Jump to content

ଜୟଦ୍ରଥ

ଉଇକିପିଡ଼ିଆ‌ରୁ
ଫାଇଲ:Death of Jayadratha.jpg
ଅର୍ଜୁନଙ୍କ ପଶୁପତସ୍ତ୍ରଦ୍ୱାରା  ଜୟଦ୍ରଥ ବଧ 

ଭାରତର କିମ୍ବଦନ୍ତୀ କଥା ମହାଭାରତରେ ଜୟଦ୍ରଥ ଜଣେ ଚର୍ଚ୍ଚିତ ଚରିତ୍ର । କଥାନୁସାରେ ସେ ତତ୍କାଳୀନ ସିନ୍ଧୁ ସାମ୍ରାଜ୍ୟର ରାଜା ଥିଲେ । ୧୦୦ କୌରବ ଭାଇମାନଙ୍କ ଏକମାତ୍ର ଭଗିନୀ ଦୁଶାଳାଙ୍କୁ ସେ ବିବାହ କରିଥିଲେ । 

ବ୍ୟୁପତ୍ତି ତତ୍ତ୍ୱ 

[ସମ୍ପାଦନା]

' ଜୟଦ୍ରଥ' ଶବ୍ଦଟି ଦୁଇଟି ସଂସ୍କୃତ ଶବ୍ଦରୁ ଉପନ୍ନ । ' ଜୟ' ଓ 'ରଥ 'ର ସମ୍ମିଳନରେ ଏହାର ଉପ୍ପତି । ଏହା ବିଜୟୀ ରଥର ଅଧିକାରୀଙ୍କୁ ବୁଝାଏ । 

  • ସିନ୍ଧୁରାଜ ବୋଲି ମଧ୍ୟ ତାଙ୍କୁ କୁହାଯାଇଥିବାର ଉଲ୍ଲେଖ 
  • ତାଙ୍କର ଅନ୍ୟ ନାମ ସୈନ୍ଧବ ( ସିନ୍ଧୁ ରାଜାଙ୍କ ଉତ୍ତରାଧିକାରୀ )

ଦ୍ରୌପଦୀ ହରଣ 

[ସମ୍ପାଦନା]

