ପର୍ଶୁରାମ ମନ୍ଦିର (ଚିପଲୁନ)

ଉଇକିପିଡ଼ିଆ‌ରୁ
ପର୍ଶୁରାମ ମନ୍ଦିର, ଚିପଲୁନ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରତ୍ନଗିରି ଜିଲ୍ଲା (Ratnagiri district)
ଦେବାଦେବୀParashurama
Location
ସ୍ଥାନଚିପଲୁନ (Chiplun)
Stateମହାରାଷ୍ଟ୍ର
CountryIndia

ପର୍ଶୁରାମ ମନ୍ଦିର, ଅନ୍ୟ ନାମ (ଶ୍ରୀ କ୍ଷେତ୍ର ପର୍ଶୁରାମ) ହିନ୍ଦୁମାନଙ୍କର ପ୍ରଭୁ ବିଷ୍ଣୁଙ୍କର ଷଷ୍ଠ ଅବତାର ପର୍ଶୁରାମଙ୍କର ମନ୍ଦିର ଯାହା ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାର ଚିପଲୁନରେ ଅବସ୍ଥିତ ।[୧][୨]

ପ୍ରଭୁ ପର୍ଶୁରାମ[ସମ୍ପାଦନା]

ପର୍ଶୁରାମ ଗୋଟିଏ ଅମର ଅବତାର । ସମସ୍ତ କ୍ଷତ୍ରିୟ ଅତ୍ୟାଚାରୀ ରାଜାଙ୍କୁ ସେ ଏକୋଇଶ ଥର ଯାଇ ବିନାଶ କରିଥିଲେ । ଧାର୍ମିକ ରାଜାମାନଙ୍କୁ ଯେପରିକି ଜନକ ଓ ଇକ୍ଷ୍ୱାକୁ ବଂଶର ରାଜାଙ୍କୁ ସେ ବିନାଶ କରିନଥିଲେ । ସେ ହତ୍ୟା କରିଥିବା ଶେଷ ରାଜା ଥିଲେ କାର୍ତ୍ତବୀର୍ଯ୍ୟ (Kartavirya Arjuna) ଅର୍ଜନ । ସେ ସମଗ୍ର ପୃଥିବୀ ମହର୍ଷି କାଶ୍ୟପଙ୍କୁ ଦାନ କରିଦେଇଥିବାରୁ ସେଠାରେ ବାସ କରିନଥିଲେ । ତେଣୁ ସେ ଆରବ ସାଗରକୁ ତୀର ମାରି ମୁମ୍ବାଇରୁ କେରଳ ପର୍ଯ୍ୟନ୍ତ ୭୨୦ କିଲୋମିଟର ସ୍ଥାନ ଜଳ ରିକ୍ତ କଲେ ଓ କୋଙ୍କଣ [[Konkan]] ସୃଷ୍ଟି କରି ଅଧିକାର କଲେ । ଉକ୍ତ ସ୍ଥାନରେ ଥବା ମହେନ୍ଦ୍ର ଗିରି ଶିଖରରେ ଏକ ସ୍ଥାନ ବାଛି ସେଠାରେ ବାସ କରିବାକୁ ଲାଗିଲେ । ସେହି ସ୍ଥାନରେ ମନ୍ଦିର ଅବସ୍ଥିତ । ଜନ ବିଶ୍ୱାସ ଅନୁସାରେ ପର୍ଶୁରାମ ପ୍ରାତଃ କାଳରେ ହିମାଳୟ ଯାଇ ସେଠାରେ ତପସ୍ୟା କରୁଥିଲେ ଓ ସନ୍ଧ୍ୟା ସୁଦ୍ଧା ମନ୍ଦିରକୁ ଫେରିଆସୁଥିଲେ ।

ମନ୍ଦିର ଇତିହାସ[ସମ୍ପାଦନା]

