ଗୁରଦାସ ମାନ
ଗୁରଦାସ ମାନ | |
---|---|
Background information | |
Also known as | "ମର ଜାଣା" ମାନପନପସ |
ଜନ୍ମ | ପଞ୍ଜାବ, ଭାରତ | ୪ ଜାନୁଆରୀ ୧୯୫୭
ପେଷା | ଗାୟକ, ଅଭିନେତା, ସଂଗୀତ ନିର୍ମାତା |
କାର୍ଯ୍ୟକାଳ | 1980-ବର୍ତ୍ତମାନ |
ୱେବସାଇଟ | [୧], [୨] |
ଗୁରଦାସ ମାନ ପଞ୍ଜାବର ପ୍ରମୁଖ ଲୋକ ଗାୟକ ଅଭିନେତା । ତାଙ୍କୁ ପଞ୍ଜାବର ଗାୟକ ସମ୍ରାଟ କୁହାଯାଏ । [୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଗୁରଦାସ ମାନଙ୍କ ଜନ୍ମ ୪ ଜାନୁଆରୀ ୧୯୫୭ ମସିହାରେ ପଞ୍ଜାବର "ମୁକ୍ତସର" ଜିଲ୍ଲାସ୍ଥିତ ଗିଦ୍ଦରବାହା ନାମକ ଅଞ୍ଚଳରେ ହୋଇଥିଲା । ପ୍ରାରମ୍ଭିକ ଶିକ୍ଷା "ମଲୋଟ"ରେ ହୋଇଥିଲା ତଥା ଉଚ୍ଚ ଶିକ୍ଷା ପାଇଁ ପଟିଆଲା ଚାଲିଆସିଲେ । 'ପଟିୟାଲା'ର ନ୍ୟାସନାଲ ଇଂଷ୍ଟିଚିୟୁଟ ଅଫ ସ୍ପୋର୍ଟସ୍ (ଏନ. ଆଇ. ଏସ)ରେ ଡିଗ୍ରୀ ନେଇଥିଲେ ।
ଦିନେ ଜାନୁଆରୀ ୨୦୨୧ ମସିହାରେ ରୋପଡ ପାଖେ ତଥା ଜାନୁଆରୀ ୨୦୦୭ ମସିହାରେ ହରିୟାଣାର "କରନାଲ" ଜିଲ୍ଲାର "ବସ୍ତାର" ଗ୍ରାମ ନିକଟରେ ଏକ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲେ, ଯେଉଁଥିରେ ସେ ଆହତ ମଧ୍ୟ ହୋଇଥିଲେ । [୨]
ପୁରସ୍କାର ଏବଂ ସମ୍ମାନ
[ସମ୍ପାଦନା]- ସେପ୍ଟେମ୍ବର ମାସ ୨୦୧୦ ମସିହାରେ ବ୍ରିଟେନରେ ପଞ୍ଜାବୀ ଗାୟକ ଗୁରଦାସ ମାନଙ୍କୁ ବିଶ୍ୱ ସଙ୍ଗୀତରେ ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଥିଲା । [୩]
- ୧୪ ସେପ୍ଟେମ୍ବର ୨୦୧୨ ମସିହାରେ ତାଙ୍କୁ ପଞ୍ଜାବ ୟୁନିଭର୍ସିଟୀ ପଟିୟାଲାର ୩୬ତମ ଦୀକ୍ଷାନ୍ତ ସମାରୋହରେ ରାଜ୍ୟପାଳ ଡକ୍ଟର ଅଫ ଲିଟରେଚର ଉପାଧିରେ ସମ୍ମାନିତ କରିଥିଲେ ।[୪]
- ଫିଲ୍ମ "ଦେଶ ହୋ ୟା ପ୍ରଦେଶ" (2004)ରେ ନିଜ ଚରିତ୍ର ଚିତ୍ରଣ ପାଇଁ ମୁଖ୍ୟ ଅଭିନେତା ଗୁରଦାସଙ୍କୁ ରାଷ୍ଟ୍ରପତିଙ୍କ ରାଷ୍ଟ୍ରୀୟ ପୁରସ୍କାର ଏବଂ ସର୍ବଶ୍ରେଷ୍ଠ ଅଭିନେତା ବିଶେଷ ଜୁରୀ ପୁରସ୍କାରରେ ସମ୍ମାନିତ କରାଗଲା ।
