Jump to content

ନିକୁଞ୍ଜ କିଶୋର କାନୁନଗୋ

ଉଇକିପିଡ଼ିଆ‌ରୁ
ନିକୁଞ୍ଜ କିଶୋର କାନୁନଗୋ
ଜନ୍ମ ଓ ଜନ୍ମସ୍ଥାନ (1933-03-20) ୨୦ ମାର୍ଚ୍ଚ ୧୯୩୩ (ବୟସ ୯୧)
ତିରଣ, ଜଗତସିଂହପୁର
ଭାଷାଓଡ଼ିଆ,
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶୈଳୀଶିଶୁ ସାହିତ୍ୟ
ସାହିତ୍ୟ କୃତିଆମ ଖେଳନା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ନିକୁଞ୍ଜ କିଶୋର କାନୁନଗୋ (ଜନ୍ମ: ୨୦ ମାର୍ଚ୍ଚ ୧୯୩୩) ଜଣେ ଭାରତୀୟ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ତାଙ୍କ ଶିଶୁସାହିତ୍ୟ ପୁସ୍ତକ ଆମ ଖେଳନା ପାଇଁ ୧୯୮୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ନିକୁଞ୍ଜ କିଶୋର ୧୯୩୩ ମସିହାରେରେ ଜଗତସିଂହପୁର ଜିଲ୍ଲାର ତିରଣ ଠାରେ ଜନ୍ମ ଲାଭ କରିଥିଲେ । ଶିକ୍ଷାରେ ସ୍ନାତକ, ଡିପ୍ ଇନ୍ ଷ୍ଟାତିଷ୍ଟିକ୍ସ (ଡିଷ୍ଟିଂସନ) ଯୋଗ୍ୟତା ଲାଭ କରିଥିଲେ । ପରିସଂଖ୍ୟାନ ବିଭାଗରୁ ଉପ-ନିର୍ଦ୍ଦେଶକ ଭାବେ ଅବସର ନେଲେ । ଓଡ଼ିଶାର ପ୍ରାୟ ସବୁ ପତ୍ରପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ । ଆକାଶବାଣୀ, କଟକ କେନ୍ଦ୍ରର ଶିଶୂସଂସାର ଓ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମରେ ତାଙ୍କର ଗଳ୍ପ, କବିତା, କୁହୁକ, କୌତୁକ ଅଙ୍କ ଓ ସାଧାରଣ ଜ୍ଞାନ ପ୍ରଚାରିତ । ସେ ଓଡ଼ିଶା ଶିଶୁ ସାହିତ୍ୟ ଏକାଡ଼େମୀ ର ଉପ-ସଭାପତି ଥିଲେ ।[]

ସାହିତ୍ୟ ରଚନା

[ସମ୍ପାଦନା]
  • ମଣିମାଣିକ (୧୯୫୮, ଶିଶୁକବିତା)
  • କାହାଣୀ ମୁଣି (୧୯୮୧)
  • ଚୀନ୍ ଦେଶର ଲୋକକଥା (୧୯୮୧)
  • ଇନ୍ଦ୍ରଧନୁ
  • ସୁକୁମାର କାହାଣୀ
  • ଆମ ଆକାଶ ବାହିନୀ (ଅନୁବାଦ)[]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ସେ ବିଷୁବ ମିଳନରେ ଏକାଧିକବାର ଓ ଓଡ଼ିଶା ସରକାରଙ୍କଦ୍ୱାରା ଇନ୍ଦ୍ରଧନୁ ପାଇଁ ପୁରସାର ପାଇଥିଲେ । ୧୯୮୧ରେ ସେ ଆମ ଖେଳନା ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କା[] ଓ ୧୯୭୧ରେ ଜନଗଣନାରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କଠାରୁ ବ୍ରୋଞ୍ଜ ପଦକ ପାଇଥିଲେ ।

  1. "ଆର୍କାଇଭ୍ କପି". Archived from the original on 2019-09-23. Retrieved 2024-11-11. {{cite web}}: Cite has empty unknown parameter: |1= (help)
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ. ନୁଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୬୮୧. ISBN 81-903352-0-0.
  3. ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୧୩୯. ISBN 81-7400-331-2.
  4. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୮୨୩-୨୪. ISBN 81-7400-331-2.