ଦିବ୍ୟା ଭାରତୀ
ଦିବ୍ୟା ଭାରତୀ(ଜନ୍ମ: ୨୫ ଫେବୃଆରୀ ୧୯୭୪) ଜଣେ ଭାରତୀୟ କଥାଚିତ୍ର ଅଭେନେତ୍ରୀ ଥିଲେ ଯିଏକି ୯୦ ଦଶକର ପ୍ରାରମ୍ଭରେ ଅନେକ ସଫଳ ହିନ୍ଦୀ ଏବଂ ତେଲୁଗୁ କଥାଚିତ୍ରରେ ଅଭିନୟ କରିଥିଲେ । ସେ ତାଙ୍କର କାର୍ଯ୍ୟ ପାଇଁ ଅଳ୍ପଦିନ ମଧ୍ୟରେ ଭାରତରେ ଲୋକପ୍ରିୟତା ହାସଲ କରିପାରିଥିଲେ ଏବଂ ଜଣେ ନାମୀ ଅଭିନେତ୍ରୀ ଭାବରେ ତାଙ୍କର ପରିଚୟ ସୃଷ୍ଟି ହୋଇଥିଲା ।
ଦିବ୍ୟା ପିଲାଦିନରୁ ଚଳଚ୍ଚିତ୍ର ପ୍ରତି ଆକର୍ଷିତ ହୋଇଥିଲେ ଏବଂ ମାତ୍ର ୧୪ ବର୍ଷ ବୟସରେ ସେ ଅଭିନୟ ଆରମ୍ଭ କରିଥିଲେ । କିନ୍ତୁ କିଛିଟା ବିଫଳତା ପରେ ସେ ୧୬ ବର୍ଷ ବୟସରେ ୧୯୯୦ ମସିହାରେ ଏକ ତେଲୁଗୁ କଥାଚିତ୍ର ବବିଲି ରାଜା ଜରିଆରେ ନାୟିକା ଭାବରେ ଅଭିନୟ ଆରମ୍ଭ କରିଥିଲେ । ତେଲୁଗୁ କଥାଚିତ୍ର ଜଗତରେ ଅନେକ ସଫଳତମ ଚଳଚ୍ଚିତ୍ରରେ କାମ କରିସାରିବା ପରେ ଦିବ୍ୟା ୧୯୯୨ରେ ହିନ୍ଦୀ କଥାଚିତ୍ର ବିଶ୍ୱାତ୍ମା ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ପରେ ପରେ ଦିବ୍ୟା ଅଭିନେତା ଗୋବିନ୍ଦ ଏବଂ ଋଷି କପୁରଙ୍କ ଭଳି ଅଭିନେତାମାନଙ୍କ ସହ ସୋଲା ଅଉର ସାବନ ଏବଂ ଦିୱାନା ଭଳି କଥାଚିତ୍ରରେ ଅଭିନୟ କରିଥିଲେ । ସେ ଫିଲ୍ମ ଫେୟାରରେ ଶ୍ରେଷ୍ଠ ନବାଗତା ନାୟିକା ପୁରସ୍କାର ମଧ୍ୟ ପାଇଥିଲେ । [୧] ସେ ୧୯୯୨ ଏବଂ ୧୯୯୩ରେ ୧୪ଟି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ ।[୨]
ଦିବ୍ୟା ୫ ଅପ୍ରେଲ ୧୯୯୩ରେ ମୁମ୍ବାଇଠାରେ ମୃତ୍ୟୁବରଣ କରିଥିଲେ ।[୩] ଭେରସୋଭା, ମୁମ୍ବାଇର ତୁଳସୀ ବିଲ୍ଡିଂସ୍ର ପାଞ୍ଚ ମହଲା ବାଲ୍କୋନୀରୁ ଦିବ୍ୟା ପଡ଼ିଯାଇଥିଲେ, ଯାହା ଫଳରେ ତାଙ୍କର ମୁଣ୍ଡରେ ବହୁତ ଜୋର୍ରେ ଆଘାତ ଲାଗିଥିଲା ଏବଂ ସେ ମୃତ୍ୟୁବରଣ କରିଥିଲେ ।[୪] ଦିବ୍ୟାଙ୍କର ଏହି ମୃତ୍ୟୁ ପଛରେ ଥିବା କୌଣସି ରହସ୍ୟ ମିଳିପାରି ନ ଥିଲା । ଏହା ଏକ ଦୁର୍ଘଟଣା କି ଆତ୍ମହତ୍ୟା କିମ୍ବା ହତ୍ୟା ବୋଲି ସଠିକ କିଛି ବି ଜଣା ପଡ଼ି ନ ଥିଲା ।