Jump to content

ନାକ୍ସିଟାମାବ

ଉଇକିପିଡ଼ିଆ‌ରୁ
ନାକ୍ସିଟାମାବ
Monoclonal antibody
TypeWhole antibody
TargetGD2
Clinical data
Trade namesDanyelza
SynonymsNaxitamab-gqgk
AHFS/Drugs.commonograph
data
Routes of
administration
Intravenous
Legal status
Legal status
Chemical and physical data
FormulaC6414H9910N1718O1996S44
Molar mass୧,୪୪,୪୩୬.୫0 g·mol−1

ନାକ୍ସିଟାମାବ (ଇଂରାଜୀ ଭାଷାରେ Naxitamab), ଡାନିଏଲଜା ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ନିଉରୋବ୍ଲାଷ୍ଟୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଅତି କମରେ ଏକ ବର୍ଷ ହାଡ଼ରେ ରୋଗ ଥିବା ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ବ୍ୟବହୃତ ହୁଏ ଯାହା ଅନ୍ୟାନ୍ୟ ଚିକିତ୍ସାରେ ଯଥେଷ୍ଟ ପ୍ରତିକ୍ରିୟା ଦେଇ ନାହିଁ ।[୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧] ଏହା ଏକ ଗ୍ରାନୁଲୋସାଇଟ୍-ମାକ୍ରୋଫେଜ୍ କଲୋନୀ-ଉତ୍ତେଜକ କାରକ (GM-CSF) ସହିତ ବ୍ୟବହୃତ ହୁଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅନ୍ତଃ-ର୍ନିଧାନ ସମ୍ପର୍କୀୟ ପ୍ରତିକ୍ରିୟା, ଯନ୍ତ୍ରଣା, ଦ୍ରୁତ ହୃଦସ୍ପନ୍ଦନ, ଅଇ, କାଶ, ବାନ୍ତି, ତରଳ ଝାଡ଼ା, ଉଚ୍ଚ ରକ୍ତଚାପ, ଥକ୍କାଣ, ଏରିଦେମା ମଲ୍ଟିଫର୍ମ, ପେରିଫେରାଲ୍ ନ୍ୟୁରୋପାଥି, ହାଇଭ୍‌ସ, ଜ୍ୱର, ମୁଣ୍ଡବିନ୍ଧା, ଫୁଲା, ଉଦ୍‌ବେଗ ଏବଂ ଉତ୍ତେଜନା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଟ୍ରାନ୍ସଭର୍ସ ମାୟେଲାଇଟିସ ଏବଂ ରିଭର୍ସିବଲ୍ ପୋଷ୍ଟିରିଅର୍ ଲିଉକୋଏନସେଫାଲୋପାଥି ସିଣ୍ଡ୍ରୋମ (RPLS) ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଜିଡି୨ (GD2) ସହିତ ଅନୁବନ୍ଧିତ ହୋଇ କାର୍ଯ୍ୟକ୍ଷମ ହୁଏ ।[୧]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ନାକ୍ସିଟାମାବ ଅନୁମୋଦିତ ହୋଇଥିଲା ।[୧] ୨୦୨୨ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଏହା ଅନୁମୋଦିତ ହୋଇ ନାହିଁ ।[୨] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୪୦ ମିଗ୍ରାର ଔଷଧର ମୂଲ୍ୟ ପ୍ରାୟ ୨୩୦୦୦ ଡଲାର ଅଟେ ।[୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Danyelza- naxitamab injection". DailyMed. Archived from the original on 23 May 2021. Retrieved 22 May 2021.
  2. "Naxitamab". SPS - Specialist Pharmacy Service. 14 April 2019. Archived from the original on 30 January 2022. Retrieved 3 November 2022.
  3. "Danyelza Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 19 May 2022. Retrieved 3 November 2022.