତୁରାଙ୍କ ପ୍ରତି ଅନ୍ୟାୟ କରୁଥିଲେ ।

ଧୃତରାଷ୍ଟ୍ର, ତାଙ୍କ ସାନଭାଇ ପାଣ୍ଡୁଙ୍କ ସହ ଭୀଷ୍ମ ଏବଂ କୃପାଚାର୍ଯ୍ୟଙ୍କଦ୍ୱାରା ଯୁଦ୍ଧ ବିଦ୍ୟାରେ ତାଲିମ ପ୍ରାପ୍ତ ହୋଇଥିଲେ । ଦୃଷ୍ଟିଶକ୍ତି ରହିତ ହୋଇ ସେ ସିନା ଅସ୍ତ୍ରଶସ୍ତ୍ର ଚଳାଇବାରେ ଅସମର୍ଥ ଥିଲେ, କିନ୍ତୁ ବ୍ୟାସଦେବଙ୍କ ଠାରୁ ବରପ୍ରାପ୍ତ ହୋଇ ସେ ଏକ ହଜାର ହାତୀଙ୍କର ଶକ୍ତି ଲାଭ କରିଥିଲେ । ସେ ଏତେ ଶକ୍ତିଶାଳୀ ଥିଲେ ଯେ ଖାଲି ହାତରେ ଶକ୍ତଲୁହା ଚୂର୍ଣ୍ଣ କରିପାରିବା ଭଳି ଶକ୍ତି ତାଙ୍କର ଥିଲା ।[୩]

ହସ୍ତିନାପୁର ପାଇଁ ଯେତେବେଳେ ଜଣେ ଉତ୍ତରାଧିକାରୀ ମନୋନୀତ କରିବାର ସମୟ ଆସିଲା, ସେତେବେଳେ ବିଦୁର ପରାମର୍ଶ ଦେଇଥିଲେ ଯେ ଧୃତରାଷ୍ଟ୍ର ଅନ୍ଧ ହୋଇଥିବାରୁ ଅନ୍ୟ ଭାଇ ପାଣ୍ଡୁ ହିଁ ରାଜସିଂହାସନ ଅଳଂକୃତ କରିବା ପାଇଁ ଅଧିକ ଉପଯୁକ୍ତ । ଧୃତରାଷ୍ଟ୍ରଙ୍କ ପକ୍ଷେ ଏଭଳି କଟୁସତ୍ୟ ମାନିନେବା କଷ୍ଟକର ହେଲେ ହେଁ ସେ ପରିସ୍ଥିତିର ତାଡନାରେ ଭାବରେ ରାଜମୁକୁଟ ତ୍ୟାଗ କରିବାକୁ ସ୍ୱୀକାର କରିଥିଲେ ।

ଶେଷ ଜୀବନ ଓ ମୃତ୍ୟୁ[ସମ୍ପାଦନା]

ମହାଭାରତ ଯୁଦ୍ଧ ପରେ ଦୁଃଖରେ ପୀଡିତ ଅନ୍ଧ ରାଜା ଧୃତରାଷ୍ଟ୍ର, ତାଙ୍କ ପତ୍ନୀ ଗାନ୍ଧାରୀ, ବୋହୂ କୁନ୍ତୀ ଏବଂ ଭାଇ ବିଦୁର ବାନପ୍ରସ୍ଥ ଜୀବନ ବିତାଇବାକୁ ହସ୍ତିନାପୁର ଛାଡି ବନକୁ ଚାଲିଗଲେ । ବିଶ୍ୱାସ କରାଯାଏ ଯେ ବିଦୁରଙ୍କ ବ୍ୟତୀତ ସମସ୍ତେ ଜଙ୍ଗଲରେ ନିଆଁରେ ପୋଡି ହୋଇ ମୋକ୍ଷପ୍ରାପ୍ତି ହେଲେ ।[୪]

ଆଧାର[ସମ୍ପାଦନା]

  1. "Hinduism: An Alphabetical Guide", by Roshen Dalal, p. 230, publisher = Penguin Books India
  2. "The Real Reason Gandhari Chose To Be Blindfolded". Isha Sadhguru (in ଇଂରାଜୀ). 29 February 2020. Retrieved 31 December 2020.
  3. Ganguli, Kisari Mohan. The Mahabharata of Krishna-Dwaipayana Vyasa Translated into English Prose by Kisari Mohan Ganguli. N.p.: n.p., n.d. Web.
  4. "Mahabharatha Tatparya Nirnaya" (PDF). www.mahabharata-resources.org. Retrieved 31 December 2020.