Jump to content

ଓଭାରି କର୍କଟ

ଉଇକିପିଡ଼ିଆ‌ରୁ
(ଡିମ୍ବାଶୟ କର୍କଟରୁ ଲେଉଟି ଆସିଛି)
ଓଭାରି କର୍କଟ (ମାନବ)
Micrograph of a mucinous ovarian carcinoma
ବିଭାଗoncology[*]
ଆଇସିଡ଼ି-୧୦C56.
ଆଇସିଡ଼ି-୯-ସିଏମ୍183, 220
ଆଇସିଡ଼ି-ଓvaried
ରୋଗ ଡାଟାବେସ9418
ମେଡ଼ିସିନ-ପ୍ଲସ000889
ଇ-ମେଡ଼ିସିନmed/1698
Patient UKଓଭାରି କର୍କଟ
MeSHD010051

ଓଭାରି କର୍କଟ (ଇଂରାଜୀରେ Ovarian cancer) ଏକ ପ୍ରକାର କର୍କଟ ରୋଗ ଯାହା ମହିଳାମାନଙ୍କର ଓଭାରି ବା ଡିମ୍ବାଶୟରୁ ଜାତ ହୁଏ ।[] ଏହା ଫଳରେ ଅସାଧାରଣ ଜୀବକୋଷ ଜାତ ହୁଅନ୍ତି ଯାହାର କ୍ଷମତା ଥାଏ ଦେହର ଅନ୍ୟ ଅଂଶକୁ ବ୍ୟାପିବା ବା ମେଟାସ୍ଟାସିସ କରିବା ।[] ରୋଗ ଆରମ୍ଭରେ ଅନିର୍ଦ୍ଦିଷ୍ଟ ଲକ୍ଷଣ କିଛି ପ୍ରକାଶ ପାଏ ଓ ସମୟକ୍ରମେ କର୍କଟ ବଢ଼ିଚାଲେ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ପେଟ ଫୁଲିଯାଏ, ପେଲଭିସ ଯନ୍ତ୍ରଣା ହୁଏ ।[] ଏହା ସାଧାରଣଥ ପେରିଟୋନିଅମ, ଲସିକା ଗ୍ରନ୍ଥି, ଫୁସ୍‌ଫୁସ୍ଯକୃତକୁ ବ୍ୟାପିଯାଏ ବା ମେଟାସ୍ଟାସିସ ହୁଏ ।[]

ଅଧିକ ଡିମ୍ବାଣୁ (ଇଂରାଜୀରେ ovum) ଜାତ କରୁଥିବା ମହିଳାଙ୍କର ଓଭାରି କର୍କଟ ସମ୍ଭାବନା ଅଧିକ ଥାଏ । ଏଣୁ ନିଃସନ୍ତାନ, ଅଳ୍ପ ବୟସରେ ଡିମ୍ବକ୍ଷରଣ କିମ୍ବା ଅଧିକ ବୟସରେ ଋତୁବନ୍ଦ ହେଉଥିବା ମହିଳାଙ୍କର ଏହି ସଙ୍କଟ ଅଧିକ ରହେ ।[] ମୋଟାପଣ, ଋତୁବନ୍ଦ ପରେ ହରମୋନ ଥେରାପି ଓ ଫର୍ଟିଲିଟି ଔଷଧ ଖାଉଥିବା ମହିଳାଙ୍କର ସଙ୍କଟ ଅଧିକ ଥାଏ ।[][] ସଙ୍କଟ କମ କରୁଥିବା ଉପାଦାନ ମଧ୍ୟରେ ହରମୋନ‌ଦ୍ୱାରା ଜନ୍ମ ନିରୋଧ, ଫାଲୋପିଆନ ଟ୍ୟୁବ ଗଣ୍ଠି ପକେଇବାସ୍ତନ୍ୟପାନ କରିବା ଅନ୍ୟତମ ।[] ପ୍ରାୟ ୧୦ % କେଶ୍‌ରେ ବଂଶାନୁକ୍ରମିକ ସଙ୍କଟ ଥାଏ, ଜିନ ମ୍ୟୁଟେସନ (BRCA1 or BRCA2) ହୋଇଥିଲେ ୫୦ % ସଙ୍କଟ ଅଧିକ ରହେ । ସର୍ବାଧିକ କର୍କଟ ହେଉଥିବା ରୋଗର ନାମ ଓଭାରିଆନ କାର୍ସିନୋମା । ଏହାର ପାଞ୍ଚ ପ୍ରକାର ପ୍ରଜାତି ଅଛି ଯାହା ମଧ୍ୟରୁ ସେରସ ସବୁଠାରୁ ଅଧିକ ହୁଏ । ଓଭାରିର ବାହ୍ୟ ଆବରଣରୁ ଏହା ଆରମ୍ଭ ହେଉଥିବା ବିଶ୍ୱାସ କରାଯାଏ,[] ଯଦିଓ ଫାଲୋପିଆନ ଟ୍ୟୁବ୍‌ରୁ ମଧ୍ୟ କେତେକ ବାହାରେ ।[] ଅଳ୍ପ ହେଉଥିବା ଟାଇପ ମଧ୍ୟରେ ଜର୍ମ ସେଲ ଟ୍ୟୁମରସେକ୍ସ କର୍ଡ ସ୍ଟ୍ରୋମାଲ ଟ୍ୟୁମର ନାମ ଉଲ୍ଲେଖ‌ଯୋଗ୍ୟ ।[] ବାୟୋପ୍ସି ନେଇ ରୋଗ ନିର୍ଣ୍ଣୟ କରାଯାଏ, ସାଧାରଣତଃ ଅପରେଶନ କରି ବାହାର କରିଦେବା ପରେ ।[]

