ନଜରୁଲ ଇସଲାମ

ଉଇକିପିଡ଼ିଆ‌ରୁ
ବିଦ୍ରୋହୀ କବି

କାଜୀ ନଜରୁଲ ଇସଲାମ
ଚଟ୍ଟୋଗ୍ରାମରେ ନଜରୁଲ, ୧୯୨୬
ଚଟ୍ଟୋଗ୍ରାମରେ ନଜରୁଲ, ୧୯୨୬
ଜନ୍ମ ଓ ଜନ୍ମସ୍ଥାନ(1899-05-24)୨୪ ମଇ ୧୮୯୯
ଚୁରୁଲିଆ, ପଶ୍ଚିମ ବଙ୍ଗ)
ମୃତ୍ୟୁ୨୯ ଅଗଷ୍ଟ ୧୯୭୬(1976-08-29) (ବୟସ ୭୭)
ଢାକା
ସମାଧି ସ୍ଥଳଢାକା ବିଶ୍ୱବିଦ୍ୟାଳୟ
ଛଦ୍ମନାମଧୁମକେତୁ
ଡାକନାମଦୁଃଖୁ ମିୟାଁ
ବୃତ୍ତି
  • କବି
  • ଗାଳ୍ପିକ
  • ସଙ୍ଗୀତ ନିର୍ଦ୍ଦେଶକ
  • ନାଟ୍ୟକାର
  • କଣ୍ଠଶିଳ୍ପୀ
  • ବଂଶୀବାଦକ
  • ଔପନ୍ୟାସିକ
  • ପ୍ରାବନ୍ଧିକ
  • ଅନୁବାଦକ
  • ସୈନ୍ୟ
  • ଚଳଚ୍ଚିତ୍ର ଅଭିନେତା
  • ରାଜନୈତିକ କର୍ମୀ
ଭାଷା
ନାଗରିକତାବ୍ରିଟିଶ ରାଜତ୍ୱ (୧୮୯୯-୧୯୪୭)
ଭାରତୀୟ (୧୯୪୭–୧୯୭୬)
ବଙ୍ଗଳାଦେଶୀ (୧୮ ଫେବୃଆରୀ ୧୯୭୬–୨୯ ଅଗଷ୍ଟ ୧୯୭୬)[୧]
ସମୟ୧୯୨୨-୧୯୪୨
ସାହିତ୍ୟ କୃତି
  • ନତୁନେର ଗାନ
  • ବିଦ୍ରୋହୀ
  • ପଳୟୋଲ୍ଲାସ
  • ଧୁମକେତ
  • ଅଗ୍ନିବୀଣା
  • ବନ୍ଧନ ହରା
  • ନଜରୁଲ ଗୀତି
ପୁରସ୍କାର
  • ପଦ୍ମ ଭୂଷଣ (୧୯୬୦)
  • ଏକୁଶେ ପଦକ (୧୯୭୬)
  • ସ୍ୱାଧୀନତା ଦିବସ ସମ୍ମାନ (୧୯୭୭)
ଜୀବନସାଥୀନର୍ଗୀସ ଅସର ଖାନୁମ, ପ୍ରମିଳା ଦେବୀ
ସନ୍ତାନ୪ ପୁଅ

ଦସ୍ତଖତ
Military career
ନିଯୁକ୍ତିଦାତାବ୍ରିଟିଶ ଶାସନ
ସେବା/ବିଭାଗପଦାତିକ ବାହିନୀ
କାର୍ଯ୍ୟକାଳ୧୯୧୭-୧୯୨୦
ପଦବୀହାବିଲଦାର (ସର୍ଜେଣ୍ଟ)
ସେନା ବିଭାଗ୪୯ତମ ବେଙ୍ଗଲ ରେଜିମେଣ୍ଟ
ସଂଘର୍ଷ/ଯୁଦ୍ଧପ୍ରଥମ ବିଶ୍ୱଯୁଦ୍ଧ

