ପଞ୍ଜାବୀ ଚଳଚ୍ଚିତ୍ର (ଭାରତ)

ଉଇକିପିଡ଼ିଆ‌ରୁ

ଛାଞ୍ଚ:Infobox cinema market ପଞ୍ଜାବୀ ସିନେମା (ପଞ୍ଜାବୀ: ਪੰਜਾਬੀ ਸਿਨੇਮਾ), ଯାହା ସାଧାରଣତଃ ପଲିଉଡ ଭାବେ ଜଣାଶୁଣା;[୧][୨][୩][୪] ଭାରତ ଓ ପାକିସ୍ତାନରେ ଥିବା ପଞ୍ଜାବ ରାଜ୍ଯର ପଞ୍ଜାବୀ ଭାଷାର ଚଳଚ୍ଚିତ୍ର ଜଗତ । ବିଂଶ ଶତାବ୍ଦୀର ପଞ୍ଜାବୀ ଚଳଚ୍ଚିତ୍ରର ପାକିସ୍ତାନ ଆଧାରିତ ପଞ୍ଜାବୀ ଚଳଚ୍ଚିତ୍ର ଉପରେ ଅଧିକ ପ୍ରଭାବ ଥିଲା । ଏଥିଯୋଗୁ ଏକବିଂଶ ଶତାବ୍ଦୀର ପଞ୍ଜାବୀ ଚଳଚ୍ଚିତ୍ର ଭାରତୀୟ ପଞ୍ଜାବର ପ୍ରତିଶବ୍ଦ ହୋଇଗଲା ।

ପ୍ରଥମ ପଞ୍ଜାବୀ ଚଳଚ୍ଚିତ୍ର କାଲକାଟା (ବର୍ତ୍ତମାନ କୋଲକାତା)ରେ ତିଆରି ହୋଇଥିଲା ଓ ତତ୍‌କାଳୀନ ପଞ୍ଜାବର ବ୍ରିଟିଶ ଅଞ୍ଚଳରେ ମୁକ୍ତିଲାଭ କରିଥିଲା । ଲାହୋର ଚଳଚ୍ଚିତ୍ର ଜଗତ ଲଲିଉଡ, (ଲାହୋର' ଓ ହଲିଉଡ ଶବ୍ଦ ଦ୍ୱୟର ମିଶ୍ରଣ) ଭାବେ ଜଣାଶୁଣା ।

୨୦୦୯ ମସିହା ପର୍ଯ୍ୟନ୍ତ, ପଞ୍ଜାବୀ ଚଳଚ୍ଚିତ୍ର ଜଗତରେ ୯୦୦ରୁ ୧୦୦୦ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ।[୫] ୧୯୭୦ ମସିହାରେ ବର୍ଷକୁ ମୁକ୍ତିଲାଭ କରୁଥିବା ହାରାହାରି ଚଳଚ୍ଚିତ୍ର ସଂଖ୍ୟା ୯ ; ୧୯୮୦ରେ ୮ ଓ ୧୯୯୦ରେ ୬; ୧୯୯୬ରେ ୭ ଓ ୧୯୯୭ରେ ସବୁଠାରୁ କମ୍ ୫କୁ ଛୁଇଁଥିଲା । ୨୦୦୦ ମସିହା ପରଠାରୁ ପଞ୍ଜାବୀ ଚଳଚ୍ଚିତ୍ର ପ୍ରତିବର୍ଷ ଅଧିକ ଚଳଚ୍ଚିତ୍ର ମୁକ୍ତିଲାଭ ସହ ବଡ଼ ବଜେଟ୍, ଘରୋଇ ଅଭିନେତା, ଓ ପଞ୍ଜାବୀ ଚଳଚ୍ଚିତ୍ରରେ ବଲିଉଡ ଅଭିନେତାଙ୍କ ଅଂଶଗ୍ରହଣଦ୍ୱାରା ପ୍ନଃଉତ୍ଥାନ ଦେଖୁଛି ।

ପ୍ରଥମ ଚଳଚ୍ଚିତ୍ର[ସମ୍ପାଦନା]

କା ଡ଼ି ମେହେଟ୍ଟା ପ୍ରଥମ ପଞ୍ଜାବୀ ବାକ୍ ଚଳଚ୍ଚିତ୍ର, ଶୀଲା, ୧୯୩୫ ମସିହାରେ ତିଆରି କରିଥିଲେ, ଯାହା ପିଣ୍ଡ ଦି କୁଡି ଭାବେ ଜଣାଶୁଣା ।[୬] ତରୁଣୀ ନୂର ଜେହାନ ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ଓ ଗାୟିକା ଭାବେ ପ୍ରବେଶ କରିଥିଲେ । ଶୀଲା କାଲ୍‌କାଟା ସହର (ବର୍ତ୍ତମାନ କୋଲକାତା)ରେ ତିଅରି ହୋଇଥିଲା ଏବଂ ଲାହୋରରେ ମୁକ୍ତିଲାଭ କରିଥିଲା । ଏହା ସଫଳତାର ସହ ଚାଲିଥିଲା ।[୭] ଏହି ଚଲଚ୍ଚିତ୍ରର ସଫଳତା ପରେ ବହୁ ପ୍ରଯୋଜକ ପଞ୍ଜାବୀ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆଗ୍ରହ ଦେଖାଇଥିଲେ ।[୮] କେ ଡି ମେହେତଟ୍ଟା ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର, ହୀର ସିଆଲ (୧୯୩୮)ରେ ଏମ୍ ଏମ୍ ବିଲ୍ଲୁ ମେହେରାଙ୍କ ସହଯୋଗରେ ତିଆରି କରିଥିଲେ । ଏହି ଚଳଚ୍ଚିତ୍ରରେ ନୂର ଜେହାନ ଓ ଅନ୍ୟ ନୂଆ କଳାକାର ବଲୋ ଏବଂ ଏମ୍ ଇସ୍‌ମାଇଲ୍ ଥିଲେ । ଏହି ଚଳଚ୍ଚିତ୍ରଟି ବ୍ୟବାସାୟିକ ସଫଳତା ପାଇଥିଲା ।[୯]

ଲାହୋର ଓ ପଞ୍ଜାବରେ ଅଧିକ ପଞ୍ଜାବୀ ଗୋଷ୍ଠୀ ଥିବାରୁ, ଏହି ଅଞ୍ଚଳ ଶୀଘ୍ର ମୁଖ୍ୟ ପଞ୍ଜାବୀ-ଭାଷା ଚଳଚ୍ଚିତ୍ର ବଜାରରେ ପରିଣତ ହୋଇଥିଲା । ଷ୍ଟୁଡ଼ିଓ ଖୋଲାଗଲା ଓ ବମ୍ବେ ଓ କାଲ୍‌କାଟାରୁ ବହୁ ପ୍ରଯୋଜକ, ନିର୍ଦ୍ଦେଶକ ଓ ବିଶେଷଜ୍ଞ ବ୍ୟକ୍ତି ଲାହୋରକୁ ଆସିଥିଲେ । ମୁଖ୍ୟ ନାମଗୁଡ଼ିକ ହେଲା ଶାନ୍ତା ଆପ୍ଟେ, ମୋତିଲାଲ, ଚନ୍ଦ୍ର ମୋହନ, ହୀରାଲାଲ, ନୂର ଜେହାନ, ମୁମତାଜ ଶାନ୍ତି, ୱାଲି, ସୟିଦ ଆତାହୁଲ୍ଲା ଶାହ ହାସମୀ, କ୍ରିଷ୍ଣା କୁମାର, ଓ ଶଙ୍କର ହୁସେନ । ବଲଦେୱ ରାଜ ଚୋପ୍ରା, ଜେ ପରବର୍ତ୍ତୀ ସମୟରେ ନିର୍ଦ୍ଦେଶକ ଭାବେ ପରିଗଣିତ ହେଲେ ଲାହୋରରେ ଏକ ଚଳଚ୍ଚିତ୍ର ଜଗତ ଗଢ଼ିଲେ, ଯେଉଁଠାରେ ସେ ଚଳଚ୍ଚିତ୍ର ପତ୍ରିକା ସିନେ ହେରାଲ୍ଡ ପ୍ରକାଶିତ କରୁଥିଲେ । ପରେ ନିର୍ଦ୍ଦେଶକ ରାମାନନ୍ଦ ସାଗର ମଧ୍ୟ ଇଭିନିଙ୍ଗ ନ୍ଯୁଜ୍ ସହ ଜଡ଼ିତ ଥିଲେ । ସୟିଦ ଆତାହୁଲ୍ଲା ଶାହ ହାସମୀ ଚଳଚ୍ଚିତ୍ର ଖବରକାଗଜ ଆଦାକର ପାଇଁ କାମ କରୁଥିଲେ ।

ପଞ୍ଜାବୀ ବିଭାଜନ[ସମ୍ପାଦନା]

୧୯୪୭ ମସିହାରେ, ଭାରତ ବିଭାଜିତ ହେଲା ଭାରତ ଓ ପାକିସ୍ତାନ ଦୁଇ ଭାଗରେ । [ପଞ୍ଜାବ ଅଞ୍ଚଲ]] ଦୁଇତି ଦେଶ ମଧ୍ୟରେ ବିଭାଜନ ହେଲା । ପଶ୍ଚିମ ପଞ୍ଜାବ ପାକିସ୍ତାନର ଅଂଶ ହେଲା ଓ ପୂର୍ବ ପଞ୍ଜାବ ଭାରତର ଅଂଶ ହେଲା । ଏହା ପଞ୍ଜାବୀ ଚଳଚ୍ଚିତ୍ର ଜଗତକୁ ବହୁଳ ଭାବେ ପ୍ରଭାବିତ କଲା । କାରଣ ବହୁ ମୁସଲିମ କଳାକାର ଓ ନିର୍ଦ୍ଦେଶକ ପାକିସ୍ତାନ ଚାଲିଗଲେ ଓ ଲଲିଉଡରେ କାମ କଲେ ଏବଂ ଶିଖହିନ୍ଦୁମାନେ ବମ୍ବେ ଚାଲିଗଲେ ।