- ହିର୍ଙ୍କୁ ନିଜ ଗାୟନ ମାଧ୍ୟମରେ ସମ୍ପୂର୍ଣ୍ଣ କଥାର ନିର୍ମାଣ ପାଇଁ ଫିଲ୍ମ ବାରିଷ ଶାହ-ଇସ୍କ ଦା ବାରିଷ (2006) ପାଇଁ ସର୍ବ ଶ୍ରେଷ୍ଠ ପୁରୁଷ ପାର୍ଶ୍ୱ ଗାୟକର ପୁରସ୍କାର ମଧ୍ୟ ଗୁରଦାସ ମାନଙ୍କୁ ଦିଆଗଲା ।
- ଫିଲ୍ମ ବାରିଷ ଶାହ-ଇସ୍କ ଦା ବାରିଷ (2006) ପାଇଁ ବର୍ଲିନ ଏସିଆ ଫିଲ୍ମ ମହୋତ୍ସବରେ ଗୁରଦାସଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ରୂପେ ପୁରସ୍କାର ମିଳିଥିଲା ।
- ଆଲବମ ବୁଟପଲିସ୍ ପାଇଁ ବ୍ରିଟେନ ଏସୀୟାଇ ସଙ୍ଗୀତରେ ସର୍ବଶ୍ରେଷ୍ଠ ଅନ୍ତଃ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଗଲା ।
- ସୁଖମନୀ - ହୋପ୍ ଫାର ଲାଇଫ (2011) ପାଇଁ ସର୍ବ ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ)ର ପୀଟୀସି ଫିଲ୍ମ ଆୱାର୍ଡ ମିଳିଥିଲା ।
କ୍ୟାରିଅର
[ସମ୍ପାଦନା]ଗୁରଦାସ ମାନ ଜାଗରଣ ପ୍ରକାଶନ ଲିମିଟେଡ଼ରେ ପଞ୍ଜାବୀ ଭାଷାର ସମାଚାର ପତ୍ର ପଞ୍ଜାବୀ ଜାଗରଣର ବ୍ରାଣ୍ଡ ଆମ୍ବାସଡର ମଧ୍ୟ ଅଟନ୍ତି ।[୫]
ନୂଆ ଆଲବମ-ରୋଟୀ
[ସମ୍ପାଦନା]1 ଅଗଷ୍ଟ 2013 ମସିହାରେ ଚଣ୍ଡୀଗଡ଼଼ରେ ସେ ନିଜ ନୂଆ ପଞ୍ଜାବୀ ଆଲବମ "ରୋଟୀ" ରିଲିଜ କରିବାକୁ ପହଞ୍ଚିଲେ । ତାଙ୍କୁ ପଚରା ଯାଇଥିଲା କି, ଏହି ଆଲବମରେ କେଉଁ ଗୀତ ସବୁଠାରୁ ବେଶୀ ଭଲ ଲାଗେ; ସେ କହିଥିଲେ - ମୋର ଏହି ମ୍ୟୁଜିକ ଆଲବମରେ ଆଠଟି ଗୀତ ମୋର ଗେହ୍ଲା ପିଲାମାନଙ୍କ ପରି ଅଟେ । ଯେପରି ଜଣେ ମା'କୁ ନିଜର ସମସ୍ତ ପିଲା ଭଲ ଲାଗନ୍ତି, ସେହିପରି ମୋତେ ଏହି ସବୁ ଗୀତ ଭଲ ଲାଗେ ।[୬]
ଅତି ଶିଘ୍ର ସେ ଏକ ପଞ୍ଜାବୀ ଫିଲ୍ମ ପଞ୍ଜାବେୟ ଜୁବାନେ କରିବାକୁ ଯାଉଛନ୍ତି, ଯେପରି ତାଙ୍କ ସ୍ତ୍ରୀ "ମନଜିତ୍ ମାନ" ଡାଇରେକ୍ଟର କରିବେ । ଏହି ଫିଲ୍ମର ଶୁଟିଂ ପରବର୍ଷ ଜୁନ ବେଳକୁ ଆରମ୍ଭ ହୋଇଯିବ ।[୭]
ବ୍ୟକ୍ତିତ୍ୱ
[ସମ୍ପାଦନା]ପଞ୍ଜାବୀ ଗାୟକର ସବୁଠାରୁ ବଡ଼ ଷ୍ଟାର ହେବା ପରେ ମଧ୍ୟ ଅହଂ ଭାବ ତାଙ୍କୁ ଛୁଇଁ ପାରିନାହିଁ । ଛୋଟ ଛୋଟ ଗ୍ରାମର ଧାର୍ମିକ ଅନୁଷ୍ଠାନ ଏବଂ ମେଳାକୁ ପ୍ରାୟତଃ ଯାଇଥାନ୍ତି ।[୮],[୯] ସେ ନକୋଦରସ୍ଥିତ ଡୋରା ବାବା ମୁରାଦ ଶାହା ଟ୍ରଷ୍ଟର ଚେୟାରମ୍ୟାନ ମଧ୍ୟ ଥିଲେ । ଏହି ଟ୍ରଷ୍ଟ ତରଫରୁ ଉତ୍ତରାଖଣ୍ଡରେ ଜୁନ 2013 ମସିହାରେ ଆସିଥିବା ଭୂମିକମ୍ପ ପାଇଁ ପ୍ରଧାନମନ୍ତ୍ରୀ ରାହତ କୋଷରେ ସେ 11,00000/- ଟଙ୍କା ଦାନ ଦେଇଥିଲେ । [୧୦]
