ପଟାଉଡି ଟ୍ରଫି

ଉଇକିପିଡ଼ିଆ‌ରୁ
ପଟାଉଡି ଟ୍ରଫି
ଫାଇଲ:Pataudi trophy.jpg
The Pataudi Trophy
ପ୍ରଶାସକBCCI and ECB
ପ୍ରଣାଳୀTest cricket
ପ୍ରଥମ ଟୁର୍ଣ୍ଣାମେଣ୍ଟ2007
ଶେଷ ଟୁର୍ଣ୍ଣାମେଣ୍ଟ2014
ପର ଟୁର୍ଣ୍ଣାମେଣ୍ଟ2018
ଟୁର୍ଣ୍ଣାମେଣ୍ଟର ଗଢ଼ଣSeries
ଦଳ ସଂଖ୍ୟା England and  India
ଏବେକାର ଟ୍ରଫି ବିଜେତା England
ସଫଳତମ England (2 titles)
ଅଧିକ ରନ <!‌--Most runs-->England Ian Bell (991)
ଅଧିକ ଉଇକେଟEngland James Anderson (60)


ପଟାଉଡି ଟ୍ରଫି,  ଭାରତଇଂଲଣ୍ଡ ମଧ୍ୟ ରେଇଂଲଣ୍ଡଠାରେ ଅନୁଷ୍ଠିତ ହଉଥିବା ଟେଷ୍ଟ ସିରିଜର ବିଜେତା ଦଳକୁ ପ୍ରଦାନ କରାଯାଇଥାଏ । ଏହି ଟ୍ରଫିର ଡିଜାଇନ ଇଂଲଣ୍ଡର ଜୋସିଳିନ ବର୍ଟନଙ୍କଦ୍ୱାରା କରାଯାଇଥିଲା । ଏହି ଟ୍ରଫି ପ୍ରଥମେ ଭରତ ଓ ଇଂଲଣ୍ଡ ମଧ୍ୟରେ କ୍ରିକେଟ ସମ୍ବନ୍ଧ ସ୍ଥାପନର ୭୫ ତମ ବାର୍ଷିକୀ ପାଳନ ଉପଲକ୍ଷ୍ୟେ ଅନୁଷ୍ଠିତ  ୨୦୦୭ ମସିହା ସିରିଜର ବିଜେତାଙ୍କୁ ଦିଆ ଯାଇଥିଲା । ସାଂପ୍ରତିକ ୨୦୧୪ ମସିହା ସିରିଜ ଜିତିବା ଫଳରେ ପଟାଉଡି ଟ୍ରଫି ଇଂଲଣ୍ଡ ହାତରେ ରହିଛି । 

ଉଭୟ ଦେଶ ମଧ୍ୟରେ ଟେଷ୍ଟ ସିରିଜ ଆନ୍ତର୍ଜାତିକ କ୍ରିକେଟ କାଉନସିଲଦ୍ୱାରା ସ୍ୱୀକୃତ ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ହେଇଥାଏ । 

ପ୍ରଚ୍ଛଦ [ସମ୍ପାଦନା]

ଏହି ଟ୍ରଫି ଭାରତରେ କ୍ରିକେଟକୁ ଅନ୍ତର୍ଜାତିକ ସ୍ତରରେ ପରିଚିତ କରିବାରେ ମୁଖ୍ୟ ଭୂମିକା ପ୍ରଦାନ କରିଥିବା " ପଟାଉଡି ପରିବାର "ର ସମ୍ମାନାର୍ଥେ ନାମିତ କରାଯାଇଛି । ଇଫ୍ତିଖର ଅଲି ଖାନ ପଟାଉଡି ଉଭୟ ଭାରତଇଂଲଣ୍ଡ ତରଫରୁ  ଅନ୍ତର୍ଜାତିକ ଟେଷ୍ଟ ଖେଳିବାର ଏକମାତ୍ର ଖେଳାଳି ଥିଲେ । ଭାରତ ଟେଷ୍ଟ ମାନନ୍ୟତା ପ୍ରାପ୍ତ ହେବା ଆଗରୁ ସେ ଇଂଲଣ୍ଡ ଦଳ ପାଇଁ ଟେଷ୍ଟ ଖେଳି ପରେ ଭାରତ ମାନନ୍ୟତା ପ୍ରାପ୍ତ ହେଲା ପରେ ଭାରତର ଅଧିନାଯକ ଭାବରେ ଖେଳିଥିଲେ । ତାଙ୍କ ପୁତ୍ର ମନସୁର ଅଲି ଖାନ ପଟାଉଡି ଖୁ କମ ବଯଶରେ ଭାରତୀୟ ଜାତୀୟ ଦଳର ଅଧିନାଯକ ନିଯୁକ୍ତ ହେଇ ୧୯୬୦/୭୦ ଦଶକରେ ଦୀର୍ଘ ଦିନ ପାଇଁ ଖେଳିଥିଲେ । 

ଭାରତ ରେ ଅନୁଷ୍ଠିତ ହଉଥିବା ଭାରତ ଇଂଲଣ୍ଡ ଟେଷ୍ଟ ସିରିଜ ପାଇଁ ଦିଆ ଯାଉଥିବା ଟ୍ରଫିକୁ ଆଣ୍ଟୋନୀ ଡି ମେଲଲୋ ଟ୍ରଫି କୁହାଯାଇଥାଏ । ଏହାକୁ ପରିବର୍ତନ କରି ଉଭୟ ସ୍ଥାନରେ ହଉଥିବା ସିରିଜ ପାଇଁ ପଟାଉଡି ଟ୍ରଫିର ପ୍ରଚଳନ ପାଇଁ ଉଦ୍ୟମ ଚାଲିଛି । .[୧]

