ନବୀନ ନନ୍ଦ
ନବୀନ ନନ୍ଦ | |
|---|---|
| ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୦୯ – ଏବେଯାଏଁ | |
| ପୂର୍ବ ଅଧିକାରୀ | ସୁଧୀର କୁମାର ସାମଲ |
| ପର ଅଧିକାରୀ | ସରୋଜ କୁମାର ସାମଲ |
| ନିର୍ବାଚନ ମଣ୍ଡଳୀ | ଢେଙ୍କାନାଳ |
| ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୦୦ – ୨୦୦୯ | |
| ନିର୍ବାଚନ ମଣ୍ଡଳୀ | ଗଁଦିଆ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୮ ଫେବୃଆରୀ ୧୯୫୯ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ବିଜୁ ଜନତା ଦଳ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି |
| ଜୀବନ ସାଥୀ | ରଞ୍ଜିତା ନନ୍ଦ |
| ବାପା/ବୋଉ | ହାଟ କିଶୋର ନନ୍ଦ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ନବୀନ ନନ୍ଦ (ଜନ୍ମ: ୮ ଫେବୃଆରୀ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୧] ନବୀନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୦୦ ଓ ୨୦୦୯ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ଗଁଦିଆ ଓ ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ ଓ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ନବୀନ ୧୯୫୯ ମସିହାର ଫେବୃଆରୀ ମାସ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହାଟ କିଶୋର ନନ୍ଦ ଓ ପତ୍ନୀଙ୍କ ନାମ ରଞ୍ଜିତା ନନ୍ଦ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ନବୀନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୧] ପୂର୍ବରୁ ସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Former Dhenkanal MLA Nabin Nanda joins Odisha Congress". OrissaPost. 20 March 2019. Archived from the original on 30 October 2020. Retrieved 3 August 2020.
- ↑ "Shri Nabin Nanda". odishaassembly.nic.in. Odisha Assembly. Retrieved 3 August 2020.
- ↑ "Dhenkanal Assembly Election Results 2019 Live: Dhenkanal Constituency (Seat) Election Results, Live News". News18. June 2019. Retrieved 1 August 2020.