ପାଟଳୀ
ଦେଖଣା
| Bignonia suaveolens | |
|---|---|
| Scientific classification | |
| Kingdom: | |
| (unranked): | |
| (unranked): | |
| (unranked): | |
| Order: | |
| Family: | |
| Tribe: | |
| Genus: | Bignonia
|
| Species: | B. suaveolens
|
| Binomial name | |
| Bignonia suaveolens | |
ପାଟଳୀ ଏକ ଦ୍ରୁମଜାତୀୟ ଉଦ୍ଭିଦ। ପତ୍ରଗୁଡ଼ିକ କୋରେଇ ପତ୍ର ପରି ହେଲେ ବି ଆକାରରେ ଓସାରିଆ। ଫୁଲଗୁଡ଼ିକ ପେନ୍ଥାଳିଆ ଓ ରକ୍ତଗୋଲାପ ବର୍ଣର ହୋଇଥାଏ। ଭାରତର ବିଭିନ୍ନ ସ୍ଥାନରେ ଏହି ଗଛ ଦେଖିବାକୁ ମିଳେ।
ବିବିଧ ଭାରତୀୟ ପ୍ରାଦେଶିକ ନାମ
[ସମ୍ପାଦନା]| ପ୍ରାଦେଶିକ ଭାଷା | ନାମ |
|---|---|
| ଓଡ଼ିଆ | ପାଟଳୀ |
| ସଂସ୍କୃତ | ବସନ୍ତଦୂତୀ, ପାଟଳା, ପାଟଳୀ, ଅମ୍ବୁବାସିନୀ, ତୋୟପୁଷ୍ପୀ, ସ୍ଥିରଗନ୍ଧା, ସ୍ଥାଳୀ, କାଷ୍ଠସ୍ଥାଳୀ, ଅମୋଘା, କୃଷ୍ଣବୃନ୍ତା, କୁମ୍ଭିକା, ପରେରୁହା |
| ହିନ୍ଦୀ | ପାଟଲ୍, ପଦ ଓ ପଡରୀ |
| ତେଲୁଗୁ | କଲଗେଟ୍ଟୁ ଚେଟ୍ଟୁ |
| ବଙ୍ଗଳା | ପାରୁଲ୍ ଗାଛ |
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]ତିକ୍ତ ମିଶ୍ରିତ କଟୁ ଓ କଷାୟରସ, ରକ୍ତଶୋଧକ ଓ ଦୀପକ
ବ୍ୟବହାର
[ସମ୍ପାଦନା]ଏହାର ସର୍ବାଙ୍ଗ ଔଷଧ ରୂପେ ବ୍ୟବହାର କରାଯାଏ। ଜ୍ୱର, କଫ, ବାନ୍ତି, ହିକ୍କା, ଶୋଥ, କୃମି, ଅରୁଚି, ତୃଷ୍ଣା, ରକ୍ତବିକୃତି ଓ ବ୍ରଣାଦି କ୍ଷତ ଆଦିର ଚିକିତ୍ସାରେ ଏହା କାମରେ ଲାଗିଥାଏ। ପତ୍ର ଜ୍ୱର ହିକ୍କା ଓ କାସ ନାଶକ, ମୂଳ ଓ ଛେଲି ରକ୍ତଶୋଧକ। ଏହାକୁ ଶୁଣ୍ଠୀଚୂର୍ଣ୍ଣ ସହିତ ମଧ୍ୟ ବ୍ୟବହାର କରାଯାଇଥାଏ।
ବାହାର ଆଧାର
[ସମ୍ପାଦନା]- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