ନାଉରୀ ନାୟକ

ଉଇକିପିଡ଼ିଆ‌ରୁ
ନାଉରୀ ନାୟକ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀରମେଶ ପଟୁଆ
ପର ଅଧିକାରୀଦୁର୍ଯ୍ୟୋଧନ ଗରଡ଼ିଆ
ନିର୍ବାଚନ ମଣ୍ଡଳୀରେଙ୍ଗାଲି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1969-07-27) ୨୭ ଜୁଲାଇ ୧୯୬୯ (ବୟସ ୫୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀମମତା ନାୟକ
ବାପା/ବୋଉବାମନ ଚରଣ ନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ନାଉରୀ ନାୟକ (ଜନ୍ମ: ୨୭ ଜୁଲାଇ ୧୯୬୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ରେଙ୍ଗାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ନାଉରୀ ୧୯୬୯ ମସିହାର ଜୁଲାଇ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବାମନ ଚରଣ ନାୟକ ଓ ପତ୍ନୀଙ୍କ ନାମ ମମତା ନାୟକ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି କଳାରେ ସ୍ନାତକ ଓ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ନାଉରୀ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।

୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ନାଉରୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୨] ଏହି ନିର୍ବାଚନରେ ସେ ୭୪,୦୭୭ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୬,୭୪୩ ଖଣ୍ଡ ଭୋଟରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

ନାଉରୀ ପୂର୍ବରୁ ୨୦୦୯ ମସିହାରେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ି ସମୁଦାୟ ୧୨,୩୨୧ ଖଣ୍ଡ ଭୋଟ ପାଇଁ ୩ୟ ସ୍ଥାନରେ ଥିଲେ ଓ ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ୪୫,୩୮୦ ଖଣ୍ଡ ଭୋଟ ପାଇ ରମେଶ ପଟୁଆଙ୍କଠାରୁ ପରାସ୍ତ ହୋଇଥିଲେ ।[୪]

ଆଧାର[ସମ୍ପାଦନା]

  1. "Shri Nauri Nayak". odishaassembly.nic.in. Odisha Assembly. Retrieved 27 August 2020.
  2. Pradhan, Phanindra (1 April 2019). "BJP faces homemaker challenge in Rengali". The New Indian Express. Retrieved 26 August 2020.
  3. "Rengali Election Results 2019 LIVE: Rengali Assembly Election Results, Winner, Runner-Up & Vote Share – Oneindia". www.oneindia.com (in ଇଂରାଜୀ). Retrieved 26 August 2020.
  4. "RENGALI ELECTION RESULTS & NEWS". News18. news18.com. Retrieved 26 August 2020.

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Nauri Nayak-ସମ୍ପର୍କିତ ମିଡ଼ିଆ