ପସାରୁଣୀ

ଉଇକିପିଡ଼ିଆ‌ରୁ

ପସାରୁଣୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Gentianales
କୁଳ: Rubiaceae
ପ୍ରଜାତି: Paederia
ଜାତି: P. foetida
ବାଇନୋମିଆଲ ନାମ
Paederia foetida
Synonyms
List source : [୨]

ଏହା ଏକ ଲତାଜାତୀୟ ଉଦ୍ଭିଦ। ଦୁର୍ଗନ୍ଧଯୁକ୍ତ କିନ୍ତୁ ଅତି ଉପକାରୀ ଲତାଟିଏ। ପତ୍ରଗୁଡ଼ିକ ଧଳାଙ୍କୁ ପତ୍ରର ଅନୁରୂପ। ପତ୍ରର ଶିରାରେ ଅଳ୍ପ ରକ୍ତବର୍ଣ୍ଣର ତେଜ ଦେଖାଯାଏ। କେଉଁ କେଉଁ ଜାଗାରେ ଏହାର ପତ୍ର ପାଣ୍ଡୁରିଆ ଦିଶିଥାଏ।

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ପସାରୁଣୀ
ସଂସ୍କୃତ ସରଣୀ, ସାରଣୀ, ପ୍ରସୁରଣୀ, ଭଦ୍ରପର୍ଣ୍ଣା, ରାଜବଳା, ପ୍ରତାପିନୀ, କଟମ୍ବରା, ବଳା ଓ ଭଦ୍ରା
ହିନ୍ଦୀ ପସରନ, ଗାନ୍ଧଲୀ, ଗାନ୍ଧାଲିନ, ଗନ୍ଧପ୍ରସାରିନ
ତେଲୁଗୁ ସେବିରେଲ ଚେଟ୍ଟୁ, ଗୋନ୍ତେମଗୋରୁ ଚେଟ୍ଟୁ
ବଙ୍ଗଳା ଗନ୍ଧଭାଦୁଲିଆ, ଗନ୍ଧଭାଦୁଲେ

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

ଏହା କଷାୟ ମିଶ୍ରିତ, ତିକ୍ତରସ, ଉଷ୍ଣବୀର୍ଯ୍ୟ, ସାରକ, ଗୁରୁପାକ, ବଳକାରୀ, କ୍ଷୀରଶୋଧକ, ଭଗ୍ନ ସଂଯୋଜକ, ଶୁକ୍ରବର୍ଧକ, କଫ, ବାତ, ଅର୍ଶ, ଶୋଥ, ପିତ୍ତ, ରିକ୍ତଦୃଷ୍ଟି, ବାତରକ୍ତ, ଅମ୍ଳପିତ୍ତ, କଣ୍ଡୁ, କୁଷ୍ଠ ଓ ବେଦନା ନାଶକ ଅଟେ।

ବ୍ୟବହାର[ସମ୍ପାଦନା]

ଏହାର ସର୍ବାଙ୍ଗ, ବିଶେଷକରି ଏହାର ପତ୍ରକୁ ଔଷଧିରୂପେ ବ୍ୟବହାର କରାଯାଏ। ଏହାର ପତ୍ରକୁ ବାଟି ପିଆଇଦେଲେ ଗାଈ ଭଲ ଦୁଧ ଦିଏ ବୋଲି କୁହାଯାଏ। ଗ୍ରହଣୀ, ଅତିସାର ଓ ରକ୍ତାତିସାର ଆଦି ରୋଗରେ ଏହାର ପ୍ରୟୋଗ କରାଯାଏ। ଦେହର ଦୁର୍ବଳତା ବିନାଶ କରିବାପାଇଁ, ପିଲାଙ୍କ ପେଟରୁ କୃମି ଦୂର କରିବାପାଇଁ ତଥା ବୟସ୍କ ବ୍ୟକ୍ତିଙ୍କର ବାତ ଦୂର କରିବାପାଇଁ ଏହାର ପ୍ରୟୋଗ କରାଯାଇଥାଏ।

ଆଧାର[ସମ୍ପାଦନା]

  1.  This species was first described botanically and published in Mantissa Plantarum 1: 52. 1767. "Name - Paederia foetida L." Tropicos. Saint Louis, Missouri: Missouri Botanical Garden. Retrieved August 9, 2010.
  2. GRIN (October 17, 2001). "Paederia foetida information from NPGS/GRIN". Taxonomy for Plants. National Germplasm Resources Laboratory, Beltsville, Maryland: USDA, ARS, National Genetic Resources Program. Retrieved August 9, 2010.

ବାହାର ଆଧାର[ସମ୍ପାଦନା]

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