ନିଉରୋବ୍ଲାସ୍ଟୋମା

ଉଇକିପିଡ଼ିଆ‌ରୁ
ନିଉରୋବ୍ଲାସ୍ଟୋମା
ଅଣୁବୀକ୍ଷଣ ଯନ୍ତ୍ରରେ ରୋସେଟ ତିଆରି ବିଶେଷତ୍ୱ ସ‌ହ ନିଉରୋବ୍ଲାସ୍ଟୋମା ଚିତ୍ର
ବିଭାଗକର୍କଟ ରୋଗ ବିଜ୍ଞାନ
ଲକ୍ଷଣହାଡ଼ ଯନ୍ତ୍ରଣା, ଗୋଲା [୧]
ଆକ୍ରାନ୍ତ ସମୟ୫ ବର୍ଷ ବୟସ ପୂର୍ବରୁ । [୧]
କାରଣଜେନେଟିକ ମ୍ୟୁଟେସନ [୧]
ରୋଗ ନିର୍ଣ୍ଣୟ ପଦ୍ଧତିତନ୍ତୁ ବାୟୋପ୍ସି[୧]
ଚିକିତ୍ସାପର୍ଯ୍ୟବେକ୍ଷଣ, ଆପରେଶନ, ରାଡିଏସନ ଥେରାପି (radiation), କେମୋଥେରାପି (chemotherapy), ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟେସନ (stem cell transplantation)[୧]
ପୁନଃପୌନିକ୭୦୦୦ ପିଲାଙ୍କ ମଧରେ ଜଣେ । [୨]
ମୃତ୍ୟୁ ସାନ୍ଦ୍ରତାପିଲାଙ୍କ କର୍କଟ ରୋଗ ମୃତ୍ୟୁର ୧୫% ।[୩]

ନିଉରୋବ୍ଲାସ୍ଟୋମା (Neuroblastoma ବା NB) ଏକ ପ୍ରକାର କର୍କଟ ରୋଗ ଯାହା କେତେକ ପ୍ରକାର ସ୍ନାୟୁ ତନ୍ତୁରୁ (nerve tissue) ଜାତ ହୁଏ । ଏହା ଆଡ୍ରେନାଲ ଗ୍ରନ୍ଥିରୁ (adrenal gland) ଅନେକ ସମୟରେ ବାହାରେ କିନ୍ତୁ ବେକ, ଛାତି, ପେଟମେରୁଦଣ୍ଡରୁ ବାହାରିପାରେ । ଏହି ରୋଗର ଲକ୍ଷଣ: ହାଡ଼ ଯନ୍ତ୍ରଣା (bone pain), ପେଟ, ଛାତି ଓ ବେକରେ ଗୋଲା କିମ୍ବା ଚର୍ମ ତଳେ ଗୋଟିଏ ନୀଳ ରଙ୍ଗର ଗୋଲା ଦେଖାଯାଏ ।[୧]

ବେଳେବେଳେ ପିତାମାତାଙ୍କର ଜିନର ମ୍ୟୁଟେସନ ହୋଇ ପିଲାଙ୍କର ବଂଶାନୁକ୍ରମିକ ନିଉରୋବ୍ଲାସ୍ଟୋମା ରୋଗ ହୁଏ ।[୧] ପରିବେଶର ପ୍ରଭାବ ଥିବା ଜଣାଯାଇନାହିଁ ।[୨] ରୋଗାକ୍ରାନ୍ତ ସ୍ଥାନରେ ଥିବା ତନ୍ତୁରୁ କିଛି ଅଂଶ ନେଇ ତନ୍ତୁ ବାୟୋପ୍ସି (tissue biopsy) କରି ରୋଗ ନିର୍ଣ୍ଣୟ କରାଯାଏ । ଗର୍ଭାବସ୍ଥାରେ ବେଳେବେଳେ ଅଲଟ୍ରାସାଉଣ୍ଡ (ultrasound) କରି ଏହି ଜାଣିହୁଏ । ରୋଗ ନିର୍ଣ୍ଣୟ କଲା ସମୟରେ ସାଧାରଣତଃ ଏହି କର୍କଟ ମେଟାସ୍ଟାସିସ (spread) ବା ବ୍ୟାପିଯାଇଥିବା ଦେଖାଯାଏ । ରୋଗୀର ବୟସ, କର୍କଟ ସ୍ଟେଜ (cancer stage) ଓ କିଭଳି ଦେଖାଯାଉଛି, ତାହା ଉପରେ ରୋଗଟି ନିମ୍ନ, ମଧ୍ୟମ ବା ଉଚ୍ଚ ସଙ୍କଟର ହୋଇଥିବା ଜଣାଯାଏ । [୧]

