ଥାଲକୁଡ଼ି

ଉଇକିପିଡ଼ିଆ ରୁ
Jump to navigation Jump to search
ଥାଲକୁଡ଼ି
Starr 020803-0094 Centella asiatica.jpg
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Apiales
କୁଳ: Mackinlayaceae
ପ୍ରଜାତି: Centella
ଜାତି: C. asiatica
ବାଇନୋମିଆଲ ନାମ
Centella asiatica
(L.) Urban
Synonyms

Hydrocotyle asiatica L.
Trisanthus cochinchinensis Lour.

ଥାଲକୁଡ଼ି ଏକ ଲତା ଜାତୀୟ ଉଦ୍ଭିଦ। ଏହି ଲତା କ୍ଷୁଦ୍ର ହୋଇଥାଏ ଓ ଭୂମିରେ ମାଡିଥାଏ। ଜଳାଶୟ ନିକଟସ୍ଥ ଆର୍ଦ୍ର ଭୂମିରେ ଓ ବାଡ଼ମୂଳେ ଏହା ଜନ୍ମିଥାଏ। ପତ୍ରଗୁଡ଼ିକ ଦେଖିବାକୁ ଗୋଲାକାର ଓ ଏହାର ଚାରିପାଖ କମ ହେଲାପରି ଦିଶୁଥାଏ । ଗୋଟିଏ ଡେମ୍ଫରେ ଗୋଟିଏ ମାତ୍ର ପତ୍ର ରହିଥାଏ। କେତେକ ଲୋକେ ଏହାକୁ ବ୍ରାହ୍ମୀ ଓ ଘୋଡ଼ାପୁଆ ବୋଲି କହିଥାନ୍ତି। ହେଲେ ବ୍ରାହ୍ମୀର କେତେକ ଗୁଣ ଏଥିରେ ଥିଲେ ମଧ୍ୟ ଏହା ବ୍ରାହ୍ମୀ ନୁହେଁ।

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ବ୍ରାହ୍ମୀ, ଥଲକୁଡ଼ି, ଘୋଡ଼ାପୁଆ
ସଂସ୍କୃତ ବ୍ରାହ୍ମୀ, ଭାରତୀ, ସରସ୍ୱତୀ, ମଣ୍ଡୁକପର୍ଣ୍ଣୀ, ମହୌଷଧି, ଦିବ୍ୟୌଷଧୀ, ମେଧାଦାୟିନୀ, ସୁରେଷ୍ଠା, ସୋମବଲ୍ଲୀ, ସୁବର୍ଚ୍ଚକା ଓ ସୁରଶ୍ରେଷ୍ଠା
ହିନ୍ଦୀ ବ୍ରାହ୍ମୀ, ବରମ, ବରମ୍ଭୀ
ତେଲୁଗୁ ଅବିବର୍ଣ୍ଣ ଓ ଶମ୍ଭ୍ରମ
ବଙ୍ଗଳା ବ୍ରାହ୍ମୀ

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

ଏହା କଷାୟ ମିଶ୍ରିତ ମଧୁର ରସ, ଲଘୁପାକ, ସ୍ୱରବର୍ଧକ ରସାୟନ, ମେଧାଶକ୍ତି ବର୍ଧକ, ସ୍ମୃତିକାରକ, ଶୀତଳ, ମସ୍ତିସ୍କ ଉପାଦାନ କାରକ, ଆୟୁର୍ବର୍ଧକ, ଯୌବନାବସ୍ଥା ରକ୍ଷକ, କାନ୍ତିବର୍ଧକ, ରକ୍ତ ଶୋଧକ, ରକ୍ତଶୋଧକ ଅଟେ।

ବ୍ୟବହାର[ସମ୍ପାଦନା]

ଏହାର ପତ୍ରକୁ ମୁଖ୍ୟତଃ ଔଷଧ ରୂପେ ବ୍ୟବହାର କରାଯାଏ। ଜ୍ୱର, କାସ, ଶ୍ୱାସ, ପ୍ଳୀହା, ଗୁଳ୍ମ, ପାଣ୍ଡୁ, ବିଷଦୋଷ, ଶୋଥ, ଉନ୍ମାଦ, ବ୍ରଣ, କଣ୍ଠରୋଗ, ପୀନସ, ରକ୍ତପିତ୍ତ, ଅତିସାର, ଉନ୍ମାଦ, ମୁକତା, ମେହ, ପ୍ରେମେହ, କ୍ଷତ, କୁଷ୍ଠ ଓ ଯାବତୀୟ ଶିରରୋଗରେ ଏହାର ଉପଯୋଗ ହୋଇଥାଏ। ମହୁ ସହିତ ଏହାର ପତ୍ରକୁ ପିଲାମାନଙ୍କୁ ଦେଲେ ସେମାନଙ୍କର ମସ୍ତିସ୍କର ବିକାଶ ଦ୍ରୁତ ହୋଇଥାଏ। ଏହାର ପତ୍ରକୁ ସେବନ କଲେ ଅନେକ ପ୍ରକାର ପୁରୁଣା ପେଟରୋଗ ଦୂର ହୋଇଥାଏ। ଅନେକ ଜାଗାରେ ଲୋକେ ଏହାକୁ ଶାଗ ଭାବରେ ଭାଜି ଖାଇଥାନ୍ତି।

ବାହାର ଆଧାର[ସମ୍ପାଦନା]

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।