ଡୋଡୋ

ଉଇକିପିଡ଼ିଆ ରୁ
Jump to navigation Jump to search
{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/ଛାଞ୍ଚ:Taxonomy/Raphus|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}} |machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}} |machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}
ଡୋଡୋ
ଜୀବାଶ୍ମ କାଳ: Holocene
Skeleton and model of a dodo
ଡୋଡୋ ପକ୍ଷୀର କଂକାଳ ଛାଞ୍ଚ ଓ ମଡେଲ (ଆଧୁନିକ ଗବେଷଣା ଅନୁସାରେ), ସ୍ଥାନ - ଅକ୍ସଫୋର୍ଡ ପ୍ରାକୃତିକ ଇତିହାସ ମ୍ୟୁଜିୟମ, ଇଂଲଣ୍ଡ
Conservation status
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
Unrecognized taxon (fix): Raphus
ଜାତି: R. cucullatus
ବାଇନୋମିଆଲ ନାମ
Raphus cucullatus
(Linnaeus, 1758)
Mauritius island location.svg
ମରିସସ ଦ୍ୱୀପର ଅବସ୍ଥିତି (ନୀଳ ରଂଗରେ)
Synonyms
  • Struthio cucullatus Linnaeus, 1758
  • Didus ineptus Linnaeus, 1766

ଡୋଡୋ ସପ୍ତଦଶ ଶତାବ୍ଦୀରେ ବିଲୁପ୍ତ ହୋଇଥିବା ଏକ ପକ୍ଷୀ ଯାହା କେବଳ ଭାରତ ମହାସାଗରରେ ଥିବା ମରିସସ ଦ୍ୱୀପରେ ଦେଖାଯାଉଥିଲା [୨]। ଏହି ପକ୍ଷୀ ଉଡିପାରୁନଥିଲା ଏବଂ କେବଳ ଭୂମି ଉପରେ ହି ରହୁଥିଲା ।

ବଂଶାବଳୀ ବର୍ଗୀକରଣ[ସମ୍ପାଦନା]

ଏହାର ଆଧୁନିକ ଜୀବ ବିଜ୍ଞାନ ଅନୁସାରେ ଏହାର ନାମ ହେଉଛି "ରାଫସ କ୍ୟୁକୁଲାଟସ୍" । ପ୍ରାଥମିକ ଜୀବ ବିଜ୍ଞାନୀ ମାନେ ଡୋଡୋକୁ ଓଟପକ୍ଷୀ ବା ଆଲବାଟ୍ରୋସ ବା ଶାଗୁଣା ଜାତୀୟ ପକ୍ଷୀ ବୋଲି ଧାରଣା କରୁଥିଲେ । ହେଲେ ୧୮୪୨ ମସିହାରେ ଡେନମାର୍କର ପ୍ରାକୃତିକ ବିଜ୍ଞାନ ମ୍ୟୁଜିୟମରେ ଥିବା ଏକ ଡୋଡୋର ଖପୁରି ହାଡ ଉପରେ ଅଧ୍ୟୟନ ପରେ ଜୀବ ବିଜ୍ଞାନୀ ଜୋହାନସ ଥିଓଡୋର ରାଇଂହାର୍ଡ ଏହାକୁ ପାରା / କପୋତ ଶ୍ରେଣୀୟ ପକ୍ଷୀ ବୋଲି ଅଭିହିତ କରିଥିଲେ ।






ଶାରୀରିକ ବିବରଣୀ[ସମ୍ପାଦନା]

ଯେହେତୁ ଡୋଡୋର କୌଣସି ପୂର୍ଣ ନମୁନା ବା ପ୍ରତିରୂପ ନାହିଁ, ତେଣୁ ଏହାର ଏହାର ରୂପ ଓ ଆକାର ବିବରଣୀ ପାଇଁ ସପ୍ତଦଶ ଶତାବ୍ଦୀର କିଛି ଲେଖା ତଥା ଚିତ୍ର ଉପରେ ନିର୍ଭର କରାଯାଇଥାଏ । ପରେ ଆବିଷ୍କାର ହୋଇଥିବା କିଛି ଫସିଲରୁ ମଧ୍ୟ ଏହାର ଶରୀର ବିଷୟ୍ରେ ସୂଚନା ମିଳେ । ସେସବୁରୁ ମିଳୁଥିବା ତଥ୍ୟ ଅନୁଯାୟୀ ଏ ପକ୍ଷୀର ରଂଗ ଧୂସର ବା ମାଟିଆ ବର୍ଣ ଥିଲା । ଉଚ୍ଚତାରେ ଏହା ପ୍ରାୟ ୧ ମିଟର ଯାଁଏ ଓ ଓଜନରେ ପ୍ରାୟ ୨୧ କିଲୋଗ୍ରାମ ଯାଁଏ ବଢୁଥିବା ଆକଳନ ହୋଇଅଛି । ଅଣ୍ଡିରା ଚଢେ‍ଇ ଗୁଡିକ ମାଈ ଚଢେ‍ଇ ମାନଂକ ଠାରୁ ବଡ ହେଉଥିଲେ ଓ ତାଙ୍କର ଲମ୍ବା ଥଣ୍ଟ ହେଉଥିଲା । ଏମାନଂକର ଡେଣା ନଥିଲା ଓ ତା ସ୍ଥାନରେ କେବଳ ତିନି ଚାରୋଟି ଛୋଟ ପର ରହୁଥିଲା ।

