ନିଳୟ ପଟଳ ତ୍ରୁଟି

ଉଇକିପିଡ଼ିଆ‌ରୁ
Ventricular septal defect
Types: 1) conoventricular 2) perimembranous
3) inlet 4) muscular[୧]
ବିଭାଗCardiac surgery
ଲକ୍ଷଣNone, shortness of breath, poor feeding, excessive sweating[୨]
ଆକ୍ରାନ୍ତ ସମୟPresent at birth[୧]
କାରଣUsually unknown[୧]
ବିପଦ କାରକInfluenza or rubella during pregnancy, alcohol or cocaine during pregnancy[୨]
ରୋଗ ନିର୍ଣ୍ଣୟ ପଦ୍ଧତିSuspected based on a heart murmur, confirmed by ultrasound of the heart[୧]
ସଠିକ ରୋଗ ନିର୍ଣ୍ଣୟAtrial septal defect, atrioventricular septal defect[୨]
ଚିକିତ୍ସାObservation, surgery[୨]
ପୁନଃପୌନିକ3 per 1,000 newborns[୨]

ନିଳୟ ପଟଳ ତ୍ରୁଟି (ଇଂରାଜୀ ଭାଷାରେ Ventricular septal defec/ VSD ) ହେଉଛି ଏକ ଜନ୍ମଗତ ହୃତ୍‌ପିଣ୍ଡ ତୃଟି ଯେଉଁଥିରେ ଦୁଇ ନିଳୟ ମଧ୍ୟରେ ଥିବା ପଟଳ କାନ୍ଥରେ ଏକ ଛିଦ୍ର ରହିଥାଏ | [୧] ଶିଶୁମାନଙ୍କର ଏହି ରୋଗ ଥିଲେ କୌଣସି ଲକ୍ଷଣ ନ ଥାଇପାରେ ଅଥବା ଅଣନିଶ୍ୱାସ, ଖାଇବା ଅସୁବିଧା ଏବଂ ଅତ୍ୟଧିକ ଝାଳ ବୋହିପାରେ ।[୨] ରୋଗ ଜଟିଳ ହେଲେ ଫୁସଫୁସ ଉଚ୍ଚ ରକ୍ତଚାପ, ଅନିୟମିତ ହୃତ୍ ସ୍ପନ୍ଦନ, ଏଣ୍ଡୋକାର୍ଡ଼ାଇଟିସ

, ଏଣ୍ଡୋକାର୍ଡାଇଟିସ୍ କିମ୍ବା ହୃଦ୍‌ପାତ ହୋଇପାରେ । [୨]

ଏହାର କାରଣ ସାଧାରଣତଃ ଜଣା ପଡିନାହିଁ | [୧] ସଙ୍କଟ କାରକ ମଧ୍ୟରେ ଗର୍ଭାବସ୍ଥାରେ ଇନ୍‌ଫ୍ଲୁଏଞ୍ଜା ଏବଂ ରୁବେଲା ଭଳି କେତେକ ସଂକ୍ରମଣ, ମଦ୍ୟପାନ କିମ୍ବା କୋକେନ ବ୍ୟବହାର ଏବଂ ହୋଳ୍ଟ-ଓରାମ ସିଣ୍ଡ୍ରୋମ ଭଳି ଜେନେଟିକ ସ୍ଥିତି ଅନ୍ତର୍ଭୁକ୍ତ। [୨] ସାଧାରଣତଃ ଏକ ଏକ ପୃଥକ ତ୍ରୁଟି ଭାବରେ ଘଟେ କିନ୍ତୁ ହୃତ୍‌ପିଣ୍ଡର ଅନ୍ୟାନ୍ୟ ଜନ୍ମ ଦୋଷ ସହିତ ଜଡ଼ିତ ହୋଇପାରନ୍ତି ଯେପରିକି ଟେଟ୍ରାଲୋଜି ଅଫ ଫ୍ୟାଲଟ ଏବଂ ମହାଧମନୀର ପରିବର୍ତ୍ତିତ ସ୍ଥାନ | [୨] ହୃତ୍‌ପିଣ୍ଡର ମରମର ଶବ୍ଦ ଶୁଣାଯାଉଥିଲେ ଏହି ରୋଗ ସନ୍ଦେହ କରାଯାଏ ଓ ଅଲଟ୍ରାସାଉଣ୍ଡଦ୍ୱାରା ନିଶ୍ଚିତ କରାଯାଇପାରେ। [୧]

ଜୀବନର ପ୍ରଥମ ବର୍ଷରେ ୯୦% ତୃଟି ସ୍ୱତଃ ବନ୍ଦ ହୋଇଯାଏ | [୨] ତୃଟିର ଆକାର ବଡ଼ ଥିଲେ ବା ଲକ୍ଷଣ ପ୍ରକାଶିତ ହେଉଥିଲେ ଅସ୍ତ୍ରୋପଚାର କରାଯାଇପାରେ | [୨] ଅସ୍ତ୍ରୋପଚାର ଫଳାଫଳ ସାଧାରଣତଃ ଭଲ ଅଟେ | [୨] ପ୍ରତି ୧୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ପ୍ରାୟ ୩ ଜଣ ଏହି ରୋଗରେ ପ୍ରଭାବିତ ହୋଇଥାଆନ୍ତି | [୨] ପିଲାମାନଙ୍କର ସମସ୍ତ ହୃତ୍‌ପିଣ୍ଡ ଜନ୍ମ ଦୋଷର ପ୍ରାୟ ୩୭% ଏହି ରୋଗ‌ ଯୋଗୁ ଥାଏ | [୨] ଏହି ଅବସ୍ଥା ପ୍ରଥମେ ୧୮୪୭ ମସିହାରେ ଡାଲ୍ରିମ୍ପଲ୍ ବର୍ଣ୍ଣନା କରିଥିଲେ | [୨]  

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Congenital Heart Defects - Facts about Ventricular Septal Defect | CDC". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 20 November 2019. Retrieved 6 February 2021.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ Dakkak, W; Oliver, TI (January 2020). "Ventricular Septal Defect". PMID 29261884. {{cite journal}}: Cite journal requires |journal= (help)