୧୯୫୦[ସମ୍ପାଦନା]

ଏହି ସମୟରେ ଭାରତୀଯ ପଞ୍ଜାବି ଚଳଚ୍ଚିତ୍ରକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରାଯାଉଥିଲା । ଚଳଚ୍ଚିତ୍ର ନିର୍ମାତାମାନେ ପୋଷ୍ଟି, ଦୋ ଲଚିଆନଭାଙ୍ଗରା ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିଲେ; ଯାହା କିଛି ସଫଳତା ପାଇଥିଲା, ମାତ୍ର ପଞ୍ଜାବୀ ଚଳଚ୍ଚିତ୍ର ପୁନଃଉତ୍ଥାନରେ ଅସଫଳ ହୋଇଥିଲା । ଚଳଚ୍ଚିତ୍ରର ଗୀତଗୁଡ଼ିକ ମାସ, ବର୍ଷ ଧରି ବେତାର ଯୋଗେ ପ୍ରସାରିତ ହେଲା, ଯାହାଫଳରେ ଚଳଚ୍ଚିତ୍ର ପାଇଁ ଦର୍ଶକ ମିଳିଥିଲେ ।[୧୦]

ବିଭାଜନ ପରେ ହାସ୍ୟକଳାର ଧାରା ଚାଲୁ ରହିଥିଲା । ତା'ମଧ୍ୟରୁ ଏକ ପ୍ରସିଦ୍ଧ ହେଉଛି ମୁଲ୍ଖ ରାଜ ବଖରିଙ୍କର ଭାଙ୍ଗରା (୧୯୫୮), ଯେଉଁଥିରେ ସୁନ୍ଦର ଓ ନିଶୀ ଅଭିନୟ କରୁଥିଲେ । ଏହା ନିର୍ଦ୍ଦେଶକ ମୋହନ ଭକରିଙ୍କଦ୍ୱାରା ପୁଣିଥରେ ୧୯୮୦ ମସିହାରେ ମେହର ମିଟ୍ଟା ଓ ଅପର୍ଣ୍ଣା ଚୌଧୁରୀଙ୍କ ସହ ଜଟ୍ଟୀ ନାମରେ ତିଆରି ହୋଇଥିଲା । ଏହା ବ୍ୟବସାୟିକ ସଫଳତା ମଧ୍ୟ ହାସଲ କରିଥିଲା । ଏହି ଚଳଚ୍ଚିତ୍ରର ସଙ୍ଗିତ ହଂସରାଜ ଭେଲଙ୍କଦ୍ୱାରା ଓ ସ୍ୱର ବର୍ମା ମଲିକଙ୍କଦ୍ୱାରା ଦାନ କରାଯାଇଥିଲା । ଗୀତଗୁଡ଼ିକ ସମସାଦ ଓ ରଫିଙ୍କଦ୍ୱାରା ବୋଲା ଯାଇଥିଲା । ବାତି ବଲ୍‌କେ ବନେରେ ଉଟ୍ଟେ ରଖଡି ହାଁ, ରାହ ଭୁଲ ନା ଜାୱେ ଚାନନ ମେରାଚିତ୍ତେ ଦାନ୍ଦ ହସନୁନ ନାଇଓଁ ରେହନ୍ଦେ ପ୍ରଭୃତି ଆଶାତୀତ ସଫଳତା ଲାଭ କରିଥିଲା । ଜନି ୱାକର (୧୯୫୭) ମଧ୍ୟ ଏକ ସଫଳତା ଥିଲା ।

୧୯୬୦[ସମ୍ପାଦନା]

ନିର୍ଦ୍ଦେଶକ ପଦ୍ମ ପ୍ରକାଶ ମାହେଶ୍ୱରୀଙ୍କଦ୍ୱାରା ବହୁଳ ଖର୍ଚ୍ଚ ହୋଇଥିବା, ସତଲେଜ ଦେ କାଣ୍ଡେ, ୧୯୬୪ ମସିହାରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ବଲରାଜ ସାହଣୀ, ନିଶୀ, ୱସ୍ତି ଏବଂ ମିର୍ଜା ମୁଶାରଫ ପ୍ରଭୃତି ଅଭିନୟ କରିଥିଲେ ଓ ସଙ୍ଗୀତ ହଂସରାଜ ଭେଲଙ୍କଦ୍ୱାରା ଦିଆଯାଇଥିଲା । ବଲରାଜ ସାହାଣୀ ଅଭିନୟ କରିଥିବା ଏହା ଏକମାତ୍ର ପଞ୍ଜାବୀ ଚଳଚ୍ଚିତ୍ର । ଏହା ଏକ ବୃହତ୍ତ ସଫଳତା ଥିଲା ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । ସତଲେଜ ଦେ କାଣ୍ଡେ ସର୍ବଜନ ଦୂରଦର୍ଶନ ଚ୍ୟାନେଲ ଦୂରଦର୍ଶନ ଯୋଗେ ଭାରତାରେ ପ୍ରସାରିତ ହୋଇଥିଲା ।

୧୯୬୯ରେ ଧାର୍ମିକ ଚଳଚ୍ଚିତ୍ର ନାଙ୍କ ନାମ ଜାହାଜ ହେ ମୁକ୍ତିଲାଭ କରିଥିଲା ଓ ଏଥିରେ ପୃଥ୍ୱୀରାଜ କପୁର, ଆଇ ଏସ୍ ଜୋହର, ଭିମ୍ମୀ, ସୋମ ଦତ୍ତ, ନିଶୀ, ସୁରେସ ଓ ଡେଭିଡ ଆବ୍ରାହମ ପ୍ରମୁଖ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରତି ଭାରତର ସ୍ୱାଧୀନତା ପରବର୍ତ୍ତୀ ସମୟର ପ୍ରଥମ ବୃହତ୍ତ ସଫଳତା । ଏହାର ଦେସ ଓ ବିଦେଶରେ ପଞ୍ଜାବୀ ଶିଖ ଉପରେ ଗଭୀର ଧାର୍ମିକ ପ୍ରଭାବ ପଡ଼ିଥିଲା । ଯାହାଫଳରେ ଭାରତରେ ପଞ୍ଜାବୀ ଚଳଚ୍ଚିତ୍ରର ପୁନଃଉତ୍ଥାନ ହୋଇଥିଲା । ଚଲଚ୍ଚିତ୍ର ଟିକେଟ କିନିବା ପାଇଁ ଲୋକମାନେ କିଲୋମିଟର ଧରି ଲମ୍ବା ଲାଇନରେ ଛିଡା ହେଉଥିଲେ ।

୧୯୭୦[ସମ୍ପାଦନା]

ନାନକ ନାମ ଜାହାଜ ହେର ସଫଳତା ପରେ ବହୁତ ସଂଖ୍ୟାରେ ଚଲଚ୍ଚିତ୍ର ମୁକ୍ତିଲାଭ କଲା । ପଞ୍ଜାବୀ ବଂଶଜ ହିନ୍ଦୀ ଅଭିନେତାମାନେ ପଞ୍ଜାବୀ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଆଗ୍ରହୀ ହେଲେ । କଙ୍କଣ ଦେ ଓହଲେ([[ଧର୍ମେନ୍ଦ୍ର, ଆଶା ପାରେଖ ଓ ରବୀନ୍ଦ୍ର କପୁର) ଏବଂ ନାନକ ଦଃଖିୟା ସବ ସଂସାର (ଦାରା ସିଂହ, ବଲରାଜ ସାହାଣୀ, ରାମ ମୋହନ, ଆଶା ସଚଦେବ), ୧୯୭୦ ମସିହାରେ ମୁକକ୍୍ତିଲାଭ କରିଥିଲା । ୧୯୭୧ ମସିହାରେ କୌଣସି ବିଶେଷ ମୁକ୍ତିଲାଭ ହୋଇ ନ ଥିଲା । ୧୯୭୨ରେ ମେଲେ ମିତରନ୍ ଦେରେ ଦାରା ସିଂହ, ପୃଥ୍ୱୀରାଜ କପୁରଙ୍କ ସହ ମିଶି ଅଭିନୟ କରିଥିଲେ । ୧୯୭୪ ମସିହାରେ ସୁନୀଲ ଦତ୍ତ, ରାଧା ସାଲୁଜାରଣଜିତ ଅଭିନୀତ ଧାର୍ମିକ ଚଳଚ୍ଚିତ୍ର ମନ ଜିତେ ଜଗ ଜିତ ମୁକ୍ତିଲାଭ କରିଥିଲା । ୧୯୭୪ ମସିହାରେ, ଦୋ ଶେର (ଧର୍ମେନ୍ଦ୍ରରାଜେନ୍ଦ୍ର କୁମାର), ଭଗତ ଧନା ଜାଠ (ଦାରା ସିଂହଫିରୋଜ ଖାନ), ସଚ୍ଚା ମେରା ରୂପ ହେ (ମନମୋହନ କ୍ରିଷ୍ଣନ) ଏବଂ ଦୁଃଖ ଭଞ୍ଜନ ତେରା ନାମ (ଶମିନ୍ଦର ସିଂହ ଓ ରାଧା ସାଲୁଜା) ମୁକ୍ତିଲାଭ କରିଥିଲା । ଐତିହାସିକ ଧାର୍ମିକ ତଥ୍ୟ ଓ ବଲିଉଡ ଅଭିନେତା ସୁନୀଲ ଦତ୍ତ, ରାଜେନ୍ଦ୍ର କୁମାର]], ଧର୍ମେନ୍ଦ୍ର, ଜନି ୱାକର, ରଣଜିତଦାରା ସିଂହଙ୍କ ଅଭିନୟ ପାଇଁ ଦୁଃଖ ଭଞ୍ଜନ ତେରା ନାମ ସଫଳତା ପାଇଥିଲା ।[୧୧]

