Jump to content

ପର୍ଟୁଜୁମାବ/ଟ୍ରାଷ୍ଟୁଜୁମାବ/ହ୍ୟାଲୁରୋନାଇଡେଜ

ଉଇକିପିଡ଼ିଆ‌ରୁ
ପର୍ଟୁଜୁମାବ/ଟ୍ରାଷ୍ଟୁଜୁମାବ/ହ୍ୟାଲୁରୋନାଇଡେଜ
Combination of
PertuzumabHER2/neu receptor antagonist
TrastuzumabHER2/neu receptor antagonist
HyaluronidaseEndoglycosidase
Clinical data
Trade namesPhesgo
AHFS/Drugs.commonograph
data
Pregnancy
category
  • Not recommended
Routes of
administration
Subcutaneous
Legal status
Legal status

ପର୍ଟୁଜୁମାବ/ଟ୍ରାଷ୍ଟୁଜୁମାବ/ହ୍ୟାଲୁରୋନାଇଡେଜ (ଇଂରାଜୀ ଭାଷାରେ Pertuzumab/trastuzumab/hyaluronidase), ଫେସଗୋ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ଏଚଇଆର୨ଯୁକ୍ତାତ୍ମକ ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏଥିରେ ପର୍ଟୁଜୁମାବ, ଟ୍ରାଷ୍ଟୁଜୁମାବ ଓ ହ୍ୟାଲୁରୋନାଇଡେଜ (ଭୋରହ୍ୟାଲୁରୋନାଇଡେଜ୍ ଆଲଫା) ଥାଏ ।[] [] ଏହା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କେଶ ଝଡ଼ିବା, ଅଇ, ତରଳ ଝାଡ଼ା, ସ୍ୱଳ୍ପ ଲୋହିତ ରକ୍ତ କଣିକା, ଦୁର୍ବଳତା ଏବଂ ଗଣ୍ଠି ଯନ୍ତ୍ରଣା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ସଂକ୍ରମଣ ଏବଂ ହୃଦ୍‌ପାତ ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ପର୍ଟୁଜୁମାବ ଏବଂ ଟ୍ରାଷ୍ଟୁଜୁମାବ ହେଉଛି ଏକ ପ୍ରକାର ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଏଚଇଆର୨ ସ‌ହିତ ବନ୍ଧନ କରି କର୍କଟ ବୃଦ୍ଧି ସିଗନାଲକୁ ଅବରୋଧ କରିଦିଏ ।[] ହ୍ୟାଲୁରୋନାଇଡେଜ୍ ହେଉଛି ଏକ ଏନଜାଇମ ଯାହା ଅନ୍ୟ ଔଷଧର ଅବଶୋଷଣରେ ଉନ୍ନତି ଆଣେ ।[]

ଏହି ମିଶ୍ରଣକୁ ଆମେରିକା ଏବଂ ୟୁରୋପରେ ୨୦୨୦ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥଲା ।[] [] ଯୁକ୍ତରାଜ୍ୟରେ ପ୍ରଥମ ମାତ୍ରାର ମୂଲ୍ୟ ପ୍ରାୟ ୬୦୦୦ ପାଉଣ୍ଡ ଓ ପରବର୍ତ୍ତୀ ମାତ୍ରା ୨୦୨୧ ସୁଦ୍ଧା ୩୬୦୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ଯଥାକ୍ରମେ ୧୩,୩୦୦ ଡଲାର ଏବଂ ୮,୯୦୦ ଡଲାର ଅଟେ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ "Phesgo EPAR". European Medicines Agency (EMA). 13 October 2020. Archived from the original on 15 January 2021. Retrieved 14 January 2021.
  2. ୨.୦ ୨.୧ ୨.୨ "DailyMed - PHESGO- pertuzumab, trastuzumab, and hyaluronidase-zzxf injection, solution". dailymed.nlm.nih.gov. Archived from the original on 23 October 2021. Retrieved 27 October 2021.
  3. ୩.୦ ୩.୧ "SUMMARY OF PRODUCT CHARACTERISTICS" (PDF). Archived (PDF) from the original on 20 October 2021. Retrieved 27 October 2021.
  4. ୪.୦ ୪.୧ "Pertuzumab, Trastuzumab, and Hyaluronidase-zzxf Monograph for Professionals". Drugs.com (in ଇଂରାଜୀ). Archived from the original on 20 November 2020. Retrieved 27 October 2021.
  5. "Pertuzumab + trastuzumab". SPS - Specialist Pharmacy Service. 30 September 2018. Archived from the original on 23 January 2021. Retrieved 27 October 2021.
  6. "Phesgo Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 27 October 2021.