ନଜରୁଲ ଇସଲାମ ( ୨୪ ମଇ ୧୮୯୯ - ୨୯ ଅଗଷ୍ଟ ୧୯୭୬ ) ଜଣେ ବଙ୍ଗଳାଦେଶୀ କବି, ଲେଖକ, ସଙ୍ଗୀତଜ୍ଞ ଥିଲେ । ତାଙ୍କୁ ବଙ୍ଗଳାଦେଶର ଜାତୀୟ କବି ସମ୍ମାନ ପ୍ରଦାନ କରାଯାଇଛି ।[୨] ତାଙ୍କ ଗୀତ ଓ ସଙ୍ଗୀତରେ ଆଧ୍ୟାତ୍ମିକତା ଓ ବିଦ୍ରୋହର ସ୍ୱର ବେଶୀ ଦେଖିବାକୁ ମିଳେ ।[୩] ତାଙ୍କର ସାମାଜିକ ଓ ରାଜନୈତିକ ଚେତନାମୂଳକ କାର୍ଯ୍ୟ ଓ ଲେଖା ପାଇଁ ତାଙ୍କୁ ବିଦ୍ରୋହୀ କବି ଆଖ୍ୟା ମଧ୍ୟ ଦିଆଯାଇଛି ।[୪] ତାଙ୍କର କବିତା ଓ ସଙ୍ଗୀତର ଏକ ଧାରା ନଜରୁଲ ଗୀତି ନାମରେ ପ୍ରଚଳିତ ।[୫][୬][୭][୮]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ନଜରୁଲ ୧୮୯୯ ମସିହାରେ ପରାଧୀନ ଭାରତର ବେଙ୍ଗଲ ପ୍ରେସିଡେନ୍ସୀ ଅନ୍ତର୍ଗତ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ଚୁରୁଲିଆଠାରେ ଜନ୍ମଗ୍ରହଣ କରିଥିଲେ ।[୯][୧୦] ସେ ଏକ ବଙ୍ଗାଳୀ ମୁସଲିମ କାଜୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ କାଜୀ ଫକୀର ଅହମ୍ମଦ ଥିଲା ଓ ସେ ସ୍ଥାନୀୟ ପୀରପୁକୁର ମସଜିଦର ଇମାମ ଓ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ ।[୧୧] ତାଙ୍କ ମାତାଙ୍କ ନାମ ଥିଲା ଜହିଦା ଖାତୁନ । କାଜୀ ସାହିବଜାନ ଓ କାଜୀ ଅଲ୍ଲୀ ହୁସେନ ନାମରେ ନଜରୁଲଙ୍କର ଆଉ ଦୁଇ ଜଣ ଭାଇ ଓ ଉମ୍ମେ କୁଲସୁମ ନାମରେ ଏକ ଭଉଣୀ ଥିଲେ । ନଜରୁଲଙ୍କର ଡାକ ନାମ ଥିଲା ଦୁଃଖୁ ମିୟାଁ । ସେ ସ୍ଥାନୀୟ ଏକ ମଦ୍ରାସାରେ ଇସଲାମିକ ଧର୍ମପାଠ, କୁରାନ ଇତ୍ୟାଦି ପଢ଼ିଥିଲେ । ୧୯୦୮ରେ ତାଙ୍କ ପିତାଙ୍କ ନିଧନ ପରେ, ନଜରୁଲ ତାଙ୍କ ସ୍ଥାନରେ ମସଜିଦର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଥିଲେ ଓ ସେଥିରୁ ମିଳୁଥିବା ଦରମାରେ ତାଙ୍କର ପରିବାର ପୋଷଣ ହେଉଥିଲା ।[୧୨][୧୩]

