ନାରୁତୋ
ନାରୁତୋ (ଜାପାନୀ: ナルト , ଇଂରାଜୀ: Naruto) ଏକ ଜାପାନୀ ଆନିମେ ଓ ମାଂଗା ଚାରିତ୍ରର ନାମ ଅଟେ । ଏହା ଏକ ବିଶ୍ୱପ୍ରସଦ୍ଧ ଧାରାବାହିକ ।
ଏହା ମାସାଶି କିଶିମୋତୋଙ୍କଦ୍ୱାରା ରଚିତ ।
ଏହା ମୁଖ୍ୟତଃ ଜାପାନୀ ଭାଷାରେ ରଚିତ ।
ବିଷୟରେ
[ସମ୍ପାଦନା]ଏହାର ମୁଖ୍ଯ ପାତ୍ରର ନାମ ଅଟେ ନାରୁତୋ ଉଜୁମାକି । ସେ ଏକ ଶକ୍ତିଶାଳୀ ନିଞ୍ଜା ଅଟେ, ଯିଏକି ହୋକାଗେ (ଅଗ୍ନିର ଛାୟା) ହେବାକୁ ଚାହୁଁଛି । ହୋକାଗେ ସବୁଠାରୁ ବଳବାନ ନିଞ୍ଜା ଅଟେ, ଏବଂ ନାରୁତୋର ଗାଁ କୋନୋହାର ନେତା ଅଟେ । ନାରୁତୋ ହିନାତା ନାମକ ଝିଅକୁ ଭଲପାଏ, ଏବଂ ପରେ ତାକୁ ବିବାହ କରେ ।
ମାଂଗା
[ସମ୍ପାଦନା]ଏହା ସର୍ବପ୍ରଥମେ ୧୯୯୯ରେ ଜାପାନର ଶୋନେନ୍ ଜମ୍ପ ନାମକ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହାର ମୋଟ ୭୦୦ଟି ଅଧ୍ୟାୟ ଅଛି ।
ଆନିମେ
[ସମ୍ପାଦନା]ଏହାର ଆନିମେ ସଂସ୍କରଣ ଅକ୍ଟୋବର୍ ୨୦୦୨ରେ ଆରମ୍ଭ ହୋଇଥିଲା । ଏହା ଟିଭି ତୋକ୍ଯୋରେ ପ୍ରସାରିତ ହୁଏ । ଏହାର ପ୍ରଥମ ସିଜନ୍ରେ ୨୨୦ଟି ଏପିସୋଡ଼ ଥିଲା । ଏହାର ଦ୍ୱିତିୟ ସିଜନ୍ ନାରୁତୋ ଶିପ୍ପୁଦେନ୍ରେ ବର୍ତ୍ତମାନ ୪୦୦ରୁ ଅଧିକ ଏପିସୋଡ଼ ଅଛି । ଏହାର ୧୧ଟି ଫିଲ୍ମ ମଧ୍ୟ ରହିଛି ।
ଭାରତରେ
[ସମ୍ପାଦନା]ଭାରତରେ ଏହା ପ୍ରଥମେ କାର୍ଟୁନ୍ ନେଟ୍ୱାର୍କରେ ପ୍ରସାରିତ ହୋଇଥିଲା, କିନ୍ତୁ ପରେ ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ଏହା ଆନିମାକ୍ସ ନାମକ ଚ୍ୟାନେଲ୍ରେ ଇଂରାଜୀରେ ପ୍ରସାରଣ ହୁଏ ।