Jump to content

ତ୍ରିନାଥ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ତ୍ରିନାଥ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ (1951-05-01) ୧ ମଇ ୧୯୫୧ (ବୟସ ୭୫)
ମୃତ୍ୟୁଓଡ଼ଗାଁ ନୟାଗଡ଼
ଭାଷାଓଡ଼ିଆ
ଜାତୀୟତା ଭାରତୀୟ
ଜୀବନସାଥୀଛାୟାପୂରବୀ ପଟ୍ଟନାୟକ
ପିତାମାତାଭାଗବତ ପଟ୍ଟନାୟକ (ପିତା), ହାରାମଣି ଦେବୀ (ମାତା)

ତ୍ରିନାଥ ପଟ୍ଟନାୟକ (ଜନ୍ମ: ୧ ମଇ ୧୯୫୧) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗୀତିକାର, ଗବେଷକ, କଥାକାର, ନାଟ୍ୟକାର ଓ ଶିଶୁ ସାହିତ୍ୟିକ । ନିଜ ସାମଗ୍ରୀକ କୃତିତ୍ୱ ପାଇଁ ସେ ୨୦୨୩ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ୱାରା ବରିଷ୍ଠ ସାହିତ୍ୟିକ ସମ୍ମାନ ପାଇଥିଲେ।[୧]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ତ୍ରିନାଥ ପଟ୍ଟନାୟକ ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ୧୯୫୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ କୋରପୀଠ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା, ଓଡ଼ଗାଁ ରଘୁନାଥବିଦ୍ୟାପୀଠରୁ ଏକାଦଶ, ପୁରୀ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର କରିବା ପରେ ଭାରତୀୟ ତନ୍ତ୍ର ସାହିତ୍ୟ (ହିନ୍ଦୀ) ଉପରେ ଥେସିସ୍ ଲେଖି ୧୯୯୫ରେ ଡକ୍ଟରେଟ୍ ଲାଭ କଲେ । ୧୯୭୮ରୁ ଶିକ୍ଷକତା କରି ୨୦୦୯ରେ ଅବସର ନେଲେ।

ସାହିତ୍ୟ ରଚନା

[ସମ୍ପାଦନା]

ସେ ପିତାମାତାଙ୍କଠାରୁ ଅନୁପ୍ରାଣୀତ ହୋଇ ଅଷ୍ଟମ ବା ନବମ ଶ୍ରେଣୀରେ ପ୍ରଥମ କରି କିଛି ଗୀତ ରଚନା କରିଥିଲେ ଯାହା ପାଲାକାର ଓ ଦାସକାଠିଆ କଳାକାରମାନେ ରାଜାଉଆସରେ ପ୍ରଦର୍ଶନ କରିଥିଲେ। ସେ ପ୍ରାଚୀନ କାବ୍ୟକବିତା ପଢ଼ିବା ସହ ସାହିତ୍ୟର ବିଭିନ୍ନ ବିଭାବ ରଚନା କରିଛନ୍ତି। ୧୯୭୦ରେ ତାଙ୍କର ପାର୍ବତୀ ତପସ୍ୟା ପୁସ୍ତକଟି ପ୍ରକାଶ ପାଇଥିଲା । ସଚ୍ଚି ରାଉତରାୟଙ୍କ ମୁଖବନ୍ଧରେ ପ୍ରକାଶିତ ତାଙ୍କ ଲଳିତବସନ୍ତ ଅଭିସାର ପୁସ୍ତକଟି ଲାଇବ୍ରେରୀ ଅଫ କଙ୍ଗ୍ରେସଦ୍ୱାରା ନିର୍ବାଚିତ ହୋଇଥିଲା । ଜଣେ ସଂଗ୍ରାହକ ଭାବେ ସେ ବିଭିନ୍ନ ଭାଷାର ବହି ସଂଗ୍ରହ କରି ଏକ ପାଠାଗାର ସ୍ଥାପନ କରିଛନ୍ତି। ୧୯୮୪ରୁ ମାସିକ ପତ୍ରିକା ଆଲୌକିକ ଶକ୍ତି, ୨୦୦୦ରୁ ତ୍ରୟମାସିକ ଧର୍ମପଥ ଓ ୨୦୦୮ରୁ ସାମୟିକ ପତ୍ରିକା ପ୍ରାଚୀ ପରିକ୍ରମା ସମ୍ପାଦନା କରିଆସୁଛନ୍ତି। ପୁଣି କବିସୂର୍ଯ୍ୟ ଗ୍ରନ୍ଥାବଳୀ, କାଳିଦାସ ଗ୍ରନ୍ଥାବଳୀ, ଦୀନକୃଷ୍ଣ ଗ୍ରନ୍ଥାବଳୀ, ପ୍ରାଚୀନ କାବ୍ୟକବିତା ଓ ଚଉତିଶାମାଳା, ବାଙ୍କାଦାଶ ଚଉପଦୀ ସଂଗ୍ରହ, ଓଡ଼ିଆ ପ୍ରହେଳି ସଂଗ୍ରହ, ଦନାଇ ଦାସ ବୋଲି, ରାଧାନାଥ ଗ୍ରନ୍ଥାବଳୀ ଆଦି ସମ୍ପାଦନା କରିଛନ୍ତି ।[୨][୩]

