Jump to content

ପଣିକିଆ

ଉଇକିପିଡ଼ିଆ‌ରୁ

ପଣିକିଆ (ଅନ୍ୟନାମ: ପଣକିଆ)[] ଗଣିତ ଗୁଣନ ଓ ହିସାବ ମୁଖସ୍ଥ କରିବାର ଏକ ଓଡ଼ିଆ ଗାଣିତିକ ହିସାବ ପ୍ରଣାଳୀ[] ଯାହା ଓଡ଼ିଶାରେ ବିଦ୍ୟାଳୟମାନଙ୍କରେ ଶିଶୁମାନଙ୍କୁ ଶିଖାଯାଇଥାଏ । ଆଗ କାଳରେ ବ୍ୟବହୃତ ହେଉଥିବା ପଣ (ବା ଅଣା)କୁ ନେଇ କରାଯାଉଥିବା ହିସାବରୁ ଏହାର ଆରମ୍ଭ । ପଣିକିଆ ପ୍ରତି ସଂଖ୍ୟାର ଏକଗୁଣଠାରୁ ଦଶ ଗୁଣ ପର୍ଯ୍ୟନ୍ତ ଥାଏ । ପ୍ରତି ସଂଖ୍ୟା ବା ଖନ୍ଦାର ପଣିକିଆକୁ ଉକ୍ତ ସଂଖ୍ୟାରେ 'କ' ଲଗାଇ ଏକକ, ଦୁଇକ, ତିନିକ ଏହିପରି ପଚିଶିକ ପଣିକିଆ ପର୍ଯ୍ୟନ୍ତ ମୁଖସ୍ଥ କରିବାକୁ ପଡ଼େ ।[] ଗୁଣନ ମନେରଖିବାରେ ଶିଶୁମାନଙ୍କୁ ପ୍ରାଥମିକ ସ୍ତରରେ ପଣକିଆ/ପଣିକିଆ ଶିଖାଯାଏ । ଯଥା- ଦୁଇକ, ପଣକିଆ- ଦୁଇ କୋ ଦୁଇ. ଦୂଇ ଦୂଣେ/ଦୂଗୁଣ ଚାରି, ଦୁଇ ତିରି ଛଅ... ଇତ୍ୟାଦି ।

ଉତ୍ପତ୍ତି

[ସମ୍ପାଦନା]

ପଣ ସମ୍ବନ୍ଧୀୟ ଗଣିତ ହୋଇଥିବାରୁ ଏହାକୁ ପଣକିଆ କହାଯାଏ ।[]

ପ୍ରକାର ଭେଦ

[ସମ୍ପାଦନା]

ସାଧାରଣତରେ ବ୍ୟବହୃତ ନାନାପ୍ରକାର ପଣିକିଆ ହେଲା: ସାଧା ପଣିକିଆ; ପାହି ପଣିକିଆ; କଡ଼ାଗଣ୍ଡା ପଣିକିଆ ।[]

ପଣକିଆ ଘୋଷିବା ପ୍ରଣାଳୀ

[ସମ୍ପାଦନା]

ସାଧା ପଣିକିଆ ନିମ୍ନ ମତେ ପଢ଼ି ଶିଶୁମାନେ ଘୋଷିଥାନ୍ତି:

