ନିୟମିତ ଇନସୁଲିନ

ଉଇକିପିଡ଼ିଆ‌ରୁ
ନିୟମିତ ଇନସୁଲିନ
A vial of regular human insulin
Clinical data
Trade namesHumulin R, Novolin R, Actrapid, others[୨][୧]
Synonymsinsulin injection (soluble),[୧] neutral insulin,[୧] regular human insulin, human insulin (regular)
AHFS/Drugs.commonograph
MedlinePlusa682611
Pregnancy
category
  • US: B (No risk in non-human studies)
Routes of
administration
subcutaneous, intramuscular, intravenous[୧]
ATC code
Legal status
Legal status
Pharmacokinetic data
Onset of action30 minutes
Duration of action8 hours
Identifiers
CAS Number
ChemSpider
  • none

ନିୟମିତ ଇନସୁଲିନ (ଇଂରାଜୀ ଭାଷାରେ Regular insulin, ଅନ୍ୟ ନାମ ନିଉଟ୍ରାଲ ଇନସୁଲିନ ବା ସଲ୍ୟୁବ୍ଲ ଇନସୁଲିନ) ଏକ ପ୍ରକାର ସ୍ୱଳ୍ପ କାଳୀନ ଇନସୁଲିନ (short acting insulin) ।[୧] ଏହା ମଧୁମେହ ଟାଇପ ୧, ମଧୁମେହ ଟାଇପ ୨, ଗର୍ଭାବଧି ମଧୁମେହ, ମଧୁମେହର ଜଟିଳ ବେମାରୀ ଯେପରିକି ଡାଏବେଟିକ କିଟୋଏସିଡୋସିସହାଇପରଅସମୋଲାର ହାଇପରଗ୍ଲାଇସେମିକ ଷ୍ଟେଟ (hyperosmolar hyperglycemic states) ଇତ୍ୟାଦି ।[୩] ହାଇପରକାଲେମିଆ ଥିଲେ ଏହା ସ‌ହିତ ଗ୍ଲୁକୋଜ (glucose) ଦିଆଯାଏ । [୪] ସ୍ୱାଭାବିକ ଭାବରେ ଏହା ଚମ ତଳେ ଇଞ୍ଜେକସନ (injection under the skin) ଆକାରରେ ଦିଆଯାଏ ଓ କେତେକ ପ୍ରକାର ଔଷଧ ଶିରାଭ୍ୟନ୍ତର (injection into a vein) ଓ ମାଂସପେଶୀ (muscle) ଇଞ୍ଜେକସନ ଆକାରରେ ଦିଆଯାଏ । [୧] ଏହାର ପ୍ରଭାବ ୩୦ ମିନିଟ ମଧ୍ୟରେ ଆରମ୍ଭ ହୋଇ ପ୍ରାୟ ୮ ଘଣ୍ଟା ପର୍ଯ୍ୟନ୍ତ ରହେ ।[୩]

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତ ଶର୍କରା (low blood sugar) ଦେଖାଯାଏ । ଏହା ବ୍ୟତୀତ ଇଞ୍ଜେକସନ ଦେଇଥିବା ସ୍ଥାନରେ ଯନ୍ତ୍ରଣା ଓ ଚର୍ମରେ ପରିବର୍ତ୍ତନ, ହାଇପୋକାଲେମିଆଆଲର୍ଜି ପ୍ରତିକ୍ରିୟା ଦେଖାଯାଏ । ଗର୍ଭାବସ୍ଥାରେ ଏହା ଶିଶୁପ୍ରତି ଅପେକ୍ଷାକୃତ ନିରାପଦ ।[୩] ଗାଈ ଓ ଘୁଷୂରିର ଅଗ୍ନାଶୟରୁ (pancreas) ଇନସୁଲିନ ପ୍ରସ୍ତୁତ କରାଯାଏ । ଘୁଷୂରି ସଂସ୍କରଣକୁ ସଂଶୋଧନ କରି ବା ରିକମ୍ବିନାଣ୍ଟ ଟେକନୋଲୋଜି (recombinant technology) ସାହାଯ୍ୟରେ ମାନବ ସଂସ୍କରଣ ତିଆରି କରାଯାଏ ।[୧]

ସନ ୧୯୨୨ରେ କାନାଡ଼ାରେ (Canada) ପ୍ରଥମେ ଚାର୍ଲସ୍ ବେଷ୍ଟ (Charles Best) ଓ ଫ୍ରେଡେରିକ୍ ବାଣ୍ଟିଙ୍ଗ (Frederick Banting) ଇନସୁଲିନ‌କୁ ଔଷଧ ଭାବରେ ବ୍ୟବ‌ହାର କରିଥିଲେ ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ୧୦୦୦ଇଣ୍ଟରନ୍ୟାସନାଲ ୟୁନିଟର ହୋଲସେଲ ମୂଲ୍ୟ ୨.୩୯ରୁ ୧୦.୬୧ ଆମେରିକୀୟ ଡଲାର ।[୭] ସଂଯୁକ୍ତ ରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୭.୪୮ ପାଉଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ପ୍ରାୟ ୧୩୪.୦୦ ଆମେରିକୀୟ ଡଲାର । [୧][୮] ଏନପିଏଚ ଇନସୁଲିନ ଭଳି ଦୀର୍ଘ କାଳୀନ ଇନସୁଲିନର ମିଶ୍ରତ ସଂସ୍କରଣ ମଧ୍ୟ ମିଳୁଛି । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ British national formulary : BNF 69 (69 ed.). British Medical Association. 2015. p. 464472. ISBN 9780857111562.
  2. "insulin regular human (OTC) - Humulin R, Novolin R". Retrieved 1 December 2014.
  3. ୩.୦ ୩.୧ ୩.୨ American Society of Health-System Pharmacists. "Insulin Human". www.drugs.com. Retrieved 1 January 2017.
  4. Mahoney, BA; Smith, WA; Lo, DS; Tsoi, K; Tonelli, M; Clase, CM (18 April 2005). "Emergency interventions for hyperkalaemia". The Cochrane database of systematic reviews (2): CD003235. PMID 15846652.
  5. Fleishman, Joel L.; Kohler, J. Scott; Schindler, Steven (2009). Casebook for The Foundation a Great American Secret. New York: PublicAffairs. p. 22. ISBN 978-0-7867-3425-2. {{cite book}}: Unknown parameter |name-list-format= ignored (|name-list-style= suggested) (help)
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Insulin, Neutral Soluble". International Drug Price Indicator Guide. Archived from the original on 26 January 2020. Retrieved 8 December 2016.
  8. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 17 January 2017.