ସଙ୍କଟ ଦଳ (risk group) ଅନୁସାରେ ଚିକିତ୍ସାର ଫଳାଫଳ ନିର୍ଦ୍ଧାରଣ କରିହୁଏ । [୧][୪] ଚିକିତ୍ସା ମଧ୍ୟରେ ପର୍ଯ୍ୟବେକ୍ଷଣ, ଅପରେଶନ, ରାଡିଏସନ ଥେରାପି (radiation), କେମୋଥେରାପି (chemotherapy), ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟେସନ (stem cell transplantation) ଇତ୍ୟାଦି ବ୍ୟବ‌ହାର କରାଯାଏ ।[୧] ସ୍ୱଳ୍ପ ସଙ୍କଟାପନ୍ନ କେଶକୁ ପର୍ଯ୍ୟବେକ୍ଷଣ ବା ଅପରେଶନ କଲେ ଫଳାଫଳ ଭଲ ରହେ । ଉଚ୍ଚ ସଙ୍କଟାପନ୍ନ କେଶରେ ଉତ୍ତମ ଚିକିତ୍ସା ସତ୍ତ୍ୱେ ଦୀର୍ଘକାଳୀନ ଆୟୁଷ ୪୦%ରୁ କମ ରହେ । [୪]

ଶିଶୁମାନଙ୍କ କ୍ଷେତ୍ରରେ ଲିଉକେମିଆମସ୍ତିଷ୍କ ଅର୍ବୁଦ ରୋଗ ପରେ ନିଉରୋବ୍ଲାସ୍ଟୋମା ସବୁଠାରୁ ସାଧାରଣ କର୍କଟ ରୋଗ । [୪] ପ୍ରତି ୭ ହଜାର ପିଲାରେ ଜଣେ ଏହି ରୋଗଦ୍ୱାରା ଜୀବନରେ କେବେହେଲେ ଆକ୍ରାନ୍ତ ହୁଏ । [୨] ପ୍ରାୟ ୯୦% ପିଲାଙ୍କ ନିଉରୋବ୍ଲାସ୍ଟୋମା ୫ ବର୍ଷ ବୟସ ମଧ୍ୟରେ ହୁଏ, ଏହା ବଡ଼ ମଣିଷଙ୍କୁ କ୍ୱଚିତ ହୁଏ ।[୨][୩] ପିଲାଙ୍କର କର୍କଟ ରୋଗ ଜନିତ ମୃତ୍ୟୁର ୧୫% ନିଉରୋବ୍ଲାସ୍ଟୋମା ଯୋଗୁ ହୁଏ । [୩] ସନ ୧୮୦୦ରେ ଏହି ରୋଗ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Neuroblastoma Treatment". National Cancer Institute. 20 January 2016. Retrieved 9 November 2016.
  2. ୨.୦ ୨.୧ ୨.୨ ୨.୩ "Neuroblastoma Treatment". National Cancer Institute. 25 August 2016. Retrieved 10 November 2016.
  3. ୩.୦ ୩.୧ ୩.୨ World Cancer Report 2014. World Health Organization. 2014. Chapter 5.16. ISBN 9283204298.
  4. ୪.୦ ୪.୧ ୪.୨ Maris, John M; Hogarty, Michael D; Bagatell, Rochelle; Cohn, Susan L (2007). "Neuroblastoma". The Lancet. 369 (9579): 2106–20. doi:10.1016/S0140-6736(07)60983-0. PMID 17586306.
  5. Olson, James Stuart (1989). The History of Cancer: An Annotated Bibliography (in ଇଂରାଜୀ). ABC-CLIO. p. 177. ISBN 9780313258893.

ଅଧିକ ତଥ୍ୟ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