୨କ ପଣିକିଆ
ଗୁଣନଦୁଇ କେଦୁଇ ଦୁଣେଦୁଇ ତିରିଦୁଇ ଚଉଦୁଇ ପଞ୍ଚାଦୁଇ ଶୋଦୁଇ ସତାଁଦୁଇ ଅଷ୍ଟାଁଦୁଇ ନୁଆଁଦୁଇ ଦଶାଁ
ମୂଳ ବ୍ୟବହାରଦୁଇ ପଣଚାରି ପଣଛଅ ପଣଆଠ ପଣଦଶ ପଣବାର ପଣଚଉଦ ପଣଷୋଳ ପଣ କାହାଣେଅଠର ପଣ କାହାଣେ ଦୁଇ ପଣକୋଡ଼ିଏ ପଣ ଚାରି ପଣ
ଅଧୁନା ପ୍ରଚଳିତଦୁଇଚାରିଛଅଆଠଦଶବାରଚଉଦଷୋହଳଅଠରକୋଡ଼ିଏ
୩କ ପଣିକିଆ
ଗୁଣନତିନି କେତିନି ଦୁଣେତିନି ତିରିତିନି ଚଉତିନି ପଞ୍ଚାତିନି ଶୋତିନି ସତାଁତିନି ଅଷ୍ଟାଁତିନି ନୁଆଁତିନି ଦଶାଁ
ମୂଳ ବ୍ୟବହାରତିନି ପଣଛଅ ପଣନଅ ପଣବାର ପଣପନ୍ଦର ପଣଅଠର ପଣଏକୋଇଶ ପଣଚବିଶ ପଣ କାହାଣେସତେଇଶ ପଣ କାହାଣେ ତିନି ପଣତିରିଶ ପଣ କାହାଣେ ଛଅ ପଣ
ଅଧୁନା ପ୍ରଚଳିତତିନିଛଅନଅବାରପନ୍ଦରଅଠରଏକୋଇଶଚବିଶସତେଇଶତିରିଶ
୪କ ପଣିକିଆ
ଗୁଣନଚାରି କେଚାରି ଦୁଣେଚାରି ତିରିଚାରି ଚଉଚାରି ପଞ୍ଚାଚାରି ଶୋଚାରି ସତାଁଚାରି ଅଷ୍ଟାଁଚାରି ନୁଆଁଚାରି ଦଶାଁ
ମୂଳ ବ୍ୟବହାରଚାରି ପଣଆଠ ପଣବାର ପଣଷୋହଳ ପଣକୋଡ଼ିଏ ପଣଚବିଶ ପଣଅଠେଇଶ ପଣବତିଶ ପଣ କାହାଣେଛତିଶ ପଣ କାହାଣେ ତିନି ପଣଚାଳିଶ ପଣ କାହାଣେ ଛଅ ପଣ
ଅଧୁନା ପ୍ରଚଳିତଚାରିଆଠବାରଷୋହଳକୋଡ଼ିଏଚବିଶଅଠେଇଶବତିଶଛତିଶଚାଳିଶ

ପ୍ରଚଳନ

[ସମ୍ପାଦନା]

ଅତୀତରେ ‘ପଣ’ର ବ୍ୟବହାର ଥିବାରୁ ପଣକିଆରେ ମଧ୍ୟ ‘ପଣ' ବ୍ୟବହାର ହେଉଥିଲା । ଯଥାଦୂଇ କେ ଦୁଇ ପଣ, ଦୁଇ ଦୂଣେ ଚାରି ପଣ ଇତ୍ୟାଦି (ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ୧୯୩୪ ୪ର୍ଥ ଖଣ୍ଡ)। ଏବେ 'ପଣ'ର ବ୍ୟବହାର ପ୍ରାୟ ନାହିଁ କହିଲେ ଚଳେ । ତେଣୁ ପଣକିଆରେ ଏବେ ‘ପଣ’ ନାହିଁ କି; ଓଡ଼ିଆ ବ୍ୟବହାରରେ ପାହି, କଡ଼ା, ଗଣ୍ଡାର ବ୍ୟବହାର ପ୍ରାୟ ନଥିବାରୁ ‘ପାହି ପଣକିଆ' ଓ ‘କଡ଼ାଗଣ୍ଡା ପଣକିଆ' ଆଉ ଶୁଣିବାକୁ ମିଳୁନାହିଁ । କେବଳ ପାନପତ୍ର କିଣାବିକାରେ 'କଡ଼ା’ ଶବ୍ଦ ପ୍ରଚଳିତ ଅଛି ।

ବ୍ୟାକରଣ ତଥା ଐତିହାସିକ ପୃଷ୍ଠଭୂମି ଏବଂ ଅନ୍ୟ ଭାଷା ସହ ସାମଞ୍ଜସ୍ୟ

[ସମ୍ପାଦନା]

