ନିବାରଣ ଜେନା

ଉଇକିପିଡ଼ିଆ‌ରୁ
ନିବାରଣ ଜେନା
ଜନ୍ମ୨୯ ମାର୍ଚ୍ଚ ୧୯୫୭ Edit this on Wikidata (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ବୃତ୍ତିକ୍ଷୁଦ୍ର ଗଳ୍ପ ଲେଖକ, ଲେଖକ Edit this on Wikidata

ନିବାରଣ ଜେନା (ଜନ୍ମ: ୨୯ ମାର୍ଚ୍ଚ ୧୯୫୭) ଜଣେ ଭାରତୀୟ ଓଡ଼ିଆ ଲେଖକ ଓ ସେ ମୁଖ୍ୟତଃ ଗଳ୍ପ ରଚନା ନିମନ୍ତେ ଜଣା । ୨୦୨୧ ମସିହାରେ ସେ ଜଗଦୀଶ ଯୁବ ସମ୍ମାନ ପାଇବାକୁ ମନୋନୀତ ହୋଇଥିଲେ । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ଅହଲ୍ୟା ଡାକେ (୨୦୦୬) ଓ ଶଙ୍ଖେ ସମୁଦ୍ର (୨୦୦୭) ଅନ୍ୟତମ ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ନିବାରଣ ଜେନା ଓଡ଼ିଶାର ବାଲେଶ୍ୱର ଜିଲ୍ଲାସ୍ଥିତ ଜାମକୁଣ୍ଡାଠାରେ ୧୯୫୭ ମସିହା ମାର୍ଚ୍ଚ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

ସାହିତ୍ୟ ରଚନା[ସମ୍ପାଦନା]

ସେ ପ୍ରାଥମିକ ସ୍କୁଲରେ ପଢ଼ିବା ବେଳେ ସାଥି ପିଲାଙ୍କ ସାଙ୍ଗେ ମିଶି ନାଟକ କରିବା ବେଳେ ସଂଳାପ ଲେଖାରୁ ସାହିତ୍ୟ ରଚନା ଆରମ୍ଭ କରିଥିଲେ । ପରେ ଉଚ୍ଚବିଦ୍ୟାଳୟର ସ୍ମରଣିକାରେ ଇଂରାଜୀରେ କବିତା ଓ ପରେ ମହାବିଦ୍ୟାଳୟ ପତ୍ରିକାରେ ଓଡ଼ିଆରେ କବିତା ଲେଖିଥିଲେ । ପରେ ଓଡ଼ିଆ ପତ୍ରପତ୍ରିକା ପାଇଁ କବିତା ଓ ଆକାଶବାଣୀ କଟକ ପାଇଁ ଗଳ୍ପ ରଚନା କରିଥିଲେ । ଏହା ପରଠାରୁ ସେ ବିଶେଷ କରି ଗଳ୍ପ ଓ ଉପନ୍ୟାସ ରଚନା କରିଛନ୍ତି । ତାଙ୍କ ରଚନାରେ ସାଧାରଣତଃ ସାମାଜିକ ରୂପ ଓ ପରିବର୍ତ୍ତନ ବର୍ଣ୍ଣିତ ।

ରଚନାବଳୀ[ସମ୍ପାଦନା]

ଗଳ୍ପ[ସମ୍ପାଦନା]

  • ଅରଣ୍ୟର ଅଜଗର
  • ନିଜ ଲୋକମାନେ
  • ପ୍ରିୟ ପରିଜନ
  • ସୁନିର୍ବାଚିତ ଗଳ୍ପ
  • ଦେହର ଦୋହା
  • ଅହଲ୍ୟା ଡାକେ ଆ
  • ଶଙ୍ଖେ ସମୁଦ୍ର
  • କେତେଦିନକୁ ମନ

ଉପନ୍ୟାସ[ସମ୍ପାଦନା]

  • ବୈକୁଣ୍ଠ ସମାନ ଆହା

ପ୍ରବନ୍ଧ[ସମ୍ପାଦନା]

  • ଶହେ ବର୍ଷର ଗଳ୍ପ ଓ ଗାଳ୍ପିକ
  • କଥାକାର ଜଗଦୀଶ ମହାନ୍ତି

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

୨୦୨୧ ମସିହାରେ ସେ ଜଗଦୀଶ ଯୁବ ସମ୍ମାନ ପାଇବାକୁ ମନୋନୀତ ହୋଇଥିଲେ ।[୧][୨][୩][୪] ସେ ଦୀକ୍ଷା ପୁରସ୍କାର, ତୀରତରଙ୍ଗ ଗଳ୍ପ ପୁରସ୍କାର, ଗୋକରଣ୍ଣିକା ସମ୍ବର୍ଦ୍ଧନା, ବିବର୍ତ୍ତନ ଗଳ୍ପ ପୁରସ୍କାର ଆଦି ମଧ୍ୟ ପାଇଥିଲେ ।

ଆଧାର[ସମ୍ପାଦନା]

  1. "ଜଗଦୀଶ କଥାସମ୍ମାନ ପାଇବେ ନିବାରଣ ଜେନା". sambadepaper.com. 2021-02-09. Archived from the original on 2021-02-09. Retrieved 9 February 2021.
  2. Otv, News Desk. "ଦେବବ୍ରତଙ୍କୁ ୧୦ମ ଜଗଦୀଶ କଥା ସମ୍ମାନ, ପ୍ରଜ୍ଞାପ୍ରବର୍ତ୍ତିକାଙ୍କୁ 'ଜଗଦୀଶ ଯୁବ ସମ୍ମାନ'". ଦେବବ୍ରତଙ୍କୁ ୧୦ମ ଜଗଦୀଶ କଥା ସମ୍ମାନ, ପ୍ରଜ୍ଞାପ୍ରବର୍ତ୍ତିକାଙ୍କୁ ‘ଜଗଦୀଶ ଯୁବ ସମ୍ମାନ’. Retrieved 2024-02-21.
  3. "କଥାକାର ଦେବବ୍ରତ ମଦନରାୟ ପାଇବେ 'ଜଗଦୀଶ କଥା ସମ୍ମାନ', ପ୍ରଜ୍ଞା ପ୍ରବର୍ତ୍ତିକାଙ୍କୁ 'ଜଗଦୀଶ ଯୁବ ସମ୍ମାନ'". Odisha Sambad. 2024-02-07. Retrieved 2024-02-21.
  4. ସହ-ସମ୍ପାଦକ (2024-02-07). "କଥାକାର ଦେବବ୍ରତଙ୍କୁ '୧୦ମ ଜଗଦୀଶ କଥା ସମ୍ମାନ' ଓ ସାହିତ୍ୟିକା ପ୍ରଜ୍ଞାପ୍ରବର୍ତ୍ତିକାଙ୍କୁ 'ଜଗଦୀଶ ଯୁବ ସମ୍ମାନ'". ଓଡ଼ିଶା ସାହିତ୍ୟ. Retrieved 2024-02-21.