9 ଜାନୁଆରୀ 2001 ମସିହାରେ ରୋପଡ଼ ପାଖେ ଏକ ଭୟାନକ ଦୁର୍ଘଟଣାରେ ମାନ ବଞ୍ଚିଗଲେ କିନ୍ତୁ ତାଙ୍କ ଡ୍ରାଇଭର "ତେଜ ପାଲ"ର ମୃତ୍ୟୁ ହୋଇଗଲା । ସେ ତାଙ୍କୁ ନିଜର ବହୁ ଭଲ ସାଙ୍ଗ ମଧ୍ୟ ମାନୁଥିଲେ , ତାଙ୍କୁ ସମର୍ପଣ କରି ମାନ ଏକ ଗୀତ ଲେଖିଥିଲେ ଏବଂ ଗାଇଥିଲେ - ବେଠୀ ସାଡ଼େ ନାଲ ସବାରୀ ଉତର ଗୟୀ ।
ମାନଙ୍କ ବ୍ୟକ୍ତିତ୍ୱର ଅନୁମାନ ଏହି ଘଟଣାରୁ ଲଗା ଯାଇପାରେ । ମ୍ୟୁଜିକ ଆଲବମ "ରୋଟି" ରିଲିଜର ପର ମ୍ୟୁଜିକ ଭିଡିଓ ଡାଇରେକ୍ଟର - ମ୍ୟୁଜିକ ଡାଇରେକ୍ଟର "ଜତିନ୍ଦର ଶାହା"ଙ୍କ ସହ ଗୁରଦାସ ମାନଙ୍କ ଅନୁଭବ ବିଷୟରେ ପଚରା ଗଲା ବେଳେ ସେଠାରେ ଏତେ ଭାବ ପ୍ରବଣ ହୋଇଗଲେ ଯେ ତାଙ୍କ ଆଖି ଭରିଗଲା ଏବଂ ସେ ଚୁପ ହୋଇଗଲେ । ସେହି ସମୟରେ ଗୁରଦାସ ମାନ ନିଜ ଆସନରୁ ଉଠି ଆସିଲେ ଏବଂ ଜତିନ୍ଦରଙ୍କୁ ଜୋରରେ ଆଲିଙ୍ଗନ କଲେ । [୧୧]
ଆଲବମର ସୂଚୀ
[ସମ୍ପାଦନା]ବର୍ଷ | ଆଲବମ |
---|---|
2013 | ରୋଟି (Sai Productions/Speed Records) |
2011 | ଯୋଗିୟା (Sai Productions/T-Series/UK BOX OFFICE) |
2008 | ବୁଟ ପଲିସ୍ (Sai Creations/UK BOX OFFICE) |
2005 | ବିଲାୟତାଂ (T-Series/MovieBox) |
2004 | ହୀର Heer (T-Series) |
2003 | ପଂଜୀରୀ Punjeeri (T-Series/MovieBox/Music Waves) |
2001 | ପ୍ୟାର୍ କର ଲେ (Tips) |
1999 | ଯାଦୁଗରିୟା (Venus) |
1998 | ଦିଲ ହୋଣା ଚାହିଦା ଜବାନ (Venus) |
1997 | ୟାର ମେରା ପ୍ୟାର୍ (T-Series) |
1996 | ଚକ ଲୋ ଚକ ଲୋ (T-Series) |
1995 | ଇସ୍କ ନା ଦେଖେ ଜାତ |
1994 | ଆଜା ସଜନା |
1994 | ଇସ୍କ ଦ ଗିଦ୍ଦା (Tips) |
1993 | ଘର ଭୁଲ ଗୀ ମୋଡ଼ ତେ ଆକେ (Catrack) |
1993 | ଠନ ଠନ ଗୋପାଳ (Catrack) |