ଧର୍ମେନ୍ଦ୍ର ଅଭିନୀତ,ତେରି ମେରି ଇକ ଜିନ୍ଦରି (୧୯୭୫)ରେ ତାଙ୍କ ସମ୍ପର୍କୀୟ ବୀରେନ୍ଦ୍ର ଅଭିନୟ କରିଥିଲେ । ୧୯୭୬ରେ ବହୁ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ; ଯଥା: ଦାଜ, ଗିଢା, ମେ ପାପୀ ତୁ ବକ୍‌ସଂହାର, ପାପୀ ତାରେ ଅନେକ, ସାଣ୍ଟୋ ବାଣ୍ଟୋ, ସର୍ଦ୍ଦାର-ଇ-ଆଜମ, ସୱା ଲାଖ ସେ ଏକ ଲଡ଼ାଉଁ, ତାକରା, ୟମଲା ଜାଠସୱା ଲାଖ ସେ ଏକ ଲଡ଼ାଉଁ ସବୁଠାରୁ ବଡ଼ ସଫଳତା ଥିଲା ଓ ଏଥିରେ ଦାରାସିଂହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ; ରାଜେଶ ଖନ୍ନା ସ୍ୱତନ୍ତ୍ର କୱାଲ ଭୂମିକାରେ ଅଭିନ୍ୟ କରିଥିଲେ । ଏହି ଚଲଚ୍ଚିତ୍ରରେ ଫୌଜ-ଇ-ଖାସ ସୈନ୍ଯମାନେ ଙ୍କଲି ଦାଢି ଲଗାଇଥିବାରୁ ଏହା ଶିଖ ରାଜନୀତିକ ଦଳ ମଧ୍ୟରେ ବିବାଦ ସୃଷ୍ଟି କରାଇଥିଲା । ୧୯୭୭ ମସିହା ପଞ୍ଜାବୀ ଚଳଚ୍ଚିତ୍ର ଜଗତ ପାଇଁ ମୁଖ୍ୟ ସଫଳତା ଆଣିଥିଲା । ଜୟ ମାତା ଦୀ, ସାଲ ସୋଲଭାନ ଛାଡ୍ୟା, ସାତ ଶ୍ରୀ ଅକାଲ, ଓ ଶହୀଦ କର୍ତ୍ତାର ସିଂହ ସରଭା ମୁକ୍ତିଲାଭ କରିଥିଲା । ସାଲ ସୋଲଭାନ ଛାଡ୍ୟା ରେଖାଙ୍କ ଅଭିନୟ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲା । ସାତ ଶ୍ରୀ ଅକାଲ ଅନ୍ୟତମ ସଫଳ ଚଳଚ୍ଚିତ୍ର ଥିଲା । ଏଥିରେ ସୁନୀଲ ଦତ୍ତ, ଶତ୍ରୁଘ୍ନ ସିହ୍ନାପ୍ରେମନାଥ ପ୍ରଭୃତି ଅଭିନୟ କରିଥିଲେ । ୧୯୭୮ ମସିହାରେ ଉଡ଼ିକାନ, ଧ୍ୟାନୀ ଭଗତ, ଜୟ ମାତା ଶେରାୱାଲୀ, ଓ ଜିନ୍ଦରି ୟାର ଦୀ ମୁକ୍ତିଲାଭ କରିଥିଲା । ନାଟକ ଉଡ଼ିକାନ ଏକ ସଫଳତା ଥିଲା । ୱାଲାୟତି ବାବୁ ପଞ୍ଜାବୀ ଚଳଚ୍ଚିତ୍ରର ପ୍ରଥମ ପୁନଃ ନିର୍ମାଣ ୧୯୭୮ ମସିହାରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ସମାନ ନାମରେ ଜନି ୱାକରଙ୍କଦ୍ୱାରା ଅଭିନୀତ ଏକ ଚଳଚ୍ଚିତ୍ରର ପୁନଃନିର୍ମାଣ । ଏଥିରେ ମେହେର ମେହେଟ୍ଟା ମୁଖ୍ୟ ଭୂମିକାରେ ଥିଲେ ଓ ଅମିତାଭ ବଚ୍ଚନ ସ୍ୱତନ୍ତ୍ର ଭୂମିକାରେ ଦେଖା ଦେଇଥିଲେ । ୧୯୭୯ ସଫଳତାର ବର୍ଷ ଥିଲା : ଗୁରୁ ମାଣିଓ ଗ୍ରନ୍ଥ, ଜାଠ ପଞ୍ଜାବୀ, କୁଁଆରା ମାମା, ସୁଖୀ ପରିବାରତିଲ ତିଲ ଦାଲେଖା ପ୍ରଭୃତି ମୁକ୍ତିଲାଭ କରିଥିଲା । ଧାର୍ମିକ ଚଳଚ୍ଚିତ୍ର ଗୁରୁ ମାଣିଓ ଗ୍ରନ୍ଥ ଏକ ସଫଳତା ଥିଲା । ଜାଠ ପଞ୍ଜାବୀରେ ପ୍ରମୁଖ ଅଭିନେତାମାନେ ଅଭିନୟ କରିଥିଲେ ଓ ମନୋଜ କୁମାର ସ୍ୱତନ୍ତ୍ର ଭାବେ ଦେଖା ଯାଇଥିଲେ । ତିଲ ତିଲ ଦା ଲେଖାରେ ରାଜେଶ ଖନ୍ନା ମୁଖ୍ୟ ଭୂମିକାରେ ଥିଲେ ଓ ମେହେରା ମିତ୍ତଲ ହାସ୍ୟ ଅଭିନେତା ଭାବେ ଅଭିନୟ କରିଥିଲେ ।ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିଲା । ତିଲ ତିଲ ଦା ଲେଖା ରାଜେଶ ଖନ୍ନାଙ୍କର ଦ୍ୱିତୀୟ ପଞ୍ଜାବି ଚଲଚ୍ଚିତ୍ର ଥିଲା, ଓ ମୁଖ୍ୟ ଭୂମିକାରେ ପ୍ରଥମ ଥିଲା । ଏହା ଭଲ କାହାଣୀ ପାଇଁ ଓ ୧୯୭୯ର ସର୍ବୋତ୍ତମ ଚଳଚ୍ଚିତ୍ର ଭାବେ ପଞ୍ଜାବ ରାଜ୍ୟ ସରକାର ପୁରସ୍କାର ପାଇଥିଲା । ପ୍ରଥମ ପଞ୍ଜାବୀ ରହସ୍ୟ ଚଳଚ୍ଚିତ୍ର ଭାଙ୍ଗର (ଦି ଚ୍ୟାଲେଞ୍ଜ) ମୁକ୍ତିଲାଭ କରିଥିଲା, ମାତ୍ର ବିଫଳ ହୋଇଥିଲା ।

୧୯୮୦[ସମ୍ପାଦନା]

ଛାନ ପରଦେଶୀ, ପ୍ରଥମ ପଞ୍ଜାବୀ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇଥିଲା, ଯାହା ୧୯୮୦ ମସିହାରେ ମୁକ୍ତିଲାଭ କରିଥିଲା ଏବଂ ସେହି ବର୍ଷର ବଡ଼ ସଫଳତା ଥିଲା । ଏଥିର ଏରାଜ ବବର, ରାମା ଭିଜ, ଅମରିଶ ପୁରୀ, ଓମ ପୁରୀକୁଳଭୂଷଣ ଖରବନ୍ଦା ପ୍ରମୁଖ ଏଥିରେ ଅଭିନୟ କରିଥିଲେ । ଫୌଜୀ ଚାଚାରେ ଅଗ୍ରଣୀ ହିନ୍ଦୀ ଅଭିନେତା ସଞ୍ଜୀବ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ମୁଲ୍‌କ ରାଜ ବକ୍ତିଆରଙ୍କ ୧୯୫୮ ଚଳଚ୍ଚିତ୍ର ଭାଙ୍ଗରାର ପୁନଃନିର୍ମାଣ ୧୯୮୦ ମସିହାରେ ନିର୍ଦ୍ଦେଶକ ମୋହନ ବକରୀଙ୍କଦ୍ୱାରା ହୋଇଥିଲା । ଏହି ଚଳଚ୍ଚିତ୍ରର ନାମ ଜାଟ୍ଟି ଥିଲା, ଓ ଏଥିରେ ସୁନ୍ଦର, ନିଶୀ, ମେହେର ମିତ୍ତଲ ଓ ଅପର୍ଣ୍ଣା ଚୌଧୁରୀ ପ୍ରମୁଖ ଅଭିନୟ କରିଥିଲେ । ପୂର୍ବ ଭଳି ଏହା ମଧ୍ୟ ସଫଳତା ଲାଭ କରିଥିଲା ।[୧୨]

୧୯୮୦ରେ କେବଳ ଗୋଟିଏ ସଫଳତା ବଲବୀରୋ ଭାବୀ ଥିଲା । ଏହି ଚଳଚ୍ଚିତ୍ରରେ ବୀରେନ୍ଦ୍ର ମୁଖ୍ୟ ଭୂମିକାରେ ଥିଲେ । ୧୯୮୫ର ଦୁଇଟି ମୁଖ୍ୟ ମୁକ୍ତିଲାଭ ହେଉଛି ଉଚ୍ଚ ଦର ବାବେ ନାନକ ଦାସରପଞ୍ଚ । ପ୍ରଥମଟି ଏକ ଧାର୍ମିକ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ର ପାଇଁ ଗୁରୁଦାସ ମନ ଜଣସ ବିଖ୍ୟାତ ଅଭିନେତା ଭାବେ ପରିଗଣିତ ହେଲେ । ସରପଞ୍ଚରେ ବୀରେନ୍ଦ୍ର ଅଭିନୟ କରିଥିଲେ । ୧୯୮୩ରେ ବହୁ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏଥିମଧ୍ୟରୁ ପୁତ୍ତ ଜତାନ ଦେ ସର୍ବବୃହତ ବ୍ୟବସାୟିକ ସଫଳତା ଥିଲା । ୧୯୮୪ ମ,ସିହାରେ ବୀରେନ୍ଦ୍ରଙ୍କର ଆଉ ଏକ ଚଳଚ୍ଚିତ୍ର ୟାରୀ ଜାଠ ଦି ମଧ୍ୟ ସଫଳ ହୋଇଥିଲା । ଏହା ପ୍ରଥମ ପଞ୍ଜାବୀ ଚଳଚ୍ଚିତ୍ର ଥିଲା, ଯାହାର ଅଧରୁ ଅଧିକ ଦୃଶ୍ୟ ବ୍ରିଟେନରେ ଉତ୍ତୋଳନ କରାଯାଇଥିଲା । ମାମଲା ଗଡବଡ଼ ହେ, ଅଭିନେତା ଗୁରୁଦାସଙ୍କ ପାଇଁ ଆଉ ଏକ ସଫଳତା ଥିଲା । ଚଳଚ୍ଚିତ୍ରର ଗୀତଗୁଡ଼ିକ ବହୁତ ପ୍ରଶଂସା ପାଇଥିଲା ।

