ଦୁଃଶୀଳା

ଉଇକିପିଡ଼ିଆ‌ରୁ

ଦୁଃଶୀଳା ହେଉଛନ୍ତି ଧୃତରାଷ୍ଟ୍ର ଏବଂ ଗାନ୍ଧାରୀଙ୍କ ଏକମାତ୍ର କନ୍ୟା ତଥା ଏକଶତ କୌରବଙ୍କ ଏକମାତ୍ର ଭଉଣୀ ।[୧] ଦୁଃଶୀଳାଙ୍କ ପୁଅର ନାମ ସୁରଥ ଥିଲା । କୁରୁକ୍ଷେତ୍ର ଯୁଦ୍ଧ ପରେ ଯୁଧିଷ୍ଠିରଙ୍କଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞର ଅନୁଷ୍ଠାନ ବେଳେ ଅର୍ଜୁନ ଯେତେବେଲେ ଆଶୀର୍ବାଦ ପାଇବା ପାଇଁ ସିନ୍ଧୁ ରାଜ୍ୟରେ ପହଞ୍ଚିଥିଲେ, ସେତେବେଳେ ତାଙ୍କୁ ଦୁଃଶୀଳାଙ୍କ ନାତିଙ୍କ ସହ ଯୁଦ୍ଧ କରିବାକୁ ପଡିଥିଲା । ଅର୍ଜୁନ ସର୍ବଦା ଦୁର୍ଯ୍ୟୋଧନଙ୍କ ଭଉଣୀକୁ ତାଙ୍କ ନିଜ ଭଉଣୀ ଭାବରେ ବିବେଚନା କରୁଥିଲେ । ତେଣୁ ସେ ଯୁଦ୍ଧପରେ ସୁରଥଙ୍କ ପୁତ୍ରକୁ ଜୀବନ ଦାନ କରି ଆଗକୁ ଚାଲିଯାଇଥିଲେ ।

ସେ ସିନ୍ଧୁ ନରେଶ ଜୟଦ୍ରଥଙ୍କୁ ବିବାହ କରିଥିଲେ ଯାହାଙ୍କୁ ଅର୍ଜୁନ କୁରୁକ୍ଷେତ୍ର ଯୁଦ୍ଧରେ ବଧ କରିଥିଲେ । ପାଣ୍ଡବମାନଙ୍କର ବନବାସ ସମୟରେ ଏକଦା ଶିକାରରେ ଯାଇଥିବା ଜୟଦ୍ରଥ ଦ୍ରୌପଦୀଙ୍କୁ ଅରଣ୍ୟରେ ଦେଖିଲେ । ତାଙ୍କ ପରିଚୟ ଜାଣିବା ପରେ ତାଙ୍କ ରୂପରେ ମୁଗ୍ଧ ହୋଇ ତାଙ୍କୁ ବିବାହର ପ୍ରସ୍ତାବ ଦେଲେ । ଦ୍ରୌପଦୀ ଏଥିରେ ମନା କରିବାରେ ଜୟଦ୍ରଥ କ୍ରୋଧିତ ହେଇ ଜୋର ଜବରଦସ୍ତି ତାଙ୍କୁ ରଥରେ ବସେଇ ଅପହରଣ କରି ନିଜ ରାଜଧାନୀ ଦିଗରେ ଗମନ କଲେ । ଏଣେ ପାଣ୍ଡବମାନେ ତାଙ୍କ ଆଶ୍ରମକୁ ଫେରି କୁଟୀରରେ ଦ୍ରୌପଦୀ ନଥିବା ଦେଖି ତାଙ୍କୁ ଅପହରଣ କରା ହେଇଥିବା ବିଷୟରେ ଅବଗତ ହେଲେ । ଯୁଧିଷ୍ଠିର ଦ୍ରୌପଦୀଙ୍କୁ ଉଦ୍ଧାର କରିବାକୁ ଅର୍ଜୁନ ଓ ଭୀମଙ୍କୁ ଆଦେଶ ଦେଲେ । ଉଭୟ ଯାଇ ଜୟଦ୍ରଥଙ୍କ ସହ ଯୁଦ୍ଧ କରି ତାଙ୍କୁ ପରାସ୍ତ କଲେ ଓ ତାଙ୍କୁ ଯୁଧିଷ୍ଠିରଙ୍କ ସମୀପକୁ ଆଣିଲେ । ଦ୍ରୌପଦୀ ଦୟା ପରବଶ ହେଇ ଜୟଦ୍ରଥଙ୍କୁ ହତ୍ୟା ନ କରି ଛାଡି ଦେବାକୁ ଅନୁରୋଧ କଲେ । ତାଙ୍କୁ ହତ୍ୟା କଲେ ଦୁଃଶୀଳା ବିଧବା ହେଇଥାନ୍ତେ । ଧର୍ମରାଜ ଯୁଧିଷ୍ଠିରଙ୍କ ଆଦେଶ କ୍ରମେ ଭୀମ ଦୃଷ୍ଟାନ୍ତମୂଳକ ଦଣ୍ଡ ସ୍ୱରୂପ ଜୟଦ୍ରଥଙ୍କ ମୁଣ୍ଡନ କରି ତାଙ୍କୁ ଛାଡି ଦେଇଥିଲେ ।[୨]   

ଆଧାର[ସମ୍ପାଦନା]

  1. Shalom, Naama (27 March 2017). "Re-ending the Mahabharata: The Rejection of Dharma in the Sanskrit Epic". www.books.google.co.in (in ଇଂରାଜୀ). SUNY Press. Retrieved 4 January 2021.
  2. "STORIES OF MAHABHARATHA - THE ABDUCTION OF DRAUPADI". www.indianmirror.com. Retrieved 4 January 2021.