ନୂପୁର ଅସ୍ଥାନା

ଉଇକିପିଡ଼ିଆ‌ରୁ
ନୁପୁର ଅସ୍ଥାନା
ଜନ୍ମ
ବୃତ୍ତି(ସମୂହ)Director, writer
ସକ୍ରିୟ ବର୍ଷ1998–present
ପ୍ରସିଦ୍ଧିMujhse Fraaandship Karoge Hip Hip Hurray

ନୁପୁର ଅସ୍ଥାନା,  ଜଣେ ଭାରତୀୟ ମହିଳା ଫିଲ୍ମ ନିର୍ଦ୍ଦେଶିକା ଓ ଲେଖିକା । ସେ ହିନ୍ଦୀ ଫିଲ୍ମ ଓ ଟେଲିଭିଜନର ଚ୍ୟାନେଲରେ ଧାରାବାହିକ ମାନଙ୍କରେ ନିର୍ଦ୍ଦେଶନା ଦେଇଥାନ୍ତି । " ମୁଝାସେ ଫ୍ରେଣ୍ଡଶିପ କାରୋଗେ " ନାମକ ଫିଲ୍ମ ତାଙ୍କର ପ୍ରଥମ ଫିଲ୍ମ ଥିଲା ଓ ଏହା ୨୦୧୧ ମସିହାରେ ନିର୍ମିତ ହେଇଥିଲା । ସେ ୧୯୯୮ ମସିହାରେ ଟିଭିରେ ଧାରାବାହିକ " ହିପ ହିପ ହୁର୍ରେ "ର ନିର୍ଦ୍ଦେଶନା ଦେଇଥିଲେ । [୧]  

ପ୍ରାରମ୍ଭିକ ଜୀବନୀ [ସମ୍ପାଦନା]

ଉତ୍ତର ପ୍ରଦେଶରେ ଜନ୍ମ ଗ୍ରହଣ କରିଥିବା ଅସ୍ଥନାଙ୍କ ବାଲ୍ୟକାଳ କଲିକତା ସହରରେ କଟିଥିଲା ଓ ପରେ ସେ ହାଇଦ୍ରାବାଦ ଆସିଥିଲେ । ସେ ଇଂରାଜୀ ଭାଷାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀରାମ କଲେଜରୁ ଡିଗ୍ରୀ ପ୍ରାପ୍ତ କରିଥିଲେ । ପଢ଼ିବା ସମୟରୁ ସେ କଲେଜର ଡ୍ରାମା ଓ ଦିଲ୍ଲୀର ରଙ୍ଗମଞ୍ଚ ସହ ସମ୍ପୃକ୍ତ ଥିଲେ । ସେ ମୁମ୍ବାଇ ଆସି ସେଠାରେ ସୋଫିୟା କଲେଜରୁ ସାମାଜିକ ଯୋଗାଯୋଗ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ କରିଥିଲେ । [ଆଧାର ଲୋଡ଼ା]

କାର୍ଯ୍ୟ ଜୀବନୀ [ସମ୍ପାଦନା]

ସେ କେତନ ମେହେଟାଙ୍କ ଫିଲ୍ମ କମ୍ପାନୀରେ ସହକାରୀ ଭାବରେ ତାଙ୍କ ଫିଲ୍ମରେ କାମ କଳା ପରେ " ଆର ୟା ପାର " ଫିଲ୍ମରେ ମୁଖ୍ୟ ସହକାରୀ ନିର୍ଦ୍ଦେଶକ ରହିଥିଲେ । ସେ ସେହି ଫିଲ୍ମରେ କମଳ ସିଧୁଙ୍କ ପାଇଁ ସ୍ୱର ମଧ୍ୟ ରେକଡିଙ୍ଗ କରିଥିଲେ । .[୨]

ଟିଭି ଧାରାବାହିକ " ହିପ ହିପ ହୁର୍ରେ "ର କାହାଣୀ ଓ ନିର୍ଦ୍ଦେଶନା ସେ ଦେଇଥିଲେ । ଏହା ପରେ ସେ ସୋନି ଟିଭିରେ " ହୁବହୁ " ନାମକ ଧାରାବାହିକ ନିର୍ଦ୍ଦେଶନା ଦେଇଥିଲେ ।   " ମୁଝାସେ ଫ୍ରେଣ୍ଡଶିପ କାରୋଗେ " ଫିଲ୍ମ  ରେ ସେ ପ୍ରଥମ କରି ନିର୍ଦ୍ଦେଶକ ଭାବରେ ଅବତୀର୍ଣ ହେଇଥିଲେ । 

.[୩][୪][୫][୬][୭]

ଏହା ପରେ ସେ ୨୦୧୪ ମସିହାରେ  ଯଶରାଜ ଫିଲ୍ମ ପାଇଁ " ବେବକୁଫିୟାନ " ନାମକ ଫିଲ୍ମ ନିର୍ଦ୍ଦେଶନା ଦେଇଥିଲେ ଓ ଏହା ସାଧାରଣ ଭାବରେ ବ୍ୟବସାୟୀକ ସଫଳତା ପାଇଥିଲା । .[୮][୯]

ଟିଭି ଶୋ ସମୂହ [ସମ୍ପାଦନା]

  • Hip Hip Hurray (1998-2000)
  • Hubahu
  • Mahi Way

ଫିଲ୍ମୋଗ୍ରାଫି [ସମ୍ପାଦନା]

  • Mujhse Fraaandship Karoge (2011)
  • Bewakoofiyaan (2014)

ଆଧାର [ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2017-10-14. Retrieved 2017-03-28. {{cite web}}: Cite has empty unknown parameter: |1= (help)
  2. http://www.timeoutmumbai.net/film/features/interview-nupur-asthana
  3. "ଆର୍କାଇଭ୍ କପି". Archived from the original on 2011-10-15. Retrieved 2017-03-28. {{cite web}}: Cite has empty unknown parameter: |1= (help)
  4. http://www.mid-day.com/entertainment/2011/oct/151011-Bollywood-Mujhse-Fraaandship-Karoge-movie-review.htm
  5. http://timesofindia.indiatimes.com/entertainment/movie-reviews/hindi/Mujhse-Fraaandship-Karoge/movie-review/10339642.cms
  6. http://www.bollywoodhungama.com/movies/reviews/type/view/id/1142/
  7. http://www.thehindu.com/arts/cinema/article2562512.ece
  8. "ଆର୍କାଇଭ୍ କପି". Archived from the original on 2014-03-14. Retrieved 2017-03-28. {{cite web}}: Cite has empty unknown parameter: |1= (help)
  9. http://www.mumbaimirror.com/entertainment/bollywood/Fim-review-Bewakoofiyaan/articleshow/32010622.cms