୧୯୮୫ର ଦୁଇଟି ସଫଳ ଚଳଚ୍ଚିତ୍ର ହେଉଛି ମହମ୍ମଦ ସାଦିକ୍‌ଙ୍କ ଗୁଡ୍ଡୋ ଓ ବୀରେନ୍ଦ୍ରଙ୍କ ବୈରୀଲଙ୍ଗ ଦା ଲିସକାରା ୧୯୮୬ର ପ୍ରମୁଖ ସଫଳତା ଥିଲା । ଏଥିରେ ରାଜ ବବର, ଗୁରୁଦାସ ମାନ, ଓମ ପୁରୀ, ନୀନା ଦେଓଲ ପ୍ରମୁଖ ଅଭିନୟ କରିଥିଲେ । ୧୯୮୭ରେ ବୀରେନ୍ଦ୍ର ପଟୋଲାଜୋର ଜାଠ ଦାରେ ଅଭିନୟ କରିଥିଲେ । ଜାଠ ତେ ଜମିନର ନିର୍ମାଣ ବେଲେ ବୀରେନ୍ଦ୍ରଙ୍କୁ ଗୁଳି କରି ହତ୍ୟା ପଞ୍ଜାବକୁ ହଲାଇ ଦେଇଥିଲା । ଏହି ମୃତ୍ୟୁ ସହ ଅଭିନେତା ଗୁଗୁ ଗିଲଯୋଗରାଜ ସିଂହଙ୍କ ପାଇଁ ମୁଖ୍ୟ ଭୂମିକାରେ ଅଭିନୟ ପାଇଁ ସୁଯୋଗ ଆଣିଥିଲା ।

୧୯୮୮ରେ କିଛି ମୁଖ୍ୟ ଚଳଚ୍ଚିତ୍ର ମୁକ୍ତିଲାଭ କରି ନ ଥିଲା । ୧୯୮୯ରେ ପ୍ରସିଦ୍ଧ ମାରହି ଦା ଦୀଭା ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ରାଜ ବବର, ପଙ୍କଜ କପୁର, କନୱଲଜିତ ସିଂହ, ପରିକ୍ଷିତ ସାହାଣୀ, ଓ ଦୀପ୍ତୀ ନାଭାଲ ପ୍ରମୁଖ ଅଭିନୟ କରିଥିଲେ ।

୧୯୯୦[ସମ୍ପାଦନା]

୧୯୯୦ ମସିହାରେ ଗୁଗୁ ଗିଲ, ଯୋଗରାଜ ସିଂହ, ଗୁରଦାସ ମାନ, ଧର୍ମେନ୍ଦ୍ର, ରାଜ ବବର ଓ ପ୍ରୀତି ସାପ୍ରୁ ଅଭିନୀତ କୁରବାନୀ ଜାଠ ଦୀ ମୁକ୍ତିଲାଭ କରିଥିଲା ।ଏହି ଚଳଚ୍ଚିତ୍ରଟି ନିଜେ ପ୍ରୀତି ସାପ୍ରୁ ନିର୍ଦ୍ଦେଶନା ଦେଇଥିଲେ ଏବଂ ଏହା ମଧ୍ୟ ସଫଳତା ଲାଭ କରିଥିଲା । ଦ୍ୱିତୀୟ ମୁଖ୍ୟ ଚଳଚ୍ଚିତ୍ର ଥିଲା ବୀରେନ୍ଦ୍ରଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଦୁଷମନ ଦି ଆଗ । ଏଥିରେ ମଧକ୍୍ୟ ଗୁରଦାସ ମାନ ଓ ପ୍ରୀତି ସାପ୍ରୁ ଅଭିନୟ କରିଥିଲେ । ୧୯୯୧ରେ ମୁଖ୍ୟ ଚଳଚ୍ଚିତ୍ର ଥିଲା ଦଲଜିତ କୌର ଓ ଗୁଗୁ ଗିଲ ଅଭିନିତ ଆଁଖ ଜତନ ଦି । ଏହା ପ୍ରଥମ ଚଳଚ୍ଚିତ୍ର ଥିଲା, ଯେଉଁଥିରେ ଦର୍ଶକମାନେ ପୂର୍ବତନ ଖଳନାୟକ ଗୁଗୁ ଗିଲଙ୍କୁ ନାୟକ ଭାବେ ଗ୍ରହଣ କଲେ । ଏହା ପରେ ଜୋର ଜାଠ ଦା ମୁକ୍ତିଲାଭ କରିଥିଲା, ଯାହା ତାର ବଜେଟ ଉଠେଇବାରେ ସକ୍ଷମ ହୋଇଥିଲା । ବଦଲା ଜଟ୍ଟି ଦା ଏହି ବର୍ଷର ସଫଳ ଚଳଚ୍ଚିତ୍ର ଥିଲା । ଏଥିରେ ଗୁଗୁ ଗିଲ, ଅମନ ନୁରି ପ୍ରମୁଖ ଅଭିନ୍ୟ କରିଥିଲେ । ଉଡ଼ିକନ ସୌନ ଦିଆନ ସମାଲୋଚନା ମୂଳକ ଭାବେ ସଫଳ ହୋଇଥିଲେ ମଧ୍ୟ ବ୍ୟବସାୟିକ ଭାବେ ବିଫଳ ହୋଇଥିଲା । ଅନ୍ୟତମ ଚଳଚ୍ଚିତ୍ର ସୌନ ମେନୁ ପଞ୍ଜାବୀ ଦିରେ ସତୀଶ କୌଲ, ରାମା ଭିଜ, ମେହେର ମିତ୍ତଲ, ପାଲ ରାନ୍ଧୱା ପ୍ରମୁଖ ଅଭିନ୍ୟ କରିଥିଲେ । ଏହା ସୁଖଦେବ ଆହୁଲୱାଲିଆଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଓ ସୁରିନ୍ଦର କୋହଲି ସଙ୍ଗୀତ ଦାନ କରିଥିଲେ ।

୧୯୯୧ରେ ଦୀପ ଧିଲୋଂ ଓ ସୁନୀତା ଧୀର ଅଭିନୀତ ବୈଶାଖୀ ସମାଲୋଚକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ବ୍ୟବସାୟିକ ଭାବେ ସଫଳ ହୋଇ ନ ଥିଲା । ସେହି ବର୍ଷ ଜାଠ ଜିଓନା ମୋର ସଫଳ ରହିଥିବା ବେଳେ, ଗୁଗୁ ଗିଲ ସର୍ବଶ୍ରେଷ୍ଠ ଅଭିନେତା ଭାବେ ପରିଗଣିତ ହେଲେ । ଯୋଗରାଜ ସିଂହଙ୍କ ଜଗ୍ଗା ଡାକୁ, ମଧ୍ୟମ ଧରଣର ବ୍ୟବସାଯ କରିଥିଲା । ଗୁଗୁ ଗିଲ ଓ ଅମର ନୂରିଙ୍କ ଅଭିନୀତ ଦିଲ ଦା ମାମଲା ବିଫଳ ହୋଇଥିଲା ।

୧୯୯୩ରେ ଜାଠ ସଚ୍ଚା ସିଂହ ସୁରମା (ଯୋଗରାଜ ସିଂହ ଓ ନୀନା ସିଦ୍ଧୁ), ମିର୍ଜା ସାହିବାନ (ଗୁଗୁ ଗିଲ), ଲାଲକାରା ଜାଠ ଦାଶାଲୀ ଆଧି ଘରୱାଲି ପ୍ରଭୃତି ମୁକ୍ତିଲାଭ କରିଥିଲା । ଏଗୁଡ଼ିକ ମଧ୍ୟମ ଭାବେ ସଫଳ ରହିଥିଲେ । ମାଲକିତ ସିଂହ, ହଂସରାଜ ହଂସ, ପ୍ରୀତି ସାପ୍ରୁ ଓ ଯୋଗରାଜ ସିଂହଙ୍କ ଅଭିନୀତ ପ୍ରୀତି ସାପ୍ରୁଙ୍କ ମେହେନ୍ଦୀ ସାଗନାନ ଦି ଅର୍ଥ ହରାଇଥିଲା । ଯୋଗରାଜ ସିଂହଙ୍କ ଅଭିନୀତ କୁଡି କାନାଡା ଦି ମଧ୍ୟ ବିଫଳ ହୋଇଥିଲା ।

ଗୁରଦାସ ମାନ, ଯୋଗରାଜ ସିଂହଙ୍କ ଅଭିନୀତ କାଚେହରୀ (୧୯୯୪) ଚଳଚ୍ଚିତ୍ର ସଫଳ ହେବା ସହ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲା । ନୂତନ ଅଭିନେତା ବିଶାଲ ସିଂହ ଅଭିନୀତ ତବାହି ବର୍ଷର ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଥିଲା । ଗୁଗୁ ଗିଲଙ୍କ ବାଇରି ମଧ୍ୟ ସଫଳ ରହିଥିଲା । ମାତ୍ର ଖଳନାୟକ ଭାବେ ଯୋଗରାଜଙ୍କ ଜିଗର ଜାଠ ଦା ବିଫଳ ହୋଇଥିଲା ।