ସାଧାରଣ ସଙ୍କଟ ଥିବା ମହିଳାଙ୍କର ସ୍କ୍ରିନିଙ୍ଗ ଅନାବଶ୍ୟକ, କାରଣ ଏହାଦ୍ୱାରା ଅନେକ ମିଥ୍ୟା ଯୁକ୍ତାତ୍ମକ ଫଳ ମିଳେ, ଏହା ଯୋଗୁ ଅନାବଶ୍ୟକ ଅପରେଶନ କରାଯାଏ ଓ ସବୁଠାରୁ ବଡ଼ କଥା ହେଲା ଏହାଦ୍ୱାରା ମୃତ୍ୟୁ ହାରରେ ଫରକ ଆସେନି ।[] ଉଚ୍ଚ ସଙ୍କଟାପନ୍ନ ମହିଳାଙ୍କର ପ୍ରତିଷେଧ ହିସାବରେ ଦୁଇଟିଯାକ ଓଭାରି କାଢ଼ିଦିଆଯାଏ ।[] ଯଦି ଶୀଘ୍ର ରୋଗ ଧରାପଡ଼େ ଓ ଚିକିତ୍ସା କରାଯାଏ, ତାହାହେଲେ ଆରୋଗ୍ୟ ହୋଇଯାଏ । ଅପରେଶନ, ରାଡିଏସନ କିମ୍ବା କେମୋଥେରାପିର ମଶ୍ରିତ କରାଯାଏ ।[] ଏହାର ଫଳାଫଳ ନିର୍ଭର କରେ କେତେ ପର୍ଯ୍ୟନ୍ତ ରୋଗ ଆଗେଇଛି ଓ କେଉଁ ଉପ-ପ୍ରକାରର ରୋଗ । [] ପାଞ୍ଚ ବର୍ଷିଅ ଆୟୁଷ ହାର ଆମେରିକାରେ ୪୫ % ।[] ବିକାଶଶୀଳ ଦେଶମାନଙ୍କରେ ଏହି ହାର ନିରାଶାଜନ‌କ ।[]

ପୃଥିବୀରେ ୨୦୧୨ ମସିହାରେ ଓଭାରି କର୍କଟ ରୋଗ ୨୩୯.୦୦୦ ମହିଳାଙ୍କୁ ହୋଇଥିଲା ଓ ୧୫୨.୦୦୦ ମୃତ୍ୟୁ ହୋଇଥିଲା । ଏହା ମହିଳାମାନଙ୍କ ମଧ୍ୟରେ ସପ୍ତମ ସାଧାରଣ କର୍କଟ ଓ ମହିଳା ମୃତ୍ୟୁ କାରଣରେ ଅଷ୍ଟମ ସ୍ଥାନ ଅଧିକାର କରିଛି । ଆଫ୍ରିକା ଓ ଏସିଆ ଅପେକ୍ଷା ଉତ୍ତର ଆମେରିକା ଓ ୟୁରୋପରେ ଏହି ରୋଗ ବେଶୀ ହୁଏ ।[]

  1. 1 2 3 "Ovarian Cancer Prevention (PDQ®)". NCI. December 6, 2013. Retrieved 1 July 2014.
  2. "Defining Cancer". National Cancer Institute. Retrieved 10 June 2014.
  3. 1 2 3 "Ovarian Epithelial Cancer Treatment (PDQ®)". NCI. 2014-05-12. Retrieved 1 July 2014.
  4. Ruddon, Raymond W. (2007). Cancer biology (4th ed. ed.). Oxford: Oxford University Press. p. 223. ISBN 9780195175431. {{cite book}}: |edition= has extra text (help)
  5. 1 2 3 4 5 6 World Cancer Report 2014. World Health Organization. 2014. pp. Chapter 5.12. ISBN 9283204298.
  6. 1 2 "Ovarian Cancer Prevention (PDQ®)". NCI. 2014-06-20. Retrieved 1 July 2014.
  7. Piek JM, van Diest PJ, Verheijen RH (2008). "Ovarian carcinogenesis: an alternative hypothesis". Adv. Exp. Med. Biol. Advances in Experimental Medicine and Biology. 622: 79–87. doi:10.1007/978-0-387-68969-2_7. ISBN 978-0-387-68966-1. PMID 18546620.{{cite journal}}: CS1 maint: multiple names: authors list (link)ଛାଞ୍ଚ:Closed access
  8. Moyer, VA; U.S. Preventive Services Task, Force (Dec 18, 2012). "Screening for ovarian cancer: U.S. Preventive Services Task Force reaffirmation recommendation statement". Annals of internal medicine. 157 (12): 900–4. doi:10.7326/0003-4819-157-11-201212040-00539. PMID 22964825.
  9. "SEER Stat Fact Sheets: Ovary Cancer". NCI. Retrieved 18 June 2014.