' ମହାଭାରତ 'ରେ ଜୟଦ୍ରଥ ଚରିତ୍ର ପ୍ରାଧାନ୍ୟତାକୁ ଆସନ୍ତି ଯେତେବେଳେ ପାଣ୍ଡବ ମାନଙ୍କ ବନବାସ ପର୍ବ ଚାଲେ । ଶକୁନିଙ୍କ ଚକ୍ରାନ୍ତ ଫଳ ସ୍ୱରୂପ ଧର୍ମରାଜ ଯୁଧିଷ୍ଠିରଙ୍କ ସହ ତାଙ୍କର ଭାଇମାନେ ପତ୍ନୀ ଦ୍ରୌପଦୀଙ୍କୁ ନେଇ ବନବାସରେ ରହନ୍ତି । ଦିନେ ପାଣ୍ଡବମାନେ ଫୁଲ , ଡୁବ ଘାସ, ହୋମ କାଷ୍ଠ  ଓ ଅନ୍ୟ ପୂଜା ସାମଗ୍ରୀ ସଂଗ୍ରହ ପାଇଁ ପାଣ୍ଡବମାନେ ଦ୍ରୌପଦୀଙ୍କୁ ଆଶ୍ରମରେ ଏକ ଛାଡି ଅରଣ୍ୟକୁ ଗଲେ । ଗଲା ବେଳେ ନିକଟରେ ଥିବା ମୁନି ତୃଣବିନ୍ଦୁଙ୍କୁ ଦ୍ରୌପଦୀଙ୍କ ନିରାପତ୍ତା ଉପରେ ଧ୍ୟାନ ଦେବାକୁ କହି ଯାଇଥିଲେ । ସେହି ଦିନ ଶିକାରରେ ଯାଇଥିବା ଜୟଦ୍ରଥ ଦ୍ରୌପଦୀଙ୍କୁ ଅରଣ୍ୟରେ ଦେଖିଲେ । ତାଙ୍କ ମନ୍ତ୍ରୀ କୋଟିକାଶ୍ୟଙ୍କଠାରୁ ଦ୍ରୌପଦୀଙ୍କ ପରିଚୟ ବିଷୟରେ ଜାଣିବା ପରେ ତାଙ୍କ ପାଖକୁ ଯାଇ ତାଙ୍କ ରୂପରେ ମୁଗ୍ଧ ହୋଇ ତାଙ୍କୁ ବିବାହର ପ୍ରସ୍ତାବ ଦେଲେ । ଦ୍ରୌପଦୀ ଏଥିରେ ମନା କରିବାରେ ଜୟଦ୍ରଥ କ୍ରୋଧିତ ହେଇ ଜୋର ଜବରଦସ୍ତି ତାଙ୍କୁ ରଥରେ ବସେଇ ଅପହରଣ କରି ନିଜ ରାଜଧାନୀ ଦିଗରେ ଗମନ କଲେ । ଏଣେ ପାଣ୍ଡବମାନେ ତାଙ୍କ ଆଶ୍ରମକୁ ଫେରି କୁଟୀରରେ ଦ୍ରୌପଦୀ ନଥିବା ଦେଖି ତାଙ୍କୁ ଅପହରଣ କରା ହେଇଥିବା ବିଷୟରେ ଅବଗତ ହେଲେ । ଯୁଧିଷ୍ଠିର ଦ୍ରୌପଦୀଙ୍କୁ ଉଦ୍ଧାର କରିବାକୁ ଅର୍ଜୁନ ଓ ଭୀମାଙ୍କୁ ଆଦେଶ ଦେଲେ ।ଉଭୟ ଯାଇ ଜୟଦ୍ରଥଙ୍କ ସହ ଯୁଦ୍ଧ କରି ତାଙ୍କୁ ପରାସ୍ତ କାଲେ ଓ ତାଙ୍କୁ ଯୁଧିଷ୍ଠିରଙ୍କ ସମିପକୁ ଆଣିଲେ । ଦ୍ରୌପଦୀ ଦୟା ପରବଶ ହେଇ ଜୟଦ୍ରଥଙ୍କୁ ହତ୍ୟା ନ କରି ଛାଡି ଦେବାକୁ ଅନୁରୋଧ କଲେ । ତାଙ୍କୁ ହତ୍ୟା କଲେ ଦୁଶାଳା ବିଧବା ହେଇଥାନ୍ତେ । ଧର୍ମରାଜ ଯୁଧିଷ୍ଠିରଙ୍କ ଆଦେଶ କ୍ରମେ ଭୀମ ଦୃଷ୍ଟାନ୍ତମୂଳକ ଦଣ୍ଡ ସ୍ୱରୂପ ଜୟଦ୍ରଥଙ୍କ ମୁଣ୍ଡନ କରି ତାଙ୍କୁ ଛାଡି ଦେଇଥିଲେ ।   

ଭଗବାନ ଶିବଙ୍କ ପ୍ରଥମ ଆଶୀର୍ବାଦ 

[ସମ୍ପାଦନା]

