ପଦ୍ମନାଭ ନାରାୟଣ ଦେବ
ଗଜପତି ପଦ୍ମନାଭ ନାରାୟଣ ଦେବ | |
---|---|
ଜନ୍ମ | ୧୮୭୨ ପାରଳାଖେମୁଣ୍ଡି |
ମୃତ୍ୟୁ | ୧୯୦୪ ପାରଳାଖେମୁଣ୍ଡି |
ଜାତୀୟତା | ଭାରତ |
ଅନ୍ୟ ନାମ | ଚନ୍ଦ୍ର ରାଜା |
ବୃତ୍ତି | ପାଟଦେଓ |
ପ୍ରସିଦ୍ଧି | ସେକେଣ୍ଡ ପ୍ରିନ୍ସ,ରାଜ କବି |
ଉଲ୍ଲେଖନୀୟ କୃତି | ସଙ୍ଗୀତ ପ୍ରହ୍ଲାଦ ନାଟକ |
ସନ୍ତାନ | କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ |
ଗଜପତି ପଦ୍ମନାଭ ନାରାୟଣ ଦେବ (୧୮୭୨-୧୯୦୪) ପାରଳାଖେମୁଣ୍ଡିର ପୂର୍ବତନ ପାଟଦେଓ(ରାଜ ଭ୍ରାତା) ଥିଲେ । ସମ୍ବନ୍ଧରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଦାଦା ଥିଲେ । ସେ ଜଣେ ସିଦ୍ଧହସ୍ତ ନାଟ୍ୟକାର ହେବା ସଙ୍ଗେ ସଙ୍ଗେ ଅନେକ ଚଉପଦୀ ଓ ଜଣାଣ ମଧ୍ୟ ରଚନା କରିଥିଲେ । ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ତେଲୁଗୁ ଏହି ଚାରୋଟି ଭାଷାରେ ପାରଙ୍ଗମ ଥିଲେ । ଗୀତ ସ୍ତବକ, ରାଧାଗୋବିନ୍ଦ ଜଣାଣ ନାମକ ଗ୍ରନ୍ଥଗୁଡ଼ିକର ଲେଖକ । ତାଙ୍କରି ଯୋଗୁଁ ପାରଳାର ଗଜପତି ପ୍ରେସ ଓ ପଦ୍ମନାଭ ରଙ୍ଗାଳୟ (ପରେ ଗୌରଚନ୍ଦ୍ରଙ୍କ ଦେବଙ୍କଦ୍ୱାରା ପଦ୍ମନାଭଙ୍କ ସ୍ମୃତିରେ) ସ୍ଥାପିତ ହୋଇଥିଲା । ପାରଳାଖେମୁଣ୍ଡିରେ ଓଡ଼ିଶୀ ସଙ୍ଗୀତର ଉନ୍ନତି ପାଇଁ ଏହାଙ୍କର ଅନେକ ଅବଦାନ ରହିଛି ।[୧]
ପଦ୍ମନାଭ ଦେବ ଜଳନ୍ତର ରାଜା ରାମକୃଷ୍ଣ ଛୋଟରାୟଙ୍କ ରଚନା ଅନୁକରଣରେ ନିଜେ ଏକ ପ୍ରହ୍ଲାଦ ନାଟକ ଲେଖିଥିଲେ । ଏହି ଗ୍ରନ୍ଥ ସଙ୍ଗୀତବହୁଳ ଥିବାରୁ ତାକୁ 'ଶ୍ରୀ ସଙ୍ଗୀତ ପ୍ରହ୍ଲାଦ ନାଟକ' ଭାବେ ନାମିତ କରିଥିଲେ ।
ପଦ୍ମନାଭଙ୍କ ରଚିତ ତାଳ ସର୍ବସାର ସଙ୍ଗ୍ରହ ବହିର ମୁଖବନ୍ଧରେ ଏହାଙ୍କଦ୍ୱାରା ଲେଖାଯାଇଥିବା ଏକ ମନ୍ତବ୍ୟକୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଅନେକ ନିନ୍ଦା କରିଛନ୍ତି ।[୨]