ପାଇରିଡକ୍ସିନ/ଡକ୍ସିଲାମାଇନ

ଉଇକିପିଡ଼ିଆ‌ରୁ
ପାଇରିଡକ୍ସିନ/ଡକ୍ସିଲାମାଇନ
Combination of
PyridoxineVitamin
DoxylamineAntihistamine
Clinical data
Trade namesDiclectin, Diclegis, Bendectin, others
Pregnancy
category
Routes of
administration
By mouth[୨]
Legal status
Legal status
  • CA: Approved
  • US: Approved
  • Prescription only; approved drug in Israel
  (verify)

ପାଇରିଡକ୍ସିନ/ଡକ୍ସିଲାମାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡିକ୍ଲେକ୍ଟିନ, ହେଉଛି ପାଇରିଡକ୍ସିନ (ଭିଟାମିନ୍ ବି<sub id="mwDQ">6</sub> ) ଏବଂ ଡକ୍ସିଲାମାଇନର ଏକ ମିଶ୍ରଣ ।[୨] ଏହା ଗର୍ଭଧାରଣର ବାନ୍ତି ଏବଂ ଅଇ ପାଇଁ ବ୍ୟବହୃତ ହୁଏ (ସକାଳର ରୋଗ); ଯଦିଓ ଉପକାର ଅଳ୍ପ ମିଳେ ।[୩] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ମୁଣ୍ଡ ହାଲୁକା, ନିଦ୍ରାଳୁ ଏବଂ ଶୁଖିଲା ପାଟି ହୋଇପାରେ ।[୩] ୧୯୮୩ରେ ଏହା ଯୋଗୁ ଜନ୍ମଗତ ତ୍ରୁଟି ବିଷୟରେ ଚିନ୍ତା ବଢ଼ିଥିବାବେଳେ ଏହି ଚିନ୍ତାଧାରା ଭିତ୍ତିହୀନ ଜଣାଗଲା ।[୩] ଗର୍ଭାବସ୍ଥାରେ ବ୍ୟବହାର ଗ୍ରହଣୀୟ ବୋଲି ବିବେଚନା କରାଯାଏ | [୧] ମିଶ୍ରଣ କିପରି କାର୍ଯ୍ୟ କରେ ତାହା ଅସ୍ପଷ୍ଟ ଅଛି ।[୪] ଡକ୍ସିଲାମାଇନ ହେଉଛି ପ୍ରଥମ ପିଢ଼ିର ଏକ ଆଣ୍ଟିହାଇଷ୍ଟାମିନ ।[୨]

୧୯୭୬ ମସିହାରେ ଏହି ମିଶ୍ରଣ ଔଷଧ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[୩] ୧୯୫୮ ପରଠାରୁ ଯୁକ୍ତରାଜ୍ୟରେ ଅନ୍ୟ ଏକ ଔଷଧ ଡାଇସାଇକ୍ଲୋମିନ ଏହା ସ‌ହିତ ବ୍ୟବହୃତ ହେଉଥିଲା ।[୩] ୨୦୧୯ ସୁଦ୍ଧା ସ୍କଟଲ୍ୟାଣ୍ଡ୍ ମେଡିସିନ୍ କନ୍ସୋର୍ଟିୟମ୍ ଏହାକୁ ଦାମ ଅନୁସାରେ ପ୍ରଭାବଶାଳୀ ନୁହେଁ ବୋଲି ବିବେଚନା କରିଥିଲେ । [୨] ଯୁକ୍ତରାଜ୍ୟରେ ଦୈନିକ ୪ ବଟିକା ଏକ ମାସ ଧରି ବ୍ୟବ‌ହାର କଲେ ୧୬୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲୁ ୧୯୦ ଡଲାର ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Doxylamine / pyridoxine Pregnancy and Breastfeeding Warnings". Archived from the original on 30 November 2020. Retrieved 15 April 2021.
  2. ୨.୦ ୨.୧ ୨.୨ ୨.୩ ୨.୪ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 450. ISBN 978-0-85711-369-6.{{cite book}}: CS1 maint: date format (link)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Doxylamine/pyridoxine for nausea and vomiting in pregnancy". Drug and therapeutics bulletin. 57 (3): 38–41. March 2019. doi:10.1136/dtb.2018.000053. PMID 30705026.
  4. "Doxylamine and Pyridoxine - FDA prescribing information, side effects and uses". Drugs.com (in ଇଂରାଜୀ). Archived from the original on 29 August 2021. Retrieved 15 April 2021.
  5. "Doxylamine / Pyridoxine Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Retrieved 15 April 2021.