ନବଜାତ ଯକୃତ ପ୍ରଦାହ

ଉଇକିପିଡ଼ିଆ‌ରୁ
Neonatal hepatitis
Neonatal hepatitis syndrome,[୧] nonspecific neonatal hepatitis,[୨] idiopathic neonatal hepatitis,[୨] cryptogenic neonatal hepatitis,[୨] idiopathic neonatal cholestasis[୩]
Video explanation
ବିଭାଗNeonatology
ଲକ୍ଷଣYellowish skin and eyes, itchiness, dark urine[୩]
ଆକ୍ରାନ୍ତ ସମୟFirst year of life[୨]
କାରଣUnknown, viral infection, metabolic disease, anatomical abnormality, tumor, toxin exposure, autoimmune disorder[୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିHigh conjugated bilirubin, ultrasound, liver biopsy[୩]
ଚିକିତ୍ସାSpecial nutrition, vitamin supplementation, ursodeoxycholic acid, liver transplant[୩]
ପୁନଃପୌନିକ1 in 2,500 newborns[୨]

ନବଜାତ ଯକୃତ ପ୍ରଦାହ ବା ନିଓନାଟାଲ୍ ହେପାଟାଇଟିସ୍ କ‌ହିଲେ ନବଜାତ ଶିଶୁର ଅଧିକ କଞ୍ଜୁଗେଟେଡ ବିଲିରୁବିନ ରହିବାକୁ ବୁଝାଏ | [୨] ଯେ କୌଣସି କାରଣରୁ ଏହା ଘଟିଲେ ଅନେକ ଏହା ବ୍ୟବ‌ହାର କରନ୍ତି[୧] ଓ ଅନ୍ୟମାନେ କାରଣ ଜଣା ନପଡ଼ିଲେ ଏହି ନାମ ବ୍ୟବ‌ହାର କରନ୍ତି । [୨] ଲକ୍ଷଣରେ ହଳଦିଆ ଚର୍ମ ଏବଂ ଆଖି, ଗଲୁ ଓ ଗାଢ଼ ପରିସ୍ରା ହୁଏ । [୩] ଜଟିଳ ହେଲେ ଶିଶୁର ବିକାଶ ସାଧାରଣ ଭାବରେ ହୁଏନି, ରକ୍ତସ୍ରାବ ଏବଂ ଯକୃତ ବିଫଳତା ହୋଇପାରେ ।[୩]

ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି; ଭୂତାଣୁ ସଂକ୍ରମଣ, ମେଟାବୋଲିକ ରୋଗ, ଗଠନ ଅସ୍ୱାଭାବିକତା ଯେପରିକି ବିଲିଆରି ଆଟ୍ରେସିଆ, ଅର୍ବୁଦ, ଟକ୍ସିନ୍ ସଂସ୍ପର୍ଶ କିମ୍ବା ଅଟୋମ୍ୟୁମ୍ୟୁନ୍ ଡିସଅର୍ଡର୍ ହୋଇପାରେ | [୧] [୨] ସାଧାରଣ ଜଡ଼ିତ ମେଟାବୋଲିକ୍ ସ୍ଥିତି ହେଉଛି ଗାଲାକ୍ଟୋସେମିଆ ଏବଂ ସବୁଠାରୁ ସାଧାରଣ ସଂକ୍ରମଣ ହେଉଛି ସାଇଟୋମେଗାଲୋଭୂତାଣୁ ।[୨] ଅଲଟ୍ରାସାଉଣ୍ଡ ଓ ଯକୃତ ବାୟୋପ୍ସି କରି ରୋଗ ଚିହ୍ନଟ କରାଯାଏ ।[୩]

ଚିକିତ୍ସାରେ ବିଶେଷ ପୁଷ୍ଟିକର ଖାଦ୍ୟ, ଜୀବସାର ପରିପୂରକ ଏବଂ ଅର୍ସୋଡିଅକ୍ସିକୋଲିକ ଏସିଡ ଦିଆଯାଇପାରେ ।[୩] ରୋଗ ଶେଷ ପର୍ଯ୍ୟାୟରେ ପ‌ହଞ୍ଚିଥିଲେ ଯକୃତ ପ୍ରତିରୋପଣ ଆବଶ୍ୟକ ହୁଏ | [୩]

ନବଜାତ ଯକୃତ ପ୍ରଦାହ ରୋଗ ପ୍ରାୟ ୨୫୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରେ | [୨] ପ୍ରାୟ ୨୫% ମାମଲାରେ ଏକ ଅଜ୍ଞାତ କାରଣ ଥାଏ ଏବଂ ବିଜ୍ଞାନର ଅଗ୍ରଗତି ହେତୁ ଏହା କମ ସଂଖ୍ୟକ ହୋଇଗଲାଣି । [୨] ବିଲିଆରି ଆଟ୍ରେସିଆ ପ୍ରାୟ ୨୫% ରୋଗରେ ଥାଏ, ସଂକ୍ରମଣ ପ୍ରାୟ ୧୦% ରୋଗରେ ଥାଏ ଏବଂ ଶିରାଭ୍ୟନ୍ତର ପୁଷ୍ଟିକର ଖାଦ୍ୟ ଯୋଗାଣ, ଆଲଫା -1-ଆଣ୍ଟିଟ୍ରିପସିନ୍ ଅଭାବ ଏବଂ ପେରିନାଟାଲ ଆସଫିକ୍ସିଆ ପ୍ରାୟ ୫% ହୋଇଥାଏ। [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Roberts, EA (October 2003). "Neonatal hepatitis syndrome". Seminars in neonatology : SN. 8 (5): 357–74. doi:10.1016/S1084-2756(03)00093-9. PMID 15001124.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ Hadžić, N; Verkade, HJ (September 2016). "The Changing Spectrum of Neonatal Hepatitis". Journal of pediatric gastroenterology and nutrition. 63 (3): 316–9. doi:10.1097/MPG.0000000000001203. PMID 27007400.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "Neonatal Cholestasis". NORD (National Organization for Rare Disorders). Retrieved 20 February 2021.