[୫] ଦିବ୍ୟାଙ୍କର ପିତାମାତା ଏହି ଘଟକୁ ଏକ ଦୁର୍ଘଟଣା କହିଥିଲେ ଏବଂ ମୁମ୍ବାଇ ପୋଲିସ ୧୯୯୮ରେ ଏହି ଘଟଣାକୁ ଏକ ଦୁର୍ଘଟଣା ବୋଲି ଦର୍ଶାଇ ତାଙ୍କର ଅନୁସନ୍ଧାନ ବନ୍ଦ କରିଥିଲେ ।[୬]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଦିବ୍ୟା ୨୫ ଫେବୃଆରୀ ୧୯୭୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଓମ୍ ପ୍ରକାଶ ଭାରତୀ ଜଣେ ବିମା ଏଜେଣ୍ଟ ଥିଲେ ଏବଂ ମାତା ମୀତା ଭାରତୀ ଜଣେ ଗୃହିଣୀ ଥିଲେ ।[୭] ତାଙ୍କର ଗୋଟିଏ ଛୋଟ ଭାଇ ଥିଲା କୁନାଲ ଏବଂ ପୁନମ୍ ନାମରେ ଗୋଟିଏ ସାବତ ଭଉଣୀ ଥିଲା, ଯିଏକି ଓମ୍ଙ୍କର ପ୍ରଥମ ପତ୍ନୀଙ୍କର ଝିଅ । [୮] ଦିବ୍ୟା ହିନ୍ଦୀ, ଇଂରାଜୀ ଏବଂ ମରାଠୀ ପ୍ରଞ୍ଜ୍ୱଳ ଭାବରେ କହିପାରନ୍ତି ।[୯] [୧୦] ଅଭିନେତ୍ରୀ କୈନାଟ ଅରୋଡ଼ା ତାଙ୍କର ସମ୍ପର୍କୀୟ ଥିଲେ ।[୧୧]
ଦିବ୍ୟା ଯୁହୁ, ମୁମ୍ବାଇରେ ପଢ଼ୁଥିଲେ । ସେ ପଢ଼ାପଢ଼ିରେ ଏତେଟା ଭଲ ନ ଥିଲେ ଏବଂ କଥାଚିତ୍ର ଜଗତରେ ପ୍ରବେଶ ପୂର୍ବରୁ ୯ ଶ୍ରେଶୀ ଯାଏଁ ପଢ଼ିଥିଲେ ।[୧୨]
ଅଭିନୟ ଜୀବନ
[ସମ୍ପାଦନା]୧୯୮୮ ମସିହାରେ ଦିବ୍ୟା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ନନ୍ଦୁ ତୋଲାନି ତାକୁ ୧୯୯୦ର ଏକ ଚଳଚ୍ଚିତ୍ର ପାଇଁ ବାଛିଥିଲେ । ମାତ୍ର ପରେ ଏହି ଚଳଚ୍ଚିତ୍ରଟିରେ ଦିବ୍ୟାଙ୍କ ଭୂମିକାକୁ କାଟିଦିଆଯାଇଥିଲା ।[୧୩] କିର୍ତ୍ତି କୁମାର ମଧ୍ୟ ଦିବ୍ୟାଙ୍କୁ ଗୋବିନ୍ଦାଙ୍କ ସହ ରାଧା କା ସଙ୍ଗମ୍ରେ ନେବାକୁ ଚାହିଁଥିଲେ ମାତ୍ର ପରେ ପରେ ସେ ଦିବ୍ୟାଙ୍କ ସ୍ଥାନରେ ଜୁହି ଚାୱଲାଙ୍କୁ ନିଆଯାଇଥିଲା । [୧୩] ଦିବ୍ୟାଙ୍କର ପିଲାଳିଆମି ପାଇଁ ବୋଧହୁଏ ତାଙ୍କୁ ଏହି କଥାଚିତ୍ରରେ କାମ କରିବାର ସୁଯୋଗ ମିଳି ନ ଥିଲା ବୋଲି ଧରାଯାଏ ।[୧୪]
