ପାଇରାଣ୍ଟେଲ
| Clinical data | |
|---|---|
| Trade names | Pin-X, Combantrin, others[୧] |
| Pregnancy category |
|
| ATC code | |
| Identifiers | |
| |
| CAS Number | |
| PubChem CID | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.036.143 |
| Chemical and physical data | |
| Formula | C11H14N2S |
| Molar mass | 206.31 g/mol |
| 3D model (JSmol) | |
| |
| |
ପାଇରାଣ୍ଟେଲ (ଇଂରାଜୀ ଭାଷାରେ Pyrantel) ଏକ ଔଷଧ ଯାହା ଅନେକ ପ୍ରକାରରର ପରଜୀବୀ ସଂକ୍ରମଣର (parasitic worm infection) ଚିକିତ୍ସାରେ ଦିଆଯାଏ । ଏହି ପରଜୀବୀମାନଙ୍କ ମଧ୍ୟରେ ଗୋଲ କୃମି, ଅଙ୍କୁଶକୃମି, ଏଣ୍ଟେରୋବାଏସିସ (enterobiasis) ବା (pinworm infection), ଟ୍ରାଇକୋସ୍ଟ୍ରୋଙ୍ଗିଲିଆସିସ (trichostrongyliasis), ଓ ଟ୍ରିଚିନେଲୋସିସ (trichinellosis) ଇତ୍ୟାଦିଙ୍କ ନାମ ଉଲ୍ଲେଖନୀୟ ।. ଏହି ଔଷଧ ପାଟିରେ ଦିଆଯାଏ । [୨]
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡବଥା, ମୁଣ୍ଡବୁଲା, ନିଦ୍ରା ସମସ୍ୟା ଓ ରାସ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଯକୃତ ରୋଗ ଥିଲେ ଅଳ୍ପ ମାତ୍ରା ଦିଆଯାଏ ।[୨] ଗର୍ଭାବସ୍ଥାରେ ଏହାଦ୍ୱାରା କ୍ଷତିର ପ୍ରମାଣ ନ ମିଳିଥିଲେ ମଧ୍ୟ ଏହାର ଉପଯୁକ୍ତ ଅନୁଶୀଳନ ହୋଇନାହିଁ ।[୩] ସେହିଭଳି ସ୍ତନ୍ୟପାନରେ କୌଣସି ସମ୍ଭାବ୍ୟ ହାନୀ ନିମନ୍ତେ ଅନୁଶୀଳନ ହୋଇନାହିଁ ।[୨] ଏହା ଆଣ୍ଟିହେଲମିଣ୍ଟିକ (antihelmintic) ପରିବାରର ଏକ ଔଷଧ । ଏହାଦ୍ୱାରା ପରଜୀବୀଙ୍କର ପାରାଲିସିସ ହୋଇଯାଏ ।[୪]
ପାଇରାଣ୍ଟେଲ ବିଷୟ ପ୍ରଥମେ ସନ ୧୯୬୫ରେ ବର୍ଣ୍ଣନା କରାଯାଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ (generic medication) ନାମରେ ଉପଲବ୍ଧ ହୁଏ ।[୪] ଏହାର ଏକ କୋର୍ଷର ମୂଲ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ୨୫ ଆମେରିକୀୟ ଡଲାରରୁ କମ୍ ।[୧] କେତେକ ପଶୁଙ୍କର ରୋଗ ଚିକିତ୍ସା ନିମନ୍ତେ ମଧ୍ୟ ଏହା ଦିଆଯାଏ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 54. ISBN 9781284057560.
- ↑ ୨.୦ ୨.୧ ୨.୨ WHO Model Formulary 2008 (PDF). World Health Organization. 2009. pp. 89, 608. ISBN 9789241547659. Retrieved 8 December 2016.
- ↑ "Pyrantel Use During Pregnancy | Drugs.com". www.drugs.com. Retrieved 8 December 2016.
- ↑ ୪.୦ ୪.୧ "Pyrantel Pamoate". The American Society of Health-System Pharmacists. Retrieved 8 December 2016.
- ↑ ୫.୦ ୫.୧ Maddison, Jill E.; Page, Stephen W.; (BVSc.), David Church (2008). Small Animal Clinical Pharmacology (in ଇଂରାଜୀ). Elsevier Health Sciences. p. 209. ISBN 0702028584.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.