ପାଇରାଣ୍ଟେଲ

ଉଇକିପିଡ଼ିଆ‌ରୁ
ପାଇରାଣ୍ଟେଲ
Clinical data
Trade namesPin-X, Combantrin, others[୧]
Pregnancy
category
  • US: C (Risk not ruled out)
ATC code
Identifiers
  • 1-Methyl-2-[(E)-2-(2-thienyl)vinyl]-5,6-dihydro-4H-pyrimidine
CAS Number
PubChem CID
ChemSpider
UNII
KEGG
ChEBI
ChEMBL
ECHA InfoCard100.036.143 Edit this at Wikidata
Chemical and physical data
FormulaC11H14N2S
Molar mass206.31 g/mol
3D model (JSmol)
  • CN1CCCN=C1/C=C/c2cccs2
  • InChI=1S/C11H14N2S/c1-13-8-3-7-12-11(13)6-5-10-4-2-9-14-10/h2,4-6,9H,3,7-8H2,1H3/b6-5+
  • Key:YSAUAVHXTIETRK-AATRIKPKSA-N

ପାଇରାଣ୍ଟେଲ (ଇଂରାଜୀ ଭାଷାରେ Pyrantel) ଏକ ଔଷଧ ଯାହା ଅନେକ ପ୍ରକାରରର ପରଜୀବୀ ସଂକ୍ରମଣର (parasitic worm infection) ଚିକିତ୍ସାରେ ଦିଆଯାଏ । ଏହି ପରଜୀବୀମାନଙ୍କ ମଧ୍ୟରେ ଗୋଲ କୃମି, ଅଙ୍କୁଶକୃମି, ଏଣ୍ଟେରୋବାଏସିସ (enterobiasis) ବା (pinworm infection), ଟ୍ରାଇକୋସ୍ଟ୍ରୋଙ୍ଗିଲିଆସିସ (trichostrongyliasis), ଓ ଟ୍ରିଚିନେଲୋସିସ (trichinellosis) ଇତ୍ୟାଦିଙ୍କ ନାମ ଉଲ୍ଲେଖନୀୟ ।. ଏହି ଔଷଧ ପାଟିରେ ଦିଆଯାଏ । [୨]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡବଥା, ମୁଣ୍ଡବୁଲା, ନିଦ୍ରା ସମସ୍ୟା ଓ ରାସ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଯକୃତ ରୋଗ ଥିଲେ ଅଳ୍ପ ମାତ୍ରା ଦିଆଯାଏ ।[୨] ଗର୍ଭାବସ୍ଥାରେ ଏହାଦ୍ୱାରା କ୍ଷତିର ପ୍ରମାଣ ନ ମିଳିଥିଲେ ମଧ୍ୟ ଏହାର ଉପ‌ଯୁକ୍ତ ଅନୁଶୀଳନ ହୋଇନାହିଁ ।[୩] ସେହିଭଳି ସ୍ତନ୍ୟପାନରେ କୌଣସି ସମ୍ଭାବ୍ୟ ହାନୀ ନିମନ୍ତେ ଅନୁଶୀଳନ ହୋଇନାହିଁ ।[୨] ଏହା ଆଣ୍ଟିହେଲମିଣ୍ଟିକ (antihelmintic) ପରିବାରର ଏକ ଔଷଧ । ଏହାଦ୍ୱାରା ପରଜୀବୀଙ୍କର ପାରାଲିସିସ ହୋଇଯାଏ ।[୪]

ପାଇରାଣ୍ଟେଲ ବିଷୟ ପ୍ରଥମେ ସନ ୧୯୬୫ରେ ବର୍ଣ୍ଣନା କରାଯାଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ (generic medication) ନାମରେ ଉପଲବ୍‌ଧ ହୁଏ ।[୪] ଏହାର ଏକ କୋର୍ଷର ମୂଲ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ୨୫ ଆମେରିକୀୟ ଡଲାରରୁ କମ୍ ।[୧] କେତେକ ପଶୁଙ୍କର ରୋଗ ଚିକିତ୍ସା ନିମନ୍ତେ ମଧ୍ୟ ଏହା ଦିଆଯାଏ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 54. ISBN 9781284057560.
  2. ୨.୦ ୨.୧ ୨.୨ WHO Model Formulary 2008 (PDF). World Health Organization. 2009. pp. 89, 608. ISBN 9789241547659. Retrieved 8 December 2016.
  3. "Pyrantel Use During Pregnancy | Drugs.com". www.drugs.com. Retrieved 8 December 2016.
  4. ୪.୦ ୪.୧ "Pyrantel Pamoate". The American Society of Health-System Pharmacists. Retrieved 8 December 2016.
  5. ୫.୦ ୫.୧ Maddison, Jill E.; Page, Stephen W.; (BVSc.), David Church (2008). Small Animal Clinical Pharmacology (in ଇଂରାଜୀ). Elsevier Health Sciences. p. 209. ISBN 0702028584.
  6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.