୧୯୯୫ରେ କିମି ବର୍ମା ଅଭିନୀତ ନସିବୋକହର ସମାଲୋଚନା ଭାବେ ସଫଳ ଓ ବ୍ୟବସାୟିକ ଭାବେ ବିଫଳ ରହିଥିଲା । ଜଇଲଦାର, ନୈନ ପ୍ରୀତୋ ଦେସାର ଧାଦ ଦି ବାଜି ସଫଳ ରହିଥିଲେ । ଭଗୱତ, ଜଖମିଜାଗିରଦାର, ମେରା ପଞ୍ଜାବ ପ୍ରଭୃତି ଅସଫଳ ରହିଥିଲା ।

୧୯୯୬ରେ ପଞ୍ଜାବୀ ଚଳଚ୍ଚିତ୍ରର ଅବନତି ଘଟିଲା । କେବଳ ବିଶାଲ ସିଂହ ଅଭିନୀତ ସୁଖ ସଫଳ ରହିଥିଲା । ଦେଶୋ, ପରଦେଶୋ (ଉପାସନା ସିଂହ, ଗୁରକୀର୍ତ୍ତନ, ଓ ଶିବିନ୍ଦର ମହଲ), ବିଛୋଡା, ଗୱାହି ଜାଠ ଦି, ଜୋରାୱର ପ୍ରଭୃତି ବିଫଳ ହୋଇଥିଲା ।ଦାରା ସିଂହଙ୍କ ବିନ୍ଦୁ ଓ ଫରହାଙ୍କ ରବ ଦିୟାଁ ରଖନା ମଧ୍ୟ ବିଫଳ ହୋଇଥିଲା ।

୧୯୯୭ର ଚଳଚ୍ଚିତ୍ର (ମେଲା, ଟ୍ରକ ଡ୍ରାଇଭର, ସର୍ଦ୍ଦାରୀ, ପ୍ରୀତନ ଦେ ପେହରେଦାରପଛତାୱା) ବିଫଳ ଥିଲା । ଗୁଗୁ ଗିଲଙ୍କ ଚଳଚ୍ଚିତ୍ର ମଧ୍ୟ ସଫଳ ନ ଥିଲା । ଟ୍ରେନ ଟୁ ପାକିସ୍ତାନ ହିନ୍ଦୀ ଓ ପଞ୍ଜାବୀ ଭାଷାର ମିଶ୍ରଣ ଥିଲା ଓ ପରେ ଚଲଚ୍ଚିତ୍ର ଉତ୍ସବ ପାଇଁ ଏହାକୁ ପଞ୍ଜାବୀ ଭାଷାକୁ ଅନୁବାଦ କରାଯାଇଥିଲା । ଚଳଚ୍ଚିତ୍ର ମେ ମା ପଞ୍ଜାବ ଦି ଦୂରଦର୍ଶନରେ କ୍ରମାଗତ ଭାବେ ପଦର୍ଶନ ହେଲା । ଏହି ବର୍ଷ ଜସପାଲ ଭଟ୍ଟୀଙ୍କ ମହଉଲ ଠିକ ହେ ସହ ସଫଳ ଭାବେ ଶେଷ ହୋଇଥିଲା । ଜାଠ ଜିଓଁ ମୋରା (୧୯୯୧) ଓ ବଦଲା ଜାତି ଦା (୧୯୯୨) ପରେ ଏହା ପ୍ରଥମ ବଡ଼ ସଫଳତା ଥିଲା ।

ପଞ୍ଜାବୀ ଚଳଚ୍ଚିତ୍ର ୧୯୯୯ରେ ସଫଳତା ପାଇଥିଲା । ମହଉଲ ଠିକ ହେ, ସାହୀଦ-ଇ-ମହବତ ବୁଟା ସିଂହ (ଗୁରଦାସ ମାନଦିବ୍ୟା ଦତ୍ତ) ବ୍ୟବସାୟିକ ସଫଳ ଥିଲା । ମୁକ୍କଦର, ତେରା ମେରା ପ୍ୟାର, ନଦୀୟୋ ବିଛଡେ ନୀର, ଦୂର ନହି ନଙ୍କାନା, ଓ ଇସ୍କ ଞ୍ଚାବେ ଗଲି ଗଲି (ରଣଦୀପ ବୀରେନ୍ଦର, ମଞ୍ଜିତ କୁଲାର, ଦୀପକ ସରଫ, ନୀରୁ ସିଂହ, ଓ ସୁରିନ୍ଦର ଶର୍ମା) ସମସ୍ତେ ବିଫଳ ହୋଇଥିଲେ । ରାଜନୀତି, ଯାହା ହିନ୍ଦୀରେ ମଧ୍ୟ ହୋଇଥିଲା ତାହା ମଧ୍ୟ ବିଫଳ ହୋଇଥିଲା । ରାଜ ବବରଙ୍କ ଶହୀଦ ଉଦ୍ଦାମ ସିଂହ ବର୍ଷ ଶେଷ ବେଳକୁ ଭାଲ କରିଥିଲା । ସେହି ବର୍ଷ ଶାହୀଦ ଇ ମହବତଶହୀଦ ଉଦ୍ଦାମ ସିଂହ ଦୁଇଟି ସଫଳ କ୍ଚଳଚ୍ଚିତ୍ର ଥିଲା ।

୨୦୦୦[ସମ୍ପାଦନା]

୨୦୦୦ରେ କେବଳ ଏକମାତ୍ର ମୁକ୍ତିଲାଭ ଥିଲା, ଦର୍ଦ ପରଦେସାନ ଦେ, ଯେଉଁଥିରେ ଅବିନାଶ ୱାଧାୱନ, ଉପାସନା ସିଂହ, ପରମବୀର ଓ ଦୀପଶିଖା ଅଭିନୟ କରିଥିଲେ । ମାତ୍ର ଏହା ପଞ୍ଜାବରେ ଭଲ ବ୍ୟବସାୟ କରିନଥିଲା ଅଥଚ ବିଦେଶରେ ଭଲ କରିଥିଲା । ୨୦୦୧ରେ ସିକନ୍ଦରଜାଗିରା ମୁକ୍ତିଲାଭ କରିଥିଲା । ଅବିନାଶ ୱାଧ୍ୱନ ଓ ଆଯେଶା ଝୁଲକା ଖାଲସା ମେରା ରୂପ ହେ ଖାସରେ ଅଭିନୟ କରିଥିଲେ, ଯାହା ବିଦେଶରେ ମୁକ୍ତିଲାଭ କରିଥିଲା, ମାତ୍ର ପଞ୍ଜାବରେ ନୁହେଁ ।

୨୦୦୨ରେ ଜି ଆୟା ନୁ ମୁକ୍ତିଲାଭ କରିଥିଲା, ଯେଉଁଥିରେ ଗାୟକ ତଥା ଅଭିନେତା ହରଭଜନ ମାନ ଅଭିନୟ କରିଥିଲେ । ଏହା ମନମୋହନ ସିଂହଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା । ଏହା ପଞ୍ଜଉଡ ପାଇଁ ଏକ ବଡ଼ ବଜେଟ ଚଳଚ୍ଚିତ୍ର ଥିଲା, ପ୍ରାୟ ୨୦-୨୫ ନିୟୁତ । ଏହା ଖୁବ୍ ସଫଳତା ଲାଭ କରିଥିଲା । ଏହା ପଞ୍ଜାବ ଚଳଚ୍ଚିତ୍ର ଜଗତ ପାଇଁ ଏକ ନିର୍ଣ୍ଣାୟକ ମୋଡ ନେଇଥିଲା ।

ବଦଲା ୨୦୦୩ରେ ମୁକ୍ତିଲାଭ କରିଥିଲା । ଆଶା ନୁ ମାନ ୱାତନା ଦା ୨୦୦୪ରେ ମୁକ୍ତିଲାଭ କରିଥିଲା । ଏହା ପୁନର୍ବାର ଅଭିନେତା ହରଭଜନ ଓ ନିର୍ଦ୍ଦେଶକ ମନମୋହନଙ୍କ ଯୋଡି ଥିଲା ।

ଜିଜା ଜି, ଦେଶ ହୋ ୟା ପରଦେଶ, ମେ ତୁ ଏସି ତୁସି, ୟାରାନ ନାଲ ବାହାରାନ, ଓ ନାଲାୟକ ୨୦୦୫ ମସିହାରେ ମୁକ୍ତିଲାଭ କରିଥିଲା । ଦିଲ୍ ଅପ୍‌ନା ପଞ୍ଜାବୀ (ଅଭିନେତା- ହରଭଜନ ଓ ନିର୍ଦ୍ଦେଶକ- ମନମୋହନ), ଏକ ଜିନ୍ଦ ଏକ ଜାନ୍ ( ପ୍ରଭଲିନ ସିନ୍ଧୁଙ୍କ ପ୍ରଥମ ଚଳଚ୍ଚିତ୍ର), ମନ୍ନତ (ଗୁରବୀର ସିଂହ ଗ୍ରେୱାଲଙ୍କଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ, ଜିମ୍ମି ଶେରଗିଲ ଓ ନବାଗତ କୁଲରାଜ ରାନ୍ଧୱାଙ୍କ ଅଭିନୀତ) ଓ ୱାରିସ ଶାହ: ଇସ୍କ ଦା ୱାରିସ୍ ୨୦୦୬ ମସିହାରେ ମୁକ୍ତିଲାଭ କରିଥିଲା । ୨୦୦୬ ମସିହାରେ ଆମେରିକା ଉପରେ ପର୍ଯ୍ୟବସିତ ଚଳଚ୍ଚିତ୍ର କମ୍ବଦି କଜାଇ ମୁକ୍ତିଲାଭ କରିଥିଲା । ରୁସ୍ତମ ଏ ହିନ୍ଦମିଟ୍ଟି ୱଜନ ମାରଦି (ହରଭଜନ ଅଭିନୀତ ଓ ମନମୋହନ ନିର୍ଦ୍ଦେଶିତ) ପ୍ରଭୃତି ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା ।