ଦୁଇକ, ତିନିକ ଆଦିରେ ଥିବା 'କ' ଏକ ଅବ୍ୟୟପଦ ଓ ଏହା ପଦପାଦ ପୂରଣ ପାଇଁ ବ୍ୟବହୃତ । ଏଠାରେ ସୂଚନାଯୋଗ୍ୟ, ବିହାରର ମୈଥିଳୀ ଭାଷାରେ ‘ଦୁଇକ, ତିନିକ ଆଦି ଖାଁତ (ପଣକିଆ) କହୁଥିବାର ଜଣାଯାଏ । ଅର୍ଥାତ, ଓଡ଼ିଆରେ ‘ଦୂଇକ’ ଭଳି ମୈଥିଳୀରେ ମଧ୍ୟ ‘ଦୁଇକ' ବ୍ୟବହୃତ ହୁଏ ଏବଂ ୧୦ଯାଏ ସଂଖ୍ୟାରେ "କ' ଲାଗେ । ଏବେ ଦୁଣେ, ତିରି ପ୍ରସଙ୍ଗକୁ ଆସିବା । କେତେକ ଭାଷାର ଉଦାହରଣରୁ ଜଣାଯାଏ, ଏହି ପଣକିଆ ପରୀ’ପରା ଭାରତବର୍ଷର କେତେକ ରାଜ୍ୟରେ ଏବେ ବି ପ୍ରଚଳିତ ଅଛି । ଯଥା- ଉତ୍ତର ଦିଗରେ ଓଡ଼ିଆ ଭାଷାର ପଡ଼ୋଶୀ ଭାଷା ବଙ୍ଗଳାରେ ପଣକିଆର ମଝି ଅଂଶଗୁଡ଼ିକୁ ଯଥାକ୍ରମେ ଏଞ୍ଜେ. ଦୂଗୁନୋ, ତିଶେନା, ଚାରେ, ପାଥେ, ଛୟୋ, ସାତେ, ଆଟେ, ନୟୋ, ଦଶେ ଭାବରେ କୁହାଯାଏ । ସେହିପରି ଆସାମୀ ଭାଷାରେ ଯଥାକ୍ରମେଏକଗୁଣ, ଦୁଇଗୁଣ, ତିନିଗୁଣ, ଚାରିଗୁଣ, ପାଞ୍ଚଗୁଣ, ଛଅଗୁଣ, ସାତଗୁଣ, ଆଠଗୁଣ, ନଅଗୁଣ, ଦଶଗୁଣ ଭାବରେ ବ୍ୟବହୃତ ହୁଏ । ଓଡ଼ିଶାର ଦକ୍ଷିଣରେ ଥିବା ପଡ଼ୋଶୀ ଭାଷା ତେଲୁଗୁରେ ଏହାକୁ ଯଥାକ୍ରମେଓକଟୁ, ରେଳୁ ମୂଳୁ, ନାଳୁ ଐଦୂଲ, ଆର୍ଲି, ଏ’ତୃ ଏନିମିଦୁଲ, ତୋନିନ୍ଦୁଲ, ପଦୁଲ କୁହାଯାଏ। ସେହିପରି କନ୍ନଡ଼ ଭାଷାରେ ଓହ୍ଲ, ଏରଲ. ମୂଲ, ନାଲ୍‌କଲ, ଐଦ୍ୱିଲି, ଆର୍ଲି.ଏଲ୍‌ଲି, ଏଟ୍ଲି, ଓଭତ୍ତଲି, ହତ୍ତଲି କୁହାଯାଏ। ଉର୍ଦ୍ଦୁ ଭାଷାରେ କା, ଦୂନା, ତିଆଇଁତିନୈୟା, ଚଉକ୍କ, ଫଜେ ,ଛକାଛକ୍ତେ, ସାତେ, ଆଠେ, ନକ୍ଷେ, ଦଶେର୍ୟ୍ଯ/ଦୋହିର୍ୟ୍ଯ । ମରାଠୀରେ- କେ, ଦୂଣ, ତ୍ରିକ୍ ଚୋକ୍, ପରେଞ୍ଚ, ସକ୍, ସାତେ, ଆଠେ, ନୱେ; ଦାହେ । ଉପରୋକ୍ତ ଭାଷାଗୁଡ଼ିକର ପଣକିଆରେ ପ୍ରଥମ ଓ ଶେଷ ସଂଖ୍ୟା ଓଡ଼ିଆ ପରି ସେହି ଭାଷାର ସଂଖ୍ୟା ଘୁହେ; କିନ୍ତୁ ତାମିଲ ଭାଷାରେ ଏମିତିକା ପଣକିଆରେ ମଝି ଅଂଶର କୌଣସି ପରିବର୍ତ୍ତନ ହୁଏନାହିଁ । ମଝି ଅଂଶ ସେହି ସଂଖ୍ୟା ହିଁ ରହେ କିନ୍ତୁ ଅନ୍ୟ ଏକ ଶୈଳୀରେ ଏକ ଦୂଣେ ଦୁଇ, ଦୁଇ ଦୂଣ ଚାରି, ତିନି ଦୂଣେ ଛଅ ଭାବରେ ବେଲିଲେ ସେ କ୍ଷେତ୍ରରେ ପ୍ରଥମ ଅଙ୍କ ଗୁଡ଼ିକର ଗୁପ୍ତ ବଦଳିଯାଏ । ଯଥା- ଓନ୍ନ ରେଂଡୁ ରେଂଡୁ, ଈରେଡ଼ୁନା’ଲୁ, ମୁଇ ରେଡ଼ୁଆ'ରୁ ଇତ୍ୟାଦି । କଥିତ ତାମିଲରେ ଏକ, ଦୁଇ, ତିନିକୁ ଓଂଡ୍ରୁ ରେଣ୍ଡୁ ମୁଊନ କୁହାଯାଏ । ତେଣୁ ଏ କ୍ଷେତ୍ରରେ ପ୍ରଥମ ଅଙ୍କ ଓଂଡ୍ରୁ ରେଂଡ଼ୁ, ମୁଊନ ଯଥାକ୍ରମେ ଓନ୍ନ, ଈ, ମୁଇ ହୋଇଛି । ତେବେ ତାମିଲ ଛଡ଼ା ଓଡ଼ିଆ ଓ ଉପରୋକ୍ତ ଭାଷାଗୁଡ଼ିକରେ ଦୂଣେ, ତିରି ଆଦି ମଝି ଅଂଶ ଗୁଣନ ଅର୍ଥରେ ହିଁ ବ୍ୟବହୃତ ହୁଏ। କେତେକ ମଧ୍ୟ ଓଡ଼ିଆରେ ‘ଦୁଣ’ ବଦଳରେ ‘ଦୂଗୁଣ’ ବ୍ୟବହାର କରନ୍ତି । ଓଡ଼ିଆରେ ଗୋଟିଏ ଢଗ ଅଛି- ‘‘ପାଶ୍ରେ ପଢ଼ିଲେ ପାଠ, ତିନି ଦୁଗୁଣ ଆଠ" (ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃ.୩୮୦୬) । ଏଠାରେ ଦୁଗୁଣ ଅର୍ଥାତ ‘ଦୁଇ ଗୁଣରେ’ । ତେବେ ଅନ୍ୟ ସଂଖ୍ୟା କ୍ଷେତ୍ରରେ ‘ଗୁଣୀ’ ନଆସି ଅଲଗା ରୂପ ନିଏ । ପ୍ରହରାଜଙ୍କ ଭାଷାକୋଷ ଅନୁସାରେ ପଣକିଆ ଛଡ଼ା ତାସ ଓ ପଶା ଖେଳରେ ବି ୫ ସଂଖ୍ୟାକୁ ପଞ୍ଚା ବୋଲି କୁହାଯାଏ । ଏପରିକି ଜଗତସିଂହପୁର, କଟକ ଅଞ୍ଚଳରେ ତାସ ଖେଳରେ ଏବେ ବି ୫.୭.୮ ସଂଖ୍ୟାର ପତ୍ତାକୁ ପଞ୍ଚା, ସତା, ଅଠା ଭାବରେ ବ୍ୟବହୃତ ହୁଏ । ଏହି ଅଷ୍ଟାଁ ବ୍ୟବହାରରେ କାଳକ୍ରମେ 'ଅଠା' ହୋଇଛି । ତେବେ ଏହା ଗୁଣନ ଅର୍ଥରେ ବ୍ୟବହୃତ ନହୋଇ ସଂଖ୍ୟା ଅର୍ଥରେ ବ୍ୟବହୃତ ହୁଏ । ତେବେ ଆଉ କୌଣସି କ୍ଷେତ୍ରରେ ଦୂଣ, ତିରି ଆଦି ବ୍ୟବହୃତ ହେବାର ନଜିର ନାହିଁ । ତେଣୁ ଏଥିରୁ ଜଣାଯାଏ ଯେ, ଦୁଣ ତିରି ଆଦି ଗୁଣନ ଅର୍ଥରେ ନିର୍ଦିଷ୍ଟ କ୍ଷେତ୍ରରେ ହିଁ ବ୍ୟବହୃତ ହୁଏ । ତେଣୁ ଏହା ଏକ ସୀମାବଦ୍ଧ (restricted) ରୁପିମ ଏବଂ ସେହିଭଳି 'କ' ଏକ ପଦ ପୁରଣାର୍ଥ ଉପାଦାନ ବା ଏକ ଅବ୍ୟୟ ପଦ[]

ବାହାର ଲିଙ୍କ

[ସମ୍ପାଦନା]
  1. Language Forum. Bahri Publications (P) Limited. April 1979.
  2. The Orissa Historical Research Journal. Superintendent of Research and Museum. 2011.
  3. 1 2 3 ପ୍ରହରାଜ, ଗୋପାଳ. ପୂର୍ଣ୍ଣଚନ୍ଦ୍ର ଭାଷାକୋଷ. Archived from the original on 2020-10-18. Retrieved 2014-08-19.
  4. ସନ୍ତୋଷ କୁମାର, ମହାନ୍ତି (୫/ ୧/ ୨୦୧୬). ଦୁଇ କେ ଦୁଇ. ସମ୍ବାଦ - ପୌରୁଷ. {{cite book}}: Check date values in: |date= (help)