ପିଲାବେଳେ ସେ ନାଟକ ପ୍ରତି ଆକର୍ଷିତ ହୋଇଥିଲେ ଓ ନିଜ କକା ଫାଜେଲ କରିମଙ୍କ ଲେଟୋରେ ( ଭ୍ରାମ୍ୟମାଣ ନାଟ୍ୟଦଳ ) ଯୋଗଦେଇଥିଲେ । ଏଠାରେ ଅଭିନୟ ସହିତ ସେ ଗୀତ ଲେଖିବା ଓ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ କରିବାକୁ ଲାଗିଲେ । ଲେଟୋରେ ସେ ବଙ୍ଗଳା ଓ ସଂସ୍କୃତ ସାହିତ୍ୟ ସହିତ ହିନ୍ଦୁ ପୁରାଣ, ମହାଭାରତ ଆଦି ପଢ଼ିବା ଆରମ୍ଭ କରିଥିଲେ । ସେତେବେଳେ ସେ ଚଷାର ସଙ୍ଗ, ଶକୁନି ବଦ୍ଧ, ରାଜ ଯୁଦ୍ଧିଷ୍ଟିରରେ ସଙ୍ଗ, ଦାତା କର୍ଣ୍ଣ, ଆକବର ବାଦଶାହା , କବି କାଳିଦାସ, ବିଦ୍ୟାନ ହୁତୁମରାଜପୁତେର ସଙ୍ଗ ଆଦି ନାଟକ ଲେଖିଥିଲେ ।[୧୨]

୧୯୧୦ ମସିହାରେ ନଜରୁଲ ନାଟ୍ୟଦଳ ଛାଡ଼ି ସେ ପ୍ରଥମେ 'ଶିଆରଶଲେ ରାଜ ହାଇସ୍କୁଲ' ଓ ପରେ ଦରିଆରାମପୁର ସ୍କୁଲରେ ( ବର୍ତ୍ତମାନର ଜାତୀୟ କବି ନଜରୁଲ ଇସଲାମ ବିଶ୍ୱବିଦ୍ୟାଳୟ) ନାମ ଲେଖାଇଥିଲେ । ସ୍କୁଲରେ ସେ ବଙ୍ଗଳା, ସଂସ୍କୃତ, ଆରବୀୟ, ପାର୍ସି ଆଦି ଭାଷା ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । [୧୨][୧୪][୧୫]

ଦଶମ ଶ୍ରେଣୀ ପାଠ ଅସମାପ୍ତ ଛାଡ଼ି, ୧୯୧୭ ମସିହାରେ ନଜରୁଲ ଅଠର ବର୍ଷ ବୟସରେ ବ୍ରିଟିଶ ସେନାବାହିନୀରେ ଯୋଗଦାନ କରିଥିଲେ ।[୧୬] ସେ ୪୯ତମ ବେଙ୍ଗଲ ରେଜିମେଣ୍ଟରେ ଯୋଗ ଦେଇଥିଲେ ଓ ତାଙ୍କର କରାଚି କାଣ୍ଟନମେଣ୍ଟରେ ପୋଷ୍ଟିଂ ହୋଇଥିଲା । ସେଠାରେ ଥିବା ସମୟରେ ସେ ନିଜର ପ୍ରଥମ କବିତା ପୁସ୍ତକ ମୁକ୍ତି (୧୯୧୯) ଓ ପ୍ରବନ୍ଧ ବାଉନ୍ଦେଲର ଆତ୍ମକାହାଣୀ ( ୧୯୧୯ ) ଲେଖିଥିଲେ ।[୧୨] ସେନାବାହିନୀରେ ସେ ହାବିଲଦାର ସ୍ତର ପର୍ଯ୍ୟନ୍ତ ପଦୋନ୍ନତି ପାଇଥିଲେ ।[୧୭]

ବୃତିଗତ ଜୀବନ[ସମ୍ପାଦନା]