୨୦୦୮ରେ ଆଖିଦୃଶିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ଯଥା: ହସର: ଏ ଲଭ ଷ୍ଟୋରୀ (ହୁରଲିନ ଚୋପ୍ରାଙ୍କ ପ୍ରଥମ ଚଳଚ୍ଚିତ୍ର), ୟାରିୟାଁ, ମେରା ପିନ୍ଦ, ଲାଖ ପରଦେଶୀ ହୋୟେ, ହେଭେନ୍ ଅନ୍ ଅର୍ଥ୍ସତ୍ ଶ୍ରୀ ଅକାଲ୍ । ୨୦୦୯ରେ ଜାଗ୍ ଜିଓଦେୟେ ଦେହ ମେଲେ ସଫଳତା ଲାଭ କରିଥିଲା ଓ ଜିମ୍ମି ଶେରଗିଲକୁଲରାଜ ରାନ୍ଧ୍ୱାଙ୍କ ଅଭିନୀତ ତେରା ମେରା କି ରିସ୍ତା ଏକ ବୃହତ୍ ସଫଳତା ଥିଲା । ମାତ୍ର ସବୁଠାରୁ ସଫଳ ଥିଲା ଜିମ୍ମି ଶେରଗିଲ ଓ ଗୁରପ୍ରିତ ଘୁଗ୍ଗିଙ୍କ ଅଭିନୀତ ମୁଣ୍ଡେ ୟୁ କେ ଦେ

ମୁଣ୍ଡେ ୟୁ କେ ଦେ ଦିଲ ଅପନା ପଞ୍ଜାବୀର ରେକର୍ଡ ଭାଙ୍ଗିଥିଲା, ଯାହା ମନମୋହନ ସିଂହଙ୍କଦ୍ୱାରା ନିର୍ଦ୍ଦେଶିତ ଥିଲା ଏବଂ ପଞ୍ଜାବୀ ଚଳଚ୍ଚିତ୍ର ଜଗତାରେ ସର୍ବବୃହତ ଆୟକାରୀ ଚଳଚ୍ଚିତ୍ର ଥିଲା ।

ମେହେନ୍ଦୀ ୱାଲେ ହାତ୍ (୨୦୦୬), ଯାହା ହରିନ୍ଦର ଗିଲଙ୍କଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ହୋଇଥିଲା ଓ ନୂଆ ଆଭିନେତା ଗୋଲ୍ଡି ସୋମାଲ୍, ଗେଭି ଚହଲ୍, ଓ ପ୍ରବଲିନଙ୍କଦ୍ୱାରା ଅଭିନୀତ ହୋଇଥିଲା; ପୂର୍ବ ପଞ୍ଜାବ ଅଞ୍ଚଳରେ ଏକ ବୃହତ୍ ସଫଳତା ଥିଲା ।

୨୦୧୦[ସମ୍ପାଦନା]

୨୦୧୦ରେ ୧୬ଟି ଚଲଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଜିମ୍ମି ଶେରଗିଲ୍ ଓ ଗିପ୍ପି ଗ୍ରେୱାଲଙ୍କ ଅଭିନୀତ ମେଲ୍ କରାଦେ ରବ୍‌ବା ପରେ ସମସ୍ତ ରେକର୍ଡ ଭଙ୍ଗିଥିଲା ଓ ୧୧୦ ନିୟୁତ ରୋଜଗାର କରିଥିଲା ଏବଂ ସର୍ବବୃହତ ଆୟକାରୀ ଚଳଚ୍ଚିତ୍ରରେ ପରିଣତ ହୋଇଥିଲା । ଅପ୍ରେଲରେ ବାବୁ ମାନଙ୍କ ଏକମ- ସନ୍ ଅଫ୍ ଦି ସଏଲ୍ ମୁକ୍ତିଲାଭ କରିଥିଲା ଓ ସଫଳ ମଧ୍ୟ ହୋଇଥିଲା । ଏହା ବ୍ରିଟିଶ-ପଞ୍ଜାବୀ ଅଭିନେତ୍ରୀ ମାଣ୍ଡି ତଖାରଙ୍କୁ ଚଳଚ୍ଚିତ୍ର ଜଗତକୁ ଆଣିଥିଲା । ହରିନ୍ଦର ଗିଲଙ୍କଦ୍ୱାରା ଲିଖିତ ଜୱାନୀ ଜିନ୍ଦାବାଦ୍, ଯେଉଁଥିରେ ପ୍ରସିଦ୍ଧ ପଞ୍ଜାବୀ ଗାୟକ ରାଜ ବରାର, ପୂଜା କନ‌ୱାଲ, ଗୁଗ୍ଗୁ ଗିଲ ଓ ଗୁର କିର୍ତ୍ତନ ଅଭିନୟ କରିଥିଲେ, ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା । ଏହା କାନ୍ନାଡାରେ ବଡ଼ ଧରଣର ସଫଳତା ଲାଭ କରିଥିଲା । ହରିନ୍ଦର ସିଂହଙ୍କଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ; ଓ ମିସ୍ ପୂଜା ଓ ଗୋଲ୍ଡି ସୋମାଲଙ୍କ ଅଭିନୀତ ଚନ୍ନା ସଚ୍ଚି ମୁଛି ୨୦୧୦ରେ ମୁକ୍ତିଲାଭ କରିଥିଲା ।୨୦୧୦ରେ ମଧ୍ୟ ଗୁରଦାସ ମାନ, ଜୁହି ଚାୱଲା ଓ ଦିବ୍ୟା ଦତ୍ତାଙ୍କ ଅଭିନୀତ ସୂକ୍ଷ୍ମଣୀ (ହୋପ୍ ଅଫ୍ ଲାଇଫ୍) ମୁକ୍ତିଲାଭ କରିଥିଲା ।

୨୦୧୧[ସମ୍ପାଦନା]

୨୦୧୧ରେ, ଚଳଚ୍ଚିତ୍ର ହର୍ଷଦୀପ କୌରୟାମି ଗୌତମଙ୍କ ଅଭନୀତ ଏକ ନୂର ମୁକ୍ତିଲାଭ କରିଥିଲା । ଇଶ୍ ଅମିତୋଜ କୌରଙ୍କ ନିର୍ଦ୍ଦେଶିତ ଛେଭନ ଦରିଆ ସେପ୍ଟେମ୍ବର ୨୦୧୧ରେ ମୁକ୍ତିଲାଭ କରିଥିଲା । କୌର ପ୍ରଥମ ପଞ୍ଜାବୀ ମହିଳ ଭାବେ ଏକ ପଞ୍ଜାବୀ ଚଳଚ୍ଚିତ୍ରକୁ ଲେଖିବା ସହ ନିର୍ଦ୍ଦେଶନା ଓ ପ୍ରଯୋଜନା ମଧ୍ୟ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ଗୁଲସନ ଗ୍ରୋଭର, ନୀନା ଗୁପ୍ତା, ମନ୍‌ପ୍ରୀତ ସିଂହ, ଲକ୍ଷୱିନ୍ଦର ୱାଦାଲି, ଖ୍ରୀଷ୍ଟା କାନନ୍ ଓ ରାଣା ରଣବୀର ଅଭିନୟ କରିଥିଲେ ।

ବର୍ଷ ଶେଷ ବେଳକୁ ସିମର୍‌ଜିତ୍ ସିଂହ ନିର୍ଦ୍ଦେଶିତ ଓ ଗୁରଦାସ୍ ମାନ୍ ଅଭିନୀତ ଛାକ ଜୱାନ୍ ମୁକ୍ତିଲାଭ କରିଥିଲା ।

ଫେବୃଆରୀ ୨୦୧୧ରେ ପିଟିସି ପଞ୍ଜାବୀ ଚ୍ୟାନେଲଦ୍ୱାରା ଅନୁଷ୍ଠିତ ପ୍ରଥମ ପିଟିସି ପଞ୍ଜାବୀ ଚଳଚ୍ଚିତ୍ର ପୁରସ୍କାର ପଞ୍ଚକୁଲାଠାରେ ଦିଆଯାଇଥିଲା । ଏହା ଚଳଚ୍ଚିତ୍ର ଜଗତକୁ ଏକ ଆଖିଦୃଶିଆ ପ୍ରୋତ୍ସାହନ ଦେଇଥିଲା ଓ ଏଥିରେ ଓମ୍ ପୁରୀ, ପ୍ରେମ୍ ଚୋପ୍ରା, ଗୁରଦାସ୍ ମାନ, ଗୁଡ୍ଡୁ ଧାନୋଆ, ପ୍ରୀତି ସାପ୍ରୁ, ରାଜା ମୁରାଡ, ସତୀଶ କୌଲ, ମନମୋହନ ସିଂହ, ଅମରିନ୍ଦର ଗିଲ, ଗିପ୍ପି ଗ୍ରେୱାଲ୍, ଜସବୀର ଜସ୍ସି, ପୁନିତ ଇଶାର, ରାକେଶ ବେଦୀ, ରାମା ଭିଜ୍, ସୁଧାଂଶୁ ପାଣ୍ଡେ ଓ ଆକୃତି କାକ୍କର ପ୍ରଭୃତି ଯୋଗଦାନ କରିଥିଲେ ।

୨୦୧୧ରେ ପଞ୍ଜାବୀ ଚଳଚ୍ଚିତ୍ର ଜଗତ ପ୍ରବାସୀ ଭାରତୀୟ-କୈନ୍ଦ୍ରୀକ କାହାଣୀଠାରୁ ଦୁରେଇ ଯାଇଥିଲା, ଯେପରି ଦିଲଜିତ୍ ଦୋସାଞ୍ଝଙ୍କ ଅଭିନୀତ ଦି ଲାୟନ୍ ଅଫ୍ ପଞ୍ଜାବ ଏବଂ ରଣବିଜୟ ସିଂହଙ୍କ ଅଭିନୀତ ଧରତୀ

