Jump to content

ଦୁର୍ଗା ଶଙ୍କର ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଦୁର୍ଗା ଶଙ୍କର ପଟ୍ଟନାୟକ
ବିଧାୟକ: ୧୦ମ, ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦୦୦
ପୂର୍ବ ଅଧିକାରୀଶ୍ରଦ୍ଧାକର ସୁପକାର
ପର ଅଧିକାରୀଜୟନାରାୟଣ ମିଶ୍ର
ନିର୍ବାଚନ ମଣ୍ଡଳୀସମ୍ବଲପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1939-08-26)୨୬ ଅଗଷ୍ଟ ୧୯୩୯
ମୃତ୍ୟୁ୬ ମଇ ୨୦୧୭(2017-05-06) (ବୟସ ୭୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମାଧୁରୀ ପଟ୍ଟନାୟକ
ବାପା/ବୋଉପୁରୁଷୋତ୍ତ ପଟ୍ଟନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଦୁର୍ଗା ଶଙ୍କର ପଟ୍ଟନାୟକ (୨୬ ଅଗଷ୍ଟ ୧୯୩୯ - ୬ ମଇ ୨୦୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଓ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ଦୁର୍ଗାଶଙ୍କର ୧୯୩୯ ମସିହାର ଅଗଷ୍ଟ ମାସ ୨୬ ତାରିଖରେ ସମ୍ବଲପୁରର ପଟ୍ଟନାୟକପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ପୁରୁଷୋତ୍ତ ପଟ୍ଟନାୟକ ଓ ପତ୍ନୀଙ୍କ ନାମ ମାଧୁରୀ ପଟ୍ଟନାୟକ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ବାଣିଜ୍ୟରେ ସ୍ନାତକ ଓ ପରେ ସେ ଓକିଲାତି ପଢ଼ିଥିଲେ ।[୨]

ରାଜନୈତିକ ଜୀବନ

[ସମ୍ପାଦନା]

ଦୁର୍ଗାଶଙ୍କର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୩] ସେ ୧୯୯୯ ମସିହାରୁ ୨୦୦୦ ମସିହାଯାଏଁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଶ୍ରମ ଓ ନିୟୋଜନ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ

[ସମ୍ପାଦନା]

ଦୁର୍ଗା ଶଙ୍କର ୨୦୧୭ ମସିହାର ମଇ ମାସ ୬ ତାରିଖରେ ଭୁବନେଶ୍ୱରଠାରେ ମୃତ୍ୟୁବରଣ କରିଥିଲେ ।[୪][୧] ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।

  1. 1 2 3 "ପରଲୋକରେ ବରିଷ୍ଠ କଂଗ୍ରେସ ନେତା ଦୁର୍ଗାଶଙ୍କର ପଟ୍ଟନାୟକ ! | Kanak News". Kanak News. kanaknews.com. 7 May 2017. Archived from the original on 28 August 2020. Retrieved 28 August 2020.
  2. ↑ "Shri Durga Shankar Pattanayak". odishaassembly.nic.in. Odisha Assembly. Retrieved 28 August 2020.
  3. ↑ "ରାସେଶ୍ୱରୀଙ୍କୁ ନେଇ ତେଜୁଛି ଅସନ୍ତୋଷ: ସଂଖ୍ୟାଲଘୁ ବିକାଶ ମଞ୍ଚ ଆଣିଲା ସାଂଘାତିକ ଅଭିଯୋଗ !". The Argus (in Odia). 25 March 2019. Archived from the original on 28 August 2020. Retrieved 28 August 2020.{{cite news}}: CS1 maint: unrecognized language (link)
  4. ↑ "Durga Shankar Patnaik passes away | Sambad English". sambadenglish.com. 7 May 2017. Archived from the original on 28 August 2020. Retrieved 28 August 2020.