ସ୍ୱାମୀ ପରମହଂସ ବ୍ରହ୍ମେନ୍ଦ୍ରଙ୍କ ପ୍ରରୋଚନାରେ ମନ୍ଦିର ତିଆରି ଆରମ୍ବ କରାଯାଇଥିଲା । ସେ ଗୁରୁ ଥିବା ରାଜାଙ୍କର ନାମ ଯଞ୍ଜିରା ରାଜ୍ୟର ୟାକୁତଖାନ, କୋଲାବାର କାହ୍ନୋଜି ଅଙ୍ଗ୍ରେ, ପୁଣେର ଶାହାଜି, କୋହ୍ଳାପୁରର ତାରାରାଣୀ । ପେଶୱା ଓ ଅଙ୍ଗ୍ରେଙ୍କ କୋଟରେ ଅବସ୍ଥାନ କରୁଥିବାରୁ ତାଙ୍କୁ ପର୍ତ୍ତୁଗୀଜ ଓ ଇଂରାଜୀ ଲୋକମାନେ ପ୍ରଶଂସା କରୁଥିଲେ । ୧୭୦୦ ମସିହାରେ ୟାକୁଟ ଖାନ ମନ୍ଦିର ତିଆରି ପାଇଁ ଅର୍ଥ ଦାନ କରିଥିଲେ । ମନ୍ଦିରର ଦୈନନ୍ଦିନ ଖର୍ଚ୍ଚ ପାଇଁ ସ୍ୱାମୀଜୀଙ୍କୁ ପେଧୟେ ଓ ଆମ୍ବଦାସ ନାମକ ଦୁଇଟି ଗ୍ରାମ ଦାନ କରିଥିଲେ । ଛତ୍ରପତି ଶାହା ମହାରାଜ ତାଙ୍କୁ ପାର୍ଶ୍ୱବର୍ତ୍ତୀ ୫ଟି ଗ୍ରାମ ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲେ । ସେ ତିନୋଟି ମନ୍ଦିର, ଏକ ଦୀପ ମହଲ ଯେଉଁଠାରେ ଭଗବାନଙ୍କୁ ତୈଳ ଦୀପ ଦେଇ ପୂଜା କରାଯାଏ ଓ ଯାତ୍ରୀମାନେ ରହିବା ପାଇଁ ଏକ ବିଶ୍ରାମ ଗୃହ । କାହ୍ନୋଜି ଅଙ୍ଗ୍ରେ ଅନେକ ଗ୍ରାମ ମଧ୍ୟ ଦାନ କରିଥିଲେ । ସିଦ୍ଧି ଦେଇଥିବା ହାତୀକୁ ଅଙ୍ଗତ୍ରେଙ୍କୁ ଦାନ କରିଦେବା ଯୋଗୁ ସିଦ୍ଧି ୧୭୨୬ ମସିହାରେ ମନ୍ଦିରକୁ ଭାଙ୍ଗି ଦେଇଥିଲେ କିନ୍ତୁ ଏହି ଆକ୍ଷେପ ସତ୍ୟ ନଥିଲା । ଅଙ୍ଗ୍ରେଙ୍କ ଲୋକମାନେ ହାତୀକୁ ନେଇଯାଇଥିଲେ । ସ୍ୱାମୀ ଏକଥା ଜାଣି ସିଦ୍ଧିଙ୍କୁ ହାତୀ ଫେରେଇ ଦେଇଥିଲେ । ସିଦ୍ଧି ଏହି ଭୁଲ କଥା ହୃଦୟଙ୍ଗମ କରି ଭଙ୍ଗା ମନ୍ଦିରକୁ ପୁନର୍ନିମାଣ କରିଦେଇଥିଲେ ।

ପରିବହନ[ସମ୍ପାଦନା]

ଭାରତରେ ଥିବା ମହାରାଷ୍ଟ୍ର ପ୍ରଦେଶରେ ଥିବା ଚିପଲୁନ ତାଲୁକାରେ ପର୍ଶୁରାମ ଗ୍ରାମ ଅବସ୍ଥିତ । [୩]

