ଡିମ୍ବାଶୟ

ଉଇକିପିଡ଼ିଆ ରୁ
Jump to navigation Jump to search
ଡିମ୍ବାଶୟ
Gray589.png
ଡିମ୍ବବାହୀ ନଳୀଦ୍ୱାରା ଗର୍ଭାଶୟ ସହ ଜଡ଼ିତ ଡିମ୍ବାଶୟ
ଲାଟିନ ଭାଷାରେ ovarium
ବିଭାଗ ସ୍ତ୍ରୀଜନନ ବିଭାଗ
ଧମନୀ ଡିମ୍ବବାହୀ ନଳୀ
ଶିରା ଡିମ୍ବବାହୀ ଶିରା
ଲସିକା ପାର୍ଶ୍ୱମହାଧମନୀୟ ଲସିକା ଗ୍ରନ୍ଥି

ଡିମ୍ବାଶୟ (ଇଂରାଜୀ:Ovary) ସ୍ତ୍ରୀ ପ୍ରଜନନ ବିଭାଗରେ ଅନ୍ତର୍ଭୁକ୍ତ ଡିମ୍ବାଣୁ ଉତ୍ପନ୍ନ କରୁଥିବା ଏକ ଅଙ୍ଗ ଅଟେ । ଏହାର ଇଂରାଜୀ ଅନୁବାଦିତ ଶବ୍ଦ ovary ଲାଟିନ ଶବ୍ଦ ovariumରୁ ଆନୀତ, ଯାହାର ଅର୍ଥ ହେଉଛି ଅଣ୍ଡା ବା ମଞ୍ଜି । ଶରୀରର ଉଭୟପାର୍ଶ୍ୱରେ ଗୋଟିଏ ଲେଖାଏଁ ଡିମ୍ବାଶୟ ରହିଛି । ଡିମ୍ବାଶୟ ମଧ୍ୟ ଋତୁସ୍ରାବ ଏବଂ ପ୍ରଜନନକ୍ଷମତାକୁ ପ୍ରଭାବିତ କରୁଥିବା କେତେକ ଜୀବରସ ମଧ୍ୟ କ୍ଷରଣ କରିଥାଏ । କ୍ଷରଣ କରୁଥିବା ଜୀବରସମାନଙ୍କ ପାଇଁ ଏହା ଏକ ଅନ୍ତଃସ୍ରାବୀ ଗ୍ରନ୍ଥି ରୂପେ ଜଣା ।[୧] ପ୍ରସବପୂର୍ବ ସମୟ ଠାରୁ ରଜୋନିବୃତ୍ତି ପର୍ଯ୍ୟନ୍ତ ଡିମ୍ବାଶୟଦ୍ୱୟ ବିଭିନ୍ନ ସ୍ତର ଦେଇ ବିକଶିତ ହୋଇଥାଏ ।

ଆକୃତି[ସମ୍ପାଦନା]

ଡିମ୍ବାଶୟକୁ ସ୍ତ୍ରୀ ପ୍ରଜନନ ଗ୍ରନ୍ଥି ରୂପେ ଗ୍ରହଣ କରାଯାଏ ।[୨] ପ୍ରତ୍ୟେକ ଡିମ୍ବାଶୟ ଧଳାରଙ୍ଗର ଏବଂ ଗର୍ଭାଶୟ ଭିତ୍ତି ନିକଟସ୍ଥ ଓଭାରିଆନ ଫୋସା ନାମକ ଅଞ୍ଚଳରେ ରହିଥାଏ । ମୂତ୍ରନଳୀ ଏବଂ ଅନ୍ତଃ ଶ୍ରୋଣୀଫଳକୀୟ ଧମନୀ ସାମ୍ନାରେ ତଥା ବାହ୍ୟ ଶ୍ରୋଣୀଫଳକୀୟ ଧମନୀଦ୍ୱାରା ପରିବେଷ୍ଟିତ ଅଞ୍ଚଳକୁ ଓଭାରିଆନ ଫୋସା କୁହାଯାଏ । ଏହି ଅଞ୍ଚଳଟି ୪ ସେ.ମି x ୩ସେ.ମି x ୨ସେ.ମି ଆୟତନ ବିଶିଷ୍ଟ ।[୩][୪] ପ୍ରତ୍ୟେକ ଡିମ୍ବାଶୟ ଏକ କଠିନ ଆବରଣଦ୍ୱାରା ଆବୃତ୍ତ ହୋଇରହିଥାଏ ଏବଂ ବାହ୍ୟ ଆବରଣ ରୂପେ କର୍ଟେକ୍ସ ଏବଂ ଭିତର ଆବରଣ ରୂପେ ମେଡୁଲା ମଧ୍ୟ ରହିଥାଏ ।[୪]
ଡିମ୍ବାଶୟର ଗୋଟିଏ ପାର୍ଶ୍ୱ ଇନଫନଣ୍ଡିବୁଲୋ-ପେଲଭିକ ଲିଗାମେଣ୍ଟଦ୍ୱାରା ଡିମ୍ବବାହୀ ନଳୀ ସହ ସଂଯୁକ୍ତ ହୋଇଥାଏ ଏବଂ ଅନ୍ୟ ଅଂଶଗୁଡ଼ିକ ଡିମ୍ବବାହୀ ତନ୍ତୁମାନଙ୍କଦ୍ୱାରା ଗର୍ଭାଶୟ ସହିତ ସଂଯୁକ୍ତ ହୋଇଥାନ୍ତି ।[୩]