ତେଲୁଗୁ କଥାଚିତ୍ର ନିର୍ମାତା ଡି. ରାମନାଇଡ଼ୁ ଏକ ତେଲୁଗୁ ଚଳଚ୍ଚିତ୍ର ବବିଲି ରାଜାରେ ପ୍ରଥମେ ସୁଯୋଗ ଦେଇଥିଲେ ଦିବ୍ୟାଙ୍କୁ । ଏହି ଚଳଚ୍ଚିତ୍ରରେ ଦିବ୍ୟାଙ୍କ ସହ ରାମନାଇଡ଼ୁଙ୍କର ପୁଅ ଭେଙ୍କଟେଶ ଦଗୁପତ୍ତି ଅଭିନୟ କରିଥିଲେ । ଅନେକ ହିନ୍ଦୀ ଚଳଚ୍ଚିତ୍ର ହାତରୁ ଚାଲିଯିବା ପରେ ଶେଷରେ ଦିବ୍ୟା ଏହି ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯାହାକି ୧୯୯୦ରେ ମୁକ୍ତିଲାଭ କରିଥିଲା ଏବଂ ଉତ୍ତମ ବ୍ୟବସାୟ ମଧ୍ୟ କରିଥିଲା ।[୧୫]
ଦିବ୍ୟା ମାତ୍ର ଗୋଟି ତାମିଲ କଥାଚିତ୍ର ନିଲା ପେନ୍ନେରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଦିବ୍ୟାଙ୍କ ସହ ନାୟକ ଥିଲେ ଆନନ୍ଦ । ମାତ୍ର ଏହି ଚଳଚ୍ଚିତ୍ରଟି କାହାଣୀ ଦୃଷ୍ଟିରୁ ଏବଂ ବ୍ୟବସାୟ ଦୃଷ୍ଟିରୁ ସଫଳ ହୋଇ ପାରିନଥିଲା ।[୧୫]
ଏହା ପରେ ଦିବ୍ୟାଙ୍କୁ ମିଳିଥିଲା ଅନ୍ୟ ଏକ ହିନ୍ଦୀ କଥାଚିତ୍ର ବିଶ୍ୱାତ୍ମା, ଯେଉଁଥିରେ ସନ୍ନି ଦେଓଲ ତାଙ୍କ ସହ ଅଭିନୟ କରିଥିଲେ । ୧୯୯୨ ଜାନୁଆରୀ ୨ରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି ।[୧୬] ୧୯୯୨ ଏବଂ ୧୯୯୩ରେ ଦିବ୍ୟା ୧୪ଟି ହିନ୍ଦୀ କାଥଚିତ୍ରରେ ଅଭିନୟ କରି ଏକ ବିରଳ ଅଭିଲେଖ ସୃଷ୍ଟି କରିଥିଲେ ।
ସନ୍ନି ଦେଓଲ, ସଞ୍ଜୟ ଦତ୍ତ ଏବଂ ରବିନା ଟଣ୍ଡନ୍ଙ୍କ ସହ ଦିବ୍ୟାଙ୍କର ଚଳଚ୍ଚିତ୍ର କ୍ଷତ୍ରିୟ ମୁକ୍ତିଲାଭ କରିଥିଲା ୨୬ ମାର୍ଚ୍ଚ ୧୯୯୩ରେ । ଏହା ଥିଲା ଦିବ୍ୟାଙ୍କର ଶେଷ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ମୁକ୍ତିଲାଭର ପରେ ମାତ୍ର ଗୋଟିଏ ସପ୍ତାହ ପରେ ଦିବ୍ୟାର ମୃତ୍ୟୁ ହୋଇଥିଲା ।[୧୭]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଦିବ୍ୟା ଗୋବିନ୍ଦାଙ୍କ ସହ ଏକ ଗୀତ ସୁଟିଂ କରୁଥିବା ବେଳେ ସାଜିଦ୍ ନାଦିଆୱାଲାଙ୍କୁ ଭେଟିଥିଲେ । ପରେ ପରେ ଉଭୟ ଉଭୟଙ୍କ ପ୍ରେମରେ ପଡ଼ିଥିଲେ ।[୧୦][୧୮] ଦିବ୍ୟା ସାଜିଦ୍ଙ୍କୁ ୧୦ ମଇ ୧୯୯୨ରେ ବିବାହ କରିଥିଲେ । [୧୯] ଦିବ୍ୟା ସାଜିଦ୍ଙ୍କୁ ବିବାହ କରିବା ପରେ ମୁସଲମାନଧର୍ମକୁ ପରିବର୍ତ୍ତିତ ହୋଇଯାଇଥିଲେ ଏବଂ ତାଙ୍କର ନାମ ପରିବର୍ତ୍ତନ କରି ସାନା ନାଦିଆୱାଲା ରଖିଦେଇଥିଲେ ।[୨୦][୨୧]