ନଜରୁଲ ନିଜ ଛାତ୍ରମାନଙ୍କୁ ସଙ୍ଗୀତ ଶିକ୍ଷା ଦେଉଥିବା ଅବସରରେ

୧୯୨୦ ବ୍ରିଟିଶ ସେନାବାହିନୀ ଛାଡ଼ି, ନଜରୁଲ କଲିକତାରେ ବସବାସ କରିଥିଲେ[୧୮] ଓ ସେଠାରେ ବଙ୍ଗୀୟ ମୁସଲମାନ ସାହିତ୍ୟ ସମିତିରେ ଯୋଗ ଦେଇଥିଲେ ।[୧୯] ୧୯୨୦ ମସିହାରେ ସେ ନିଜର ପ୍ରଥମ ଉପନ୍ୟାସ ବନ୍ଧନ ହାରା ଲେଖିଥିଲେ । ତାଙ୍କର ପ୍ରଥମ କବିତା ସଂକଳନକୁ ସମୀକ୍ଷକମାନେ ପସନ୍ଦ କରିଥିଲେ ।[୧୨] ରବୀନ୍ଦ୍ରନାଥ ଠାକୁରଙ୍କୁ ନଜରୁଲ ନିଜର ଗୁରୁ ମନେକରୁଥିଲେ[୧୨] ମଧ୍ୟ, ତାଙ୍କ କବିତା ଠାକୁରଙ୍କ ପ୍ରଚଳିତ କବିତା ଧାରାଠାରୁ ଭିନ୍ନ ଥିଲା । ଏଥିପାଇଁ ଠାକୁରଙ୍କ ପ୍ରଂଶସକମାନେ ନଜରୁଲଙ୍କ କବିତାକୁ ପସନ୍ଦ କରୁନଥିଲେ ।[୨୦]

୧୯୨୨ ମସିହାରେ ନଜରୁଲଙ୍କ ସବୁଠାରୁ ଚର୍ଚ୍ଚିତ କବିତା ବିଦ୍ରୋହୀ, ବିଜଲୀ ପତ୍ରିକାରେ ପ୍ରକାଶ ପାଇଥିଲେ । ଭାରତରେ ସେହି ସମୟରେ ବ୍ରିଟିଶ ଶାସନ ବିରୋଧରେ ଅସହଯୋଗ ଆନ୍ଦୋଳନ ଚାଲିଥାଏ । ଏ କବିତାଟି ସଂଗ୍ରାମୀମାନଙ୍କୁ ଅଧିକ ଉତ୍ସାହ ପ୍ରଦାନ କରିଥିଲା । ଏହା ପରେ ପରେ ତାଙ୍କର ୨ଟି କବିତା ପୁସ୍ତକ ପ୍ରଳୟୋଲ୍ଲାସଅଗ୍ନିବୀଣା ( ୧୯୨୨ ) ପ୍ରକାଶ ପାଇଥିଲା । ଏହି ସମୟରେ ବ୍ୟଥାର ଦିନଯୁଗବାଣୀ ପୁସ୍ତକ ମଧ୍ୟ ପ୍ରକାଶ ପାଇଥିଲା ।[୨୧] [୨୨][୨୩] ୧୯୨୨ ଅଗଷ୍ଟ ମାସରେ, ସେ ଧୁମକେତୁ ପତ୍ରିକା ଆରମ୍ଭ କରିଥିଲେ । ଏଥିରେ ବ୍ରିଟିଶ ଶାସନ ବିରୋଧରେ କ୍ରମାଗତ ଲେଖା ବାହାରୁଥିଲା । ଏଥି ପାଇଁ ୧୯୨୩ ମସିହାରେ ତାଙ୍କୁ ବ୍ରିଟିଶ ପୋଲିସ ଗିରଫଦାର କରିଥିଲା ।[୯][୨୪] ୧୯୨୩ ମସିହାରେ ୪୦ ଦିନ ବ୍ୟାପି ଅନଶନ ପରେ, ତାଙ୍କୁ ଜେଲରୁ ମୁକ୍ତି ମିଳିଥିଲା । ୧୯୨୩ ମସିହାରେ ରବୀନ୍ଦ୍ରନାଥ, ନିଜର ଏକ ନାଟକ ବସନ୍ତକୁ ନଜରୁଲଙ୍କୁ ସମର୍ପଣ କରିଥିଲେ । ୧୯୨୪ରେ ପ୍ରକାଶିତ ତାଙ୍କ ପୁସ୍ତକ ବିଷେର ବଂଶୀଉପରେ ବ୍ରିଟିଶ ସରକାର ପ୍ରତିବନ୍ଧକ ଲଗାଇଥିଲେ ।[୨୫][୨୬]