ଜିନ୍ହେ ମେରା ଦିଲ ଲୁଟେୟା ଏକ ୨୦୧୧ ମସିହାର ଚଳଚ୍ଚିତ୍ର ଥିଲା, ଯାହା ମନଦୀପ କୌରଙ୍କଦ୍ୱାରା ନିର୍ଦ୍ଦେଶିତ ଏବଂ ଧୀରାଜ ରତନଙ୍କଦ୍ୱାରା କାହାଣୀ ଓ ଚିତ୍ରନାଟ୍ୟ, ବାତ୍ରା ସୋୱିଜ୍ ପ୍ରାଇଭେଟ୍ ଲିମିଟେଡଦ୍ୱାରା ପ୍ରଯୋଜନା କରାଯାଇଥିଲା ଏବଂ ଏଥିରେ ଗିପ୍ପି ଗ୍ରେୱାଲ, ଦିଲଜିତ୍ ଦୋସାନ୍ଝ, ନିରୁ ବାଜୱା ଓ ଜସୱିନ୍ଦର ଭଲ୍ଲା ଅଭିନୟ କରିଥିଲେ । ଏହା ୧୨୫ ନିୟୁତ ଆୟ କରିଥିଲା । ଏହି ଚଳଚ୍ଚିତ୍ରଗୁଡ଼ିକ ପଞ୍ଜାବୀ ଚଳଚ୍ଚିତ୍ରର ମାନ ବଢ଼ାଇଥିଲା ଓ ପଞ୍ଜାବୀ ଚଳଚ୍ଚିତ୍ରକୁ ପରବର୍ତ୍ତୀ ସ୍ତରକୁ ନେଇଯାଇଥିଲା ।

ସେପ୍ଟେମ୍ବର ୨୦୧୧ରେ, କ୍ଷିତିଜ ଚୌଧୁରୀଙ୍କ ନିର୍ଦ୍ଦେଶିତ ଓ ହସଭଜନ ମାନ, ତୁଲିପ ଯୋଶୀ, କବୀର ବେଦୀ ଓ ଗୁରପ୍ରୀତ୍ ଘୁଗ୍ଗିଙ୍କ ଅଭିନୀତ ୟାରା ଓ ଦିଲଦାରା ମୁକ୍ତିଲାଭ କରିଥିଲା ।

ଅକ୍ଟୋବରରେ, ଯୁବରାଜ ହଂସହରିଶ ବର୍ମାଙ୍କ ଅଭିନୀତ ୟାର ଅନ୍‌ମୁଲ୍ଲେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ସଫଳ ହୋଇଥିଲା ।

୨୦୧୨[ସମ୍ପାଦନା]

ଏହି ବର୍ଷକୁ ପଞ୍ଜାବୀ ଚଳଚ୍ଚିତ୍ରର ସୁବର୍ଣ୍ଣ ବର୍ଷ କୁହାଯାଏ ଓ ଚଳଚ୍ଚିତ୍ର ଶିଳ୍ପ ଏହି ବର୍ଷ ସମଗ୍ର ଭାରତୀୟ ଛାପ ଥାଇ ବହୁ ମାଇଲ୍ ଖୁଣ୍ଟ ଅତିକ୍ରମ କରିଥିଲା । ଅପ୍ରେଲରେ ମୁକ୍ତିଲାଭ କରିଥିବା ୟୋ ୟୋ ହନି ସିଂହ ଓ ଗିପ୍ପି ଗ୍ରେୱାଲ୍‌ଙ୍କ ଅଭିନୀତ ହଲିଉଡ-ଆଧାରିତ ଚଳଚ୍ଚିତ୍ର ମିର୍ଜା-ଦି ଅନ୍‌ଟୋଲ୍ଡ ଷ୍ଟୋରୀ ପଞ୍ଜାବୀ ଚଳଚ୍ଚିତ୍ର ଇତିହାସରେ ସବୁଠାରୁ ଅଧିକ ମୂଲ୍ୟବାନ ଚଳଚ୍ଚିତ୍ର(Indian Rupee ₹crore (US$୨ million)) ଥିଲା ।[୧୩]

ଜୁନ ୨୦୧୨ରେ ଚଳଚ୍ଚିତ୍ର ଜାଠ ଓ ଜୁଲିଏଟ୍ ସବୁଠାରୁ ସଫଳ ଚଳଚ୍ଚିତ୍ର ଥିଲା ଏବଂ ଏହା ଆଜି ପର୍ଯ୍ୟନ୍ତ ମଧ୍ୟ ସବୁଠାରୁ ଉତ୍କୃଷ୍ଟ ଚଳଚ୍ଚିତ୍ର ଭାବେ ବିବେଚିତ । ଏହି ଚଳଚ୍ଚିତ୍ର ଦିଲଜିତ ଦୋସାଞ୍ଝ ଓ ନିରୁ ବଜ୍‌ୱାଙ୍କୁ ପଞ୍ଜାବୀ ଚଳଚ୍ଚିତ୍ର ଶିଳ୍ପରେ ଅଧିକ ଲୋକପ୍ରିୟ କରିଥିଲା । ହିମେଶ ରେଶମିୟା ଏହି ଚଳଚ୍ଚିତ୍ରର ପୁନଃନିର୍ମାଣ ଅଧିକାରକୁ Indian Rupee ₹୩.୫ crore (US$୭,୭୭,୦୦୦)ରେ କିଣିଥିଲେ । ଜୁଲାଇ ୨୦୧୨ରେ ଗିପ୍ପି ଗ୍ରେୱାଲଙ୍କ ଅଭିନୀତ ହାସ୍ୟାତ୍ମକ ଚଳଚ୍ଚିତ୍ର କ୍ୟାରି ଅନ୍ ଜଟ୍ଟା ବ୍ୟବସାୟିକ ଭାବେ ଜାଟ ଏଣ୍ଡ ଜୁଲିଏଟ ପରେ ଖୁବ୍ ସଫଳ ହୋଇଥିଲା । ପ୍ରଥମ ଥର ପାଇଁ ପଞ୍ଜାବୀ ଚଳଚ୍ଚିତ୍ର ୟାରାନ୍ ନାଲ୍ ବାହରନ୍ର ପରବର୍ତ୍ତୀ ବୃତ୍ତାନ୍ତ ୟାରାନ୍ ନାଲ୍ ବାହରନ୍ ୨ ମୁକ୍ତିଲାଭ କରିଥିଲା ।

ସେପ୍ଟେମ୍ବରରେ ଦୀପ ଧିଲୋଂ ଓ କୁଲ୍ ସିନ୍ଧୁଙ୍କ ଅଭିନୀତ ଆଜ୍ ଦେ ରାଞ୍ଝେ ମୁକ୍ତଲାଭ କରିଥିଲା । ଏହା ମନମୋହନଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା । ଅକ୍ଟୋବର ୨୦୧୨ରେ, ଗୁରବୀର ଗ୍ରେୱାଲ୍‌ଙ୍କଦ୍ୱାରା ନିର୍ଦ୍ଦେଶିତ ଶଦୀ ୱଖରୀ ହେ ଶାନ୍ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ଆଠଟି ଗୀତ ସ୍ଥାନ ପାଇଥିଲା, ଯାହା ନୂତନ ସଙ୍ଗୀତ ନିର୍ଦ୍ଦେଶକ ଦିଲପ୍ରୀତ ଭାଟିଆଙ୍କଦ୍ୱାରା ସଜା ଯାଇଥିଲା । ଏହି ଚଳଚ୍ଚିତ୍ରର ସଙ୍ଗୀତ ସମକାଳୀନ ପଶ୍ଚିମ ଶାସ୍ତ୍ରୀୟ ସଙ୍ଗୀତ ଓ ପଞ୍ଜାବୀ ଲୋକ ଗୀତର ମିଶ୍ରଣ ଥିଲା ।

ଏହି ବର୍ଷ ବହୁତ ନୂଆ ପ୍ରଯୋଜନା ସଂସ୍ଥା ଅଧିକ ହାସ୍ୟାତ୍ମକ ଚଳଚ୍ଚିତ୍ରକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ଆରମ୍ଭ କରିଥିଲେ । ବିନୁ ଧିଲୋଂ, ଗୁରପ୍ରୀତ୍ ଘୁଗ୍ଗି, ଯଶୱିନ୍ଦର ଭାଲ୍ଲା, ରାଣା ରଣବୀର, କରମଜିତ୍ ଅନମୋଲ୍ ଓ ବି ଏନ୍ ଶର୍ମା ପ୍ରଭୃତି ପଞ୍ଜାବୀ ଚଳଚ୍ଚିତ୍ର ଜଗତରେ ହାସ୍ୟ କଳାକାର ଭାବେ ପ୍ରତିଷ୍ଠିତ ହୋଇଥିଲେ ।

ଅଗଷ୍ଟ ୨୦୧୨ରେ, ଟରଣ୍ଟୋ, କାନାଡାଠାରେ ପ୍ରଥମ ପଞ୍ଜାବୀ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଏକାଡେମୀ ପୁରସ୍କାର ଅନୁଷ୍ଠିତ ହୋଇଥିଲା । ଏହା ଏକ ବୃହତ ସଫଳତା ଥିଲା । ଏଥିରେ ପଞ୍ଜାବୀ ତାରକାମାନେ ଅଂଶଗ୍ରହଣ କରିଥିଲେ । ଲୋକମାନଙ୍କଠାରୁ ଏକ ନୂଆ ଆଶା ପାଇବା ସହ ପଞ୍ଜାବୀ ଚଳଚ୍ଚିତ୍ର ପ୍ରତିବର୍ଷ ବଡ଼ ବଜେଟ୍, ଘରୋଇ ତାରକା ଓ ପଞ୍ଜାବୀ ଉତ୍ତରାଧିକାରୀ ବଲିଉଡ ଅଭିନେତାଙ୍କୁ ନେଇ ଅଧିକ ସଂଖ୍ୟାରେ ମୁକ୍ତିଲାଭ କରିବାକୁ ଲାଗିଲା । ବିଭିନ୍ନ ଚଳଚ୍ଚିତ୍ର ଉତ୍ସବ ଯଥା: ପଞ୍ଜାବୀ ଚଳଚ୍ଚିତ୍ର ଉତ୍ସବ, ଅମୃତସର, ମା ବୋଲି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ', ଭାଙ୍କୋଭରପଞ୍ଜାବୀ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ, ଟରଣ୍ଟୋ, ପ୍ରଭୃତି ପ୍ରତିବର୍ଷ ଆୟୋଜିତ ହେବାକୁ ଲାଗିଲା ।

