ପଟାଉଡି ଟ୍ରଫି
ପଟାଉଡି ଟ୍ରଫି | |
---|---|
ଫାଇଲ:Pataudi trophy.jpg | |
ପ୍ରଶାସକ | BCCI and ECB |
ପ୍ରଣାଳୀ | Test cricket |
ପ୍ରଥମ ଟୁର୍ଣ୍ଣାମେଣ୍ଟ | 2007 |
ଶେଷ ଟୁର୍ଣ୍ଣାମେଣ୍ଟ | 2014 |
ପର ଟୁର୍ଣ୍ଣାମେଣ୍ଟ | 2018 |
ଟୁର୍ଣ୍ଣାମେଣ୍ଟର ଗଢ଼ଣ | Series |
ଦଳ ସଂଖ୍ୟା | England and India |
ଏବେକାର ଟ୍ରଫି ବିଜେତା | England |
ସଫଳତମ | England (2 titles) |
ଅଧିକ ରନ <!--Most runs--> | Ian Bell (991) |
ଅଧିକ ଉଇକେଟ | James Anderson (60) |
ପଟାଉଡି ଟ୍ରଫି, ଭାରତ ଓଇଂଲଣ୍ଡ ମଧ୍ୟ ରେଇଂଲଣ୍ଡଠାରେ ଅନୁଷ୍ଠିତ ହଉଥିବା ଟେଷ୍ଟ ସିରିଜର ବିଜେତା ଦଳକୁ ପ୍ରଦାନ କରାଯାଇଥାଏ । ଏହି ଟ୍ରଫିର ଡିଜାଇନ ଇଂଲଣ୍ଡର ଜୋସିଳିନ ବର୍ଟନଙ୍କଦ୍ୱାରା କରାଯାଇଥିଲା । ଏହି ଟ୍ରଫି ପ୍ରଥମେ ଭରତ ଓ ଇଂଲଣ୍ଡ ମଧ୍ୟରେ କ୍ରିକେଟ ସମ୍ବନ୍ଧ ସ୍ଥାପନର ୭୫ ତମ ବାର୍ଷିକୀ ପାଳନ ଉପଲକ୍ଷ୍ୟେ ଅନୁଷ୍ଠିତ ୨୦୦୭ ମସିହା ସିରିଜର ବିଜେତାଙ୍କୁ ଦିଆ ଯାଇଥିଲା । ସାଂପ୍ରତିକ ୨୦୧୪ ମସିହା ସିରିଜ ଜିତିବା ଫଳରେ ପଟାଉଡି ଟ୍ରଫି ଇଂଲଣ୍ଡ ହାତରେ ରହିଛି ।
ଉଭୟ ଦେଶ ମଧ୍ୟରେ ଟେଷ୍ଟ ସିରିଜ ଆନ୍ତର୍ଜାତିକ କ୍ରିକେଟ କାଉନସିଲଦ୍ୱାରା ସ୍ୱୀକୃତ ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ହେଇଥାଏ ।
ପ୍ରଚ୍ଛଦ
[ସମ୍ପାଦନା]ଏହି ଟ୍ରଫି ଭାରତରେ କ୍ରିକେଟକୁ ଅନ୍ତର୍ଜାତିକ ସ୍ତରରେ ପରିଚିତ କରିବାରେ ମୁଖ୍ୟ ଭୂମିକା ପ୍ରଦାନ କରିଥିବା " ପଟାଉଡି ପରିବାର "ର ସମ୍ମାନାର୍ଥେ ନାମିତ କରାଯାଇଛି । ଇଫ୍ତିଖର ଅଲି ଖାନ ପଟାଉଡି ଉଭୟ ଭାରତ ଓ ଇଂଲଣ୍ଡ ତରଫରୁ ଅନ୍ତର୍ଜାତିକ ଟେଷ୍ଟ ଖେଳିବାର ଏକମାତ୍ର ଖେଳାଳି ଥିଲେ । ଭାରତ ଟେଷ୍ଟ ମାନନ୍ୟତା ପ୍ରାପ୍ତ ହେବା ଆଗରୁ ସେ ଇଂଲଣ୍ଡ ଦଳ ପାଇଁ ଟେଷ୍ଟ ଖେଳି ପରେ ଭାରତ ମାନନ୍ୟତା ପ୍ରାପ୍ତ ହେଲା ପରେ ଭାରତର ଅଧିନାଯକ ଭାବରେ ଖେଳିଥିଲେ । ତାଙ୍କ ପୁତ୍ର ମନସୁର ଅଲି ଖାନ ପଟାଉଡି ଖୁ କମ ବଯଶରେ ଭାରତୀୟ ଜାତୀୟ ଦଳର ଅଧିନାଯକ ନିଯୁକ୍ତ ହେଇ ୧୯୬୦/୭୦ ଦଶକରେ ଦୀର୍ଘ ଦିନ ପାଇଁ ଖେଳିଥିଲେ ।
ଭାରତ ରେ ଅନୁଷ୍ଠିତ ହଉଥିବା ଭାରତ ଇଂଲଣ୍ଡ ଟେଷ୍ଟ ସିରିଜ ପାଇଁ ଦିଆ ଯାଉଥିବା ଟ୍ରଫିକୁ ଆଣ୍ଟୋନୀ ଡି ମେଲଲୋ ଟ୍ରଫି କୁହାଯାଇଥାଏ । ଏହାକୁ ପରିବର୍ତନ କରି ଉଭୟ ସ୍ଥାନରେ ହଉଥିବା ସିରିଜ ପାଇଁ ପଟାଉଡି ଟ୍ରଫିର ପ୍ରଚଳନ ପାଇଁ ଉଦ୍ୟମ ଚାଲିଛି । .[୧]
ଟ୍ରଫି