୧୯୨୪ ମସିହାରେ ନଜରୁଲ ଜଣେ ହିନ୍ଦୁ ମହିଳା ପ୍ରମିଳାଙ୍କୁ ବିବାହ କରିଥିଲେ । ପ୍ରମିଳା ବ୍ରାହ୍ମ ସମାଜ ସହିତ ଜଡ଼ିତ ଥିବାରୁ, ଏହି ବିବାହ ବହୁ ବିରୋଧର ସମ୍ମୁଖୀନ ହୋଇଥିଲା । ନଜରୁଲଙ୍କ ବିଦ୍ରୋହୀ କବି ପରିଚୟ ଅଧିକ ମଜବୁତ ହୋଇଥିଲା ।[୧୨][୨୭] ବିବାହ ପରେ ସେ ନିଜ ପତ୍ନୀ ଓ ପୁତ୍ର ବାବୁଲ ସହିତ କ୍ରୀଷ୍ଣାନଗରଠାରେ ବସବାସ କରିବା ଆରମ୍ଭ କରିଥିଲେ । ଏହି ସମୟରେ ସେ ଶ୍ରମିକ ଓ ଦିନ ମଜୁରିଆଙ୍କ ନିମନ୍ତେ ଅନେକ ସଙ୍ଗୀତ ରଚନା କରିଥିଲେ ।[୨୮]ନଜରୁଲ ମୁସଲିମ ଧାର୍ମିକ ସଙ୍ଗୀତ, ହିନ୍ଦୁ ଭଜନ, କୀର୍ତ୍ତନ, ଶ୍ୟାମାସଙ୍ଗୀତ ଓ ହିନ୍ଦୁ ଦେବୀ କାଳୀଙ୍କ ବନ୍ଦନା ଆଦି ମଧ୍ୟ ରଚନା କରିଥିଲେ ।[୨୯] ସେ ଏଚଏମଭି କମ୍ପାନୀ ପାଇଁ ଅନେକ ଗୀତିକବିତା ମଧ୍ୟ ରଚନା କରିଥିଲେ ।

ନଜରୁଲଙ୍କର ସବୁଠାରୁ ଅଧିକ ପ୍ରତିଷ୍ଠିତ ରଚନାବଳୀ ଥିଲା, ନଜରୁଲ ଗୀତି । ସଠିକ ସଂଖ୍ୟା ଜଣା ନଥିଲେ ମଧ୍ୟ, ସେ ପ୍ରାୟ ୪୦୦୦ରୁ ଅଧିକ ଗୀତ ଏହି ଧାରାରେ ରଚନା କରିଥିଲେ ବୋଲି ବିଶ୍ୱାସ କରାଯାଏ । ୨୨୬୦ଟି ସମ୍ପୂର୍ଣ୍ଣ ଗୀତ ସଂରକ୍ଷିତ କରାଯାଇଛି ଓ ୨୨୮୭ଟି ଗୀତର ପ୍ରଥମ ଧାଡ଼ିଟି ଜଣାଅଛି । [୩୦]

ଅସୁସ୍ଥତା ଓ ମୃତ୍ୟୁ[ସମ୍ପାଦନା]

