ନାରୁତୋ

ଉଇକିପିଡ଼ିଆ‌ରୁ

ନାରୁତୋ (ଜାପାନୀ: ナルト , ଇଂରାଜୀ: Naruto) ଏକ ଜାପାନୀ ଆନିମେମାଂଗା ଚାରିତ୍ରର ନାମ ଅଟେ । ଏହା ଏକ ବିଶ୍ୱପ୍ରସଦ୍ଧ ଧାରାବାହିକ ।
ଏହା ମାସାଶି କିଶିମୋତୋଙ୍କଦ୍ୱାରା ରଚିତ ।
ଏହା ମୁଖ୍ୟତଃ ଜାପାନୀ ଭାଷାରେ ରଚିତ ।

ନାରୁତୋ ଲୋଗୋ

ବିଷୟରେ[ସମ୍ପାଦନା]

ଏହାର ମୁଖ୍ଯ ପାତ୍ରର ନାମ ଅଟେ ନାରୁତୋ ଉଜୁମାକି । ସେ ଏକ ଶକ୍ତିଶାଳୀ ନିଞ୍ଜା ଅଟେ, ଯିଏକି ହୋକାଗେ (ଅଗ୍ନିର ଛାୟା) ହେବାକୁ ଚାହୁଁଛି । ହୋକାଗେ ସବୁଠାରୁ ବଳବାନ ନିଞ୍ଜା ଅଟେ, ଏବଂ ନାରୁତୋର ଗାଁ କୋନୋହାର ନେତା ଅଟେ । ନାରୁତୋ ହିନାତା ନାମକ ଝିଅକୁ ଭଲପାଏ, ଏବଂ ପରେ ତାକୁ ବିବାହ କରେ ।

ନାରୁତୋର କସ୍ପଲେ କରୁଥିବା ଲୋକ

ମାଂଗା[ସମ୍ପାଦନା]

ଏହା ସର୍ବପ୍ରଥମେ ୧୯୯୯ରେ ଜାପାନର ଶୋନେନ୍ ଜମ୍ପ ନାମକ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହାର ମୋଟ ୭୦୦ଟି ଅଧ୍ୟାୟ ଅଛି ।

ଆନିମେ[ସମ୍ପାଦନା]

ଏହାର ଆନିମେ ସଂସ୍କରଣ ଅକ୍ଟୋବର୍ ୨୦୦୨ରେ ଆରମ୍ଭ ହୋଇଥିଲା । ଏହା ଟିଭି ତୋକ୍ଯୋରେ ପ୍ରସାରିତ ହୁଏ । ଏହାର ପ୍ରଥମ ସିଜନ୍ରେ ୨୨୦ଟି ଏପିସୋଡ଼ ଥିଲା । ଏହାର ଦ୍ୱିତିୟ ସିଜନ୍ ନାରୁତୋ ଶିପ୍ପୁଦେନ୍ରେ ବର୍ତ୍ତମାନ ୪୦୦ରୁ ଅଧିକ ଏପିସୋଡ଼ ଅଛି । ଏହାର ୧୧ଟି ଫିଲ୍ମ ମଧ୍ୟ ରହିଛି ।

ନାରୁତୋର ପାତ୍ର କାକାଶି ହାତାକେର କସ୍ପଲେ କରୁଥିବା ଏକ ବ୍ଯକ୍ତି

ଭାରତରେ[ସମ୍ପାଦନା]

ଭାରତରେ ଏହା ପ୍ରଥମେ କାର୍ଟୁନ୍ ନେଟ୍ୱାର୍କରେ ପ୍ରସାରିତ ହୋଇଥିଲା, କିନ୍ତୁ ପରେ ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ଏହା ଆନିମାକ୍ସ ନାମକ ଚ୍ୟାନେଲ୍ରେ ଇଂରାଜୀରେ ପ୍ରସାରଣ ହୁଏ ।

ନାରୁତୋ ଚକ୍ର