Painting of a dodo among native Indian birds
ଭାରତୀୟ ପକ୍ଷୀଂକ ସହ ଡୋଡୋ, ଚିତ୍ରକର- ଉସ୍ତାଦ ମନସୁର, ପ୍ରାୟ 1625; ହୁଏତ ଜୀବଂତ ଡୋଡୋର ସବୁଠାରୁ ସଠିକ୍ ଚିତ୍ର

ଖାଦ୍ୟ[ସମ୍ପାଦନା]

ମୁଖ୍ୟତଃ ଏହି ପକ୍ଷୀ ତଳେ ପଡିଥିବା ଫଳ ହିଁ ଖାଉଥିଲା । ତାହା ସହିତ ଏହା ହୁଏତ ବିଭିନ୍ନ ମଞ୍ଜି, ଗଛ ମୂଳ ତଥା କନ୍ଦ ଆଦି ଖାଉଥିଲା । ହଜମ ନିମଂତେ ଏ ପକ୍ଷୀ ପଥର ଗୋଡି ଖାଉଥିବା ମଧ୍ୟ ଜଣା ଅଛି ।

ବିଲୁପ୍ତି[ସମ୍ପାଦନା]

ମ‍ନ୍ୟୁଷ ମାନେ ମରିସସ ଦ୍ୱୀପରେ ସପ୍ତଦଶ ଶତାବ୍ଦୀ ଯାଏଁ ବସବାସ ଆରମ୍ଭ କରିନଥିଲେ ଯଦିଓ ଆରବ ସାମୁଦ୍ରିକ ବଣିକ ମାନେ ଏହି ଦ୍ୱୀପକୁ ମଧ୍ୟ ଯୁଗରେ ଯାଇଥିବା ଜଣାଅଛି । ୧୫୦୭ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜ ନାବିକ ମାନେ ଡୋଡୋ ପକ୍ଷୀର ଏକ ମାତ୍ର ବାସ ସ୍ଥଳୀ ଏହି ଦ୍ୱୀପରେ ପ୍ରଥମ ୟୁରୋପୀୟ ଭାବରେ ପାଦ ଦେ‍ଇଥିଲେ | ୧୫୯୮ ଡଚ (ହଲାଣ୍ଡ୍) ସାମ୍ରାଜ୍ୟ ଏହି ଦ୍ୱୀପକୁ ନିଜ ଅକ୍ତିଆରକୁ ନେ‍ଇଥିଲା ଏବଂ ସେବେ ଠାରୁ ସେଠାରେ ମନ୍ୟୁଷ ବସତି ସ୍ଥାପନ ହୋଇଥିଲା । ସେତେବେଳେ ନାବିକ ମାନେ ଏହି ଉଡାଣହୀନ ପକ୍ଷୀମାନଂକୁ ମାରି ଖାଉଥିଲେ, ଯଦିଓ ତାହାର ମାଂସ ସେମାନଙ୍କୁ ବେଶି ସ୍ୱାଦିଷ୍ଟ ଲାଗୁନଥିଲା । ଏ ଚଢେ‍ଇ ଗୁଡିକ ମଣିଷକୁ ଆଦୌ ଭୟ କରୁନଥିଲେ, ତେଣୁ ଅତି ସହଜରେ ସେମାନେ ଧରା ପଡୁଥିଲେ ।

ସପ୍ତଦଶ ଶତାବ୍ଦୀରେ ମରିସସରେ ସ୍ଥାଯୀ ଜନସଂଖ୍ୟା ୫୦ରୁ ଅଧିକ ନଥିଲା । ହେଲେ ସେମାନଂକ ସହ ଆସିଥିବା ଘୁଷୁରି, କୁକୁର, ବିଲେ‍ଈ, ମୂଷା ଓ ମାଂକଡ ମାନେ ଡୋଡୋ ମାନଂକର ଅଭୂତ କ୍ଷତି ଘଟାଇଲେ । ଡୋଡୋ ମାନଂକ ପାଇଁ ମିଳୁଥିବା ସୀମିତ ଖାଦ୍ୟ ପଦାର୍ଥକୁ ଏହି ବାହାରର ପ୍ରାଣୀମାନେ ଖାଇଲେ । ତା ସହ ଡୋଡୋମାନଂକ ବସା ଗୁଡିକ ନଷ୍ଟ କରିଦେଲେ । ଏ ସବୁ ସହିତ ମଣିଷ ମାନେ ଏ ଦ୍ୱୀପର ଜଂଗଲ ସଫା କଲେ ଓ ଡୋଡୋ ଶିକାର କଲେ । ଏ ସବୁର ଫଳରେ କେଉଁ ଆଦିମ କାଳରୁ ମରିସସରେ ରହିଆସିଥିବା ଡୋଡୋ ମାନେ ନିୟମିତ ମଣିଷ ବସତି ସ୍ଥାପନର ୬୦-୭୦ ବର୍ଷ ଭିତରେ ସମ୍ପୂର୍ଣ୍ଣ ନିଶ୍ଚିହ୍ଣ ହୋଇଗଲେ ।

