ଦୁର୍ଯ୍ୟୋଧନ ଗରଡ଼ିଆ

ଉଇକିପିଡ଼ିଆ‌ରୁ
ଦୁର୍ଯ୍ୟୋଧନ ଗରଡ଼ିଆ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପର ଅଧିକାରୀରମେଶ ପଟୁଆ
ନିର୍ବାଚନ ମଣ୍ଡଳୀରେଙ୍ଗାଲି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1947-07-07) ୭ ଜୁଲାଇ ୧୯୪୭ (ବୟସ ୭୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଯାଜ୍ଞସେନୀ ଗରଡ଼ିଆ
ବାପା/ବୋଉଛବିଳ ଗରଡ଼ିଆ (ବାପା)
ବୃତ୍ତିରାଜନୀତିଜ୍ଞ

ଦୁର୍ଯ୍ୟୋଧନ ଗରଡ଼ିଆ (୭ ଜୁଲାଇ ୧୯୪୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ରେଙ୍ଗାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଦୁର୍ଯ୍ୟାଧନ ୧୯୪୭ ମସିହାର ଜୁଲାଇ ମାସ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଛବିଳ ଗରଡ଼ିଆ ଓ ପତ୍ନୀଙ୍କ ନାମ ଯାଜ୍ଞସେନୀ ଗରଡ଼ିଆ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ମାଟ୍ରିକ୍ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଦୁର୍ଯ୍ୟୋଧନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।

୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଦୁର୍ଯ୍ୟୋଧନ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ୩୨,୬୫୬ ଖଣ୍ଡ ଭୋଟ ପାଇଥିଲେ ।[୨] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୧୩,୭୮୪ ଖଣ୍ଡ ଭୋଟରେ ପରାସ୍ତ କରି ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଓ ୩୧,୩୩୫ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହିଥିଲେ ।[୪]

ଆଧାର[ସମ୍ପାଦନା]

  1. "Shri Duryodhan Gardia". odishaassembly.nic.in. Odisha Assembly. Retrieved 26 August 2020.
  2. "Rengali Election Results 2019 LIVE: Rengali Assembly Election Results, Winner, Runner-Up & Vote Share – Oneindia". www.oneindia.com (in ଇଂରାଜୀ). Retrieved 26 August 2020.
  3. Pradhan, Phanindra (1 April 2019). "BJP faces homemaker challenge in Rengali". The New Indian Express. Retrieved 26 August 2020.
  4. "RENGALI ELECTION RESULTS & NEWS". News18. news18.com. Retrieved 26 August 2020.