[ସମ୍ପାଦନା]୨୦୦୭ ମସିହା ରେଭାରତ ଓ ଇଂଲଣ୍ଡ ମଧ୍ୟରେ କ୍ରିକେଟ ସମ୍ବନ୍ଧର ୭୫ ତମ ବାର୍ଷିକୀ ପାଳନ ପାଇଁ ଇଂଲଣ୍ଡର ମେରିଲବୋନ କ୍ଲବ ତରଫରୁ ଏହି ଟ୍ରଫିର ପରିକଳ୍ପନା କରାଯାଇଥିଲା ।୧୯୩୨ ମସିହାରେ ସର୍ବପ୍ରଥମ ଥର ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ କ୍ରିକେଟ ଖେଲାଯାଇଥିଲା । ଇଂଲଣ୍ଡର ରୌପ୍ୟ କାରିଗର ଜୋସିଳିନ ବର୍ଟନ ଏହି ଟ୍ରଫିର ଡିଜାଇନ କରି ତାଙ୍କର ଷ୍ଟୂଡିଓରେ ନିର୍ମାଣ କରିଥିଲେ । ଏହି ଟ୍ରଫି ତାଙ୍କର ପ୍ରଦର୍ଶନୀରେ ପ୍ରଦର୍ଶିତ ହେଇଆସୁଛି । [୨]
ଫଳାଫଳ ସମୂହ
[ସମ୍ପାଦନା]ଏକ ଦଳ ସିରିଜ ଜିତିଲେ ତାଙ୍କୁ ପଟାଉଡି ଟ୍ରଫି ପ୍ରଦାନ କରାଯାଇଥାଏ । ଯଦି ସିରିଜ ଅମୀମାଂଶିତ ରହେ ତାହା ହେଲେ ପୂର୍ବରୁ ଟ୍ରଫି ଜିତ୍ୟ ଥିବା ଦଳ ପାଖରେ ଟ୍ରଫି ରହିବାର ନିୟମ ରହିଛି । ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡରେ ହେଇଥିବା ଭାରତ- ଇଂଲଣ୍ଡ ମଧ୍ୟରେ ୩ଟି ସିରିଜ ମଧ୍ୟରୁ ପ୍ରଥମଟି ଭରତ ଜିତିଥିବା ବେଳେ ପରବର୍ତୀ ଦୁଇଟି ଇଂଲଣ୍ଡ ଜିତିଥିବାରୁ ଏହି ଟ୍ରଫି ବର୍ତ୍ତମାନ ଇଂଲଣ୍ଡ ହାତରେ ରହିଛି ।
ଏହି ଟ୍ରଫି ପାଇଁ ଖେଲାଯାଇଥିବା ଟେଷ୍ଟ ମେଚ ସବୁ ଲର୍ଡ୍ସ ପଡିଆ , ଏଡବାସଷ୍ଟାନ, ଓଭାଲ , ତଥା ଟ୍ରେଣ୍ଟ ବ୍ରିଜ ଠାରେ ୨୦୦୭,୨୦୧୧ ,୨୦୧୪ ମସିହାରେ ହେଇଥିବା ବେଳେ ଓଲ୍ଡ ତ୍ରଫର୍ଡ ଓ ରୋଜ ବାଉଲଠାରେ କେବଳ ୨୦୧୪ ମସିହାରେ ହେଇଥିଲା ।
Season | Player of Series |
Eng wins |
Ind wins |
Drawn | Most wins | Holder |
---|---|---|---|---|---|---|
2007[୩] | ଜାହିର ଖାନ (Ind) କେଭିନ ପିଟରସନ (Eng) |
0 | 1 | 2 | ଭାରତ | ଭାରତ |
2011[୪] | ସ୍ତୁଆର୍ଟ ବ୍ର୍ଯାଡ (Eng) ରାହୁଲ ଦ୍ରାବିଡ (Ind) |
4 | 0 | 0 | ଇଂଲଣ୍ଡ | ଇଂଲଣ୍ଡ |
2014[୫] | ଜେମ୍ସ ଆଣ୍ଡର୍ସନ (Eng) ଭୁବନେଶ୍ୱର କୁମାର (Ind) |
3 | 1 | 1 | ଇଂଲଣ୍ଡ | ଇଂଲଣ୍ଡ |
Total | 7 | 2 | 3 | ଇଂଲଣ୍ଡ | ଇଂଲଣ୍ଡ |
ପୁନଶ୍ଚ ଦେଖଣା
[ସମ୍ପାଦନା]- Laws of cricket
- Cricket terminology
ଆଧାର
[ସମ୍ପାଦନା]- ↑ "www.espncricinfo.com/india-v-england-2012/content/story/590036.html". 6 November 2012.
- ↑ "MCC commissions trophy for England v India series". 9 August 2007. Archived from the original on 13 June 2010. Retrieved 24 January 2017.
- ↑ "Pataudi Trophy, 2007". ESPNcricinfo.
- ↑ "Pataudi Trophy, 2011". ESPNcricinfo.
- ↑ "Pataudi Trophy, 2014". ESPNcricinfo.