ପାଣ୍ଡବ ମାନଙ୍କଠାରୁ ପାଇଥିବା ଏହି ଅପମାନର ପ୍ରତିଶୋଧ ନେବା ପାଇଁ ଜୟଦ୍ରଥ ସର୍ବଦା ଉଦ୍ୟମ ରତ ଥିଲେ । ସେ ଭଗବାନ ଶିବଙ୍କୁ କଠୋର ତପସ୍ୟା ମାଧ୍ୟମରେ ସନ୍ତୁଷ୍ଟ କରି ତାଙ୍କ ପାଖରୁ ପାଣ୍ଡବମାନଙ୍କୁ ପରାସ୍ତ କରିବାର ବର ମାଗିଲେ । କିନ୍ତୁ ଶିବ ତାଙ୍କୁ ସେ ବର ନ ଦେଇ ତାଙ୍କୁ ପାଣ୍ଡବ ଶକ୍ତିଦ୍ୱାରା ପରାଜିତ ନ ହେବାର ବର ପ୍ରଦାନ କଲେ । କିନ୍ତୁ ସେ ଜୟଦ୍ରଥଙ୍କୁ କହିଲେ କେବଳ ଅର୍ଜୁନ  ଙ୍କ ହିଁ ତାଙ୍କୁ ମାରି ପାରିବାର ଶକ୍ତି ରହିବ । 

ତାଙ୍କ ପିତାଙ୍କ ଠୁ ଆଶୀର୍ବାଦ  

[ସମ୍ପାଦନା]

ଜୟଦ୍ରଥ ସିଂହାସନ ଆରୋହଣ କରିବା ପୂର୍ବରୁ ତାଙ୍କ ପିତା ବୃଦ୍ଧକ୍ଷତ୍ର ରାଜା ଥିବା ବେଳେ ଏକ ଦୈବବାଣୀ ଶୁଣିଥିଲେ ଯେ ଜୟଦ୍ରଥଙ୍କ ବଧ ହେବ । ସେ ହତୋଶହ ହେଇ ତାଙ୍କ ବଂଶ ନାଶ ହେଇଯିବା ଭୟରେ ଅରଣ୍ୟକୁ ଯାଇ ତପସ୍ୟାରେ ମଗ୍ନ ହେଲେ । କଠୋର ତପସ୍ୟା ପରେ ଦିବ୍ୟତା ଲାଭ କରି ତାଙ୍କ ପୁତ୍ର ଜୟଦ୍ରଥଙ୍କୁ ' ଅମରତ୍ୱ 'ର ବର ପ୍ରଦାନ କରିବାକୁ ଚାହିଲେ । ହେଲେ ତାଙ୍କର ଦିବ୍ୟ ଶକ୍ତି ଏଥିପାଇଁ ଯଥେଷ୍ଟ ନ ହେବାରୁ କେବଳ ଜୟଦ୍ରଥ ଛିନ୍ନ ମଶ୍ସିସ୍କ ଭୂମିରେ ପଡିଲେ ସହସ୍ର ଖଣ୍ଡ ହେଇ ମୃତ୍ୟୁ ହେବ ଅନ୍ୟଥା ସେ ଆମର ରହିବେ ବୋଲି ବର ଦେଇ ପାରିଲେ । 

କୁରୁଷେତ୍ର ଯୁଦ୍ଧ ରେ 

[ସମ୍ପାଦନା]