Human Ovary.jpg

ଲିଗାମେଣ୍ଟ[ସମ୍ପାଦନା]

ଡିମ୍ବାଶୟ ଯୋଡିଏ ଗର୍ଭାଶୟର ଉଭୟପାର୍ଶ୍ୱରେ ଅବସ୍ଥିତ ଏବଂ ଓଭାରିଆନ ଲିଗାମେଣ୍ଟଦ୍ୱାରା ଗର୍ଭାଶୟ ସହିତ ସଂଯୁକ୍ତ ହୋଇଥାନ୍ତି । ଯଦିଓ ସେଗୁଡ଼ିକ ଉଦର ଗହ୍ୱର ମଧ୍ୟରେ ଅନାବୃତ ଅବସ୍ଥାରେ ଥାନ୍ତି, ଗର୍ଭାଶୟର ଏକ ଚଉଡ଼ା ଲିଗାମେଣ୍ଟର ସସପେନ୍ସାରୀ ଲିଗାମେଣ୍ଟ ନାମକ ଏକ ଅଂଶଦ୍ୱାରା ଶାରୀରିକ ଭିତ୍ତି ସହିତ ଲାଗିରହିଥାନ୍ତି । ଗର୍ଭାଶୟର ସେହି ଚଉଡ଼ା ଲିଗାମେଣ୍ଟକୁ ମେଜୋଭାରିଅମ କୁହାଯାଏ ।[୪] ଡିମ୍ବବାହୀ ନଳୀ, ଓଭାରିଆନ ଲିଗାମେଣ୍ଟ ଏବଂ ଡିମ୍ବବାହୀ ରକ୍ତ କୈଶିକ ନଳୀମାନେ ଡିମ୍ବାଶୟକୁ ଅନ୍ୟ ଅଙ୍ଗମାନଙ୍କ ସହିତ ଯୋଡ଼ିଥାନ୍ତି ।[୫]

ଆଣବିକ ବିଶ୍ଲେଷଣ[ସମ୍ପାଦନା]

ଡିମ୍ବାଶୟର ବାହ୍ୟପାର୍ଶ୍ୱ ମେଜୋଥେଲିଅମର ସରଳ ସମଘନରୁ ସ୍ତମ୍ଭାକାର ଟିସୁମାନଙ୍କର ଏକକ ପରସ୍ତଦ୍ୱାରା ଘୋଡାଇ ହୋଇ ରହିଥାଏ ।[୬]
ଏହାର ବାହାର ସ୍ତରକୁ ଜର୍ମିନାଲ ଏପିଥେଲିଅମ କୁହାଯାଏ ।

କାର୍ଯ୍ୟ[ସମ୍ପାଦନା]

ତରୁଣାବସ୍ଥା ଉପକ୍ରାନ୍ତେ ଡିମ୍ବାଶୟ ଅଧିକ ମାତ୍ରାରେ ଜୀବରସ କ୍ଷରଣ କରିବାକୁ ଆରମ୍ଭ କରିଥାଏ । ତାହାର ପ୍ରଭାବରେ ସହାୟକ ଯୌନ ଲକ୍ଷଣମାନ ଦେଖିବାକୁ ମିଳେ ଏବଂ ଡିମ୍ବାଶୟର ଆକୃତି ଏବଂ କାର୍ଯ୍ୟ ପରିବର୍ତ୍ତିତ ହେବାକୁ ଆରମ୍ଭ କରିଥାଏ ।[୧]

ଯୁଗ୍ମକ ଜନନ[ସମ୍ପାଦନା]