1993 | ଅକଡ଼଼ ଆ ହି ଜାନ୍ଦି ଏ / ଲଡ଼ ଗୟା ପେଚା (Music Bank) |
1991 | ଦିଲ ଦା ବାଦଶାହା |
1990 | ମୋହବ୍ୱତ୍ ଜିନ୍ଦାବାଦ |
1989 | ଅଖିୟାଁ ଉଡିକ ଦିୟାଁ |
1988* | ରାତ ସୁହାନୀ |
1988 | ଚୁଗଲିୟାଁ |
1988 | ବାହ ନୀ ଜବାନିୟେ |
1987 | ଗୀତା ଭରୀ ପିଟାରୀ |
1986 | ନାଚୋ ବବେୟୋ |
1985 | କୁଡିୟୋ ନେ ଜୁଡୋ ସିଖ୍ ଲୟି |
1984 | ଚକ୍କର |
1984 | ପିଡ ତେରେ ଜାଣ ଦି |
1983 | ମସ୍ତି |
1982 | ଦିଲ ସାଫ ହୋନା ଚାହିଦା |
1982 | ଡ଼ୀସ୍କୋ ବିଚାରୀ |
1981 | ଦିଲ ଦା ମାମଲା ହେ |
1980 | ରନ ବୋତଲ ବରଗୀ |
ଫିଲ୍ମର ସୂଚୀ
[ସମ୍ପାଦନା]2014 ଦିଲ ବିଲ ପ୍ୟାର୍ ବ୍ୟାର
2011 ମମ୍ମି ପଞ୍ଜାବୀ
ବର୍ଷ | ଫିଲ୍ମ | ଚରିତ୍ର |
---|---|---|
2010 | ଚକ ଜବାନ | |
2010 | ସୁଖମଣି- ହୋପ୍ ଫର ଲାଇଫ | . |
2009 | ମିନି ପଞ୍ଜାବ (Speed OXL Films) | |
2008 | ୟରିୟାଁ (Universal) | |
2007 | ମମ୍ମି ଜୀ (special appearance) (Universal) | |
2006 | ବାରିଷ ଶାହା- ଇସ୍କ ଦା ବାରିଷ (MovieBox) | ବାରିଷ ଶାହା |
2004 | ଦେଶ ହୋୟା ପ୍ରଦେଶ (Universal) | |
2004 | ବୀର ଜାରା (ୟସ୍ ରାଜ ଫିଲ୍ମ) | (ଲୋକ ଗାୟକ-special appearance) |
2002 | ଜିନ୍ଦେଗି ଖୁବସୁରତ ହେ | |
2000 | ଶହୀଦ ଉଦ୍ଧମ ସିଂ (MovieBox) | ଭଗତ ସିଂ |
1999 | ଶହୀଦ-ଏ-ମୋହବ୍ୱତ୍ ବୁଟା ସିଂ | ବୁଟା ସିଂ |
1999 | ସିର୍ଫ୍ ତୁମ | (ଲିକ ଗାୟକ-special appearance) |
1995 | ସୁବେଦାର | |
1995 | ବଗାବତ | ଗୁରଜୀତ |
1994 | କଚହରୀकचहरी | ଗୁରଦାସ/ ଅଜିତ |
1994 | ବଣ୍ଟେଡ଼ | |
1992 | ଶାଳୀ ଆଧି ଘରବାଲୀ | |
1991 | ରୁହାନୀ ତାକତ | |
1990 | ପ୍ରତିଜ୍ଞା | ବିଲ୍ଲା |
1990 | କୁରବାନି ଜଟ ଦି | କର୍ମା |
1990 | ଦୁଶମନି ଦି ଆଗ | |
1987 | ଛୋରା ହରିୟାଣା କା | |
1986 | କୀ ବଣୁ ଦୁନିଆ ଦା | |
1986 | ଗଭରୁ ପଞ୍ଜାବ ଦା | ଶେରା |
1986 | ଲୌଙ୍ଗ ଦା ଲିଶକାରା | |
