ପର୍ଟୁଜୁମାବ/ଟ୍ରାଷ୍ଟୁଜୁମାବ/ହ୍ୟାଲୁରୋନାଇଡେଜ
Combination of | |
---|---|
Pertuzumab | HER2/neu receptor antagonist |
Trastuzumab | HER2/neu receptor antagonist |
Hyaluronidase | Endoglycosidase |
Clinical data | |
Trade names | Phesgo |
AHFS/Drugs.com | monograph |
data | |
Pregnancy category |
|
Routes of administration | Subcutaneous |
Legal status | |
Legal status |
ପର୍ଟୁଜୁମାବ/ଟ୍ରାଷ୍ଟୁଜୁମାବ/ହ୍ୟାଲୁରୋନାଇଡେଜ (ଇଂରାଜୀ ଭାଷାରେ Pertuzumab/trastuzumab/hyaluronidase), ଫେସଗୋ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ଏଚଇଆର୨ଯୁକ୍ତାତ୍ମକ ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏଥିରେ ପର୍ଟୁଜୁମାବ, ଟ୍ରାଷ୍ଟୁଜୁମାବ ଓ ହ୍ୟାଲୁରୋନାଇଡେଜ (ଭୋରହ୍ୟାଲୁରୋନାଇଡେଜ୍ ଆଲଫା) ଥାଏ ।[୨] [୩] ଏହା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କେଶ ଝଡ଼ିବା, ଅଇ, ତରଳ ଝାଡ଼ା, ସ୍ୱଳ୍ପ ଲୋହିତ ରକ୍ତ କଣିକା, ଦୁର୍ବଳତା ଏବଂ ଗଣ୍ଠି ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ସଂକ୍ରମଣ ଏବଂ ହୃଦ୍ପାତ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ପର୍ଟୁଜୁମାବ ଏବଂ ଟ୍ରାଷ୍ଟୁଜୁମାବ ହେଉଛି ଏକ ପ୍ରକାର ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଏଚଇଆର୨ ସହିତ ବନ୍ଧନ କରି କର୍କଟ ବୃଦ୍ଧି ସିଗନାଲକୁ ଅବରୋଧ କରିଦିଏ ।[୧] ହ୍ୟାଲୁରୋନାଇଡେଜ୍ ହେଉଛି ଏକ ଏନଜାଇମ ଯାହା ଅନ୍ୟ ଔଷଧର ଅବଶୋଷଣରେ ଉନ୍ନତି ଆଣେ ।[୩]
ଏହି ମିଶ୍ରଣକୁ ଆମେରିକା ଏବଂ ୟୁରୋପରେ ୨୦୨୦ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥଲା ।[୪] [୧] ଯୁକ୍ତରାଜ୍ୟରେ ପ୍ରଥମ ମାତ୍ରାର ମୂଲ୍ୟ ପ୍ରାୟ ୬୦୦୦ ପାଉଣ୍ଡ ଓ ପରବର୍ତ୍ତୀ ମାତ୍ରା ୨୦୨୧ ସୁଦ୍ଧା ୩୬୦୦ ପାଉଣ୍ଡ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ଯଥାକ୍ରମେ ୧୩,୩୦୦ ଡଲାର ଏବଂ ୮,୯୦୦ ଡଲାର ଅଟେ ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Phesgo EPAR". European Medicines Agency (EMA). 13 October 2020. Archived from the original on 15 January 2021. Retrieved 14 January 2021.
- ↑ ୨.୦ ୨.୧ ୨.୨ "DailyMed - PHESGO- pertuzumab, trastuzumab, and hyaluronidase-zzxf injection, solution". dailymed.nlm.nih.gov. Archived from the original on 23 October 2021. Retrieved 27 October 2021.
- ↑ ୩.୦ ୩.୧ "SUMMARY OF PRODUCT CHARACTERISTICS" (PDF). Archived (PDF) from the original on 20 October 2021. Retrieved 27 October 2021.
- ↑ ୪.୦ ୪.୧ "Pertuzumab, Trastuzumab, and Hyaluronidase-zzxf Monograph for Professionals". Drugs.com (in ଇଂରାଜୀ). Archived from the original on 20 November 2020. Retrieved 27 October 2021.
- ↑ "Pertuzumab + trastuzumab". SPS - Specialist Pharmacy Service. 30 September 2018. Archived from the original on 23 January 2021. Retrieved 27 October 2021.
- ↑ "Phesgo Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 27 October 2021.