ରଚନାବଳୀ

[ସମ୍ପାଦନା]
  • ଲଳିତବସନ୍ତ ଅଭିସାର
  • ଭାରତୀୟ ସଂସ୍କୃତିରେ ଦେବଦେବୀ ଓ ଦେବତା ମହିମା
  • ପୁରାଣ ତତ୍ତ୍ୱଶାସ୍ତ୍ର
  • ଔଷଧୀୟ ବୃକ୍ଷଲତା
  • ତୁଳସୀ
  • ରୁଦ୍ରାକ୍ଷ
  • ବ୍ୟାଘ୍ର ସୁନ୍ଦରୀର ଅଭିସାର
  • ଗୃହସ୍ଥ ଗୀତା
  • ସୁଶ୍ରୁତ ସଂହିତା
  • ମହାକବି ବ୍ୟାସଦେବ
  • ଆମ ଶରୀରର ରୋଗ
  • ବାସ୍ତୁଶାସ୍ତ୍ର
  • ଝଡ଼ାଫୁଙ୍କା
  • ଦଗ୍ଧ ଗୋଲାପର କଥା
  • ଶହେଟି ରାତି ଶହେଟି ପ୍ରୀତି
  • ଚନ୍ଦ୍ରକାନ୍ତା
  • ମହାକବି ମହର୍ଷି ବାଲ୍ମିକୀ
  • ସତ ମିଛର ଖେଳ (ବ୍ୟଙ୍ଗ ଗଳ୍ପ)
  • ପୁରାଣ ତତ୍ତ୍ବ ବିମର୍ଶ
  • ପୁରାଣ ତତ୍ତ୍ବ ଶାସ୍ତ୍ର
  • ପ୍ରାଚୀ ମାହାତ୍ମ୍ୟ
  • ଶ୍ରୀ ଚଣ୍ଡୀ ତତ୍ତ୍ବ ମାନସ
  • ପୁରାଣ ଜ୍ଞାନ ସଞ୍ଚୟନ
  • ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଓ ନବକଳେବର ଲୀଳା
  • ଆମ ଶରୀର ଓ ସ୍ୱାସ୍ଥ୍ୟ
  • ପ୍ରାଚୀ ସନ୍ଦର୍ଭ[୪]

ସମ୍ମାନ

[ସମ୍ପାଦନା]
  • ଅର୍କପ୍ରଜ୍ଞା ସମ୍ମାନ ୨୦୨୪[୫]
  • ୧୯୮୫-୮୬ରେ ଆୟୋଜିତ ସର୍ବ-ଭାରତୀୟ ଆଧ୍ୟାତ୍ମିକ ସମ୍ମେଳନରେ ତତ୍ତ୍ୱ ସରସ୍ୱତୀ ସମ୍ମାନ
  • ୧୯୭୬ରେ ଯଦୁମଣି ସାରସ୍ୱତ ସମ୍ମାନ
  • ଜନଶିକ୍ଷା ଲେଖକ ସମ୍ମାନ
  • ମହାଚାର୍ଯ୍ୟ ବୃହସ୍ପତି ସମ୍ମାନ
  • ନୀଳାଚଳ ମାଧୁରୀ ସମ୍ମାନ
  • ସାହିତ୍ୟ ରତ୍ନ ସମ୍ମାନ
  • ସୁବର୍ଣ୍ଣ ଜୟନ୍ତୀ ସମ୍ମାନ
  • ରାଷ୍ଟ୍ରଦୀପ ଗଳ୍ପ ସମ୍ମାନ
  • ୨୦୧୨ - ରାଜଧାନୀ ପୁସ୍ତକମେଳା ପୁରସ୍କାର ସତ ମିଛର ଖେଳ ପାଇଁ[୬]
  • ପୂର୍ବାଶା ସାହିତ୍ୟ ସମ୍ମାନ
  • ସନ୍ଥ ଅରକ୍ଷିତ ଦାସ ସମ୍ମାନ
  • ଧନ୍ୱନ୍ତରୀ ସମ୍ମାନ
  • ପ୍ରାଚୀ ଗୌରବ ସମ୍ମାନ
  • ପଠାଣି ସାମନ୍ତ ସାହିତ୍ୟ ସମ୍ମାନ
  1. ↑ "ଆର୍କାଇଭ୍ କପି". Archived from the original on 2020-07-26. Retrieved 2024-11-28. {{cite web}}: Cite has empty unknown parameter: |1= (help)
  2. ↑ https://dharitriepaper.in/edition/17143/chhutidina/page/6#
  3. ↑ "ଆଦିକନ୍ଦ ସାହୁ ପାଇବେ କୋଣାର୍କ ସାହିତ୍ୟ ସମ୍ମାନ". samajaepaper.in. 27 November 2024. Retrieved 1 December 2024.
  4. ↑ https://samajaepaper.in/imageview_44_1112025232118245_4_83_12-01-2025_2_i_1_sf.html
  5. ↑ https://samajaepaper.in/imageview_9_281120242831614_4_73_28-11-2024_17_i_1_sf.html
  6. ↑ "ଆର୍କାଇଭ୍ କପି". Archived from the original on 2022-07-07. Retrieved 2024-11-29. {{cite web}}: Cite has empty unknown parameter: |1= (help)