୧୯୩୯ ମସିହାରେ ନଜରୁଲଙ୍କ ପତ୍ନୀ ପ୍ରମିଳା ଅସୁସ୍ଥ ହୋଇଥିଲେ ଓ ନଜରୁଲ ନିଜର ସମସ୍ତ ପୁସ୍ତକ ଓ ରେକର୍ଡ଼କୁ ମାତ୍ର ୪୦୦ଟଙ୍କରେ ବନ୍ଧା ରଖି ଦେଇଥିଲେ ।[୩୧] ୧୯୪୦ ମସିହାରେ ସେ ନବଯୁଗ ନାମକ ବଙ୍ଗଳା ପତ୍ରିକାର ମୁଖ୍ୟ ସମ୍ପାଦକ ଭାବରେ ଯୋଗ ଦେଇଥିଲେ । ୧୯୪୧ରେ ରବୀନ୍ଦ୍ରନାଥଙ୍କ ମୃତ୍ୟୁ ତାଙ୍କୁ ଗଭିର ଆଘାତ ପହଞ୍ଚାଇଥିଲା । କିଛି ମାସ ମଧ୍ୟରେ ସେ ନିଜେ ମଧ୍ୟ ଗଭିର ଭାବରେ ଅସୁସ୍ଥ ହୋଇଥିଲେ । ୧୯୪୨ରେ ତାଙ୍କୁ ଏକ ମାନସିକ ହାସପାତାଲରେ ଭର୍ତ୍ତି କରାଯାଇଥିଲା । ୧୯୫୨ରେ ତାଙ୍କୁ ରାଞ୍ଚୀ ମାନସିକ ହାସପାତାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଲଣ୍ଡନ ଓ ଭିଏନାରେ ମଧ୍ୟ ତାଙ୍କର ଚିକିତ୍ସା କରାଯାଇଥିଲା । ତାଙ୍କୁ ପିକ୍ସ ବେମାରୀ ନାମରେ ଏକ ଦୂରାରୋଗ୍ୟ ବେମାରୀ ହୋଇଥିଲା ଓ ଏହାର ଚିକିତ୍ସା ସମ୍ଭବ ନୁହେଁ ବୋଲି ଡାକ୍ତରମାନେ କହିଥିଲେ । ୧୯୫୩ ମସିହା ଡିସେମ୍ବର ୧୫ତାରିଖରେ ସେ ଭାରତ ଫେରି ଆସିଥିଲେ । ୧୯୬୨ ମସିହାରେ ପତ୍ନୀ ପ୍ରମିଳାଙ୍କର ପରଲୋକ ଘଟିଥିଲା । ୧୯୭୨ ମସିହାରେ ବଙ୍ଗଳାଦେଶ ପ୍ରତିଷ୍ଠା ହେବା ପରେ, ସେଠାକାର ସରକାରଙ୍କ ଅନୁରୋଧରେ ତାଙ୍କୁ ଭାରତ ସରକାରଙ୍କ ଅନୁମତିରେ ଢାକା ପଠା ଯାଇଥିଲା । ୧୯୭୬ ଜାନୁଆରୀ ମାସରେ ତାଙ୍କୁ ବଙ୍ଗଳାଦେଶର ନାଗରିକତ୍ୱ ପ୍ରଦାନ କରାଯାଇଥିଲା ଓ ୧୯୭୬ ଅଗଷ୍ଟ ୨୯ ତାରିଖରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ଇଚ୍ଛାନୁଯାୟୀ ତାଙ୍କୁ ଢାକା ବିଶ୍ୱବିଦ୍ୟାଳୟରେ କବର ଦିଆଯାଇଥିଲା ।[୩୨]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ବଙ୍ଗଳାଦେଶର ଜାତୀୟ କବି ଉପାଧୀ - ୧୯୭୨ ( ବଙ୍ଗଳାଦେଶ ସରକାର )[୩୩][୩୪]
  • ଡି ଲିଟ - ୧୯୭୪ ( ଢାକା ବିଶ୍ୱବିଦ୍ୟାଳୟ )
  • ଏକୁଶେ ପଦକ - ୧୯୭୬
  • ପଦ୍ମ ଭୂଷଣ - ୧୯୬୦[୩୫]