୨୦୧୩[ସମ୍ପାଦନା]

୨୦୧୩ ବର୍ଷଟି ପଞ୍ଜାବୀ ଚଳଚ୍ଚିତ୍ରକୁ ପରବର୍ତ୍ତୀ ସୁବର୍ଣ୍ଣ ସ୍ତରକୁ ନେଇଯାଇଥିଲା । ତାରଲା ଦିଲଜିତ୍ ଦୋସାଞ୍ଝ, ନିରୁ ବାଜ୍‌ୱା, ଗିପ୍ପି ଗ୍ରେୱାଲ୍ ଓ ସୁରଭିନ ଚାୱଲା ପ୍ରଭୃତି ନିଜର ସଫଳ ଚଳଚ୍ଚିତ୍ରଦ୍ୱାରା ଦର୍ଶକଙ୍କ ହୃଦୟ ଚୋରାଇଥିଲେ । ଜାଠ ଏଣ୍ଡ ଜୁଲିଏଟ୍ ୨ ଏହାର ପୂର୍ବ ନିର୍ମାଣ ଜାଠ ଏଣ୍ଡ ଜୁଲିଏଟ୍ର ରେକର୍ଡ ଭାଙ୍ଗିଥିଲା । ଜାଠ ଏଣ୍ଡ ଜୁଲିଏଟ୍ ୨ ମଧ୍ୟ ପାକିସ୍ତାନୀ ପଞ୍ଜାବରେ ୧୫ଟି ପରଦାରୁ ଅଧିକରେ ମୁକ୍ତିଲାଭ କରିଥିଲା ଓ ପାକିସ୍ତାନୀ ଦର୍ଶକଙ୍କ ମନ ମଧ୍ୟ ଜିତି ପାରିଥିଲା ।[୧୪]

ସାଡ୍ଡା ହକ୍ ଏକ ସତ୍ୟ ଘଟଣା, ୧୯୮୦ର ଶେଷ ଓ ୧୯୯୦ର ଆରମ୍ଭରେ ପଞ୍ଜାବରେ ହୋଇଥିବା ହଟ୍ଟଗୋଳକୁ ନେଇ ତିଆରି ହୋଇଥିଲା ଏବଂ ଜାଠ ଏଣ୍ଡ ଜୁଲିଏଟ୍ ୨ ପରେ ୨୦୧୩ରେ ସବୁଠାରୁ ଅଧିକ ସଫଳ ଚଳଚ୍ଚିତ୍ର ଥିଲା ।

ଅକ୍ଷୟ କୁମାରଙ୍କ ପ୍ରଯୋଜିତ ଓ ଗିପ୍ପି ଗ୍ରେୱାଲ୍‌ଙ୍କ ଅଭିନୀତଭାଜି ଇନ୍ ପ୍ରୋବ୍ଲେମ୍ ଏହି ବର୍ଷର ଅନ୍ୟେକ ସଫଳ ଚଳଚ୍ଚିତ୍ର ଥିଲା ଏବଂ ଏଥିରେ ଭାରତୀୟ କ୍ରିକେଟ୍ ତାରକା ହରଭଜନ ସିଂହ ମଧ୍ୟ ଅଭିନୟ କରିଥିଲେ । ଅନ୍ୟ ସଫଳ ଚଳଚ୍ଚିତ୍ରଗୁଡ଼ିକ ହେଲା, ଦିଲଜିତ୍ ଦୋସାଞ୍ଝାଙ୍କ ଅଭିନୀତ ଜିମ୍ମି ଶେରଗିଲ୍‌ଙ୍କ ଶାଦୀ ଲଭ୍ ଷ୍ଟୋରୀ, ରୋଶନ ପ୍ରିନ୍ସ ଓ ଜପ୍‌ଜି ଖାଇରାଙ୍କ ଅଭିନୀତ ଫେର ମାମଲା ଦଡ଼ବଡ଼଼, ଆର୍ଯ୍ୟ ବବର୍ଶମିକ୍ଷାଙ୍କ ଅଭିନୀତ ଜାଠ୍‌ସ ଇନ୍ ଗୋଲ୍‌ମାଲ୍, ୟୋ ୟୋ ହନି ସିଂହଙ୍କ ଅଭିନୀତ ତୁ ମେରା ୨୨ ମେଁ ତେରା ୨୨ ଏବଂ ତାରକା ଗିପ୍ପି ଗ୍ରେୱାଲ୍‌ଙ୍କ ଲକି ଦି ଅନଲକି ଷ୍ଟୋରୀ ଓ ଆକ୍ରମଣାତ୍ମକ ଚଳଚ୍ଚିତ୍ର ସିଂହ ବନାମ୍ କୌର । ଏକ ଧାର୍ମିକ ଚଳଚ୍ଚିତ୍ର ପଗ୍‌ରି ସିଂହ ଦା ତାଜ୍ ମଧ୍ୟ ମୁକ୍ତିଲାଭ କରିଥିଲା ।

ହଲିଉଡ ଚଳଚ୍ଚିତ୍ର ଏ ଗୁଡ୍ ଦେ ଟୋ ଡାଏ ହାର୍ଡକୁ ଗିପ୍ପି ଗ୍ରେୱାଲ୍‌ଙ୍କ କଣ୍ଠରେ ପଞ୍ଜ୍ୱାବୀ ଭାଷାରେ ଅନୁବାଦିତ କରାଯାଇ ପଞ୍ଜାବରେ ମୁକ୍ତିଲାଭ କରାଯାଇଥିଲା ।

ସାମାଜ ଓ ପଞ୍ଜାବର ସତ୍ୟତା ଉପରେ ଆଧାରିତ ବହୁ ଅର୍ଥାତ୍ମକ ଚଳଚ୍ଚିତ୍ର ମଧ୍ୟ ସଫଳତା ଲାଭ କରିଥିଲା ଓ ଜାତୀୟ ପୁରସ୍କାର ପାଇବାରେ ମଧ୍ୟ ସଫଳ ରହିଥିଲା, ଯେପରି ପଞ୍ଜାବର ଛାତ୍ର ଜୀବନ ଉପରେ ଆଧାରିତ ନବାର, ଷ୍ଟୁପିଡ୍ ୭, ଚଣ୍ଡୀଗଡ଼ ଛାତ୍ର ରାଜନୀତି ଉପରେ ଆଧାରିତ ସିକନ୍ଦର, ସାଡ୍ଡା ହକ୍, ଦୁର୍ନୀତି ଉପରେ ଆଧାରିତ ବିକାର ବାଇ ସେଣ୍ଟିମେଣ୍ଟାଲ୍, ଧାର୍ମିକ ଚଳଚ୍ଚିତ୍ର ଦସ୍ତାର, ପଞ୍ଜାବ ବୋଲ୍‌ଦା, ହାନି, ଦିଲ୍ ପରଦେଶୀ ହୋ ଗୟା, ପ୍ରଭୃତି ।

ଏହି ବର୍ଷ ମଧ୍ୟ ପ୍ରଥମ ପଞ୍ଜାବୀ ୩ଡ଼ି ଚଳଚ୍ଚିତ୍ର, ପେହଚାନ୍ ୩ଡ଼ିର ନିର୍ମାଣ ହୋଇଥିଲା, ଯାହା ମାନି ପରମାରଙ୍କଦ୍ୱାରା ନିର୍ଦ୍ଦେଶିତ ଓ ପ୍ରଯୋଜିତ ହୋଇଥିଲା ।

ଇରଫାନ ଖାନ ଅଭିନୀତ କିସ୍ସା ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ, କୁଇନ୍ସଲ୍ୟାଣ୍ଡରେ ୪ଟି ପୁରସ୍କାର ଜିତିଥିଲା । ଇରଫାନ୍ ଖାନ୍- ସଫଳ ଅଭିନେତା, ତିଳୋତ୍ତମା ଶୋମ୍- ସଫଳ ଅଭିନେତ୍ରୀ, ଅନୁପ ଶାହ- ସଫଳ ନିର୍ଦ୍ଦେଶକ ଏବଂ ସେବାଷ୍ଟିଆନ ଏଡ଼୍ସମିଦ୍- ଚିତ୍ରନାଟ୍ୟ[୧୫]

ଆଧାର[ସମ୍ପାଦନା]

  1. "Pollywood the word for punjabi cinema".
  2. "Pollywood directory will furnish contact details of over 1500 eminent personalities and also struggling new comers in the Punjabi film and music industry".
  3. "The theme of the film Police in Pollywood - Balle Balle by Gautam Productions is that the police will now direct and produce Punjabi films".
  4. "Pollywood Directory (A first of its own kind of initiative to organize Punjabi Cinema)".
  5. "According to NFDC, Punjabi film industry has produced 900 to 1,000 films till 2009".
  6. Gokulsing, K.; Wimal Dissanayake (2004). Indian popular cinema: a narrative of cultural change. Trentham Books. p. 24. ISBN 978-1-85856-329-9.
  7. Encyclopedia of Indian Cinema.
  8. "The Sunday Tribune - Spectrum". tribuneindia.com. Retrieved 30 ମାର୍ଚ୍ଚ 2015.
  9. "mazhar.dk - An infotainment website". mazhar.dk. Archived from the original on 2 ଅପ୍ରେଲ 2015. Retrieved 30 ମାର୍ଚ୍ଚ 2015.
  10. "The Voice Next Door".
  11. "Dukh Bhanjan Tera Naam (1974) Full Cast & Crew".
  12. "The Tribune - Magazine section - Saturday Extra". tribuneindia.com. Retrieved 30 ମାର୍ଚ୍ଚ 2015.
  13. "Mirza, said to be the most expensive Punjabi film (Rs 9 crore) in the history of Punjabi cinema! "Really, is that what you think? Well, what I know is that the film was made with Rs 3 crore," leaving the rest to our discretion".
  14. "Sidhu was the man behind the wide release of Jatt and Juliet 2 in Pakistan last October".
  15. "Qissa won awards".