ନିର୍ଭରଯୋଗ୍ୟ ତଥ୍ୟ ଅନୁସାରେ ମଣିଷ ମାନେ ଶେଷ ଥର ପାଇଁ ଜୀବଂତ ଡୋଡୋ ୧୬୬୨ ମସିହାରେ ମରିସସର ସନ୍ନିକଟସ୍ଥ ଅମ୍ବର ଦ୍ୱୀପରେ ଦେଖିଥିଲେ । ଆଉ କିଛି ତଥ୍ୟ ଅନୁସାରେ ୧୬୮୮ରେ ଶେଷ ତିନୋଟି ଡୋଡୋ ଧରା ହୋଇଥିଲେ[୩]

ଡୋଡୋର ବିଲୁପ୍ତି ଆଧୁନିକ ମଣିଷ ମାନଂକ ବିଧ୍ୱଂସକାରୀ ଜୀବନଶୈଳୀ ଓ କାର୍ଯ୍ୟକଳାପ ଯୋଗୁଁ ହୋଇଥିବା ସବୁଠାରୁ ଜଣାଶୁଣା ତଥା ପ୍ରଥମ ପ୍ରାଣୀ ବିଲୁପ୍ତି ଭାବରେ ଗଣାଯାଏଁ ।[୪]

ବିଦେଶକୁ ଚାଲାଣ[ସମ୍ପାଦନା]

ଏକ ବିସ୍ମୟକର ତଥା ବିରଳ ପକ୍ଷୀ ଭାବରେ କିଛି ଜୀବଂତ ଡୋଡୋଂକୁ ଜଳ ଜାହାଜର ନାବିକ ମାନେ ୟୁରୋପ ତଥା ପ୍ରାଚ୍ୟ ଦେଶମାନଂକୁ ନେ‍ଇଥିବାର କିଛି ପ୍ରମାଣ ଅଛି । ପିଟର ମୁଣ୍ଡି ବୋଲି ଜଣେ ଇଂରେଜ ବଣିକ ଭାରତର ସୁରଟଠାରେ ୧୬୨୮ରୁ ୧୬୩୪ ଖ୍ରୀଷ୍ଟାବ୍ଦ ଭିତରେ ଦୁଇଟି ଡୋଡୋ ଦେଖିଥିଲେ । ବୋଧହୁଏ ଏଥିରୁ ଗୋଟିଏକୁ ଦେଖି ଉସ୍ତାଦ ମନସୁର (ଯିଏ କି ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କର ଦରବାରର ଜଣେ ରାଜ ଚିତ୍ରକର ଥିଲେ) ଏକ ରଙ୍ଗୀନ ଚିତ୍ର ଆଂକିଥିଲେ । ଏହି ଚିତ୍ରଟି ପ୍ରାଣୀବିଜ୍ଞାନୀ ମାନଂକ ପାଇଁ ଡୋଡୋ ବିଷୟରେ ଜାଣିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଅଟେ ।[୫] ୧୬୪୭ ମସିହାରେ ଗୋଟିଏ ଜୀବଂତ ଡୋଡୋ ଜାପାନ ଦେଶର ନାଗାସାକୀ ସହରକୁ ପଠାଯାଇଥିବାର ଐତିହାସିକ ପ୍ରମାଣ ଅଛି ।[୬]

ଆଧାର[ସମ୍ପାଦନା]

  1. IUCN Red List 2012.
  2. "Dodo". ଇଂରାଜୀ ଉଇକିପିଡିଆ. Retrieved 29 April 2018.
  3. "Isaac Johannes Lamotius". ଇଂରାଜୀ ଉଇକିପିଡିଆ. Retrieved 5 May 2018.
  4. "Dodo EXTINCT BIRD". ENCYCLOPÆDIA BRITANNICA. Retrieved 16 May 2018. |first= missing |last= (help)
  5. "Ustad Mansur". ଇଂରାଜୀ ଉଇକିପିଡିଆ. Wikipedia. Retrieved 16 May 2018.
  6. "The dodo, the deer and a 1647 voyage to Japan". Journal Historical Biology. Retrieved 16 May 2018.