ଆଧାର[ସମ୍ପାଦନା]

  1. Talukdar, Rezaul Karim (1994). Nazrul, the gift of the century. Dhaka: Manan. p. 121. ISBN 978-9848156001. In 1976 Nazrul was awarded the citizenship of Bangladesh.
  2. Langley, Winston (2007). Kazi Nazrul Islam: The Voice of Poetry and the Struggle for Human Wholeness. University of Minnesota. p. 5.
  3. Hemal, Mahmudul (28 May 2015). "Nazrul's humanist vision". Dhaka Courier. Archived from the original on 18 April 2017.
  4. Mitra, Priti K. (1993-05-01). "The Rebel Poet and the Mahatma: Kazi Nazrul Islam's Critique of Gandhi's Politics in the 1920s". South Asia Research (in ଇଂରାଜୀ). 13 (1): 46–55. doi:10.1177/026272809301300103. ISSN 0262-7280. S2CID 144847702.
  5. Sheik Hasina; Prime Minister of Bangladesh; transcript of speech. "India-Bangladesh Joint Celebration, 113th birth anniversary of Poet Kazi Nazrul Islam and 90th year of his poem 'Rebel'" (PDF). Prime Minister's Office, Government of the People's Republic of Bangladesh. Retrieved 26 December 2013.
  6. Chakraborti, Suman (26 May 2015). "West Bengal government celebrates Kazi Nazrul Islam's birth anniversary". The Times of India. Archived from the original on 19 April 2017. Retrieved 6 April 2016.
  7. "Nazrul Jayanti celebrated across Silchar". The Sentinel. 27 May 2018. Retrieved 28 June 2018.
  8. Menon, Anoop (26 April 2017). "List of public holidays in May 2017 to plan out your vacations". Travel India. Archived from the original on 28 June 2018. Retrieved 28 June 2018. Tripura will be celebrating Nazrul Jayanti on 26 May
  9. ୯.୦ ୯.୧ "Kazi Nazrul Islam: A Chronology of life". Nazrul Institute, Ministry of Cultural Affairs, Government of Bangladesh. Archived from the original on 24 April 2008. Retrieved 28 April 2008.
  10. "Tripura celebrates 116th birth anniversary of Kazi Nazrul Islam". aninews.in. Archived from the original on 3 March 2016. Retrieved 27 February 2016.
  11. Faber, Roland; Slabodsky, Santiago (15 March 2016). Living Traditions and Universal Conviviality: Prospects and Challenges for Peace in Multireligious Communities (in ଇଂରାଜୀ). Rowman & Littlefield. p. 16. ISBN 978-1-4985-1336-4.
  12. ୧୨.୦ ୧୨.୧ ୧୨.୨ ୧୨.୩ ୧୨.୪ ୧୨.୫ ୧୨.୬ Islam, Rafiqul (2012). "Kazi Nazrul Islam". In Islam, Sirajul; Jamal, Ahmed A. (eds.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh. ISBN 978-984-32-0576-6. Retrieved 26 March 2016.
  13. Chaudhuri, Dilip (22 September 2006). "Nazrul Islam: The unparalleled lyricist and composer of Bengal". Press Information Bureau, Government of India. Archived from the original on 5 November 2002. Retrieved 22 September 2006. Alt URL Archived 2018-06-28 at the Wayback Machine.
  14. "Nazrul's birth anniv today". New Age. 25 May 2018. Retrieved 28 June 2018.
  15. "Nazrul's 119th birth anniversary today". Prothom Alo. 25 May 2018. Retrieved 28 June 2018.
  16. Bose, Buddhadeva (2000). "Modern Bengali Poetry and Nazrul Islam". In Mohammad Nurul Huda (ed.). Nazrul: An Evaluation. Dhaka: Nazrul Institute. p. 80. ISBN 978-984-555-167-0.