ମୃତ୍ୟୁ
[ସମ୍ପାଦନା]୫ ଅପ୍ରେଲ ୧୯୯୩ ଦିନ ପାଖାପାଖି ରାତି ୧୧ଟା ବେଳେ ଦିବ୍ୟା ମୁମ୍ବାଇର ଭେରସୋଭାଠାରେ ଥିବା ତୁଳସୀ ଆପାର୍ଟମେଣ୍ଟର ୫ମହଲା ଉପରୁ ତଳକୁ ଖସିପଡ଼ିଥିଲେ । ଏହାପରେ ତାଙ୍କୁ ତାଙ୍କର ପଡ଼ୋଶୀମାନଙ୍କ ସହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାଙ୍କୁ ନିଆଯାଇଥିଲା, ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏତେ ଉପରୁ ତଳକୁ ତଳକୁ ପଡ଼ିଯିବା ଫଳରେ ଦିବ୍ୟାଙ୍କର ମୁଣ୍ଡର ପଛପଟେ ବହୁତ ଜୋରରେ ଆଘାତ ଲାଗିଥିଲା ଯାହାଫଳରେ ତାଙ୍କର ମସ୍ତିସ୍କ ଅକାମୀ ହୋଇଯାଇଥିଲା ଏବଂ ମୃତ୍ୟୁ ଘଟିଥିଲା ।[୨୨] ତାଙ୍କର ମୃତ୍ୟୁର ରହସ୍ୟ କିଛି ବି ଜଣାପଡ଼ି ନ ଥିଲା । ଏବଂ ସେହି ସମୟରେ ଗଣମାଧ୍ୟମର ବିଭିନ୍ନ ପ୍ରକାରର ପ୍ରଚାର ହୋଇଥିଲା କି, ଅତ୍ୟଧିକ ନିଶା ପାଇଁ ଏପରି ହୋଇଥିଲା, କେହି ପଛରୁ ଧକ୍କା ଦେଇଥିଲେ, ଆତ୍ମହତ୍ୟା, ତାଙ୍କର ସ୍ୱାମୀ ଏବଂ ମାଫିଆଙ୍କରଦ୍ୱାରା ଏହି ସବୁ ହୋଇଥିଲା । [୨୩][୨୪][୨୫][୯] ୧୯୯୮ ମସିହାରେ ମୁମ୍ବାଇ ପୋଲିସ ଏହି ଘଟଣାକୁ ଏକ ଦୁର୍ଘଟଣା ଦର୍ଶାଇବା ସହ ଏହାର ଅନୁସନ୍ଧାନ ବନ୍ଦ କରିଥିଲା ।[୧୦] ୭ ଅପ୍ରେଲ ୧୯୯୩ରେ ମୁମ୍ବାଇରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।[୨୨][୨୬]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୧୯୯୦ | ବବିଲି ରାଜା | ରାଣୀ | ତେଲୁଗୁ | ପ୍ରଥମ ଅଭିନୀତ କଥାଚିତ୍ର |
୧୯୯୦ | ନିଲା ପେନ୍ନେ | ସୂର୍ଯ୍ୟା | ତାମିଲ | ଏକମାତ୍ର ତାମିଲ କଥାଚିତ୍ର |
୧୯୯୧ | ନା ଇଲ୍ଲେ ନା ସ୍ୱର୍ଗମ୍ | ପ୍ରତ୍ୟୁଷା | ତେଲୁଗୁ | |