କୁରୁକ୍ଷେତ୍ର ଯୁଦ୍ଧ ସମୟରେ ଜୟଦ୍ରଥ ସ୍ୱାଭାବିକ ଭାବରେ କୌରବ ମାନଙ୍କ ସହ ଯୋଗ ଦେଇ ପାଣ୍ଡବ ସେନାଙ୍କ ବିରୁଦ୍ଧରେ ଯୁଦ୍ଧ କଲେ । ଦ୍ରୋଣଚାର୍ଜ୍ୟଙ୍କଦ୍ୱାରା ପ୍ରଣିତ ଚକ୍ରବୁହ୍ୟ ରଚନାରେ ଜୟଦ୍ରଥ ନେତୃତ୍ୱ ନେଇ ପାଣ୍ଡବ ମାନଙ୍କୁ ଅସୁବିଧାରେ ପକେଇଲେ । କେହି ପାଣ୍ଡବ ସେ ଚକ୍ରବୁହ୍ୟ ଭେଦ କରିବାରେ ସମର୍ଥ ନ ହେବାରୁ ଅର୍ଜୁନଙ୍କ ପୁତ୍ର ବାଳକ ଅଭିମନ୍ୟୁ ଅଲୌକିକ ଶକ୍ତି ବଳରେ ସେହି ଚକ୍ରବୁହ୍ୟ ଭେଦ କରିବାକୁ ସମର୍ଥ ହେଲେ । କିନ୍ତୁ ସେ ଚକ୍ରବୁହ୍ୟ ଭିତରେ କୌରବ ମାନଙ୍କୁ ପରାସ୍ତ କଲା ପରେ ବାହାରକୁ ଆସିବାର କୌଶଳ ଶିଖି ନଥିବାରୁ ବାହାରି ପାରିଲେ ନାହି । ତେଣୁ ସେ ଅନ୍ୟତ୍ର ଯୁଦ୍ଧରେ ମଗ୍ନ ଥିବା ଅନ୍ୟ ପାଣ୍ଡବ ମାନଙ୍କଠାରୁ ଅଲଗା ହେଇଗଲେ । ଏକାକୀ ଅଭିମନ୍ୟୁ କୌରବ ମାନଙ୍କ ସମ୍ମିଳିତ ଆକ୍ରମଣରେ ବର୍ବର ଭାବେ ନିହତ ହେଲେ । 

ପାଣ୍ଡବମାନେ ଅଭିମନ୍ୟୁଙ୍କୁ ଉଦ୍ଧାର କରିବାକୁ   ଭିତରକୁ ଯିବାର ଯେତେ ଉଦ୍ୟମ କଲେ ମଧ୍ୟ ଜୟଦ୍ରଥ ଶିବଙ୍କଠାରୁ ପାଇଥିବା ବର ବଳରେ ସମସ୍ତ ପାଣ୍ଡବ ଶକ୍ତିଙ୍କୁ ଅଟକେଇ ରଖିବାରେ ସମର୍ଥ ହେଇଥିଲେ । ଅର୍ଜୁନ ଅଭିମନ୍ୟୁଙ୍କ ମୃତ୍ୟୁର କାରଣ ଜୟଦ୍ରଥ ବୋଲି ଜାଣି ତାଙ୍କୁ ନିହତ କରିବାର ଶପଥ ନେଲେ । ଆର ଦିନ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଜୟଦ୍ରଥଙ୍କୁ ନିହତ କରିବାକୁ ଅର୍ଜୁନ ତାଙ୍କର ପ୍ରତିଙ୍ଗ୍ୟା କଲେ , ନ ପାରିଲେ ନିଜେ ମଶାଣି ଶିଖାରେ ଆତ୍ମାହୁତି ଦେବି ବୋଲି କହିଲେ । ୧୪ ଶ ଦିନର ଯୁଦ୍ଧ ଏହା ଉପରେ ପର୍ଯ୍ୟବସିତ ହେଲା । 

ଅର୍ଜୁନଙ୍କ ପ୍ରତିଶୋଧ 

[ସମ୍ପାଦନା]