  17. Zaman, Niaz (17 December 2014). "Impact on Nazrul". The Daily Star. Archived from the original on 17 April 2017. Retrieved 12 July 2016.
  18. "Nazrul's death anniversary today". The Daily Star. 27 August 2015. Retrieved 5 March 2016.
  19. Khondkar Sirajul Haque (2012), "Bangiya Mussalman Sahitya Patrika", in Sirajul Islam and Ahmed A. Jamal (ed.), Banglapedia: National Encyclopedia of Bangladesh (Second ed.), Asiatic Society of Bangladesh
  20. Nag, Sajal (2008). "Story of a Rebel Poet". Economic and Political Weekly (Book Review). 43 (26/27): 84–85. ISSN 0012-9976. JSTOR 40278906.
  21. Bose, Sugata (2009). A Hundred Horizons: The Indian Ocean in the Age of Global Empire (in ଇଂରାଜୀ). Harvard University Press. pp. 299. ISBN 978-0-674-02157-0.
  22. Talukdar, Rezaul Karim; Islam (Kazi), Nazrul (1994). Nazrul, the gift of the century (in ଇଂରାଜୀ). Manan. pp. 47–48. ISBN 9789848156001.
  23. Rajesh, K. Guru. Sarfarosh: A Naadi Exposition of the Lives of Indian Revolutionaries (in ଇଂରାଜୀ). Notion Press. ISBN 9789352061730. Retrieved 26 March 2016.
  24. Nawaz, Ali (20 January 2015). "Dhumketu". en.banglapedia.org (in ଇଂରାଜୀ). Banglapedia. Archived from the original on 4 July 2018. Retrieved 3 July 2018.
  25. (Bangladesh), Bāṃlā Ekāḍemī (1995). Bangla Academy Journal (in ଇଂରାଜୀ). Bangla Academy. p. 41.
  26. Chandan, Shahnawaz (30 ଅଗଷ୍ଟ 2013). "The Life of a Rebel". The Daily Star. Archived from the original on 3 ଡିସେମ୍ବର 2017. Retrieved 27 ମାର୍ଚ୍ଚ 2016.
  27. Chowdhury, Serajul Islam (2000). "The Blazing Comet". In Mohammad Nurul Huda (ed.). Nazrul: An Evaluation. Dhaka: Nazrul Institute. p. 141. ISBN 978-984-555-167-0.
  28. Islam, Rafiqul (2000). "Nazrul". In Mohammad Nurul Huda (ed.). Nazrul: An Evaluation. Dhaka: Nazrul Institute. p. 113. ISBN 978-984-555-167-0.
  29. Kamal, Nashid (11 July 2015). "Nazrul Islam's Islamic songs". The Daily Star. Retrieved 23 July 2015.
  30. Goswami, Karumamaya (1990). Aspects of Nazrul Songs. Dhaka: Nazrul Institute. pp. 178–179. OCLC 23904256.
  31. Kamal, Sajed (2000). "Kazi Nazrul Islam: A Chronology of Life". In Mohammad Nurul Huda (ed.). Nazrul: An Evaluation. Dhaka: Nazrul Institute. p. 325. ISBN 978-984-555-167-0.
  32. "References to demise of Heads of foreign States or eminent international personalities". 16 October 2007. Archived from the original on 25 March 2012. Retrieved 13 May 2008.
  33. Kumar Das, Subrata. "Nazrul . . . in the eyes of Benoykumar". The Daily Star. Archived from the original on 19 December 2016. Retrieved 26 February 2016.
  34. "Kazi Nazrul Islam: Rebel and Lover". Kazi Nazrul Islam: Rebel and Lover. Archived from the original on 6 July 2017. Retrieved 27 February 2016. The rebel poet Kazi Nazrul Islam was crowned in 1972 as the national poet of Bangladesh.
  35. Kamal, Sajed (2000). "Kazi Nazrul Islam: A Chronology of Life". In Mohammad Nurul Huda (ed.). Nazrul: An Evaluation. Dhaka: Nazrul Institute. p. 326. ISBN 978-984-555-167-0.