୧୯୯୧ | ରାଓଡ଼ି ଅଲ୍ଲୁଡ଼ୁ | ରେଖା | ତେଲୁଗୁ | |
୧୯୯୧ | ଆସେମ୍ବଲି ରାଓଡ଼ି | ପୂଜା | ତେଲୁଗୁ | |
୧୯୯୨ | ଧର୍ମ କ୍ଷେତ୍ରମ୍ | ପାୟଲ | ତେଲୁଗୁ | |
୧୯୯୨ | ବିଶ୍ୱାତ୍ମା | କୁସୁମ | ହିନ୍ଦୀ | ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୧୯୯୨ | ଦିଲ୍ କା କ୍ୟା କସୁର୍ | ସୀମା/ସାଲିନୀ ସକ୍ସେନା | ହିନ୍ଦୀ | |
୧୯୯୨ | ସୋଲା ଅଉର ସାବନମ୍ | ଦିବ୍ୟା ଥାପର୍ | ହିନ୍ଦୀ | |
୧୯୯୨ | ଜାନ୍ ସେ ପ୍ୟାରା | ଶର୍ମିଳା | ହିନ୍ଦୀ | |
୧୯୯୨ | ଦିୱାନା | କାଜଲ | ହିନ୍ଦୀ | ଫିଲ୍ମ ଫେୟାର ପୁରସ୍କାର |
୧୯୯୨ | ବଳବାନ | ଦୀପା | ହିନ୍ଦୀ | |
୧୯୯୨ | ଦୁସମନ ଜମାନା | ସୀମା | ହିନ୍ଦୀ | |
୧୯୯୨ | ଦିଲ୍ ଆସମାନ୍ ହେ | ଲୈଲା/ସୀତାରା | ହିନ୍ଦୀ | |
୧୯୯୨ | ଗୀତ୍ | ନେହା | ହିନ୍ଦୀ | |
୧୯୯୨ | ସିତେମ୍ମା ମୋଗୁଡ଼ୁ | ସିତେମ୍ମା | ତେଲୁଗୁ | |
୧୯୯୨ | ଦିଲ୍ ହି ତୋ ହେ | ଭାରତୀ | ହିନ୍ଦୀ | |
୧୯୯୩ | କ୍ଷତ୍ରିୟ | ତନଭି ସିଂ | ହିନ୍ଦୀ | ବଞ୍ଚିଥିବା ବେଳେ ଅନ୍ତିମ ଚଳଚ୍ଚିତ୍ର ମୁକ୍ତିଲାଭ |
୧୯୯୩ | ଥୋଲି ମୁଦ୍ଦୁ | ଦିବ୍ୟା | ତେଲୁଗୁ | ମୃତ୍ୟୁପରେ ମୁକ୍ତିଲାଭ |
୧୯୯୩ | ରଙ୍ଗ | କାଜଲ | ହିନ୍ଦୀ | ମୃତ୍ୟୁପରେ ମୁକ୍ତିଲାଭ |
୧୯୯୩ | ସତରଞ୍ଜ | ରେଣୁ | ହିନ୍ଦୀ | ମୃତ୍ୟୁପରେ ମୁକ୍ତିଲାଭ |
ଆଧାର
[ସମ୍ପାଦନା]- ↑ "Shah Rukh Khan's autobiography Twenty Years In A Decade to release soon". Daily News and Analysis. 7 June 2011. Retrieved 9 June 2017.
- ↑ "Divya Bharti created world record". daily.bhaskar.com. Retrieved 9 June 2017.
- ↑ "Looking at stars who died young". Rediff.com. 5 April 2011. Retrieved 9 June 2017.
