Jump to content

ପଦ୍ମଚରଣ ପଟ୍ଟନାୟକ (ନାଟ୍ୟକାର)

ଉଇକିପିଡ଼ିଆ‌ରୁ
ପଦ୍ମଚରଣ ପଟ୍ଟନାୟକ
ଜନ୍ମ(1920-01-15)ଜାନୁଆରୀ ୧୫, ୧୯୨୦
ମୃତ୍ୟୁ୧୪ ଜାନୁଆରୀ ୨୦୦୧(2001-01-14) (ବୟସ ୮୦)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ନାଟ୍ୟକାର, ସଙ୍ଗୀତଜ୍ଞ
ଉଲ୍ଲେଖନୀୟ କୃତିମାଂସବେପାରୀ
ସାବିତ୍ରୀ

ପଦ୍ମଚରଣ ପଟ୍ଟନାୟକ (୧୫ ଜାନୁଆରୀ ୧୯୨୦–୧୪ ଜାନୁଆରୀ ୨୦୦୧) ଜଣେ ଭାରତୀୟ ଓଡ଼ିଆ-ଭାଷୀ ନାଟ୍ୟକାର, ସଜ୍ଞୀତଜ୍ଞ ଓ ଔପନ୍ୟାସିକ ଥିଲେ । ତାଙ୍କ ରଚିତ ଏକ ଜଣାଶୁଣା ନାଟକ ଥିଲା ମାଂସବେପାରୀ । ଓଡ଼ିଶୀ ସଂଗୀତ ଓ ଓଡ଼ିଆ ନାଟକକୁ ତାଙ୍କ ଅବଦାନ ନିମନ୍ତେ ସେ ୧୯୯୭ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ ।[] ଓଡ଼ିଆ ସଙ୍ଗୀତର ପ୍ରସାର ନିମନ୍ତେ ସେ ଚିଲିକା ସଂଗୀତ ସାହିତ୍ୟ ପରିଷଦ ସ୍ଥାପନା କରିଥିଲେ ।[] ତାଙ୍କ ସ୍ମୃତିରେ ଲୁହବିନ୍ଦୁ ସ୍ମରଣୀକା ପୁସ୍ତକ ପ୍ରକାଶ ପାଇଥିଲା ।[] ଓଡ଼ିଆ ଲେଖକ ତପନ କୁମାର ପଟ୍ଟନାୟକ ତାଙ୍କ ପୁଅ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ସେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁଠାରେ ୧୯୨୦ ଜାନୁଆରୀ ୧୫ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋଲୋକ ବିହାରୀ । ତାଙ୍କର ତିନିପୁଅ ତପନ କୁମାର, ସପନ କୁମାର ଓ ବିଜନ କୁମାର ଏବଂ ଦୁଇଝିଅ ଛବିବାଳା ଓ ଗିରିବାଳା ମିଶି ପାଞ୍ଚଜଣ ସନ୍ତାନ ଥିଲେ ।

ବୃତ୍ତିଗତ ଜୀବନୀ

[ସମ୍ପାଦନା]

ସେ ୧୯୬୭ ମସିହା ପାଖାପାଖି ଦୈନିକ ମାତୃଭୂମିର ବାଲୁଗାଁ ପ୍ରତିନିଧି ଥିଲେ ।

ସାହିତ୍ୟ ରଚନା

[ସମ୍ପାଦନା]

ସେ ଗୁପ୍ତଚର ନାମରେ ଏକ ରହସ୍ୟ-ରୋମାଞ୍ଚ ପତ୍ରିକା ପ୍ରକାଶ କରି ତା'ର ସମ୍ପାଦନା କରୁଥିଲେ । ସେ ନିଜେ କିଛି ରହସ୍ୟ-ରୋମାଞ୍ଚ ଉପନ୍ୟାସ ମଧ୍ୟ ରଚନା କରିଥିଲେ ।[]

ରଚନାବଳୀ

[ସମ୍ପାଦନା]
  • ମାଂସବେପାରୀ
  • ସାବିତ୍ରୀ

ମୃତ୍ୟୁ

[ସମ୍ପାଦନା]

୨୦୦୧ ଜାନୁଆରୀ ୧୪ରେ ୮୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।

  1. ୧.୦ ୧.୧ ୧.୨ ୧.୩ ଶ୍ରୀଚନ୍ଦନ, ଦିଲ୍ଲୀପ, ed. (୨୦୦୧). ଲୁହବିନ୍ଦୁ.