ନିର୍ଦ୍ଧିଷ୍ଟ ଅନ୍ତରରେ ଡିମ୍ବାଶୟରେ ସ୍ତ୍ରୀଯୁଗ୍ମକ ତଥା ଡିମ୍ବାଣୁ ଉତ୍ପନ୍ନ ହୋଇଥାଏ । ଡିମ୍ବାଶୟ ମଧ୍ୟରେ ହିଁ କ୍ରମବିକଶିତ ଡିମ୍ବାଣୁ ପୂର୍ଣ୍ଣାଙ୍ଗ ଡିମ୍ବାଣୁରେ ପରିଣତ ହୋଇଥାଏ । ପ୍ରାୟତଃ ଗୋଟିଏ ସମୟ ବ୍ୟବଧାନରେ ଗୋଟିଏ ଡିମ୍ବାଣୁ ସମ୍ପୂର୍ଣ୍ଣ ବିକଶିତ ହୋଇଥାଏ, ମାତ୍ର ସେହି ସମୟରେ ଅନ୍ୟ ଡିମ୍ବାଣୁ ମଧ୍ୟ ବିକଶିତ ହେଉଥାନ୍ତି । କୋଷର ପ୍ରକାର ଏବଂ ସଂଖ୍ୟାରୁ ଯୁଗ୍ମକ ଜନନ ପ୍ରକ୍ରିୟାରେ ସେମାନଙ୍କର ପର୍ଯ୍ୟାୟ ସମ୍ପର୍କରେ ସୂଚନା ମିଳିଥାଏ ।[୭]:833

ଜୀବରସ କ୍ଷରଣ[ସମ୍ପାଦନା]

ଡିମ୍ବାଶୟର ସମ୍ପୂର୍ଣ୍ଣ ପରିପକ୍ୱତା ପରେ ଡିମ୍ବାଶୟ ଇଷ୍ଟ୍ରୋଜେନ, ଟେଷ୍ଟୋଷ୍ଟିରନ,[୮][୯] ଇନହିବିନ, ପ୍ରୋଜେଷ୍ଟିରନ ଆଦି ଜୀବରସ କ୍ଷରଣ କରିଥାଏ ।[୧୦][୧୧][୧] ପ୍ରାୟ ପଚାଶ ପ୍ରତିଶତ ଟେଷ୍ଟୋଷ୍ଟିରନ ମହିଳାଙ୍କ ଶରୀରରେ ଡିମ୍ବାଶୟ ହିଁ କ୍ଷରଣ କରିଥାଏ ଏବଂ ସିଧାସଳଖ ରକ୍ତରେ ପ୍ରବାହିତ ହୁଏ ।[୧୨] ଇଷ୍ଟ୍ରୋଜେନ କୈଶୋରାବସ୍ଥା ଠାରୁ ଝିଅମାନଙ୍କ ସହାୟକ ଯୌନ ଲକ୍ଷଣର ଅଭିବ୍ୟକ୍ତ ହେବା, ଏବଂ ପ୍ରଜନନ ଅଙ୍ଗମାନଙ୍କର ବିକାଶ ଏବଂ ନିୟନ୍ତ୍ରଣ ପାଇଁ ଦାୟୀ । ପ୍ରୋଜେଷ୍ଟିରନ ଗର୍ଭାଶୟକୁ ଗର୍ଭାବସ୍ଥା ଏବଂ ମାମ୍ମାରି ଗ୍ରନ୍ଥିକୁ ସ୍ତନ୍ୟପାନ ପାଇଁ ପ୍ରସ୍ତୁତ କରେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Colvin, Caroline Wingo; Abdullatif, Hussein (2013-01-01). "Anatomy of female puberty: The clinical relevance of developmental changes in the reproductive system". Clinical Anatomy (in ଇଂରାଜୀ). 26 (1): 115–129. doi:10.1002/ca.22164. ISSN 1098-2353.
  2. "Dorlands Medical Dictionary". www.mercksource.com (in ଇଂରାଜୀ). Retrieved 2017-11-20.
  3. ୩.୦ ୩.୧ Daftary, Shirish; Chakravarti, Sudip (2011). Manual of Obstetrics, 3rd Edition. Elsevier. pp. 1-16. ISBN 9788131225561.
  4. ୪.୦ ୪.୧ ୪.୨ Williams gynecology. Hoffman, Barbara L., Williams, J. Whitridge (John Whitridge), 1866-1931. (2nd ed.). New York: McGraw-Hill Medical. 2012. ISBN 9780071716727. OCLC 779244257.
  5. Baskett, Thomas F.; Calder, Andrew A.; Arulkumaran, Sabaratnam (2014). Munro Kerr's Operative Obstetrics E-Book (in ଇଂରାଜୀ). Elsevier Health Sciences. p. 268. ISBN 9780702052484.
  6. "Southern Illinois University School of Medicine". www.siumed.edu. Retrieved 2017-11-20.
  7. Ross M, Pawlina W (2011). Histology: A Text and Atlas (6th ed.). Lippincott Williams & Wilkins. ISBN 978-0-7817-7200-6.
  8. "Normal Testosterone and Estrogen Levels in Women". WebMD (in ଇଂରାଜୀ). Retrieved 2017-11-19.
  9. "Testosterone: MedlinePlus Medical Encyclopedia". www.nlm.nih.gov (in ଇଂରାଜୀ). Retrieved 2017-11-19.
  10. Marieb, Elaine (2013). Anatomy & physiology. Benjamin-Cummings. p. 903. ISBN 9780321887603.
  11. Venes 2013, p. 1702.
  12. Androgens in women