ଟ୍ରଫି [ସମ୍ପାଦନା]

୨୦୦୭ ମସିହା ରେଭାରତଇଂଲଣ୍ଡ ମଧ୍ୟରେ କ୍ରିକେଟ ସମ୍ବନ୍ଧର ୭୫ ତମ ବାର୍ଷିକୀ ପାଳନ ପାଇଁ ଇଂଲଣ୍ଡର ମେରିଲବୋନ କ୍ଲବ ତରଫରୁ ଏହି ଟ୍ରଫିର ପରିକଳ୍ପନା କରାଯାଇଥିଲା ।୧୯୩୨ ମସିହାରେ ସର୍ବପ୍ରଥମ ଥର ଭାରତଇଂଲଣ୍ଡ ମଧ୍ୟରେ ଟେଷ୍ଟ କ୍ରିକେଟ ଖେଲାଯାଇଥିଲା । ଇଂଲଣ୍ଡର ରୌପ୍ୟ କାରିଗର ଜୋସିଳିନ ବର୍ଟନ ଏହି ଟ୍ରଫିର ଡିଜାଇନ କରି ତାଙ୍କର ଷ୍ଟୂଡିଓରେ ନିର୍ମାଣ କରିଥିଲେ । ଏହି ଟ୍ରଫି ତାଙ୍କର ପ୍ରଦର୍ଶନୀରେ ପ୍ରଦର୍ଶିତ ହେଇଆସୁଛି । [୨]

ଫଳାଫଳ ସମୂହ [ସମ୍ପାଦନା]

ଏକ ଦଳ ସିରିଜ ଜିତିଲେ ତାଙ୍କୁ ପଟାଉଡି ଟ୍ରଫି ପ୍ରଦାନ କରାଯାଇଥାଏ । ଯଦି ସିରିଜ ଅମୀମାଂଶିତ ରହେ ତାହା ହେଲେ ପୂର୍ବରୁ ଟ୍ରଫି ଜିତ୍ୟ ଥିବା ଦଳ ପାଖରେ ଟ୍ରଫି ରହିବାର ନିୟମ ରହିଛି । ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡରେ ହେଇଥିବା ଭାରତ- ଇଂଲଣ୍ଡ ମଧ୍ୟରେ ୩ଟି ସିରିଜ ମଧ୍ୟରୁ ପ୍ରଥମଟି ଭରତ ଜିତିଥିବା ବେଳେ ପରବର୍ତୀ ଦୁଇଟି ଇଂଲଣ୍ଡ ଜିତିଥିବାରୁ ଏହି ଟ୍ରଫି ବର୍ତ୍ତମାନ ଇଂଲଣ୍ଡ ହାତରେ ରହିଛି । 

ଏହି ଟ୍ରଫି ପାଇଁ ଖେଲାଯାଇଥିବା ଟେଷ୍ଟ ମେଚ ସବୁ ଲର୍ଡ୍ସ ପଡିଆ ,    ଏଡବାସଷ୍ଟାନ, ଓଭାଲ , ତଥା ଟ୍ରେଣ୍ଟ ବ୍ରିଜ  ଠାରେ ୨୦୦୭,୨୦୧୧ ,୨୦୧୪ ମସିହାରେ ହେଇଥିବା ବେଳେ ଓଲ୍ଡ ତ୍ରଫର୍ଡ ଓ ରୋଜ ବାଉଲଠାରେ କେବଳ ୨୦୧୪ ମସିହାରେ ହେଇଥିଲା । 

Season Player

of Series

Eng

wins

Ind

wins

Drawn Most wins Holder
2007[୩] ଜାହିର ଖାନ (Ind)

କେଭିନ ପିଟରସନ (Eng)

0 1 2 ଭାରତ ଭାରତ
2011[୪] ସ୍ତୁଆର୍ଟ ବ୍ର୍ଯାଡ (Eng)

ରାହୁଲ ଦ୍ରାବିଡ (Ind)

4 0 0 ଇଂଲଣ୍ଡ ଇଂଲଣ୍ଡ
2014[୫] ଜେମ୍ସ ଆଣ୍ଡର୍ସନ (Eng)

ଭୁବନେଶ୍ୱର କୁମାର (Ind)

3 1 1 ଇଂଲଣ୍ଡ ଇଂଲଣ୍ଡ
Total 7 2 3 ଇଂଲଣ୍ଡ ଇଂଲଣ୍ଡ

ପୁନଶ୍ଚ ଦେଖଣା [ସମ୍ପାଦନା]

  • Laws of cricket
  • Cricket terminology

ଆଧାର [ସମ୍ପାଦନା]

  1. "www.espncricinfo.com/india-v-england-2012/content/story/590036.html". 6 November 2012.
  2. "MCC commissions trophy for England v India series". 9 August 2007. Archived from the original on 13 June 2010. Retrieved 24 January 2017.
  3. "Pataudi Trophy, 2007". ESPNcricinfo.
  4. "Pataudi Trophy, 2011". ESPNcricinfo.
  5. "Pataudi Trophy, 2014". ESPNcricinfo.