ଜାହିର ଖାଁ
ଦେଖଣା
| ବ୍ୟକ୍ତିଗତ ତଥ୍ୟ | |
|---|---|
| ଉଚ୍ଚତା | [convert: invalid number] |
| ବ୍ୟାଟିଂ ପ୍ରକାର | ଡାହାଣ-ହାତୀ |
| ବୋଲିଂ ପ୍ରକାର | ବାମ-ହାତୀ |
| ଅନ୍ତର୍ଜାତୀୟ ତଥ୍ୟ | |
| National side | |
| ପ୍ରଥମ ଟେଷ୍ଟ | ୧୦ ନଭେମ୍ବର ୨୦୦୦ v ବାଙ୍ଗାଲାଦେଶ |
| ପ୍ରଥମ ଦିନିକିଆ | ୩ ଅକ୍ଟୋବର ୨୦୦୦ v କେନିୟା |
| ଘରୋଇ ଦଳ ତଥ୍ୟ | |
| Years | Team |
| ୧୯୯୯–୨୦୦୫/୦୬ | ବରୋଦା |
| ୨୦୦୪ | ସରେ |
| ୨୦୦୬/୦୭ | ମୁମ୍ବାଇ |
| ୨୦୦୭-୦୮/୨୦୧୧ | ବ୍ୟଙ୍ଗଲୋର୍ ରୟଲ-ଚ୍ୟାଲେଞ୍ଜରସ୍ |
| ୨୦୦୯-୧୦ | ମୁମ୍ବାଇ-ଇନଡିଆନସ୍ |
Source: ESPNcricinfo, ୨୬ ଜୁଲାଇ ୨୦୧୧ | |
ଜାହିର ଖାଁ (ମରାଠୀ: झहीर खान; ଜନ୍ମ: ଅକ୍ଟୋବର ୭, ୧୯୭୮) ଜଣେ ଭାରତୀୟ କ୍ରିକେଟର ଯେ କି ଭାରତ ପାଇଁ ୨୦୦୦ ମସିହାରୁ ଖେଳି ଆସୁଛନ୍ତି ସେ ଜଣେ ବାମ-ହାତି ଫାଷ୍ଟ ବୋଲର ।
କ୍ୟାରିୟର
[ସମ୍ପାଦନା]ଜାହିର ଖାଁ ୨୦୦୦ ମସିହାରେ ପ୍ରଥମେ ଜାତୀୟ କ୍ରିକେଟ ଏକାଡେମୀ(National Cricket Academy)ରେ ଯୋଗ ଦେଇଥିଲେ । ସେ ନିଜର ପ୍ରଥମ ଦିନିକିଆ ୨୦୦୦ ମସିହାରେ କେନିୟା ବିପକ୍ଷରେ ଆଇସିସି ନକ୍-ଆଉଟ୍ ଟ୍ରଫିରେ ଓ ସେହି ବର୍ଷ ବାଙ୍ଗଲାଦେଶ ବିପକ୍ଷରେ ନିଜ ଟେଷ୍ଟ କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୧ କ୍ରିକେଟ ବିଶ୍ୱକପରେ ସେ ସାହିଦ ଆଫ୍ରିଦିଙ୍କ ସହିତ ସର୍ବାଧିକ ଉଇକେଟ ହାସଲକାରୀ ହୋଇଥିଲେ ଓ ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଜାହିର ଖାଁ ୧୧ନମ୍ବର ବ୍ୟାଟସମ୍ୟାନର ଉଚ୍ଚତମ ବ୍ୟକ୍ତିଗତ ରନ ୭୫ ନିଜ ନାମରେ ରଖିଛନ୍ତି, ସେ ବଙ୍ଗାଲାଦେଶ ବିପକ୍ଷରେ ଏହି କୃତିତ୍ୱ ହାସଲ କରିଥିଲେ।