- ↑ Chopra, Sonia (7 April 2008). "Divya's journey: The 'ageless' diva over the years". The Times of India. Archived from the original on 4 November 2013. Retrieved 9 June 2017.
- ↑ "Bollywood mysteries that remain unsolved even today". The Times of India. Retrieved 9 June 2017.
- ↑ "The sad truth: Celebs who committed suicide". India Today. Retrieved 9 June 2017.
- ↑ Anil Saari; Pārtha Caṭṭopādhyāẏa (2009). Hindi Cinema: An Insider's View. Oxford University Press. p. 222. ISBN 978-0-19-569584-7. Retrieved 9 June 2017.
- ↑ "Remembering Divya Bharti". BollySpice. Retrieved 9 June 2017.
- ↑ ୯.୦ ୯.୧ "Four Bollywood beauties unsolved death mysteries - Free Press Journal". www.freepressjournal.in. Retrieved 9 June 2017.
- ↑ ୧୦.୦ ୧୦.୧ ୧୦.୨ "Bollywood mysteries that remain unsolved even today - The Times of India". The Times of India. 30 September 2014. Retrieved 9 June 2017.
- ↑ "Divya Bharti's cousin Kainaat Arora to make Bollywood debut with Grand Masti | NDTV Movies.com". Movies.ndtv.com. 9 August 2013.
- ↑ "Early Life of Divya Bharti". Divya Bharti Portal. Retrieved 9 June 2017.
Divya, who can be arguably termed India's Greta Garbo...
- ↑ ୧୩.୦ ୧୩.୧ Yashpal; Anand (journalist.) (1 January 2006). Divya. Sahitya Akademi. p. 266. ISBN 978-81-260-1797-3. Retrieved 9 June 2017.
- ↑ "Remembering Actress Divya Bharti – Rare Photos & Videos". merepix.com. Retrieved 9 June 2017.
- ↑ ୧୫.୦ ୧୫.୧ Ma Satya Bharti (1981). Death Comes Dancing: Celebrating Life With Bhagwan Shree Rajneesh. Routledge & Kegan Paul. p. 183. ISBN 978-0-7100-0705-6. Retrieved 9 June 2017.
- ↑ Subhash K. Jha; Amitabh Bachchan (1 November 2005). The Essential Guide to Bollywood. Mumbai: Roli Books Private Limited. p. 275. ISBN 978-81-7436-378-7. Retrieved 9 June 2017.
- ↑ Gulzar; Govind Nihalani; Saibal Chatterjee (2003). Encyclopaedia of Hindi Cinema. Popular Prakashan. p. 659. ISBN 978-81-7991-066-5. Retrieved 9 June 2017.
- ↑ "Actresses who married in their teenage - The Times of India". The Times of India. 15 January 2014. Retrieved 9 June 2017.
- ↑ "B'day: गोविंदा ने कराई थी साजिद-दिव्या की मुलाकात, चुपके से की थी शादी". Dainik Bhaskar. 18 February 2015. Retrieved 9 June 2017.
- ↑ Khalid Mohamed. "After 23 Years, Divya Bharti's Death Still Remains a Mystery". The Quint. Retrieved 9 June 2017.
- ↑ "PHOTOS: Who killed Divya Bharti ?". Sahara Samay. Retrieved 9 June 2017.
- ↑ ୨୨.୦ ୨୨.୧ Roshmila Bhattacharya (24 April 2011). "Too young to die". Hindustan Times. Retrieved 9 June 2017.
- ↑ Neha Borkar (25 February 2015). "10 Celebrities Who Died Under Mysterious Circumstances". indiatimes.com. Retrieved 9 June 2017.
- ↑ Priyanko Sarkar. "10 Bollywood Personalities Who Died Mysteriously". www.mensxp.com. Archived from the original on 3 June 2017. Retrieved 9 June 2017.
- ↑ "PHOTOS: Who killed Divya Bharti ?". Sahara Samay. Retrieved 9 June 2017.
- ↑ Farhana (5 April 2016). "Remembering Divya Bharti". filmfare.com. Retrieved 9 June 2017.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦିବ୍ୟା ଭାରତୀ