ରାସ୍ତା[ସମ୍ପାଦନା]

ଜାତୀୟ ରାଜପଥ-୬୬ (ପୂର୍ବତନ ଏନ ଏଚ -୧୭) ଯୋଗେ ପର୍ଶୁରାମ ବିଭିନ୍ନ ସ୍ଥାନ ସହ ସଂଯୁକ୍ତ ହୋଇଛି ଯଥା ରତ୍ନଗିରି, ମଦଗାଁ, କରୱାର ଉଦୀପି । କୋୟନ ନଗର, ପତନ ଓ କରଦ ସହିତ ରାଜ୍ୟ ରାଜପଥ ଯୋଗେ ସଂଯୁକ୍ତ ହୋଇଛି । ଚିପଲୁନରୁ ମୁମ୍ବା ଦୂରତା ୨୪୭ କିମି ଓ ପୁଣେର ଦୂରତା ୨୩୦ କିମି । ରାଜ୍ୟ ପରିବହନ ବସ ଷ୍ଟାଣ୍ଡ ଚିପଲୁନ ପାଖରେ ଅବସ୍ଥିତ ।[୪] ମହାରାଷ୍ଟ୍ରର ଅନ୍ୟାନ୍ୟ ସ୍ଥାନମାନଙ୍କ ସହିତ ଚିପଲୁନ ସଂଯୁକ୍ତ ଅଛି ।

ରେଳପଥ[ସମ୍ପାଦନା]

କୋଙ୍କନ ରେଲୱେରେ ଚିପଲୁନ ରେଲୱେ ଷ୍ଟେସନ ଅଛି ଯାହା ମନ୍ଦିରର ନିକଟରେ ଅବସ୍ଥିତ । ଏହି ଷ୍ଟେସନ ଏକ ଷ୍ଟେସନ ଓ ପ୍ରାୟ ସମସ୍ତ ଟ୍ରେନ ଏଠାରେ ରହେ । ମନ୍ଦିରଠାରୁ ଷ୍ଟେସନ ୭ କିମି ଦୂର । ମୁମ୍ବାଇ, ଗୋଆ, ମାଙ୍ଗାଲୋର, କେରଳ ଓ ଦିଲ୍ଲୀ ସହିତ ଉତ୍ତମ ଯୋଗାଯୋଗ ଅଛି ।

ପର୍ବ ପାଳନ[ସମ୍ପାଦନା]

ମନ୍ଦିରରେ ମହାଶିବରାତ୍ରୀ, ରାମ ନବମୀ ଓ ଅକ୍ଷୟ ତୃତୀୟା ପାଳନ କରାଯାଏ ।

ପରିଚାଳନା[ସମ୍ପାଦନା]

ମନ୍ଦିରର ପରିଚାଳନା ଭାର ଶ୍ରୀ ଦେବ ଭାର୍ଗବରାମ ଦେବସ୍ଥାନ ଟ୍ରଷ୍ଟ ଉପରେ ନ୍ୟସ୍ତ ହୋଇଛି ।[୫][୬]


ଆଧାର[ସମ୍ପାଦନା]

  1. "2 ancient shrines found in Thane | Mumbai News - Times of India". The Times of India.
  2. "Parshuram Temple, Chiplun".
  3. "Trailing the Konkan Coast".
  4. "Welcome to MSRTC :: Maharashtra State Road Transport Corporation". Archived from the original on 21 ଅଗଷ୍ଟ 2015. Retrieved 1 ଅଗଷ୍ଟ 2015.
  5. "Welcome to Charity Commissioner Maharashtra". mahacharity.gov.in. Archived from the original on 2016-03-04.
  6. "About · Stop animal slaughter at BhargavRam Parshuram temple in Ratnagiri, Maharashtra · Causes". www.causes.com. Archived from the original on 2016-03-03.