ନୋଏଡ଼ା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ନୋଏଡ଼ା
नोएडा
ସହର
ରାଷ୍ଟ୍ରୀୟ ଦଳିତ ପ୍ରେର୍ଣା ସ୍ଥଳ ଏବଂ ଗ୍ରୀନ୍ ଗାର୍ଡେନ, ନୋଏଡ଼ା
ରାଷ୍ଟ୍ରୀୟ ଦଳିତ ପ୍ରେର୍ଣା ସ୍ଥଳ ଏବଂ ଗ୍ରୀନ୍ ଗାର୍ଡେନ, ନୋଏଡ଼ା
Nickname: 
IT Capital of NCR
ଦେଶଭାରତ
ଜିଲ୍ଲାଗୌତ୍ତମ ବୁଦ୍ଧ ନଗର ଜିଲ୍ଲା
Area
 • ସମୁଦାୟ203 km2 (78 sq mi)
Elevation
200 m (700 ft)
Population
 (2011)
 • Total୬,୪୨,୩୮୧
 • Rank66th
 • Density2,463/km2 (6,380/sq mi)
ଭାଷା
 • ସରକାରୀହିନ୍ଦୀ ଭାଷା, ଇଂରାଜୀ
Time zoneUTC+5:30 (IST)
PIN
201301/07/09
Telephone code0120
ଯାନବାହାନ ପଞ୍ଚୀକରଣUP-16
Websitenoidaauthorityonline.com

ନୋଏଡ଼ା (ନୋଇଡା) ଉତ୍ତର ପ୍ରଦେଶର ପଶ୍ଚିମରେ ଅବସ୍ଥିତ ଏକ ସହରାଞ୍ଚଳ ଯାହା ଜାତୀୟ ରାଜଧାନୀ କ୍ଷେତ୍ରର ଏକ ଅଂଶ ଅଟେ । ଏହା ଦିଲ୍ଲୀର ପୂର୍ବ ପଟେ ଯମୁନା ନଦୀର ଅପର ପଟରୁ ଆରମ୍ଭ ହୋଇଛି । ଗୌତମ ବୁଦ୍ଧ ନଗର ହେଉଛି ଏହାର ଜିଲ୍ଲା ।। ବର୍ତ୍ତମାନ ଏହା ଦେଶର ସବୁଠୁ ଧନଶାଳୀ ସହରାଞ୍ଚଳ ଭିତରୁ ଗୋଟିଏ । ଏହା ନୋଏଡ଼ା ଲୋକ ସଭା ତଥା ନୋଇଡା ବିଧାନ ସଭାର ଅଂଶ ଅଟେ । । ଆଜି ଏଠାରେ ଅନେକ ସଫ୍ଟ୍`ୱେୟାର କମ୍ପାନୀ ଅଛନ୍ତି, ଯେମିତି HCL, WIPRO ଇତ୍ୟାଦି।

ଭୂଗୋଳ[ସମ୍ପାଦନା]

ଇତିହାସ[ସମ୍ପାଦନା]

୧୯୭୬ ଏପ୍ରିଲ ୧୭ରେ ଏହା ସ୍ଥାପନା ହୋଇଥିଲା । ଏ ସହର ଆରମ୍ଭ ହେବା ଆଗରୁ ଏଠାରେ ପ୍ରାୟ ୧୦୦ଟି ଗାଁ ଥିଲା । ଏବେ ସେ ଗାଁଗୁଡିକ ନୋଇଡାରେ ମିଶିଯାଇ ସହରର ଅଂଶ ବିଶେଷ ଅଟନ୍ତି । ଏସବୁ ଭିତରେ ଅଛନ୍ତି "ଅଟ୍ଟା ", "ନିଠାରି", "ମୋରେନା", "ହାରୋଲା " ଆଦି । ବର୍ତ୍ତମାନ ଶହେ ଠୁ ଅଧିକା ସେକ୍ଟର (Sector) ହେଲାଣି । ପ୍ରଥମେ ଆରମ୍ଭ ହେଲା ବେଳେ ଏଠାରେ ଅନେକ ଶିଳ୍ପାଞ୍ଚଳ ଥିଲା, କିନ୍ତୁ ସେ ସବୁକୁ ଆବାସୀୟ କ୍ଷେତ୍ରରେ ପରିଣତ କରିଦିଆଗଲାଣି ।

ପର୍ଯ୍ୟଟନ[ସମ୍ପାଦନା]

ନୋଏଡା ଅନେକ ସପିଂ ମଲ୍‍ରେ ଭରପୂର । ନୋଏଡାର ଜନ ସାଧରଣ ତଥା ବାହାରୁ ବୁଲି ଆସୁଥିବା ଅନେକ ଲୋକ ଏଠାର ମଲ୍‍ଗୁଡ଼ିକ ବୁଲି ଯାଆଂତି । ଗ୍ରେଟ ଇଣ୍ଡିଆ ପ୍ଲେସ‍ (ଅଟ୍ଟା- ସେକ୍ଟର-୧୮) ମୁଖ୍ୟ ମଲ୍‍ ମାନଂକ ଭିତରୁ ଗୋଟିଏ । ସେକ୍ଟଋ -24ରେ ଥିବା ଇସ୍କନ୍‍ ମଂଦିରକୁ ଅନେକ ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁ ଆସଂତି। ଆଉ ଏକ ଦର୍ଶନୀୟ ସ୍ଥଳ ହେଉଛି ଓଖ୍ଲା ପକ୍ଷୀ ଅଭୟାରଣ୍ୟ । ଏଠାରେ ଗୋଟିଏ ଉଦ୍ଭିଦ ଉଦ୍ୟାନ (Botanical Garden) ମଧ୍ୟ ଅବସ୍ଥିତ ଅଛି । "ଦଳିତ ପ୍ରେରଣା ସ୍ଥଳ" ମଧ୍ୟ ଏକ ସୁଂଦର ଉଦ୍ୟାନ ଅଟେ, ଯେଊଁଠାରେ ଅନେକ ହାତୀ ମୂର୍ତ୍ତି ଅଛି । ଏହା ଛଡା ଅକ୍ଷରଧାମ ମଂଦିର (ଯଦିଓ ଏହା ଦିଲ୍ଲୀରେ ଅଛି) ନୋଏଡାର ଅତି ନିକଟରେ ଅବସ୍ଥିତ ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]