ପାକ୍ରିଟିନିବ
Clinical data | |
---|---|
Trade names | Vonjo, Enpaxiq |
Synonyms | SB1518 |
AHFS/Drugs.com | monograph |
data |
|
Routes of administration | By mouth |
Legal status | |
Legal status | |
Identifiers | |
| |
Chemical and physical data | |
Formula | C28H32N4O3 |
Molar mass | ୪୭୨.୫୯ g·mol−1 |
3D model (JSmol) | |
| |
|
ପାକ୍ରିଟିନିବ (ଇଂରାଜୀ ଭାଷାରେ Pacritinib), ଭଞ୍ଜୋ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମାୟେଲୋଫାଇବ୍ରୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ୫୦×୧୦୯ / Lରୁ କମ ପ୍ଲାଟେଲେଟ ଥିବା ଲୋକଙ୍କର ପ୍ଲୀହା ଆକାର କମିଯାଇଥିଲେ ଏହା ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ। [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ରକ୍ତରେ କମ୍ ପ୍ଲାଟେଲେଟ୍, ଅଇ, କମ୍ ହେମୋଗ୍ଲୋବିନ୍ ଏବଂ ଗୋଡ଼ ଫୁଲା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ଦୀର୍ଘସ୍ଥାୟୀ କ୍ୟୁଟି (QT), ଗଭୀର ଶିରା ଥ୍ରୋମ୍ବୋସିସ୍, କର୍କଟ ଏବଂ ସଂକ୍ରମଣ ହୋଇପାରେ ।[୧] ଗୁରୁତ୍ୱପୂର୍ଣ୍ଣ ଯକୃତ କିମ୍ବା ବୃକ୍କ ସମସ୍ୟା ଥିବା ଲୋକଙ୍କର ବ୍ୟବହାର ପାଇଁ ସୁପାରିଶ କରାଯାଏ ନାହିଁ। [୧] ଏହା ଏକ କାଇନେଜ ଇନହିବିଟର ଯାହା ଜାନସ କାଇନେଜ ୨(JAK2) ଏବଂ ଏଫଏମଏସ ଭଳି ଟାଇରୋସିନ କାଇନେଜ ୩/ସିଡି ୧୩୫ର (FLT3) କାର୍ଯ୍ୟକୁ ଅବରୋଧ କରିଥାଏ ।[୩]
୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ପାକ୍ରିଟିନିବକୁ ଅନୁମୋଦନ କରାଯାଇଥିଲା ।[୧] ୟୁରୋପରେ ଏହାର ଖରାପ ଫଳାଫଳକୁ ଚିନ୍ତା କରି ଅନୁମୋଦନ ପାଇଁ ଆବେଦନକୁ ୨୦୧୭ରେ ପ୍ରତ୍ୟାହାର କରି ନିଆଯାଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏକ ମାସର ଔଷଧ ମୂଲ୍ୟ ପ୍ରାୟ ୨୩,୦୦୦ ଡଲାର ଥିଲା ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Vonjo- pacritinib capsule". DailyMed. 7 March 2022. Archived from the original on 24 March 2022. Retrieved 24 March 2022.
- ↑ "FDA approves drug for adults with rare form of bone marrow disorder". U.S. Food and Drug Administration. 1 March 2022. Archived from the original on 3 March 2022. Retrieved 3 March 2022. This article incorporates text from this source, which is in the public domain.
- ↑ ୩.୦ ୩.୧ "Enpaxiq: Withdrawal of the marketing authorisation application". Archived from the original on 4 August 2020. Retrieved 11 December 2022.
- ↑ "Vonjo Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 11 December 2022.