ତ୍ରିନାଥ ନାଏକ
ତ୍ରିନାଥ ନାଏକ | |
|---|---|
| ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୯୦ – ୧୭ ଅକ୍ଟୋବର ୧୯୯୨ (ମୃତ୍ୟୁ) | |
| ପୂର୍ବ ଅଧିକାରୀ | ରବିନାରାୟଣ ନାଏକ |
| ପର ଅଧିକାରୀ | ପାଟ୍ଟ ନାୟକ |
| ନିର୍ବାଚନ ମଣ୍ଡଳୀ | ହିନ୍ଦୋଳ |
| ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୭ – ୧୯୮୫ | |
| ପୂର୍ବ ଅଧିକାରୀ | ଭାଗିରଥୀ ନାଏକ |
| ପର ଅଧିକାରୀ | ରବିନାରାୟଣ ନାଏକ |
| ନିର୍ବାଚନ ମଣ୍ଡଳୀ | ହିନ୍ଦୋଳ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୯ ଅପ୍ରେଲ ୧୯୪୨ |
| ମୃତ୍ୟୁ | ୧୭ ଅକ୍ଟୋବର ୧୯୯୨ (ବୟସ ୫୦) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଜନତା ଦଳ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ପାର୍ଟି |
| ଜୀବନ ସାଥୀ | ପ୍ରଭାମୟୀ ନାଏକ |
| ବାପା/ବୋଉ | ସହଦେବ ନାଏକ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ତ୍ରିନାଥ ନାଏକ (୧୯ ଅପ୍ରେଲ ୧୯୪୨ - ୧୭ ଅକ୍ଟୋବର ୧୯୯୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ଦଳ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ତ୍ରିନାଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୭୭, ୧୯୮୦ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୦ମ ବିଧାନ ସଭାରେ ବିଧାୟକ ଥିବାବେଳେ ସେ ମୃତ୍ୟୁବରଣ କରିଥିଲେ ।[୧]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ତ୍ରିନାଥ ୧୯୪୨ ମସିହାର ଅପ୍ରେଲ ମାସ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସହଦେବ ନାଏକ ଓ ପତ୍ନୀଙ୍କ ନାମ ପ୍ରଭାମୟୀ ନାଏକ ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ତ୍ରିନାଥ ଓଡ଼ିଶା ରାଜନୀତିରେ ଜନତା ପାର୍ଟି ଓ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]ତ୍ରିନାଥ ୧୯୯୨ ମସିହାର ଅକ୍ଟୋବର ମାସ ୧୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (3rd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୫୯. Retrieved 15 August 2020.
- ↑ ୨.୦ ୨.୧ "Shri Trinath Naik". odishaassembly.nic.in. Odisha Assembly. Retrieved 15 August 2020.