ପରଦିନ ଭୀମ, ସାତ୍ୟକି ଓ ଅର୍ଜୁନ କୌରବ ସେନାକୁ ଭେଦ କରି ଭୀଷଣ ଯୁଦ୍ଧରେ ବ୍ୟସ୍ତ ରହିଲେ ଭି ସୂର୍ଯ୍ୟ ଅସ୍ତ ହେବାର କିଛି ସମୟ ଆଗ ଯାଏ ଅର୍ଜୁନ ଜୟଦ୍ରଥଙ୍କ ନିକଟକୁ ପହଞ୍ଚି ପାରିନଥିଲେ । ସାରା କୌରବ ସେନା ଜୟଦ୍ରଥଙ୍କୁ କବଚ ପରି ଘେରି ସୁରକ୍ଷ୍ୟା ଦଉଥିଲେ । ଏହି ସମୟରେ ଶ୍ରୀକୃଷ୍ଣ ତାଙ୍କର କୂଟନୀତି ଆରମ୍ଭ କରିଥିଲେ । ସେ ତାଙ୍କର ସୁଦର୍ଶନ ଚକ୍ରକୁ ସୂର୍ଯ୍ୟଙ୍କୁ ଘୋଡେଇ ସନ୍ଧ୍ୟା ହେଇଯାଇଥିବାର ଭ୍ରମ ସୃଷ୍ଟି କରିବାକୁ ଆଦେଶ ଦେଲେ । ସନ୍ଧ୍ୟା ପରେ ଯୁଦ୍ଧ ନ କରିବାର ପରମ୍ପରା ଥିବା ଯୋଗୁ କୌରବ ସେନା ଜୟଦ୍ରଥଙ୍କୁ ରଷ୍ୟା କରିପାରିଛୁ ଭାବି ଆନନ୍ଦାରେ କୋଳାହଳ କଲେ ଓ ଅର୍ଜୁନ ଆତ୍ମଦାହ କରିବେ ବୋଲି ଭାବିଲେ । ଏହି ସମୟରେ ହଠାତ ସୁଦର୍ଶନ ଚକ୍ର ସୂର୍ଯ୍ୟଙ୍କୁ ଅନାବରଣ କଲେ ଓ ସେହି ସୁଯୋଗରେ ଅର୍ଜୁନ ଜୟଦ୍ରଥଙ୍କୁ ବଧ କଲେ । ଅର୍ଜୁନଙ୍କ ଅସ୍ତ୍ର ଆନ୍ଧାସ୍ତ୍ର ଜୟଦ୍ରଥଙ୍କ ସିର ଛେଦନ କରି ତାକୁ ଅରଣ୍ୟରେ ଥିବା ଜୟଦ୍ରଥଙ୍କ ପିତାଙ୍କ କୋଳରେ ପକେଇ ଦେଲା । ତପସ୍ୟା ରତ  ବୃଦ୍ଧକ୍ଷତ୍ର ହଠତ୍ ଉଠିପଡିବାରୁ ଜୟଦ୍ରଥଙ୍କ ଶିର ଭୂମିରେ ପତନ ହେଇ ତାହା ପିତାଙ୍କ ବର  ଅନୁସାରେ ସହସ୍ର ଖଣ୍ଡରେ ପରିଣତ ହେଲା । 

ଉପର ଲିଖିତ କାହାଣୀର କିଛି ଅନ୍ୟ ପ୍ରକାର ବର୍ଣ୍ଣନା ମଧ୍ୟ ରହିଛି । କେତେକଙ୍କ ମତରେ ଅର୍ଜୁନ ତାଙ୍କର ଧନୁଦ୍ୱାରା ହିଁ ଜୟଦ୍ରଥଙ୍କୁ ବଧ କରିଥିଲେ । 

ପରବର୍ତ୍ତୀ ଘଟଣା 

[ସମ୍ପାଦନା]

କୁରୁକ୍ଷେତ୍ର ମହାସମର ପରେ ଅର୍ଜୁନ ସିନ୍ଧୁ ସାମ୍ରାଜ୍ୟ ବିଜଯ କରି ଥିଲେ ମଧ୍ୟ ଜୟଦ୍ରଥଙ୍କ ବିଧବା ପତ୍ନୀ ଦୁଶଳାଙ୍କ ଅନୁରୋଧ ରକ୍ଷା କରି ଜୟଦ୍ରଥଙ୍କ ପୁତ୍ର ସୂରଥଙ୍କୁ ପ୍ରାଣଦାନ ପୂର୍ବକ ରାଜ୍ୟ ପ୍ରଦାନ ମଧ୍ୟ କରିଥିଲେ ।  

ଆଧାର 

[ସମ୍ପାଦନା]
  1. Mahabharata by C Rajagopalachari. 2008 (52nd) Edition by Bhavan's Book University. ISBN 81-7276-368-9