1985 | ପଥର ଦିଲ | |
1984 | ଉଚ୍ଚା ଦର ବାବୋ ନାନକ ଦା | ଗୁରଦିତ |
1982 | ମାମଲା ଗଡ଼ବଡ଼ ହେ |
ଆଧାର
[ସମ୍ପାଦନା]- ↑ http://www.jagran.com/punjab/chandigarh-10613216.html
- ↑ http://navbharattimes.indiatimes.com/articleshow/1340498.cms
- ↑ "गुरदास मान को ब्रिटेन में डॉक्टरेट की उपाधि". देशबंधु. 2010. Retrieved 29 सितम्बर 2013.
{{cite web}}
: Check date values in:|accessdate=
(help) - ↑ "ଆର୍କାଇଭ୍ କପି". Archived from the original on 2016-03-04. Retrieved 2016-07-29.
{{cite web}}
: Cite has empty unknown parameter:|1=
(help) - ↑ "दैनिक जागरण". दैनिक जागरण. Retrieved 30 सितम्बर 2013.
{{cite web}}
: Check date values in:|accessdate=
(help) - ↑ http://www.jagran.com/punjab/chandigarh-10613216.html
- ↑ "ଆର୍କାଇଭ୍ କପି". Archived from the original on 2016-03-04. Retrieved 2016-07-29.
{{cite web}}
: Cite has empty unknown parameter:|1=
(help) - ↑ "गांव परजीयां कलां में बाबा माले शाह की याद में वार्षिक मेले में गुरदास मान". दैनिक जागरण. Retrieved 30 सितम्बर 2013.
{{cite web}}
: Check date values in:|accessdate=
(help) - ↑ "गुरदास मान ने बांटा लंगर". hindi.yahoo.com. Retrieved 30 सितम्बर 2013.
{{cite web}}
: Check date values in:|accessdate=
(help) - ↑ "पंजाब केसरी-दानी सज्जनों की सूची". पंजाब केसरी. 2013. Retrieved 30 सितम्बर 2013.
{{cite web}}
: Check date values in:|accessdate=
(help) - ↑ http://m.bhaskar.com/article/badi-khabarein/521/t/800/c-3-835229-NOR.html[permanent dead link]